ମାନ୍ୟଗଣ୍ୟ,

ତୃତୀୟ ଫିପିକ ସମ୍ମିଳନୀରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ । ମୋତେ ଖୁସି ଲାଗୁଛି ଯେ ପ୍ରଧାନମନ୍ତ୍ରୀ ଜେମ୍ସ ମରାପେ ମୋ ସହିତ ଏହି ସମ୍ମିଳନୀର ଆୟୋଜନ କରୁଛନ୍ତି । ଏଠାରେ ପୋର୍ଟ ମୋରେସବୀରେ ଅନୁଷ୍ଠିତ ସମ୍ମିଳନୀର ବ୍ୟବସ୍ଥା ପାଇଁ ମୁଁ ତାଙ୍କୁ ଏବଂ ତାଙ୍କର ଟିମକୁ ଧନ୍ୟବାଦ ଜଣାଉଛି ।

ମାନ୍ୟଗଣ୍ୟ,

ଏଥର ଆମେ ବହୁ ଦିନ ପରେ ସାକ୍ଷାତ କରୁଛୁ । ଏହା ମଧ୍ୟରେ ବିଶ୍ୱ କୋଭିଡ୍ ମହାମାରୀ ଏବଂ ଅନ୍ୟାନ୍ୟ ଅନେକ ଆହ୍ୱାନର କଠିନ ସମୟ ଦେଇ ଗତି କରୁଛି । ଏହି ଆହ୍ୱାନ ଗୁଡ଼ିକର ପ୍ରଭାବ ଗ୍ଲୋବାଲ ସାଉଥର ଦେଶମାନଙ୍କ ଉପରେ ସର୍ବାଧିକ ପଡ଼ିଛି । ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ, କ୍ଷୁଧା, ଦାରିଦ୍ର୍ୟ, ସ୍ୱାସ୍ଥ୍ୟ ସହିତ ଜଡ଼ିତ ବହୁତ ଗୁଡ଼ିଏ ଆହ୍ୱାନଗୁଡ଼ିକ ପୂର୍ବରୁ ଥିଲା । ବର୍ତ୍ତମାନ, ନୂତନ ସମସ୍ୟାମାନ ଉତ୍ପନ୍ନ ହେଉଛି । ଖାଦ୍ୟ, ଇନ୍ଧନ, ସାର ଏବଂ ଫାର୍ମାର ଯୋଗାଣ ଶୃଙ୍ଖଳାରେ ବାଧା ଆସୁଛି । ଯେଉଁମାନଙ୍କୁ ଆମେ ନିଜର ବୋଲି ବିଶ୍ୱାସଯୋଗ୍ୟ ମାନୁଥିଲୁ, ଜଣାପଡ଼ିଲା ଯେ ଆବଶ୍ୟକତା ସମୟରେ ସେମାନେ ଆମ ସହିତ ଛିଡ଼ା ହୋଇ ନ ଥିଲେ । ଏହି କଠିନ ସମୟରେ ପୁରୁଣା କଥା ସତ ହେଲା- ଆବଶ୍ୟକତା ସମୟର ବନ୍ଧୁ ପ୍ରକୃତ ବନ୍ଧୁ ।

ମୁଁ ଖୁସି ଯେ ଏହି ଆହ୍ୱାନ ସମୟରେ ଭାରତ ପ୍ରଶାନ୍ତ ମହାସାଗରରେ ଥିବା ସାଥୀମାନଙ୍କ ସହିତ କାନ୍ଧ ମିଳାଇ ଠିଆ ହୋଇଥିଲା । ଭାରତରେ ତିଆରି ହୋଇଥିବା ଭାକସିନ ହେଉ କିମ୍ବା ଅତ୍ୟାବଶ୍ୟକ ଔଷଧ, ଗହମ ହେଉ କିମ୍ବା ଚିନି, ଭାରତ ନିଜର ସାମର୍ଥ୍ୟ ଅନୁଯାୟୀ ସମସ୍ତ ସାଥୀ ଦେଶକୁ ସାହାଯ୍ୟ କରିବାକୁ ଲାଗିଲେ ।

