Indian diaspora has played an essential role in strengthening Indo-Oman ties, says PM Modi
Being called for the inaugural address at the World Government Summit shows India's growing stature in the world, says PM Modi
His Majesty Sultan has an inseparable bond with India. My presence in the stadium named after His Majesty holds a huge significance: PM Modi in Muscat
As a nation, we believe in change. Every Indian is trying to make 'New India vision' a reality: PM Modi
We Indians believe in Vasudhaiva Kutumbakam (the world is one family), says PM Modi in Muscat
We make laws where it is necessary, but after our government came to power, approximately 1,400 laws have been done away with, says the PM
Next generation infrastructure is being developed in country keeping in mind the needs of 21st century: PM Modi in Oman

ଏତେ ବିଶାଳ ସଂଖ୍ୟାରେ ଆସିଥିବା, ଏଠାକୁ ଆସିଥିବା ମୋର ପ୍ରିୟ ଦେଶବାସୀଗଣ ଆପଣ ସମସ୍ତଙ୍କୁ ବହୁତ-ବହୁତ ନମସ୍କାର ।

ଏହା ହେଉଛି ଆମ ଦେଶର କେତେ ବଡ଼ ଶକ୍ତି କି ମୁଁ ଯଦି କେବଳ ନମସ୍କାର ମୋ ସେଠାକାର ଅଲଗା-ଅଲଗା ଭାଷା ଏବଂ କଥାରେ କରିବାକୁ ଲାଗିବି ତ ଘଣ୍ଟା-ଘଣ୍ଟା ଚାଲିଯିବ । ଏହି ବିବିଧତା ସମଗ୍ର ଦୁନିଆରେ ଆଉ କୌଣସି ଦେଶରେ ମିଳିବ ନାହିଁ ।

ଆଜି ମୁଁ ମୋ ସାମ୍ନାରେ ଭାରତ ବାହାରେ ଓମାନ ମାଟିରେ ଏକ ଛୋଟ ଭାରତ ଦେଖିବାକୁ ପାଉଛି । ଦେଶର ଅଲଗା-ଅଲଗା କୋଣରୁ ଆସିଥିବା ଭାରତୀୟ, ଅଲଗା-ଅଲଗା କ୍ଷେତ୍ରରେ କାମ କରୁଥିବା ଭାରତୀୟ, ଏକ ଭବ୍ୟ ଚିତ୍ରର ନିର୍ମାଣ ଆଜି ମୁଁ ଆମର ଆଖି ସାମ୍ନାରେ ଦେଖୁଛି ।

ମୋ ସାଙ୍ଗରେ ସଂପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ ଭାରତ ମାତା କି …ଜୟ, ଭାରତ ମାତା କି …ଜୟ, ଭାରତ ମାତା କି …ଜୟ । ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍ ।,                                                                 

ଭାଇ ଓ ଭଉଣୀମାନେ ଏହା ହେଉଛି ମୋର ପ୍ରଥମ ଓମାନର ଯାତ୍ରା । ଦୁଇ ଘଣ୍ଟା ପୂର୍ବରୁ ମୁଁ ଏଠାକୁ ଦୁବାଇରୁ ଆପଣମାନଙ୍କ ମଧ୍ୟକୁ ଆସିଛି । ଆପଣ ବୋଧହୁଏ ଟିଭିରେ ଦେଖିଥିବେ ସେଠାରେ ମୋତେ World Government Summit ରେ ୟୁଏଇର ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପାଇ ମୁଖ୍ୟ ଅତିଥି ଭାବେ ଟେକ୍ନୋଲଜି ଏବଂ ବିକାଶ ବିଷୟ ଉପରେ ଉଦ୍ଘାଟନୀ ଭାଷଣ ଦେବାର ସୌଭାଗ୍ୟ ମିଳିଲା । ଏହା କେବଳ କୌଣସି ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାର ବିଷୟ ମଧ୍ୟରେ ସୀମିତ ନୁହେଁ । ଏହି ଘଟଣା ନିଜକୁ ନିଜ ମଧ୍ୟରେ ହେଉଛି ଭାରତର ପ୍ରଗତିର ସମ୍ମାନ । ଆଜି ଦୁନିଆ ଯେଉଁ ସମ୍ମାନ ଦେଉଛି । ଆଜି ହେଉଛି ମୋର ସରକାରୀ ଗସ୍ତ, କିନ୍ତୁ ଦଶ ବର୍ଷ ପୂର୍ବେ ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ତ ମୁଖ୍ୟମନ୍ତ୍ରୀ ହିସାବରେ ମୋର ଆଫ୍ରିକାକୁ ଗସ୍ତ ଥିଲା ଆଉ ସେହି ସମୟରେ ମୁଁ ସଲାଲ୍ଲା ହୋଇ କରି ଯାଇଥିଲି । କିଛି ସମୟ ସେଠାରେ ରହିଥିଲି ଆଉ ସେହି ସମୟରେ ଯେଉଁ ଲୋକମାନେ ମୋତେ ସେଠାରେ ଭେଟିଥିଲେ ସେ ସମସ୍ତଙ୍କ ସହିତ ଆଜି ପୁଣି ଥରେ ଦେଖା କରିବାର ସୌଭାଗ୍ୟ ମିଳିଲା । ଏକ ଦୀର୍ଘ ସମୟ ଧରି ଓମାନ ଆସିବାର, ଆପଣମାନଙ୍କ ମଧ୍ୟକୁ ଆସିବାର, ଆପଣଙ୍କ ସହିତ ସାକ୍ଷାତ କରିବାର ମୋ ମନ ହେଉଥିଲା କିନ୍ତୁ ସେହି ସୁଯୋଗ ଆଜି ଆସିଛି ।

ଓମାନ ସରକାରଙ୍କୁ, ଓମାନ ପ୍ରଶାସନଙ୍କୁ ସେହି ବ୍ୟବସ୍ଥାଗୁଡ଼ିକ ପାଇଁ ମୁଁ ଅନ୍ତଃକରଣରୁ ଧନ୍ୟବାଦ ଜଣାଉଛି । ସାଥୀଗଣ, ଭାରତ ଆଉ ଓମାନ  ମଧ୍ୟରେ ସମ୍ପର୍କ ହେଉଛି ଶହ-ଶହ ହଜାର-ହଜାର ବର୍ଷ ପୁରୁଣା । ପାଞ୍ଚ ହଜାର ବର୍ଷ ପୂର୍ବେ ମଧ୍ୟ ଗୁଜରାଟର ଲୋଥଲ ବନ୍ଦରରୁ କାଠର ଜାହାଜ ଓମାନ ପର୍ଯ୍ୟନ୍ତ ଆସୁଥିଲା…ଆଉ ଫେରିବା ସମୟରେ ଏହି ଜାହାଜ ଲୋଥାଲଠାରୁ ମଧ୍ୟ ଆଗକୁ ଦକ୍ଷିଣ ଆଡ଼କୁ ଭାରତର ସମୁଦ୍ର ତଟ ଦେଇ ଶ୍ରୀଲଙ୍କା ପର୍ଯ୍ୟନ୍ତ ଯାଉଥିଲା । ଏହି ହଜାର-ହଜାର ବର୍ଷରେ ବ୍ୟବସ୍ଥା ସବୁ ବଦଳି ଗଲା । ଭାରତରେ ପରାଧୀନତାର ଏକ ଦୀର୍ଘ ସମୟ ଆସିଲା କିନ୍ତୁ ଆମର ଶହ-ଶହ ବର୍ଷର ପୁରୁଣା ବ୍ୟବସାୟିକ ଏବଂ ଆର୍ଥିକ ଓ ସାମାଜିକ ସମ୍ବନ୍ଧଗୁଡ଼ିକୁ ଆହୁରି ଅଧିକ ଦୃଢ଼ କରିବା ପାଇଁ ଅନୁଷ୍ଠାନମାନ ବିକଶିତ ହେଲା । ଭାରତରେ, ଆମର ହିନ୍ଦୁସ୍ଥାନରେ ଯେଉଁ ମଧ୍ୟପ୍ରଦେଶର ଅଂଚଳ ରହିଛି ସେଠାରେ ଯେଉଁ ବୀଣା ବିଶୋଧନାଗାର ରହିଛି ସେହି ବୀଣା ବିଶୋଧନାଗାର ଓମାନ ସହଯୋଗରେ ଚାଲିଛି । ସେଠାରେ ଭାରତୀୟ କମ୍ପାନୀଗୁଡ଼ିକର ଦେଢ଼ ହଜାରରୁ ଅଧିକ ଦ୍ୱୈତ ସହଯୋଗରେ  ଓମାନରେ କାମ କରୁଛନ୍ତି । ଓମାନର ପ୍ରଗତି ଆଉ ବିକାଶରେ ଭାରତ ଏବଂ ଭାରତର ସମସ୍ତ ସୁଯୋଗ୍ୟ ସନ୍ତାନ ଏକ ପ୍ରକାରରେ ହେଉଛନ୍ତି ଆମର ରାଷ୍ଟ୍ରଦୂତ । ଏଠାରେ ଆପଣ ମାନଙ୍କର ସମସ୍ତଙ୍କର ଭାଗିଦାରୀ ରହିଛି । ସରକାରଙ୍କ ତରଫରୁ ତ ଜଣେ ରାଷ୍ଟ୍ରଦୂତ ଥାଆନ୍ତି କିନ୍ତୁ ଦେଶ ତରଫରୁ ଏଠାରେ ଲକ୍ଷ-ଲକ୍ଷ ରାଷ୍ଟ୍ରଦୂତ ଓମାନରେ ବସିଛନ୍ତି । ଆପଣ ଦେଖିଥିବେ କି ବିଗତ ତିନି ବର୍ଷ ଧରି ଆମେ କେଉଁ ପ୍ରକାରର ଏକ ନୀତି ପ୍ରସ୍ତୁତ କରି ଉପସାଗରୀୟ ଦେଶ ମାନଙ୍କ ସହିତ ଭାରତର ପୁରୁଣା ଆଉ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆଜିର ସମୟ ଅନୁସାରେ ଏକ ନୂତନ ପୋଷାକ ପିନ୍ଧାଉ ଅଛୁ । ଏକ ନୂତନ ଶୀର୍ଷକୁ ନେଇ ଯାଉଛୁ । ଅନେକ କାର୍ଯ୍ୟକ୍ରମ ସହିତ ଯୋଡ଼ୁଛୁ । ଆପଣ ଏହା ମଧ୍ୟ ନିରୀକ୍ଷଣ କରିଥିବେ କି ଭାରତର ବଢ଼ୁଥିବା ପ୍ରଗତି ଏବଂ ତା’ସହିତ ଉପସାଗରୀୟ ଦେଶ ମାନଙ୍କର ଭାରତ ଉପରେ ରୁଚି ଦିନକୁ ଦିନ ବଢ଼ି ଚାଲୁଛି । ଏହା ଆପଣ ମାନେ ଅନୁଭବ କରୁଛନ୍ତି କି କରୁ ନାହାଁନ୍ତି । ଚାରି ଆଡ଼େ ଏହାର ଗୁଞ୍ଜରଣ ଶୁଣା ଯାଉଛି । ଶକ୍ତି ହେଉ, ବ୍ୟବସାୟ ହେଉ, ନିବେଶ ହେଉ, ପ୍ରତ୍ୟେକ କ୍ଷେତ୍ରରେ ଉପସାଗରୀୟ ଦେଶ ଏବଂ ଭାରତ ମଧ୍ୟରେ ସମ୍ପର୍କ ନିଜକୁ ନିଜ ମଧ୍ୟରେ ଆହୁରି ମଧ୍ୟ ଅଧିକ ମହତ୍ୱପୂର୍ଣ୍ଣ ହୋଇ ଚାଲିଛି । ସାଧାରଣରେ ଏ କଥା ନିଶ୍ଚୟ ଯେ ଓମାନ ସହିତ ଭାରତର ଐତିହାସିକ ସମ୍ବନ୍ଧରେ ମଧ୍ୟ ଏକ ନୂତନ ଗତି ଆସିଛି, ଏକ ନୂତନ ଗତି ଆସିଛି, ଏକ ନୂତନ ଉର୍ଜ୍ଜା  ଆସିଛି । ଭୌଗୋଳିକ ରୂପରେ ଓମାନ ହେଉଛି ଭାରତର ଉପସାଗରୀୟ କ୍ଷେତ୍ରରେ ସବୁଠାରୁ ଆମର ନିକଟତମ ପଡ଼ୋଶୀ । ଆଉ ଏହା ହେଉଛି ଆମର ସୌଭାଗ୍ୟ କି ରାଜ ପରିବାରର ଭାରତ ସହିତ ବହୁତ ଆତ୍ମୀୟ ଏବଂ ପୁରୁଣା ସମ୍ବନ୍ଧ ରହିଛି । ମହାମହିମ ସୁଲତାନଙ୍କର ମଧ୍ୟ ଭାରତ ସହିତ ଅଭିନ୍ନ ସମ୍ପର୍କ ରହିଛି ।

