ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଅବସରପ୍ରାପ୍ତ ସୈନିକଙ୍କ ପାଇଁ କଲ୍ୟାଣ ଯୋଜନାକୁ ବୃଦ୍ଧି କରିବା ନିମନ୍ତେ ସରକାରଙ୍କ ଏହି ପଦକ୍ଷେପ ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି ଯେ ଅବସରପ୍ରାପ୍ତ ସୈନିକଙ୍କ କଲ୍ୟାଣ ତଥା ସହଜ ଜୀବନଯାପନ ନୀତିକୁ ପ୍ରାଧାନ୍ୟ ଦେଇ ଅବସରପ୍ରାପ୍ତ ସୈନିକଙ୍କ ନିମ୍ନଲିଖିତ କଲ୍ୟାଣ ଯୋଜନା ଅଧୀନରେ ଏହି ପରିମାଣ ବୃଦ୍ଧି କରାଯାଇଛି।

1. ହାବିଲଦାର/ ସମକକ୍ଷ ଙ୍କ ବିଧବାଙ୍କୁ 20,000 ଟଙ୍କାରୁ 50,000 ଟଙ୍କା ପର୍ଯ୍ୟନ୍ତର ବ୍ୟାବସାୟିକ ପ୍ରଶିକ୍ଷଣ ଅନୁଦାନ। 

2. ଅଣ-ପେନ୍‌ସନଧାରୀ ଅବସରପ୍ରାପ୍ତ ସୈନିକ/ ତାଙ୍କର ବିଧବାଙ୍କୁ 30,000 ଟଙ୍କାରୁ 50,000 ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଅନୁଦାନ।

3. ଗୁରୁତର ରୋଗ ପାଇଁ ଅଣପେନସନଧାରୀ ଅବସରପ୍ରାପ୍ତ ସୈନିକ/ ସମସ୍ତ ରାଙ୍କର ଅଧିକାରୀଙ୍କ ବିଧବାଙ୍କ ପାର୍ଇ ଅନୁଦାନ 1.25 ଲକ୍ଷରୁ ବୃଦ୍ଧି କରି 1.50 ଲକ୍ଷ ଟଙ୍କା କରାଯାଇଛି।

ଏହା ଉପରେ ପ୍ରତିକ୍ରିୟା ପ୍ରଦାନ କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘‘ଭାରତର ସେହି ସାହସୀ ଅବସରପ୍ରାପ୍ତ ସୈନିକମାନଙ୍କ ଉପରେ ଗର୍ବ କରୁଛି ଯେଉଁମାନେ ସେବାରେ ରହିଥିବା ସମୟରେ ଆମର ଦେଶର ରକ୍ଷା କରିଛନ୍ତି। ତାଙ୍କ ପାଇଁ ଅଧିକ ସୁବିଦା ସହିତ ଲାଗୁ କରାଯାଇଥିବା କଲ୍ୟାଣକାରୀ ଯୋଜନା ଦ୍ବାରା ତାଙ୍କର ଜୀବନ ସ୍ତରରେ ବହୁତ ଉନ୍ନତି ହେବ।’’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's services exports rise by 12.7 pc in April despite West Asia crisis: RBI

Media Coverage

India's services exports rise by 12.7 pc in April despite West Asia crisis: RBI
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 30, 2026
May 30, 2026

Viksit Bharat in Motion: How PM Modi is Building a Self-Reliant Global India”