ମାନ୍ୟଗଣ୍ୟ,

ଯେମିତି ମୁଁ ପୂର୍ବରୁ ମଧ୍ୟ କହିଥିଲି, ମୋ ପାଇଁ ଆପଣ ବିଶାଳ ମହାସାଗର ଅଟନ୍ତି, ଛୋଟ ଦ୍ୱୀପପୁଞ୍ଜ ନୁହନ୍ତି । ଆପଣଙ୍କ ସହ ଏହି ମହାସାଗର ଭାରତକୁ ଆପଣଙ୍କ ସହିତ ଯୋଡ଼ିଥାଏ । ଭାରତୀୟ ବିଚାରଧାରାରେ ସମ୍ପୂର୍ଣ୍ଣ ବିଶ୍ୱକୁ ଗୋଟିଏ ପରିବାର ଭଳି ଦେଖାଯାଇଛି । ଚଳିତ ବର୍ଷ ଆମର ଚାଲିଥିବା ଜି-୨୦ ପ୍ରେସିଡେନ୍ସିର ବିଷୟବସ୍ତୁ ଥିଲା- ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ମଧ୍ୟ ଏହି ବିଚାରଧାରା ଉପରେ ଆଧାରିତ ଅଟେ । ଚଳିତ ବର୍ଷ ଜାନୁଆରୀରେ ଆମେ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀର ଆୟୋଜନ କରିଥିଲୁ । ଆପଣଙ୍କ ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ନିଜସ୍ୱ ବିଚାରଧାରାକୁ ବାଣ୍ଟିଥିଲେ । ଏଥିପାଇଁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି । ଭାରତ ଗ୍ଲୋବାଲ୍ ସାଉଥର ଚିନ୍ତାଧାରା, ତାହାର ଭବିଷ୍ୟତ ଏବଂ ଆକାଂକ୍ଷାକୁ ଜି-୨୦ ମାଧ୍ୟମରେ ବିଶ୍ୱ ସମ୍ମୁଖରେ ପହଂଚାଇବା ଆମର ଦାୟିତ୍ୱ ହୋଇଥାଏ ।

ମାନ୍ୟଗଣ୍ୟ,

ଗତ ଦୁଇଦିନ ମଧ୍ୟରେ, ଜି-୭ ଆଉଟରିଚ ସମ୍ମିଳନୀରେ ମଧ୍ୟ ମୋର ଏହି ପ୍ରୟାସ ରହିଥିଲା । ସେଠାରେ ତାଙ୍କର ମହାମହିମ ମାର୍କ ବ୍ରାଉନ, ଯିଏ ପ୍ରଶାନ୍ତ ଦ୍ୱୀପପୁଞ୍ଜ ଫୋରମର ପ୍ରତିନିଧିତ୍ୱ କରୁଥିଲେ, ସେ ଏହାର ସାକ୍ଷୀ ଅଟନ୍ତି ।

ମାନ୍ୟଗଣ୍ୟ,

ଜଳବାୟୁ ପରିବର୍ତ୍ତନ ବିଷୟ ଉପରେ ଭାରତ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ତା’ର ସମ୍ମୁଖରେ ରଖିଛି । ମୋତେ ଖୁସି ଲାଗୁଛି ଯେ, ଆମେ ଏହା ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ । ଗତବର୍ଷ, ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲଙ୍କ ସହ ମୁଁ ମିଶନ ଲାଇଫ- ପରିବେଶଗତ ଜୀବନ ଶୈଳୀ ଶୁଭାରମ୍ଭ କରିଥିଲି । ମୁଁ ଚାଂହିବି ଯେ ଆପଣ ମଧ୍ୟ ଏହି ଆଂଦୋଳନରେ ଯୋଗ ଦିଅନ୍ତୁ । ଭାରତ ଅନ୍ତର୍ଜାତୀୟ ସୋଲାର ଆଲାଏନ୍ସ ଏବଂ ସିଡିଆରଆଇ ଭଳି ପଦକ୍ଷେପ ନେଇଛି । ମୁଁ ବୁଝିପାରୁଛି ଯେ ସୋଲାର ଆଲାଏନ୍ସ ସହିତ ଆପଣମାନଙ୍କ ମଧ୍ୟରୁ ଅଧିକରୁ ଅଧିକ ଦେଶ ଯୋଡ଼ି ହୋଇଛନ୍ତି । ମୋର ବିଶ୍ୱାସ ଯେ ସିଡିଆରଆଇ କାର୍ଯ୍ୟକ୍ରମକୁ ମଧ୍ୟ ଆପଣ ଉପଯୋଗୀ ଭାବରେ ପାଇବେ । ମୁଁ ଏହି ଅବସରରେ ଆପଣ ସମସ୍ତଙ୍କୁ ଏହି ପଦକ୍ଷେପ ସହିତ ଯୋଡ଼ି ହେବା ପାଇଁ ନିମନ୍ତ୍ରଣ କରୁଛି ।