ଆଜି ଏତେ ବଡ଼ ସଂଖ୍ୟାରେ ଆପଣମାନଙ୍କ ସହିତ ସାକ୍ଷାତ ହେବା ପାଇଁ ମହାମହିମ ସୁଲତାନଙ୍କ ନାମରେ ଷ୍ଟାଡିୟମରେ ମୋର ଉପସ୍ଥିତି ହେଉଛି ଏକ ବିଶେଷ ମହତ୍ୱର ଘଟଣା । ଏହା ମଧ୍ୟ ହେଉଛି ଏହି କଥାର ପ୍ରତୀକ ଯେ ସ୍ୱୟଂ ମହାମହିମ ସୁଲତାନ ଏବଂ ଓମାନ ଭାରତ ଏବଂ ଭାରତୀୟଙ୍କ ସହିତ କେତେ ଆତ୍ମୀୟତା ରଖୁଛନ୍ତି । ଏହି ଅତ୍ୟନ୍ତ ସ୍ୱତନ୍ତ୍ର ଅତିଥ୍ୟତା ପାଇଁ ଆମେ ତାଙ୍କ ନିକଟରେ ବହୁତ-ବହୁତ, ବହୁତ କୃତଜ୍ଞ ।

ଆପଣଙ୍କ ସହିତ କଥାବାର୍ତ୍ତା କରିବା ପରେ ମୁଁ ମହାମହିମଙ୍କ ସହିତ ସାକ୍ଷାତ କରିବାକୁ ଯାଉଛି । ଆଉ ମୁଁ ତାଙ୍କୁ ତାଙ୍କର ସ୍ୱାସ୍ଥ୍ୟ ଆଉ ଦୀର୍ଘ ଆୟୁ ପାଇଁ ଶହେ ପଚିଶ କୋଟି ଦେଶବାସୀଙ୍କ ତରଫରୁ, ମୋ ତରଫରୁ, ଆପଣ ସମସ୍ତଙ୍କ ତରଫରୁ ଶୁଭକାମନା ଦେବି । ଆଉ ମୁଁ ତାଙ୍କୁ କହିବି କି ମୋ ଆସିବାର ଉଦ୍ଦେଶ୍ୟ ହେଉଛି ଆମ ଦୁଇ ଦେଶଙ୍କ ମଧ୍ୟରେ ବନ୍ଧୁତାକୁ ଆହୁରି ମଧ୍ୟ ସୁଦୃଢ଼ କରିବା । ଆପଣ ସମସ୍ତଙ୍କୁ ଓମାନରେ ଆଜି ଘର ଭଳି ପରିବେଶ ମିଳୁଛି । ଆଉ ତାହା ଏମିତି ହିଁ ମିଳି ଯାଉ ନାହିଁ । ଆପଣ ସମସ୍ତଙ୍କୁ ଏଠାରେ ଆଜି ଘର ଭଳି ପରିବେଶ ମିଳୁଛି ତାହା ଏଠାକାର ଲୋକ, ଏଠାକାର ନେତୃତ୍ୱଙ୍କର ସେହି ମୂଲ୍ୟ ଗୁଡ଼ିକର ଚିହ୍ନ ଯାହାକୁ ଆମେ ଭାରତରେ ବିବିଧତା ଏବଂ ସହ ଅସ୍ତିତ୍ୱ ପାଇଁ ବହୁତ ହିଁ ମହତ୍ୱପୂର୍ଣ୍ଣ ବୋଲି ମାନୁ ।

ଓମାନରେ ରହୁଥିବା ମୋର ପାଖାପାଖି 8 ଲକ୍ଷ ଭାଇ ଭଉଣୀ ଏହା ହେଉଛି ଭାରତର ସଦ୍ଦିଚ୍ଛା ବା ଗୁଡ଼ୱିଲ ରାଷ୍ଟ୍ରଦୂତ । ଆପଣ ଓମାନର ବିକାଶ ପାଇଁ ନିଜର ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି, ନିଜର ଝାଳ ବୁହାଇଛନ୍ତି, ନିଜର ଯୁବାବସ୍ଥା ଏଠାରେ ସମର୍ପିତ କରି ଦେଇଛନ୍ତି । ଆଉ ମୁଁ ଖୁସି ଯେ ଓମାନ ସରକାର ମଧ୍ୟ ଆପଣଙ୍କ ଅକ୍ଳାନ୍ତ ପରିଶ୍ରମକୁ ସଂପୂର୍ଣ୍ଣ ସମ୍ମାନ ଦେଉଛନ୍ତି ।

ଭାଇ ଓ ଭଉଣୀମାନେ ଆମ ଭାରତୀୟଙ୍କ ସାମାଜିକ ସଂସ୍କାର ହେଉଛି ଏଭଳି କି ଆମେ ଯେ କୌଣସି ସମାଜରେ ସହଜରେ ସ୍ଥାନ ତିଆରି କରିଦେଉ । ଏହା ହୋଇଥାଏ ନା? ଯେଭଳି ଦୁଗ୍ଧରେ ଚିନି ମିଶାଇ ଦେଲେ ସହଜରେ ମିଶି ଯାଇଥାଏ ନା? ଆଉ ଦୁଗ୍ଧକୁ ମିଠା କରି ଦେଇଥାଏ । ଏହା ହେଉଛି ଆମର ସଂସ୍କାର, ଏହା ହେଉଛି ଆମର ସ୍ୱଭାବ ଆଉ ଏହା ଆମକୁ ପରମ୍ପରା ଅନୁସାରେ ମିଳିଛି । କାରଣ ଆମେ ବସୁଧୈବ କୁଟୁମ୍ବକମ୍ ଅର୍ଥାତ ଯିଏ ପୂରା ବିଶ୍ୱକୁ ଗୋଟିଏ ପରିବାର ଭଳି ଭାବି ଚାଲିବା ଲୋକ । ସମୟ ଏବଂ ସମାଜ ଅନୁକୂଳରେ ନିଜକୁ ଚଳାଇ ନେବା ଆମର ଆଚରଣ, ଆମର ପରମ୍ପରା, ରୀତି-ନୀତି ଏହି ସବୁକୁ ସମ୍ଭାଳି ନେଇ ସମସ୍ତଙ୍କ ଆଦର କରିବା, ସମସ୍ତ ପରମ୍ପରାକୁ ସମ୍ମାନ କରିବା, ସମ୍ମାନ କରିବା, ଏହାତ ହେଉଛି ଭାରତର ବିଶେଷତ୍ୱ ଆଉ ଆପଣ ଏଠାରେ ଭାରତ ଠାରୁ ଦୂରରେ ସେହି ସଂସ୍କାର ଗୁଡିକ ସହିତ ସେହି ସଂସ୍କାର ଭିତରେ ଜୀଇଁ ଏଠାକାର ସାଧାରଣ ଜୀବନର ହୃଦୟକୁ ଜିତିବାର ଅଦ୍ଭୁତପୂର୍ବ କାର୍ଯ୍ୟ କରୁଛନ୍ତି ଆଉ ଏଥି ପାଇଁ ଆପଣ ହେଉଛନ୍ତି ଧନ୍ୟବାଦର ପାତ୍ର ।

ଏହା ହେଉଛି କାରଣ କି ଦୁନିଆର ନକ୍ସା ହୁଏତ ବଦଳି ଯାଇଛି । ବଡ଼-ବଡ଼ ଦେଶ ଶେଷ ହୋଇ ଯାଇଛନ୍ତି କିନ୍ତୁ ଭାରତ ଆଜି ମଧ୍ୟ ସଂପୂର୍ଣ୍ଣ ଦୃଢ଼ତାର ସହିତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ରାସ୍ତ ଯେତେ ମଧ୍ୟ କଠିନ ହେଉ, ପରିସ୍ଥିତି ମଧ୍ୟ କେତେ କଷ୍ଟକର ହେଉ, ଆମେ ହେଉଛୁ ସେହି ଲୋକ ଯେଉଁମାନଙ୍କୁ ସଙ୍କଟରୁ ବାହାରି ଆସିବା ଜଣାଅଛି । ପରିବର୍ତ୍ତନ ପାଇଁ ବଦଳିବା ନିମନ୍ତେ ଆମ ମଧ୍ୟରେ ଯେଉଁ ବ୍ୟଗ୍ରତା ସେହି ପ୍ରତ୍ୟେକ ନିରାଶା ଆମକୁ ଆଶା ଏବଂ ଉତ୍ସାହ ସହିତ ବାହାରକୁ ବାହାରି ଆସିବା ପାଇଁ ଆମମାନଙ୍କ ରକ୍ତରେ ଅଛି, ଏହା ହେଉଛି ଆମର ଦୃଢ଼ ସଂକଳ୍ପ ।

