ଏକ ଅନ୍ତର୍ଭୁକ୍ତିମୂଳକ ତଥା ନମନୀୟ ଭାରତ ପ୍ରଶାନ୍ତ - ମହାସାଗରୀୟ ଅର୍ଥନୀତିକ ସଂରଚନା ନିର୍ମାଣ ନିମନ୍ତେ ଉପସ୍ଥିତ ଆମେରିକାର ରାଷ୍ଟ୍ରପତି ବାଇଡେନ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଫୁମିଓ କିଶିଦା, ଆଭାସୀ ମାଧ୍ୟମରେ ଆମ ସହିତ ଯୋଡି ହୋଇଥିବା ଆମର ସମସ୍ତ ନେତାଗଣ ।

 ମହାମହିମଗଣ,

ଆଜି ଏହି ମହତ୍ୱପୂର୍ଣ୍ଣ ସମାରୋହରେ ଆପଣ ସମସ୍ତଙ୍କ ସହିତ ସମ୍ପୃକ୍ତ ହେବା ମୋତେ ଢେର ଆନନ୍ଦ ପ୍ରଦାନ କରିଛି । ଭାରତ - ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସଂରଚନା ଏହି କ୍ଷେତ୍ରକୁ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିର ବାହକ କରିବା ନିମନ୍ତେ ଆମ ସମସ୍ତଙ୍କର ସାମୂହିକ ଇଚ୍ଛାଶକ୍ତିର ଏକ ଘୋଷଣାନାମା ଅଟେ । ଏହି ମହତ୍ୱପୂର୍ଣ୍ଣ ପଦକ୍ଷେପ ନିମନ୍ତେ ମୁଁ ଆମେରିକାର ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରଦାନ କରୁଛି । ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଉତ୍ପାଦନ, ଆର୍ଥିକ କାର୍ଯ୍ୟକ୍ରମ, ବିଶ୍ୱ ବାଣିଜ୍ୟ ଏବଂ ନିବେଶର କେନ୍ଦ୍ର ଅଟେ । ଇତିହାସ ଏହି କଥାର ସାକ୍ଷୀ ଯେ, ଭାରତ - ପ୍ରଶାନ୍ତ - ମହାସାଗରୀୟ କ୍ଷେତ୍ରର ବାଣିଜ୍ୟ ପ୍ରବାହରେ ଭାରତ ବହୁ ପୂର୍ବରୁ ଏକ ପ୍ରମୁଖ କେନ୍ଦ୍ର ହୋଇ ରହି ଆସିଛି । ଏହା ଉଲ୍ଲେଖ କରାଯିବା ଯୋଗ୍ୟ ଯେ, ବିଶ୍ୱର ସବୁଠାରୁ ପୁରୁଣା ବାଣିଜ୍ୟିକ ବନ୍ଦର ଭାରତରେ, ମୋର ନିଜ ରାଜ୍ୟ ଗୁଜରାଟର ଲୋଥାଲ୍‌ରେ ରହିଥିଲା । ତେଣୁ, ଏହା ଅତ୍ୟାବଶ୍ୟକ ଅଟେ ଯେ, ଆମେ ଏହି ଅଂଚଳର ଆର୍ଥିକ ଆହ୍ୱାନ ଗୁଡ଼ିକର ସାମନା କରିବା ପାଇଁ ଭାଗିଦାରୀତା ଆଧାରରେ ସମସ୍ତଙ୍କ ପାଇଁ ସାଧାରଣ ଏବଂ ରଚନାତ୍ମକ ସମାଧାନର ପନ୍ଥା ବାହାର କରିବା ଉଚିତ୍ ।

ମହାମହିମଗଣ,

ଭାରତ ଇଚ୍ଛା କରେ ଯେ, ଏକ  ପ୍ରତ୍ୟାଶୀ ଯୋଗାଣ ଶୃଙ୍ଖଳାର ତିନି ଗୋଟି ମୁଖ୍ୟ ସ୍ତମ୍ଭ ରହିବା ଉଚିତ୍‌: ବିଶ୍ୱାସ, ସ୍ୱଚ୍ଛତା ଏବଂ ସମୟାନୁବର୍ତିତା । ମୋର ଦୃଢ଼ ବିଶ୍ୱାସ ରହିଛି ଯେ, ଏହି ସଂରଚନା (ଫ୍ରେମୱର୍କ) ଏହି ତିନି ଗୋଟି ସ୍ତମ୍ଭକୁ ସୁଦୃଢ଼ କରିବା ନିମନ୍ତେ ସହାୟକ ହେବ ଏବଂ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ବିକାଶ, ଶାନ୍ତି ଏବଂ ସମୃଦ୍ଧିର ମାର୍ଗକୁ ପ୍ରଶସ୍ତ କରିବ ।

ଅଶେଷ ଅଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India a ‘front-runner’ market, plans to deepen AI and manufacturing presence: Ericsson CEO

Media Coverage

India a ‘front-runner’ market, plans to deepen AI and manufacturing presence: Ericsson CEO
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 3, 2026
March 03, 2026

Citizens Express Their Appreciation on Heartfelt Leadership, Historic Gains: PM Modi’s India Shines in Conservation, Commerce, and Clean Energy