ମାନ୍ୟଗଣ୍ୟ,

ଖାଦ୍ୟ ନିରାପତ୍ତାକୁ ପ୍ରାଥମିକତା ଦେବାବେଳେ ଆମେ ପୁଷ୍ଟିକର ଖାଦ୍ୟ ଏବଂ ପରିବେଶ ସୁରକ୍ଷାକୁ ମଧ୍ୟ ଧ୍ୟାନରେ ରଖିଛୁ । ଜାତିସଂଘ ଦ୍ୱାରା ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛି । ଭାରତ ଏହି ସୁପର ଫୁଡକୁ ଶ୍ରୀ ଅନ୍ନ ମାନ୍ୟତା ଦେଇଛି । ସେଗୁଡ଼ିକର ଚାଷ ପାଇଁ କମ ଜଳ ଆବଶ୍ୟକ ପଡ଼ିଥାଏ ଏବଂ ସେଗୁଡ଼ିକ ଅଧିକ ପୁଷ୍ଟିକର ଖାଦ୍ୟ ମଧ୍ୟ ହୋଇଥାଏ । ମୁଁ ବିଶ୍ୱାସ କରୁଛି ଯେ ଆପଣଙ୍କ ଦେଶରେ ମଧ୍ୟ ନିରନ୍ତର ଭାବେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାରେ ମିଲେଟ ଏକ ବଡ଼ ଅବଦାନ ଦେଇପାରେ ।

ମାନ୍ୟଗଣ୍ୟ,

ଭାରତ ଆପଣଙ୍କର ପ୍ରାଥମିକତା ଗୁଡ଼ିକର ସମ୍ମାନ କରିଥାଏ । ଆପଣଙ୍କର ବିକାଶରେ ସହଯୋଗୀ ହେବା ଉପରେ ଗର୍ବ ଅନୁଭବ କରିଥାଏ । ମାନବିକତାର ସହାୟତା ହେଉ କିମ୍ବା ଆପଣଙ୍କର ବିକାଶ; ଭାରତକୁ ଆପଣ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ଦେଖିପାରିବେ । ଆମର ଆଭିମୁଖ୍ୟ ମାନବିକ ମୂଲ୍ୟବୋଧ ଉପରେ ଆଧାରିତ ।

ପାଲାଭର ସମ୍ମିଳନୀ କେନ୍ଦ୍ର;

ନାଭରୁ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର;

ଫିଜିର ସାଇକ୍ଲୋନ ପ୍ରଭାବିତ କୃଷକମାନଙ୍କ ପାଇଁ ବିହନ;

ଏବଂ କିରିବାସର ସୋଲୋର ଆଲୋକ ପ୍ରକଳ୍ପ ।

ଏହା ସମସ୍ତ ଏହି ଅନୁଭବ ଉପରେ ଆଧାରିତ ଅଟେ । ଆମେ ବିନା କୌଣସି ସଂକୋଚରେ, ନିଜର ସାମର୍ଥ୍ୟ ଏବଂ ଅଭିଜ୍ଞତାକୁ ଆପଣଙ୍କ ସହିତ ବାଣ୍ଟିବାକୁ ପ୍ରସ୍ତୁତ ଅଛୁ । ଡିଜିଟାଲ ଟେକ୍ନୋଲୋଜି ହେଉ କିମ୍ବା ସ୍ପେସ୍ ଟେକ୍ନୋଲୋଜୀ; ସ୍ୱାସ୍ଥ୍ୟ ସୁରକ୍ଷା ହେଉ କିମ୍ବା ଖାଦ୍ୟ ସୁରକ୍ଷା; ଜଳବାୟୁ ପରିବର୍ତ୍ତନ ହେଉ କିମ୍ବା ପର୍ଯ୍ୟାବରଣ ସଂରକ୍ଷଣ; ଆମେ ସବୁ ସମୟରେ ଆପଣଙ୍କ ସହିତ ରହିଛୁ ।

ମାନ୍ୟଗଣ୍ୟ,

ଆପଣଙ୍କ ଭଳି ଆମେ ବହୁ ପକ୍ଷୀୟତା ଉପରେ ବିଶ୍ୱାସ କରୁ । ମୁକ୍ତ, ଖୋଲା ଏବଂ ଅନ୍ତର୍ଭୁକ୍ତ ଇଣ୍ଡୋ-ପାସିଫିକର ସମର୍ଥନ କରୁଛୁ । ସମସ୍ତ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ସମ୍ମାନ ଦେଉଛୁ । ଜାତିସଂଘ ସୁରକ୍ଷା ପରିଷଦର ଶିଖରରୁ ଗ୍ଲୋବାଲ ସାଉଥର ସ୍ୱର ମଧ୍ୟ ଉଠାଯିବା ଉଚିତ । ଏଥିଫାଇଁ ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡ଼ିକର ସଂସ୍କାର ଆମର ସାଧାରଣ ପ୍ରାଥମିକତା ହେବା ଉଚିତ । ହିରୋସିମା, ଅଷ୍ଟ୍ରେଲିଆ, ଆମେରିକା ଏବଂ ଜାପାନ ସହିତ କ୍ୱାଡରେ କଥାହେଲି । ଏହି ବାର୍ତ୍ତାଳପ ସମୟରେ ବିଶେଷ ଭାବରେ ଭାରତ-ପ୍ରଶାନ୍ତ ମହାସାଗର ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଛି । କ୍ୱାଡର ବୈଠକରେ ଆମେ ପାଲାଉରେ ରେଡିଓ ଆକ୍ସେସ ନେଟୱର୍କ (ଆରଏଏନ) ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ବହୁମୁଖି ଫର୍ମାଟରେ ପ୍ରଶାନ୍ତ ଦ୍ୱୀପ ଦେଶଗୁଡ଼ିକ ସହିତ ଯୋଗାଯୋଗ ବୃଦ୍ଧି କରିବୁ ।