ଭାଇ ଓ ଭଉଣୀମାନେ ଆଜି ପ୍ରତ୍ୟେକ ଭାରତୀୟ ନିଉ ଇଣ୍ଡିଆ, ନିଉ ଇଣ୍ଡିଆର ସଂକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ମନ ପ୍ରାଣ ଦେଇ ଲାଗି ରହିଛନ୍ତି । ଦିନ-ରାତି କାମ କରୁଛନ୍ତି । ଆଉ ଓମାନରେ ବସିଥିବା ଆପଣମାନେ, ହିନ୍ଦୁସ୍ଥାନରେ କୌଣସି ଭଲ ଘଟଣା ଘଟେ ତ ଆପଣମାନଙ୍କ ଖୁସିର କୌଣସି ସୀମା ରହେ ନାହିଁ । ଆଉ ଗୋଟିଏ-ଅଧେ ଖରାପ ଘଟଣା ଘଟେ ତ ଆପଣମାନେ କେତେ ବ୍ୟସ୍ତ ହୋଇ ଯାଆନ୍ତି ଏହା ହେଉଛି ଆମମାନଙ୍କର ବିଶେଷତ୍ୱ-ନିଜରପଣିଆ ।

ଆମେ ଏଭଳି ଏକ ଭାରତ ନିର୍ମାଣ ଆଡ଼କୁ ବଢ଼ୁଛେ ଯେଉଁଠାରେ ଗରିବରୁ ଗରିବ ବ୍ୟକ୍ତିକୁ ମଧ୍ୟ ଆଗକୁ ବଢ଼ିବାର ସମାନ ସୁଯୋଗ ମିଳିବ । ଯେଉଁଠାରେ ଗରିବରୁ ଗରିବ ବ୍ୟକ୍ତି ମଧ୍ୟ ସ୍ୱପ୍ନ ଦେଖିପାରିବେ । ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଆଶା ଜାଗ୍ରତ ହେଉ । ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ପୁରୁଷାର୍ଥ ପାଇଁ ତାଙ୍କୁ ରାସ୍ତା ମିଳୁ । ଆବଶ୍ୟକ ପଡ଼ିଲେ ସେଠାରେ କେହି ଆଙ୍ଗୁଳି ଧରି ଚଲାଇଲା ଭଳି ଲୋକ ମିଳୁ । ଆଉ ଏହି ଭୂମିକାରେ ଶହେ ପଚିଶ କୋଟି ଦେଶବାସୀଙ୍କୁ ସାଙ୍ଗରେ ନେଇ ଆଜି ଦେଶ ପ୍ରଗତିର ପଥରେ ପୂର୍ବ ଅପେକ୍ଷା କେତେ ଅଧିକ ଗୁଣ ଶକ୍ତିର ସହିତ, ଗତିଶୀଳ ହୋଇ ନିଉ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବା ପାଇଁ ଆଗକୁ ବଢ଼ୁଛି ।

ସର୍ବନିମ୍ନ ସରକାରସର୍ବାଧିକ ପ୍ରଶାସନ – ଏହି ମନ୍ତ୍ର ସହିତ ଆମେ ଦେଶର ସାଧାରଣ ନାଗରିକଙ୍କ ଜୀବନକୁ ସହଜ କରିବା ପାଇଁ ସହଜରେ ସହାବସ୍ଥାନ କରିବା ପାଇଁ ଅନେକ କାର୍ଯ୍ୟ କରୁଛୁ । ପ୍ରକ୍ରିୟାଗୁଡ଼ିକୁ ସରଳ କରାଇବା, ଅନାବଶ୍ୟକ ଓ ଅପ୍ରାସଙ୍ଗିକ ଆଇନକୁ ଶେଷ କରିବା, ସରକାରୀ ଅଫିସରେ 40-50 ପୃଷ୍ଠାର ଫର୍ମକୁ 4-5 ପୃଷ୍ଠାର ଫର୍ମ କରି ଆଣିବା, ସେଗୁଡ଼ିକୁ ଅନ-ଲାଇନ ପୂରଣ କରିବାର ବ୍ୟବସ୍ଥା ସୃଷ୍ଟି କରିବା, ଲୋକଙ୍କ ଅଭିଯୋଗଗୁଡ଼ିକୁ ଗମ୍ଭୀରତା ସହିତ ଶୁଣିବା, ସେଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏହି ସମସ୍ତ କାର୍ଯ୍ୟକୁ ଆମେ ସରକାରଙ୍କ ସଂସ୍କୃତିରେ ସାମିଲ କରିବା ପାଇଁ ପୂର୍ଣ୍ଣ ମାତ୍ରାରେ ପ୍ରୟାସ କରିଛୁ ।

ସେହି ସରକାର ଅଛନ୍ତି, ସେହି ଅମଲାତନ୍ତ୍ର ଅଛି, ସେହି ସାଧନ ଅଛି, ସେହି ସଂସାଧନ ଅଛି, ସେହି ଫାଇଲ୍ ଅଛି, ସେହି ବାବୁ ଅଛନ୍ତି, ସବୁ କିଛି ସେହି କିନ୍ତୁ ପରିଣାମ ଆଉ କିଛି ଆସୁଛି । ପରିବର୍ତ୍ତନ ଅନୁଭବ ହେବାକୁ ଲାଗିଛି । ପରିବର୍ତ୍ତିତ ଭାରତରେ ଆଜି ଗରିବରୁ ଗରିବ ମଧ୍ୟ ତାକୁ ବ୍ୟାଙ୍କରୁ ହେୟ ମନେ କରି ଘଉଡ଼ାଇ ଦିଆ ଯାଉ ନାହିଁ । ପରିବର୍ତ୍ତିତ ଭାରତରେ ଏବେ ସରକାର ଘରକୁ ଯାଇ କରି, ସାମ୍ନାରୁ ଯାଇ, ଗରିବ ବିଧବାଙ୍କ ଘର ପର୍ଯ୍ୟନ୍ତ ଯାଇ ସେମାନଙ୍କୁ ଗ୍ୟାସ ସଂଯୋଗ ଦେଉଛନ୍ତି । ଯାହାଙ୍କ ଘରେ ଆଜି ମଧ୍ୟ ଅନ୍ଧକାର ରହିଛି । ସେହି ଘରଗୁଡ଼ିକୁ ଖୋଜି ମାଗଣାରେ ବିଜୁଳି ସଂଯୋଗ ଦେବାର ଅଭିଯାନ ଆଜି ସରକାର ଚଲାଉଛନ୍ତି ।

ଆଜି ଦେଶରେ…ଆଉ ଆପଣ ଓମାନରେ ରହୁଥିବା ଲୋକଙ୍କୁ ଟିକେ, ମୋଦୀ ମହାଶୟ ଏହା କିପରି ହେବ । ଆପଣ ବିଶ୍ୱାସ କରିବେ ନାହିଁ । ବୀମା ଶବ୍ଦ ଶୁଣିବା ମାତ୍ରେ ହିଁ ଲାଗୁଥିଲା ଏହା ତ ହେଉଛି ଧନୀ ଲୋକଙ୍କର କାମ ଏହା ତ ବଡ଼ ବଡ଼ ଲୋକଙ୍କ ସହିତ ଯୋଡ଼ି ହୋଇଥିବା ବିଷୟ । ଆଜି ଦିଲ୍ଲୀରେ ଏଭଳି ସରକାରଙ୍କୁ ଆପଣ କାମ କରିବାର ସୁଯୋଗ ଦେଇଛନ୍ତି ଯେ ଗରିବଙ୍କୁ ପ୍ରତିଦିନ କେବଳ 90  ପଇସା ଆଉ ଅନ୍ୟ ଏକ ଯୋଜନା ହେଉଛି କି ମାସିକ 1 ଟଙ୍କା ପ୍ରିମିୟମ ଦେଇ ଜୀବନ ଏବଂ ସୁରକ୍ଷା ବୀମା ଦିଆଯାଉଛି । 90 ପଇସା, ମୁଁ ହେଉଛି ଚା’ବାଲା । ସେଥିପାଇଁ ମୋତେ ଜଣା ଅଛି କି 90ପଇସାରେ ଚା’ ମଧ୍ୟ ମିଳେ ନାହିଁ । ଏହି ବୀମା ଯୋଜନା ମାଧ୍ୟମରେ ଯେଉଁ ପରିବାର ମାନଙ୍କର ବୀମା ଥିଲା ଆଉ ତାଙ୍କ ପରିବାରରେ କୌଣସି ବିପତ୍ତି ଆସିଛି ତ ଆପଣଙ୍କୁ ଏହା ଜାଣି କରି ସନ୍ତୋଷ ହେବ ଯେ ଗରିବଙ୍କ ପ୍ରତି ଯେତେବେଳେ ସରକାର ସମ୍ବେଦନଶୀଳ ରହିଥାନ୍ତି ଆଉ ଯୋଜନା ଏଭଳି ପ୍ରସ୍ତୁତ ହୋଇଥାଏ ତ ତାହାର ପରିଣାମ କ’ଣ ହୋଇଥାଏ ନା ଗରିବଙ୍କ ପରିବାରରେ କୌଣସି ସଙ୍କଟ ଆସିଲା, କୌଣସି ଅସୁବିଧା ପଡ଼ିଲା ତ ବୀମା ବାଲା ଥିଲେ । ଏଭଳି ପରିବାରଙ୍କୁ ଅଧିକ ସମୟ ହୋଇ ନାହିଁ । କଷ୍ଟରେ ଗୋଟିଏ ବର୍ଷ ହୋଇଛି । ପାଖାପାଖି ଦୁଇ ହଜାର କୋଟି ଟଙ୍କା ତାହାର ଦାବି ରାଶି ଏଭଳି ଗରିବ ପରିବାରଙ୍କୁ ଦିଆ ଯାଇ ସାରିଛି । ଆପଣ ମାନଙ୍କ ମଧ୍ୟରୁ କିଛିଲୋକଙ୍କୁ ଏହି ଅନୁଭବ ରହିଥିବ । ଆପଣଙ୍କ ପରିବାର ବନ୍ଧୁବାନ୍ଧବ ଆସିଥିବ ତ ଜଣା ପଡ଼ିଥିବ ।

ସାଥୀଗଣ, ଆପଣମାନଙ୍କୁ ନୂଆ ପାସପୋର୍ଟ ତିଆରି କରିବା ପାଇଁ, ପାସପୋର୍ଟ ନବୀକରଣ କରିବା ପାଇଁ ଦିଗହରା ହୋଇ ବୁଲିବାକୁ ପଡ଼ୁ ନାହିଁ । ଆମେ ଡାକଘରେ ମଧ୍ୟ ପାସପୋର୍ଟର ବ୍ୟବସ୍ଥାକୁ ବିସ୍ତୃତ କରିଛୁ ଫଳରେ ସାଧାରଣ ନାଗରିକଙ୍କୁ, ଯେଉଁ ପାସପୋର୍ଟ ଆଗରୁ ସପ୍ତାହେ, 15 ଦିନ ପରେ ମିଳିବ କି ନ ମିଳିବ ସେହି ଆଶଙ୍କା ଥିଲା ଆଜି ଦକ୍ଷତା କାରଣରୁ ବିକେନ୍ଦ୍ରୀକରଣ ବ୍ୟବସ୍ଥା କାରଣରୁ ଡାକଘରେ ସେହି କାମକୁ ଯୋଡ଼ିବା କାରଣରୁ ଗୋଟିଏ କିମ୍ବା ଦୁଇ ଦିନରେ ଆଜି ପାସପୋର୍ଟ ଆସି ଯାଉଛି ।

ଆମ ଦେଶରେ କେହି ଉଦ୍ୟୋଗ କରିବାକୁ ଚାହୁଁଛି । ନୂତନ କମ୍ପାନୀ ତିଆରି କରିବାକୁ ଚାହୁଁଛି । ପୁଞ୍ଜି ଲଗାଇବାକୁ ଚାହୁଁଛି ତ ଗୋଟିଏ ସମୟ ଥିଲା ଯେତେବେଳେ ନୂତନ କମ୍ପାନୀକୁ ପଞ୍ଜିକରଣ କରାଇବାରେ ଆଗରୁ କେତେ-କେତେ ଦିନ ଲାଗି ଯାଉଥିଲା । ମୁଁ ସନ୍ତୋଷ ବ୍ୟକ୍ତ କରି କହୁଛି କି ଆଜି ସେହି କାମ କେବଳ ଏବଂ କେବଳ ମାତ୍ର 24 ଘଣ୍ଟାରେ ହୋଇ ଯାଉଛି । ଆପଣ ଆଗରୁ ଶୁଣିଥିବେ କି ସରକାର ଗୁଡ଼ିକ ଘୋଷଣା କରି ଚାଲୁଥିଲେ କି ଆମେ ଏହି ଆଇନ ତିଆରି କଲୁ, ଆମେ ସେହି ଆଇନ ତିଆରି କଲୁ, ଆମେ ଅମୁକ ଆଇନ ତିଆରି କଲୁ, ଆମେ ସମୁକ କଲୁ । ଏହା ଶୁଣିଥିଲେ ନା ଆପଣମାନେ, ଏହା ଶୁଣିଥିଲେ । ମୁଁ ତା’ଠାରୁ ଓଲଟା କିଛି ଖବର ଦେବାକୁ ଚାହୁଁଛି । ଯେଉଁଠାରେ ଆବଶ୍ୟକତା ରହିଛି ସେଠାରେ ଆଇନ ତିଆରି କରିବାକୁ ପଡ଼ିଥାଏ ତିଆର କରୁ ମଧ୍ୟ । କିନ୍ତୁ ଆମ ସରକାର ପ୍ରତିଷ୍ଠା ହେବା ପରେ ଆମେ ଏ ପର୍ଯ୍ୟନ୍ତ ପାଖାପାଖି 1400-1500 ଭଳି ଆଇନ, ଯାହାର ଏବେ ଆବଶ୍ୟକତା ନାହିଁ ସେ ସମସ୍ତ ଆଇନ ସମାପ୍ତ କରି ଦେବାର କାମ ଆମେ କରି ଦେଲୁ । 1400-1500 ଆଇନ ସମାପ୍ତ କରି ଦେବା ଅର୍ଥାତ ଗୋଟିଏ ପ୍ରକାରରେ ମୋ କାର୍ଯ୍ୟକାଳରେ ପ୍ରତି ଦିନ ଗୋଟିଏ ଆଇନ ଶେଷ ହୋଇଛି । ସାଧାରଣ ନାଗରିକଙ୍କ ଉପରେ ଏହି ଆଇନର ଜମାଟ ଏକ ବୋଝ ହୋଇଯାଏ । ତାହାକୁ ମୁକ୍ତିର ଶ୍ୱାସ ମିଳୁ ଏଥିପାଇଁ ପରିବର୍ତ୍ତନ ଆଣିବା ଦିଗରେ, ପୁରୁଣା ବୋଝରୁ ମୁକ୍ତି ପାଇଁ ଏହି ଆଇନଗୁଡ଼ିକୁ ଆମେ ପରିବର୍ତ୍ତନ କରିଦେବା ।

ଆପଣ ଏଥରର ବଜେଟକୁ ମଧ୍ୟ ଯଦି ଧ୍ୟାନର ସହିତ ଦେଖିଥିବେ ତ, ଏହି ବଜେଟରେ ଏଭଳିର ଘୋଷଣା କରିଛନ୍ତି ଯେଉଁ ଯୋଜନା ସମଗ୍ର ଦୁନିଆର ଦୃଷ୍ଟି ଆକର୍ଷଣ କରିଛି । ଆପଣଙ୍କର ମଧ୍ୟ ଧ୍ୟାନରେ ଆସିଥିବ, ହୋଇପାରେ ମୁଁ ଯେଉଁ ନାମ କହିବି ତାହା ହୁଏତ ଆପଣ ଶୁଣି ନଥିବେ କିଛି ଅଲଗା ନାମ ଶୁଣିଥିବେ । ଏବେ ଆମେ ଯାହାକୁ ବଜେଟ ମଧ୍ୟରେ ଆଣିଛୁ । ଆୟୁଷ୍ମାନ ଭାରତ ଯୋଜନା । ଏହି ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଆମେ ଦେଶର ଦଶ କୋଟି ଗରିବ ପରିବାର ଅର୍ଥାତ ପ୍ରାୟ ପାଖାପାଖି 40-50 କୋଟି ନାଗରିକ, ହିନ୍ଦୁସ୍ଥାନର 40-50 କୋଟି ନାଗରିକ, ଏହି ଲୋକମାନଙ୍କ ପାଇଁ, ସ୍ୱାସ୍ଥ୍ୟ ବୀମା, ଏହା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଘୋଷିତ କରିଛୁ । ଆଉ ଏହି ଯୋଜନା ହେଉଛି ଏଭଳି ଅର୍ଥାତ 40-50 କୋଟି ନାଗରିକଙ୍କୁ ଯାହାଦ୍ୱାରା ଲାଭ ହେବ । ଗୋଟିଏ ପରିବାର, ଗୋଟିଏ ବର୍ଷରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ପାଇବେ, ସେମାନଙ୍କର ରୋଗର 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଏହି ବୀମା ବ୍ୟବସ୍ଥା ମାଧ୍ୟମରେ ସରକାର ଭରଣା କରିବେ ।

ଏବେ ଆୟୁଷ୍ମାନ ଭାରତ କହିବା ତ ବୋଧହୁଏ ଆପଣମାନଙ୍କୁ ଲାଗିବ କି ଏହା ତ ବନ୍ଧୁ ଶୁଣି ନାହୁଁ କିନ୍ତୁ ବିଗତ ଦିନରେ ଆପଣମାନେ ଦେଖିଥିବେ । ହିନ୍ଦୁସ୍ଥାନର ସମ୍ବାଦପତ୍ର ଗୁଡ଼ିକ ତାକୁ ନୂତନ ନାମ ଦେଇଛନ୍ତି । ବାଃ.. କିଏ ଶୁଣିଛନ୍ତି । ହିନ୍ଦୁସ୍ଥାନର ସମ୍ବାଦପତ୍ର ଗୁଡ଼ିକ ତାକୁ ମୋଦୀ କେୟାର ଭାବେ ଆଉ ଆମକୁ ବିରୋଧ କରୁଥିବା ଲୋକ ମଧ୍ୟ ଏହି ଯୋଜନାକୁ ବିରୋଧ କରୁ ନାହାଁନ୍ତି । ସେମାନେ ଏହା କହୁଛନ୍ତି କି ଭାଇ ଯୋଜନା ତ ବହୁତ ଭଲ ହେଲେ ତାକୁ କରିବ କିପରି?

ଭାଇ ଓ ଭଉଣୀମାନେ ହିନ୍ଦୁସ୍ଥାନ ହେଉଛି ଏଭଳି ଦେଶ କି ଯଦି ଥରେ ଯାହା କରିବାକୁ ସ୍ଥିର କରି ନିଏ, ପୁଣି ତାହା ହାସଲ କରି ରହିଥାଏ । ସହଜରେ ସହାବସ୍ଥାନ ପାଇଁ ଏଭଳି ଅନେକ ଯୋଜନା ଭାରତର ଶହେ ପଚିଶ କୋଟି ଲୋକଙ୍କର ଜୀବନକୁ ସହଜ କରି ଦେଉଛି ।