ମାନ୍ୟଗଣ୍ୟ,

ମୁଁ ଖୁସି ଯେ ଫିଜିର ଦକ୍ଷିଣ ପ୍ରଶାନ୍ତ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ଉପକୂଳ ଏବଂ ମହାସାଗର ଅନୁସନ୍ଧାନ ପ୍ରତିଷ୍ଠାନ (ଏସସିଓଆରଆଇ) ପ୍ରତିଷ୍ଠା କରାଯାଇଛି । ଏହି ଅନୁଷ୍ଠାନ ପ୍ରଶାନ୍ତ ଦ୍ୱୀପପୁଞ୍ଜର ଦୂରଦୃଷ୍ଟି ସହିତ ନିରନ୍ତର ବିକାଶରେ ଭାରତର ଅଭିଜ୍ଞତାକୁ ଯୋଡ଼ିବ । ଆରଏଣ୍ଡଡି ସହିତ ଜଳବାୟୁ ପରିବର୍ତ୍ତନର ଆହ୍ୱାନଗୁଡ଼ିକୁ ସମାଧାନ କରିବାରେ ଏହା ମଧ୍ୟ ଉପଯୋଗୀ ହେବ । ଆଜି ମୁଁ ୧୪ ଦେଶ ନାଗରିକଙ୍କ କଲ୍ୟାଣ, ପ୍ରଗତି ଏବଂ ସମୃଦ୍ଧତା ପାଇଁ ଉତ୍ସର୍ଗ କରି ମୁଁ ଖୁସି ଅନୁଭବ କରୁଛି । ସେହିଭଳି ଭାବରେ, ମୋତେ ଖୁସି ଲାଗୁଛି ଯେ ଜାତୀୟ ଏବଂ ମାନବ ବିକାଶରେ ସ୍ପେସ୍ ଟେକ୍ନୋଲୋଜୀର ବ୍ୟବହାର ପାଇଁ ୱେବସାଇଟ ଉନ୍ମୋଚିତ ହୋଇଛି । ଏହା ମାଧ୍ୟମରେ, ଆପଣ ଭାରତୀୟ ଉପଗ୍ରହ ନେଟୱର୍କରୁ ଆପଣଙ୍କ ଦେଶର ରିମୋଟ ସେନ୍ସିଂ ଡାଟା ଡାଉନଡୋଲ କରିବାକୁ ସମର୍ଥ ହେବେ । ଏହାକୁ ନିଜ ନିଜ ଜାତୀୟ ବିକାଶ ଯୋଜନାରେ ବ୍ୟବହାର କରିବାକୁ ସକ୍ଷମ ହେବେ ।

ମାନ୍ୟଗଣ୍ୟ,

ବର୍ତ୍ତମାନ ମୁଁ ଆପଣ ସମସ୍ତଙ୍କ ବିଚାର ଜାଣିବା ପାଇଁ ଆଗ୍ରହୀ ଅଛି । ପୁଣିଥରେ, ଆଜି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିବାରୁ ଆପଣ ସମସ୍ତଙ୍କୁ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pvt sector banks log robust growth in deposits and advances in Q1FY27

Media Coverage

Pvt sector banks log robust growth in deposits and advances in Q1FY27
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends birthday greetings to His Holiness the Dalai Lama
July 06, 2026

The Prime Minister, Shri Narendra Modi, extended greetings to His Holiness the Dalai Lama on the occasion of his birthday. Shri Modi remarked that His Holiness's message of peace and harmony has been a guiding force for people across the world.

The Prime Minister posted on X:

Warm birthday greetings to His Holiness the Dalai Lama. His message of peace and harmony has been a guiding force for people across the world. His moral and spiritual strength and his commitment to global good are commendable. Wishing him a long and healthy life.

@DalaiLama