ଭାଇ ଓ ଭଉଣୀମାନେ ସରକାର ଆସିଥାଆନ୍ତି, ଚାଲି ଯାଆନ୍ତି, ଲୋକ ଆସନ୍ତି, ଚାଲି ଯାଆନ୍ତି, କିନ୍ତୁ ଏହା ହେଉଛି ମହତ୍ୱପୂର୍ଣ୍ଣ କି ସରକାର କେଉଁ ମାନର ଉତ୍ତମ ପ୍ରଶାସନ ଦେଇ ଥାଆନ୍ତି । ପ୍ରଶାସନିକ ଶୈଳୀ ପ୍ରଥମରୁ ମଧ୍ୟ ଥିଲା ଯେଉଁଥିରେ 30-30, 40-40 ବର୍ଷ ପର୍ଯ୍ୟନ୍ତ ଯୋଜନାଗୁଡ଼ିକ ସଂପୂର୍ଣ୍ଣ ହେଉ ନଥିଲା । ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି । ସେଠାରେ ଏକ ସର୍ଦ୍ଦାର ସରୋବର ବନ୍ଧ(Dam), ନର୍ମଦା ଯୋଜନା ପଣ୍ଡିତ ନେହେରୁ ମହାଶୟ ଶିଳାନ୍ୟାସ କରିଥିଲେ । ଆଉ ଏବେ ଏବେ ଗତ ବର୍ଷ ସେହି କାର୍ଯ୍ୟ ଶେଷ ହେଲା । କେବେ-ବେବେ ତ ଏପରି ଦେଖିବାକୁ ମିଳୁଥିଲା Dam ତିଆରି ହୋଇ ଯାଉଥିଲା କିନ୍ତୁ କେନାଲର ଠିକ୍ ଠିକଣା ନ ଥିଲା । ପୋଲ ତିଆରି ହୋଇ ଯାଉଥିଲା କିନ୍ତୁ ସଂଯୋଗକାରୀ ରାସ୍ତା ତିଆରି ହୋଇ ପାରୁ ନ ଥିଲା । ଖୁଂଟ ପୋତି ଦିଆଯାଉ ଥିଲା କିନ୍ତୁ ତା ଉପରେ କେବେ ତାର  ଲାଗୁ ନ ଥିଲା ଆଉ ଯଦି ତାର ମଧ୍ୟ ଲାଗି ଯାଇଥିଲା ଲୋକ ଲୁଗା ଶୁଖାଉ ଥିଲେ । ବିଜୁଳି ଆସୁ ନ ଥିଲା । ନୂଆ-ନୂଆ ଟ୍ରେନର ଘୋଷଣା ହୋଇ ଯାଉଥିଲା କିନ୍ତୁ ନା, ତ କେହି ରେଳ ଧାରଣା ବିଷୟରେ ଭାବୁଥିଲେ, ନା ଟ୍ରେନ ବିଷୟରେ ଚିନ୍ତା କରୁଥିଲେ । ଆଜ୍ଞା କାଗଜ ପତ୍ରରେ ମଧ୍ୟ କେବେ ରେଳ ଧାରଣା ବିଷୟରେ ଚିତ୍ର କରାଯାଉ ନ ଥିଲା । କୁ-ଶାସନ ଶୈଳୀରେ ଦେଶ ଏକବିଂଶ ଶତାବ୍ଦୀରେ ଆଗକୁ ବଢ଼ି ପରିବ ନାହିଁ ତାକୁ ବଦଳାଇବାକୁ ପଡିଥାଏ । ଆଉ ବଦଳାଇବା ଅନିବାର୍ଯ୍ୟ ହୋଇଥାଏ । ଆଉ ଉପରୁ ଘୋଟାଲାର ଲମ୍ବା ତାଲିକାରୁ ଦେଶ ଆଉ ସାରା ଦୁନିଆର ଦେଶର ବିଭିନ୍ନ ଶାଖାକୁ ମଧ୍ୟ କ୍ଷତି ପହଂଚି ଥାଏ । ଏହି ସ୍ଥିତିରୁ ଆମେ ଦେଶକୁ ବାହାର କରି ଆଣିଛୁ ।

ଆଜି ଚାରି ବର୍ଷ ହେବାକୁ ଯାଉଛି କେହି ଏହା କହୁ ନାହାନ୍ତି କି ମୋଦୀ କେତେ ନେଇ ନେଇ ଗଲେ । ଆଉ ମୋ ଦେଶର ପ୍ରିୟ ଭାଇ ଓ ଭଉଣୀମାନେ ଆଜି ମୁଁ ମୁଣ୍ଡ ନୁଆଁଇ ନମ୍ରତାର ସହିତ ବଡ଼ ସନ୍ତୋଷର ସହିତ କହୁଛି କି ଦେଶ ମୋତେ ଯେଉଁ ଆଶା ଏବଂ ଆକାଂକ୍ଷାର ସହିତ ବସାଇଛି, ତା ଉପରେ ମୁଁ କେବେ ଦାଗ ଲଗାଇବାକୁ ଦେବି ନାହିଁ । ଆଜି କିନ୍ତୁ ଓଲଟା ହେଉଛି । ଯେଉଁଠାକୁ ଯାଉଛି, ଯାହା ପାଖକୁ ମଧ୍ୟ ଯାଉଛି, ଏପରିକି ଆମ ବିରୋଧୀ ମଧ୍ୟ ମୋ ଉପରେ ଅଭିଯୋଗ ଲଗାଉ ନାହାନ୍ତି, କିନ୍ତୁ କ’ଣ କହୁଛନ୍ତି । ମୋଦୀ ମହାଶୟ ଟିକେ କୁହନ୍ତୁ କେତେ ଆସିଲା । ପ୍ରଥମେ ଲୋକ ପଚାରୁଥିଲେ କେତେ ଗଲା ଏବେ ମୋଦୀଙ୍କୁ ପଚାରୁଛନ୍ତି କେତେ ଆସିଲା । ମୁଁ ବୁଝିପାରୁଛି ଦେଶ ମଧ୍ୟରେ ଯେଉଁ ବିଶ୍ୱାସ ସୃଷ୍ଟି ହୋଇଛି । ସେହି ବିଶ୍ୱାସ ଦେଶରେ ନୂତନ ଆଶାକୁ ଜନ୍ମ ଦେଇଛି । ଆଉ ସେହି ନୂଆ ଆଶା ହିଁ ନୂତନ ଭାରତ ନିର୍ମାଣର ସଂକଳ୍ପକୁ ଏକ ନୂତନ ସମ୍ବଳ ଦେଉଛି ।

ଆଜି ନାଗରିକ ଅନୁକୂଳ, ବିକାଶ ଅନୁକୂଳ, ଉତ୍ତରଦାୟୀ ପ୍ରଶାସନ ଉପରେ ଦୃଷ୍ଟି ଦେଇ ଆମେ ଦେଶକୁ ଆଗକୁ ବଢାଇ ନେବାର କାର୍ଯ୍ୟ କରୁଛୁ । ଆଉ ତାହାର ପରିଣାମ ଆଜି ମୁଁ ଯେପରି ପ୍ରଥମରୁ କହିଲି, ଅନୁଭବ ହେଉଛି ।

ଆଜି ଦେଶରେ ସଡ଼କ ନିର୍ମାଣର ଗତି, ରେଳ ଧାରଣା ବିଛାଇବାର ଗତି, ରେଳ ଲାଇନ୍ ବିଦ୍ୟୁତ କରଣର ଗତି, ନୂତନ ବିମାନବନ୍ଦର ନିର୍ମାଣର ଗତି, ସରକାରଙ୍କ ଦ୍ୱାରା ଗରିବମାନଙ୍କ ପାଇଁ ଘର ତିଆରି କରିବାର ଗତି, ବ୍ୟାଙ୍କରେ ଖାତା ଖୋଲିବାର ଗତି, ଗ୍ୟାସ ସଂଯୋଗ ଦେବାର ଗତି ସବୁକିଛି ପୂର୍ବ ତୁଳନାରେ ଅନେକ କାମ ଦୁଇଗୁଣ ଅଧିକ, ତିନି ଗୁଣ ଅଧିକ ଗତିରେ ଆଗକୁ ବଢ଼ୁଛି ।

ଆପଣ ଆଶ୍ଚର୍ଯ୍ୟ ହେବେ, ଆମ ଦେଶରେ ଆମେ ଏକବିଂଶ ଶତାବ୍ଦୀ ପୂର୍ବରୁ ଦୁଇ ଦଶକ ଏବେ ପୂର୍ଣ୍ଣ କରିଛୁ । କେତେ ସରକାର ଆସିଲେ, ଗଲେ, ଦୁନିଆ ବଦଳି ଯାଇଛି କିନ୍ତୁ ଭାରତର ନିଜର ବିମାନ ଚଳାଚଳ ନୀତି ନଥିଲା, ବିମାନ ଚଳାଚଳ ନୀତି ନଥିଲା । ଆମେ ଆସିବା ପରେ ବିମାନ ଚଳାଚଳ ନୀତି ପ୍ରସ୍ତୁତ କଲୁ । ଆଉ ଦେଶର ଯେଉଁ ଛୋଟ-ଛୋଟ ସହର ଅଛି, ଜିଲ୍ଲା ମୁଖ୍ୟାଳୟ ଅଛି, ଯେପରିକି ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ସହର ସେଠାରେ ପୁରୁଣା ଏୟାର ଷ୍ଟ୍ରିପ୍ ପଡ଼ିଥିଲା । ସେଗୁଡ଼ିକୁ ଜୀବନ୍ତ କରିଲୁ, ସେମାନଙ୍କୁ କାର୍ଯ୍ୟକ୍ଷମ କରାଇଲୁ । ନୂଆ-ନୂଆ ବିମାନ ବନ୍ଦର ନିର୍ମାଣ କରିବା ଦିଗରେ ଅଭିଯାନ ଚଲାଇଲୁ । ଆଉ ମୋର ପ୍ରିୟ ସାଥୀଗଣ, ଆପଣ ମାନେ ଜାଣି ଖୁସି ହେବେ ଆଜି ଆମ ଦେଶରେ ପାଖାପାଖି ସାଢ଼େ ଚାରି ଶହ ଉଡ଼ାଜାହାଜ- ଘରୋଇ ହେଉ, କର୍ପୋରେଟ ହେଉ କିମ୍ବା ସରକାରୀ ହେଉ । ସାଢ଼େ ଚାରି ଶହ ଉଡ଼ାଜାହାଜ ଏବେ କାର୍ଯ୍ୟକ୍ଷମ ଅଛି । ଏହି ଗୋଟିଏ ବର୍ଷରେ ଅର୍ଥାତ 70 ବର୍ଷର କାର୍ଯ୍ୟକାଳରେ ଆମେ ପହଂଚିଛେ, ପାଖାପାଖି ସାଢ଼େ ଚାରି ଶହ ଉଡ଼ାଜାହାଜ, ସାରା ଦେଶରେ କାର୍ଯ୍ୟକ୍ଷମ ଅଛି । ଏହି ଏକ ବର୍ଷ ଆମ ଦେଶରେ ଭିନ୍ନ-ଭିନ୍ନ କମ୍ପାନୀ ଘରୋଇ କମ୍ପାନୀଗୁଡ଼ିକ, ବ୍ୟକ୍ତଗତ ଭାବେ ପ୍ରାୟ ନଅ ଶହ ଉଡ଼ାଜାହାଜ କିଣିବା ପାଇଁ ବରାଦ ଦେଇଛନ୍ତି । 70 ବର୍ଷର ଯାତ୍ରାରେ ସାଢ଼େ ଚାରି ଶହ ଆଉ ଗୋଟିଏ ବର୍ଷରେ ପାଖାପାଖି ନଅ ଶହ ଉଡ଼ାଜାହାଜର ବରାଦ ବୁକିଂ ହୋଇ ଯାଇଛି । କାହିଁକି? କାରଣ ଆମର ନୀତିରେ ଆମେ କହିଛୁ କି ହୱାଇ ଚପଲ ପିନ୍ଧୁଥିବା ଲୋକ ମଧ୍ୟ ଉଡ଼ାଜାହାଜରେ ଯାତ୍ରା କରୁ । ଏହା ଆମେ ଚାହୁଁଛୁ ।

ସାଥୀଗଣ, ଯଦି ସଂପୂର୍ଣ୍ଣ ଭାବେ ତୃଣମୂଳ ସ୍ତରକୁ ଯାଇ ଜିନିଷଗୁଡ଼ିକୁ ଠିକ କରାଯାଇ ନଥାଆନ୍ତା ତ ଏ ଯେଉଁ ପ୍ରଗତି ଆପଣ ଦେଖୁଛନ୍ତି, ଏ ଯେଉଁ ଗତି ଆପଣ ଦେଖୁଛନ୍ତି, ତାହା କେବେ ସମ୍ଭବ ନ ଥିଲା । ବଡ଼ ଏବଂ ସ୍ଥାୟୀ ପରିବର୍ତ୍ତନ ଏପରି ଆସି ନଥାଏ । ସେଥିପାଇଁ ସମଗ୍ର ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ପଡ଼ିଥାଏ ଆଉ ଯେତେବେଳେ ଏହି ପରିବର୍ତ୍ତନ ହୋଇଥାଏ ସେତେବେଳେ ଦେଶ ଖାଲି ତିନି ବର୍ଷ ଭିତରେ ସହଜରେ ବ୍ୟବସାୟ କରିବା ନେଇ ବିଶ୍ୱ ବ୍ୟାଙ୍କର ମାନ୍ୟତା ଏକା ଥରକେ 42 ତମ ସ୍ଥାନକୁ ଡେଇଁ 142ରୁ ଉଠି 100ରେ ଆଜି ପହଂଚି ଯାଇଛି ଆଉ ସମଗ୍ର ଦୁନିଆ ଆଶ୍ଚର୍ଯ୍ୟ ହୋଇ ଯାଇଛି ।

ଭାଇ ଓ ଭଉଣୀମାନେ, ଦେଶରେ ଏବେ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଗାମୀ ପିଢ଼ୀର ଭିତିଭୂମି ନିର୍ମାଣ କରାଯାଉଛି । ବିଶେଷ କରି ପରିବହନ କ୍ଷେତ୍ରକୁ ଆମେ ଏଭଳି ଭାବେ ପ୍ରସ୍ତୁତ କରୁଛୁ କି ତାହା ଗୋଟିଏ ଅନ୍ୟଟିକୁ ସହାୟତା କରିବା ଭଳି ହେବ । ରାଜପଥ, ବିମାନ ପଥ, ରେଳପଥ, ଜଳପଥ, ସମସ୍ତଙ୍କୁ ଗୋଟିଏ ଅନ୍ୟଟିର ଆବଶ୍ୟକତା ଅନୁସାରେ ସମନ୍ୱିତ କରାଯାଉଛି ।

ସରକାର ଭାରତମାଳା ପ୍ରକଳ୍ପ ଅଧୀନରେ 53 ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରିବାର କାମ ଆରମ୍ଭ କରି ଦେଇଛନ୍ତି । 53 ହଜାର କିଲୋମିଟର ଦେଶର ଭିନ୍ନ-ଭିନ୍ନ ଅଂଚଳରେ ରେଳବାଇ କରିଡରରେ କାମ ଚାଲୁ ରହିଛି । 11ଟି ବଡ଼ ସହରରେ ମେଟ୍ରୋର ମଧ୍ୟ ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଛି ।

ଏହି ବଜେଟରେ ବେଙ୍ଗାଲୁରୁରେ ମଧ୍ୟ ଆମେ ସେଥିପାଇଁ ଏକ ବହୁତ ବଡ଼ ବଜେଟର ବ୍ୟବସ୍ଥା କରିଛୁ । ଏହି ଭଳି ଭାବରେ ଦେଶର ଉପକୂଳ ଅର୍ଥବ୍ୟବସ୍ଥା  ଆଉ ତା’ସହିତ ଜଡ଼ିତ, ଆମର ସମୁଦ୍ର କୂଳ ସହିତ ଜଡ଼ିତ ଅନେକ ଭିତ୍ତିଭୂମିର ବିକାଶ କରିବା ପାଇଁ ଆମେ ସାଗରମାଳା ନାମରେ ମଧ୍ୟ ଏକ କାର୍ଯ୍ୟକ୍ରମ ଚଲାଉଛୁ ।

ଆମର ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କ ପାଇଁ ନୀଳ ବିପ୍ଳବ ଯୋଜନା ଆରମ୍ଭ କରିଛୁ ଆଉ ସେମାନଙ୍କୁ ଆଧୁନିକ ଟ୍ରଲର କିଣିବା ପାଇଁ ଭାରତ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଦିଆଯାଉଛି । ସରକାର ଦେଶରେ 110 ରୁ ଅଧିକ ଜଳପଥର ମଧ୍ୟ ବିକାଶ କରୁଛନ୍ତି । ଆମ ଦେଶରେ ଏହାକୁ ଉପେକ୍ଷା କରାଯାଇଥିଲା । ପରିବହନ ପାଇଁ ନଦୀଗୁଡ଼ିକର ଉପଯୋଗ କରାଯାଇ ପାରିବ । 110 ଏପରି ରାସ୍ତାକୁ ଆମେ ଚିହ୍ନଟ କରିଛୁ ଯାହା ପର୍ଯ୍ୟାବରଣକୁ ମଧ୍ୟ ରକ୍ଷା କରିବ । ପରିବହନ ଖର୍ଚ୍ଚ ହ୍ରାସ ଘଟାଇବ । ଏଥିପାଇଁ ଉପଭୋକ୍ତା ମାନଙ୍କୁ ଶସ୍ତା ଦରରେ ଜିନିଷ ମିଳିବ ।

ଭାଇ ଓ ଭଉଣୀମାନେ ଆପଣମାନଙ୍କ ମଧ୍ୟରୁ ଯେଉଁ ଲୋକ 2022-23 ରେ ଭାରତ ଆସିବେ, ସେମାନଙ୍କୁ ଦେଶରେ ଆଉ ଏକ ଚିତାକର୍ଷକ ପ୍ରଗତି ଦେଖିବାକୁ ମିଳିବ । ଆଉ ତାହା ହେଲା ବୁଲେଟ୍ ଟ୍ରେନ ।

ମୁମ୍ବାଇ ଆଉ ଅହମ୍ମଦାବାଦ ମଧ୍ୟରେ ବୁଲେଟ୍ ଟ୍ରେନର କାର୍ଯ୍ୟ ଗତ ବର୍ଷ ଆରମ୍ଭ କରାଯାଇଛି । ଦୁଇ-ଦୁଇ ଘଣ୍ଟା, ଦୁଇ ଘଣ୍ଟା ପନ୍ଦର ମିନିଟ ମଧ୍ୟରେ ଆପଣ ମାନଙ୍କୁ ଏହି ବୁଲେଟ୍ ଟ୍ରେନ ମୁମ୍ବାଇରୁ ଅହମ୍ମଦାବାଦରେ ପହଂଚାଇଦେବ । ବୁଲେଟ୍ ଟ୍ରେନ ଯୋଗୁଁ ଭାରତର ବର୍ତ୍ତମାନ  ବ୍ୟବସ୍ଥାରେ କେବଳ ଏକ ବୃଦ୍ଧିଶୀଳ ବିକାଶ ହେବ ନାହିଁ ବରଂ ଦେଶକୁ ଏକ ଆଧୁନିକ ଟେକ୍ନୋଲଜି ଆଉ ନୂତନ ସେବା ପହଂଚାଇବାର ସେବା ପ୍ରାପ୍ତ ହେବାକୁ ଯାଉଛି ।

ସାଥୀଗଣ, ଏବେ ଭାରତରେ ନିଷ୍ପତ୍ତିକୁ ଆଡେଇ ଦିଆ ଯାଉ ନାହିଁ । ଏବେ ଭାରତରେ ଏକ ନୂତନ ସ୍ୱଭାବ ଆଦରି ନେଇଛି । ନିଷ୍ପତ୍ତି କୁ ଆଡେଇ ଦିଆ ଯିବାର ସମୟ ଚାଲି ଯାଇଛି । ଏବେ ଆମେ ନିଷ୍ପତ୍ତି  ଏବଂ ଆହ୍ୱାନକୁ, ପ୍ରତ୍ୟେକଟି ଆହ୍ୱାନ ସହିତ ଆମେ ମୁକାବିଲା କରିବାର ପ୍ରସ୍ତୁତି ସହିତ ଆଗକୁ ବଢ଼ୁଛୁ । ଲକ୍ଷ୍ୟ ସ୍ଥିର କରି ଯୋଜନାଗୁଡ଼ିକୁ ସମୟ ଅନୁସାରେ ଶେଷ କରାଯାଉଛି । ଏହା ହେଉଛି ଭାରତରେ ପରିବର୍ତ୍ତିତ କାର୍ଯ୍ୟ ସଂସ୍କୃତିର ଉଦାହରଣ । ଏହା ହେଉଛି ନିଉ ଇଣ୍ଡିଆ, ଏହା ହେଉଛି ନିଉ ଇଣ୍ଡିଆର ଜୀବନ୍ତ ଉଦାହରଣ । ଏହି କାରଣରୁ ପ୍ରଥମେ ଯେତେବେଳେ ଦେଶରେ ପ୍ରତ୍ୟେକ ଦିନ ହୋ-ହାଲ୍ଲା ହେଉଥିଲା କି କେତେ କୋଟି ଏହି ଘୋଟାଲାରେ ଗଲା । ସେତେ କୋଟି ସେହି ଘୋଟାଲାରେ ଗଲା । ଭାଇ ଓ ଭଉଣୀମାନେ ଯଦି ସ୍ୱଚ୍ଛ ଚରିତ୍ର, ସ୍ପଷ୍ଟ ନୀତି ତା’ସହିତ ନିଷ୍ପତ୍ତି  ନିଆଯାଏ, ତ ଦେଶର ଅର୍ଥ ବଞ୍ଚି ଥାଏ । ଯେତେବେଳେ ଦକ୍ଷତାର ସହିତ କାର୍ଯ୍ୟ କରାଯାଇଥାଏ, ଯେତେବେଳେ ଉପଲବ୍ଧ ସଂସାଧନକୁ ଅତି ଭଲ ଭାବେ ଉପଯୋଗ କରାଯାଇଥାଏ, ସେତେବେଳେ ଦେଶର ଅର୍ଥ ବଞ୍ଚି ଥାଏ ।

ଟେକ୍ନୋଲଜିର ସହାୟତାରେ ଆମ ସରକାର ଦେଶରେ ସିଧା ସଳଖ ସୁବିଧା ହସ୍ତାନ୍ତର ଯୋଜନା ମାଧ୍ୟମରେ, ଦେଶର 57 ହଜାର କୋଟିରୁ ଅଧିକ ଅର୍ଥ ନକଲି ଲାଭାର୍ଥୀଙ୍କ ହାତକୁ ଯାଉଥିଲା, ତାହାକୁ ବଂଚାଇ ନିଆଯାଇ ପାରିଛି । ଗରିବ ମାନଙ୍କର ଗୋଟିଏ ଗୋଟିଏ ପଇସା ବଂଚାଇବାର କାର୍ଯ୍ୟ କରିଛୁ । ସିଧା ସଳଖ ସୁବିଧା ହସ୍ତାନ୍ତର ଯୋଜନା ଅର୍ଥାତ ରିହାତିର, ଭତାର, ଛାତ୍ରବୃତ୍ତିର, ଶ୍ରମିକଙ୍କ ମଜୁରୀର ପାଉଣା ଯାହା ଲୋକଙ୍କ ବ୍ୟାଙ୍କ ଖାତା ଜରିଆରେ ସିଧାସଳଖ ଟଙ୍କା ହସ୍ତାନ୍ତର କରାଯାଉଛି । ପୂର୍ବରୁ ଏହି ଅର୍ଥ ନକଲି ନାମ ମାଧ୍ୟମରେ ମଧ୍ୟସ୍ଥିଙ୍କ ପାଖକୁ ଚାଲି ଯାଉଥିଲା । ଏବେ ଏହି ସମସ୍ତ ଖେଳକୁ ଆମ ସରକାର ବନ୍ଦ କରି ଦେଇଛନ୍ତି । ଏହି ଭଳି ଭାବରେ ଦେଶର ଲୋକମାନଙ୍କର ବିଶେଷ କରି ମଧ୍ୟମ ବର୍ଗର ଟଙ୍କା ରହି ଯାଉଛି । ଆମର ଉଜାଲା ଯୋଜନା । ଭାଇ ଓ ଭଉଣୀମାନେ  ବର୍ଷ 2014 ପୂର୍ବରୁ   ଯେଉଁ ଏଲଇଡି ବଲ୍ବ ହିନ୍ଦୁସ୍ଥାନରେ ସାଢେ ତିନି ଶହ ଟଙ୍କାରୁ ଅଧିକ ଥିଲା, ତାହା ଏବେ 40-50 ଟଙ୍କାରେ ମିଳିବାରେ ଲାଗିଛି । କେଉଁଠାରେ ତିନି ଶହରୁ ସାଢେ ତିନି ଶହ ଟଙ୍କା ଆଉ କେଉଁଠି 40-50 ଟଙ୍କା । ଶସ୍ତାରେ ଏଲଇଡି ବଲ୍ବ ବ୍ୟତୀତ ଲୋକମାନେ ନିଜ ଘରେ ଏହାର ବ୍ୟବହାର କରୁଛନ୍ତି ସେମାନଙ୍କର ପ୍ରତ୍ୟେକ ବର୍ଷ ଆନୁମାନିକ 15 ହଜାର କୋଟି ଟଙ୍କା ବିଜୁଳି ବିଲ୍ ବାବଦରେ ସଂଚୟ ହେଉଛି । ଏହା ମଧ୍ୟମ ବର୍ଗର ପରିବାରକୁ ଲାଭ ହୋଇଛି ।

ସାଥୀଗଣ, ଆପଣମାନେ ଜାଣି ଆଶ୍ଚର୍ଯ୍ୟ  ହେବେ କି ଯେତେ ବିଜୁଳି ଏଲଇଡି ବଲ୍ବ ଦ୍ୱାରା ବଂଚୁଛି । ସେତିକି ବିଜୁଳି ଉତ୍ପାଦନ ପାଇଁ ଦେଶକୁ 45 ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇ ଯାଆନ୍ତା ଯଦି ଏହି ଦିନମାନଙ୍କରେ ଲୋକଙ୍କ ସଂଚୟ ଏବଂ ଦେଶର ସଂଚୟକୁ ମିଶାଇ ଦିଆଯାଏ ତ ସଂଚୟର ସଂଖ୍ୟା ପାଖାପାଖି 60 ହଜାର କୋଟି ଟଙ୍କା ।  ଆଉ ଗୋଟିଏ ଉଦାହରଣ ଅଛି ସାର(ଉର୍ବରକ) କ୍ଷେତ୍ରର । ଭାଇ ଓ ଭଉଣୀମାନେ ଆମର ନୀତି ଗୁଡିକ କାରଣରୁ ଗୋଟିଏ ମଧ୍ୟ ନୂଆ ସାର କାରଖାନା ପ୍ରତିଷ୍ଠା କରିବା ବିନା  ପ୍ରାୟ ପୁରୁଣା କଥା ମୁଁ କହୁଛି । ଦକ୍ଷତା ବଢାଇଲୁ ଆଉ ସେହି କାରଣରୁ ବାଟମାରଣାକୁ ରୋକା ଗଲା । ସେହି କାରଣରୁ ପାଖାପାଖି 18ରୁ 20 ଲକ୍ଷ ଟନ୍ ୟୁରିଆ ଅଧିକ ଉତ୍ପାଦନ ହେବାରେ ଲାଗିଛି । ଏହି 20 ଲକ୍ଷ ଟନ୍ ୟୁରିଆ ଅଲଗା ଉତ୍ପାଦନ କରିବା ପାଇଁ ପାଖାପାଖି 6 ରୁ 8 ହଜାର କୋଟି ଟଙ୍କା ସରକାରୀ ଭାବେ ଖର୍ଚ୍ଚ କରିବାକୁ ପଡିଥାନ୍ତା  ଯାହା ବଞ୍ଚିଗଲା ଏବଂ ୟୁରିଆ ମିଳିବାରେ ଲାଗିଲା । କେବଳ ଏତିକି ହିଁ ନୁହେଁ ସାଢେ ତିନିରୁ ଚାରି ହଜାର କୋଟି ବୈଦେଶିକ ମୁଦ୍ରା ସଂଚୟ ହୋଇଛି ଯାହା ବାହାରୁ କିଣିବାରେ ଖର୍ଚ୍ଚ ହେଉଥିଲା । ଏହା ବ୍ୟତୀତ ସରକାର 800ରୁ 900କୋଟି ଟଙ୍କାର  ରିହାତିର ମଧ୍ୟ ଏହା ଦ୍ୱାରା ସଂଚୟ ହୋଇଛି । ଅର୍ଥାତ କେବଳ ସାର କ୍ଷେତ୍ରରେ ନୀତିଗତ ହସ୍ତକ୍ଷେପ ଯୋଗୁଁ, ଦକ୍ଷତା ବଢାଇବା ଯୋଗୁଁ, ଉପଯୁକ୍ତ ଭାବେ ନିରୀକ୍ଷଣ ଯୋଗୁଁ  ଆମେ ଦେଶର ପାଖାପାଖି 12 ହଜାର କୋଟି ଟଙ୍କା ସଂଚୟ କରିଛୁ । ଯାହା ହେଉଛି ଆପଣଙ୍କ ଅଧିକାରର, ହିନ୍ଦୁସ୍ଥାନବାସୀଙ୍କର ଅଧିକାରର ଅର୍ଥ ।

ଭାଇ ଓ ଭଉଣୀମାନେ, ଆମେ ପୂର୍ବ ସରକାରଙ୍କ ସମୟରେ ହୋଇଥିବା ପେଟ୍ରୋଲିୟମ୍ ବୁଝାମଣା, ଗ୍ୟାସ ବୁଝାମଣା, ତାହାକୁ ପୁଣିଥରେ ଦେଖିବାକୁ ଳାଗିଲୁ, ଆମେ ଅତି ସୁକ୍ଷ୍ମ ଭାବେ ଅନୁଧ୍ୟାନ କରିବାରେ ଲାଗିଲୁ କି ଭାଇ ଏତେ ସବୁ କିପରି ହେଲା ।ଏବେ 20-20, 25-25 ବର୍ଷ ମଧ୍ୟରେ ହୋଇଛି । 30 ବର୍ଷ ମଧ୍ୟରେ ହୋଇଛି । ତାହାକୁ ଟିକେ ଅଧ୍ୟୟନ କଲୁ, ଏବେ ଭାରତର ସ୍ୱତନ୍ତ୍ର ଶାଖା ମଧ୍ୟ ଗଠନ ହୋଇଛି । ଆମେ ସେହି ଦେଶ ସହିତ ଆଲୋଚନା କଲୁ ଆଉ ଆପଣମାନଙ୍କୁ ଏହା ଜାଣି କରି ଖୁସି ହେବ । କତାର ଆଉ ଅଷ୍ଟ୍ରେଲିଆ ସହିତ ଆମର ଯେଉଁ ବୁଝାମଣା ହୋଇଥିଲା ସେହି ବୁଝାମଣାକୁ ପୁନଃ ବୁଝମଣା ଭାବେ କଲୁ ଆଉ ପରିବର୍ତ୍ତନ ହୋଇ ସାରିଛି ଆଉ ଏହି ପରିବର୍ତ୍ତନ କାରଣରୁ ପୂର୍ବରୁ ଯେଉଁ ଟଙ୍କା ଦିଆଯାଉଥିଲା ତାହା ତୁଳନାରେ 12ହଜାର କୋଟି ଟଙ୍କା କମ୍ ଦେବାକୁ ପଡିବ । ଏହି 12 ହଜାର କୋଟି ଟଙ୍କା ଦେଶର ବଂଚାଇଛୁ ।

ଭାଇ ଓ ଭଉଣୀମାନେ, ଏହା କେବଳ ଚାରୋଟି ଯୋଜନା ଆପଣମାନଙ୍କୁ ଗଣାଇଲି ଆଉ ଏଥିରୁ ଦେଶକୁ ହେବାକୁ ଥିବା ସଂଚୟ ହେଉଛି ପାଖାପାଖି 1 ଲକ୍ଷ 40ହଜାର କୋଟି ଟଙ୍କାରୁ ମଧ୍ୟ ଅଧିକ । ଆପଣ କୁହନ୍ତୁ ମୋର ଭାଇ ଓ ଭଉଣୀମାନେ, କ’ଣ  1 ଲକ୍ଷ 40 ହଜାର କୋଟି ଟଙ୍କା ଯାହା ପ୍ରଥମେ ଯାଉଥିଲା । ତାହା ଗରିବଙ୍କ ଅଧିକାରର ଥିଲା ଅବା ନ ଥିଲା । ତାହା ଗରିବଙ୍କ ଅଧିକାରର ଥିଲା ଅବା ନ ଥିଲା, ସେହି ଅର୍ଥ ବଂଚାଇବା ଦରକାର ଥିଲା ନା ନ ଥିଲା । ଏହି ସରକାର ଏକ ସଚ୍ଚୋଟତାକୁ ନେଇ, ଏହି ଆଭିମୁଖ୍ୟ, ଏହି ପ୍ରତିବଦ୍ଧତା କାରଣରୁ ଦେଶରୁ ଭ୍ରଷ୍ଟାଚାର ଏବଂ କଳାଧନ ବିରୁଦ୍ଧରେ ଏକ ଲଢେଇ ମଧ୍ୟ ଆମେ ସାଙ୍ଗରେ ଚଲାଇ ରଖିଛୁ । କୋଟି କୋଟି ଟଙ୍କା ଆୟ କରି ମଧ୍ୟ ସରକାରଙ୍କୁ ଟିକସ ନ ଦେଲା ଭଳି ଲୋକ ବେନାମି ସଂପତ୍ତି ଠିଆ କରିଥିବା ଲୋକ, ନକଲି କଂପାନୀ କରିଥିବା ଲୋକ, କଳାଧନର କାରବାର କରିଲା ବାଲା ଲୋକ, ବଡ଼-ବଡ଼ ମାଛ(ଲୋକ) ଏହି ସମୟରେ ସରକାରଙ୍କ ଯାଂଚ ପରିସରରେ ଅଛନ୍ତି ।

ବିଗତ ଏକ ବର୍ଷରେ, ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବ । ବିଗତ ଏକ ବର୍ଷରେ ପାଖାପାଖି ସାଢେ ତିନି ଲକ୍ଷ, ଆପଣ ଚକିତ ହୋଇଯିବେ ପାଖାପାଖି ସାଢେ ତିନି ଲକ୍ଷ ସଂଦିଗ୍ଧ କମ୍ପାନୀର ପଂଜିକରଣ ସରକାର ରଦ୍ଦ କରି ଦେଇଛନ୍ତି, ତାଲା ଲଗାଇ ଦେଇଛନ୍ତି । ସାଥୀଗଣ, ମୋ ଦେଶବାସୀ ଏତେ ଟଙ୍କା ଯାହା ପରିଶ୍ରମ କରି ଭାରତ ପଠାଉଛନ୍ତି ତାହା ଦେଶର ଅର୍ଥ ବ୍ୟବସ୍ଥାକୁ ଯୋଗଦାନ ଦେଇଥାଏ । ଏବେ ପରିଶ୍ରମ କରି କିଛି ନା କିଛି ଘରକୁ ପଠାଉଛନ୍ତି ସେହି ଧନ ଯେତେବେଳେ  ଦେଶର ବ୍ୟବସ୍ଥା ଗୁଡିକର ନିର୍ମାଣରେ ଖର୍ଚ୍ଚ ହୋଇଥାଏ ତ ତାହାର ଶକ୍ତି ଅନେକ ଗୁଣ ବଢି ଯାଇଥାଏ ଆଉ ଏଠାରେ ବସିଥିବା ଲୋକ ଆପଣମାନଙ୍କୁ ମଧ୍ୟ ଏକ ସନ୍ତୋଷ ହୋଇଥାଏ । ଏକ ସମାଧାନ ହୋଇଥାଏ ।

ସଚ୍ଚୋଟତାର ସହିତ କରାଯାଇଥିବା ଆୟ, ସଚ୍ଚୋଟତାର ସହିତ ଯଦି ବ୍ୟବହାର ହୋଇଥାଏ ତ ତାହାର କେତେ ବଡ଼ ପରିଣାମ ଆସିଥାଏ ଏବଂ ଆମେ ଏହି ସଚ୍ଚୋଟତାକୁ ଆଗକୁ ବଢାଇବାର ଦାୟିତ୍ୱ ନେଇଛୁ ।

ସାଥୀଗଣ, ଆପଣମାନଙ୍କୁ ଏଠାରେ କେବେ-କେବେ କୌଣସି ପ୍ରକାରର ଆହ୍ୱାନର ସମ୍ମୁଖିନ ହେବାକୁ ପଡିଥାଏ ସେହି ଦିଗରେ ମଧ୍ୟ ଆମେ ସଜାଗ ଅଛୁ । ଆପଣମାନଙ୍କୁ ହେଉଥିବା ଅସୁବିଧାକୁ ନେଇ ଆମେ ଓମାନ ସରକାରଙ୍କ ସହିତ କ୍ରମାଗତ ସଂପର୍କରେ ରହିଛୁ ଆଉ ସଂମ୍ପୂର୍ଣ୍ଣ ପ୍ରୟାସ କରୁଛୁ କି ଆପଣଙ୍କ ଅତି ଶୀଘ୍ର ଶେଷ ହେଉ । ଇ-ମାଇଗ୍ରେଟ ବ୍ୟବସ୍ଥା ଏବଂ ମଦଦ ପୋର୍ଟାଲ’ ମାଧ୍ୟମରେ ଆପଣଙ୍କ ଅସୁବିଧା ଗୁଡିକୁ କମ୍ କରିବାର କାର୍ଯ୍ୟ କରାଯାଇଛି ।

ସରକାରଙ୍କ ଏଭଳି ଅନେକ ପ୍ରୟାସର ହେଉଛି ପରିଣାମ କି ଆଜି ବିଦେଶରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଏକ ବିଶ୍ୱାସ ଜାଗ୍ରତ ହୋଇଛି । ସେମାନଙ୍କ ମଧ୍ୟରେ ଏହି ବିଶ୍ୱାସ ଆସିଛି କି ଯଦି ସେମାନେ ସଂକଟରେ ଫସି ଯିବେ ତ ତାଙ୍କ ଦେଶର ସରକାର ସେମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ହାଜର ହୋଇଯିବେ । ବିଦେଶରେ ତାହାର ପରିବାରର ଜଣେ ମାନ୍ୟବର ସଦସ୍ୟ, ଏହା ଭାରତ ସରକାରଙ୍କ ଦାୟୀତ୍ୱ ପାଲଟିଯାଇଛି ।

ସାଥୀଗଣ, ‘ସମସ୍ତଙ୍କ ସହିତ ସମସ୍ତଙ୍କର ବିକାଶ’ ଆମର ଏହି ଆଭିମୁଖ୍ୟ ସମଗ୍ର ବିଶ୍ୱରେ ଚିନ୍ତାଧାରାରେ ପରିବର୍ତ୍ତନ ଆଣୁଛି । ମିଳିତ ଜାତିସଂଘ ଦ୍ୱାରା ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ଘୋଷଣା, ଭାରତର ପ୍ରଥମ ଅନ୍ତର୍ଜାତୀୟ ସୌର ସାମୁଖ୍ୟର ଗଠନ ହେଉଛି ଏଭଳି ଉଦାହରଣ । ଯାହା ଭାରତର ବୃଦ୍ଧି ପାଉଥିବା ଶାଖା ଏବଂ ସାମର୍ଥ୍ୟକୁ ପରିଭାଷିତ କରୁଛି ।

ଆପଣଙ୍କ ସମର୍ଥନ, ଆପଣଙ୍କ ଅନୁଭବରେ ଦେଶକୁ ଲାଭ ହେଉଛି । ସମଗ୍ର ରାଷ୍ଟ୍ର ସେଥିପାଇଁ ଆପଣଙ୍କ ପାଖରେ ଋଣୀ । ମୁଁ ଆପଣମାନଙ୍କୁ ଦେଶ ବିକାଶର, ରାଷ୍ଟ୍ର ନିର୍ମାଣର ଏକ ମହତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ମାନୁଛି । ମୁଁ ସହଭାଗୀ ବୋଲି ମାନୁଛି । ନିଉ ଇଣ୍ଡିଆର ସ୍ୱପ୍ନକୁ ପୂରଣ କରିବାରେ ଆପଣଙ୍କ ସଂକଳ୍ପ ଗୁଡିକର ପ୍ରଭାବ ଭାରତରେ ମଧ୍ୟ ଦେଖାଇ ଦେବ । ଏହା ମୋର ବିଶ୍ୱାସ ଅଛି କି ଆପଣ ସମସ୍ତେ ମୋର ଭାଇ, ଭଉଣୀ । ଏହା ହେଉଛି ମୋର ସୌଭାଗ୍ୟ କି ଆଜି ମତେ ଆପଣଙ୍କର ଦର୍ଶନର ସୁଯୋଗ ମିଳିଲା, ଆପଣ ସୁସ୍ଥ ରହନ୍ତୁ, ଭଲରେ ରହନ୍ତୁ ଏହି କାମନା ସହିତ ମୁଁ ମୋ କଥା ସମାପ୍ତ କରୁଛି । ମୋ ତରଫରୁ ଆପଣମାନଙ୍କୁ ବହୁତ ବହୁତ ଶୁଭ କାମନା ।

ମୋ ସାଙ୍ଗରେ ସଂମ୍ପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ ଭାରତ ମାତା କି ଜୟ, ଭାରତ ମାତା କି ଜୟ, ଭାରତ ମାତା କି ଜୟ

ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails India-UK Comprehensive Economic and Trade Agreement as a historic milestone for bilateral relations
June 17, 2026

The Prime Minister, Shri Narendra Modi, has expressed delight that the India-UK Comprehensive Economic and Trade Agreement will enter into force on 15 July 2026.

The Prime Minister said that the agreement will significantly boost bilateral trade and investment.

Shri Modi stated that the agreement will unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

The Prime Minister noted that both he and UK Prime Minister Keir Starmer, who are in Evian for the G7 Summit, are very happy with the significant momentum being added to India-UK economic ties.

The Prime Minister wrote on X;

“A historic milestone for India-UK relations.

Delighted to note that the India-UK Comprehensive Economic and Trade Agreement will enter into force on 15th July 2026.

This agreement will significantly boost our bilateral trade and investment.

It will also unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

Both PM Starmer and I, who are in Evian for the G7 Summit, are naturally very happy with the significant momentum being added to our economic ties.

@Keir_Starmer”