“ବିଶ୍ୱାସ ଓ ଆଧ୍ୟାତ୍ମିକତାରୁ ପର୍ଯ୍ୟଟନ, କୃଷିରୁ ଶିକ୍ଷା ଏବଂ କୌଶଳି ବିକାଶ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏକ ଅଦଭୁତ ଲକ୍ଷ୍ୟସ୍ଥଳ”
“ବୈଶ୍ୱିକ ଅର୍ଥନୀତିକୁ ଅନୁଧାବନ କରୁଥିବା ଅନୁଷ୍ଠାନ ଓ ଆସ୍ଥାବାନ ବ୍ୟକ୍ତିଙ୍କ ଭାରତ ଉପରେ ଅଖଣ୍ଡ ବିଶ୍ୱାସ ରହିଛି”
“୨୦୧୪ ମସିହା ପରଠାରୁ ‘ସଂସ୍କାର, ଅବସ୍ଥାନ୍ତରର ଓ କାର୍ଯ୍ୟକ୍ରମ’ପନ୍ଥା ଭାରତ ଦ୍ୱାରା ଗ୍ରହଣ କରାଯାଇଛି”
“ଏକ ସ୍ଥିର, ନିଷ୍ପତ୍ତିମୂଳକ ଓ ଉତ୍ତମ ଅଭିପ୍ରାୟ ଯୁକ୍ତ ସରକାର ଅଦୃଷ୍ଟପୂର୍ବ ଭଙ୍ଗୀରେ ବିକାଶକୁ ଦେଖିଥାଏ”
“ଉତ୍ସର୍ଗୀକୃତ ମାଲ ପରିବହନ ଓ ଶିଳ୍ପ କରିଡର, ଏକ୍ସପ୍ରେସ ୱେ, ଲଜିଷ୍ଟିକ ଉଦ୍ୟାନ ସବୁ ନବ ଭାରତର ପରିଚୟ ପାଲଟୁଛି”
“ପିଏମ୍ ଗତିଶକ୍ତି ଭାରତର ଭିତ୍ତିଭୂମି ଗଠନର ଜାତୀୟ ପ୍ଲାଟଫର୍ମ ଯାହା ଜାତୀୟ ମାଷ୍ଟର ପ୍ଲାନର ରୂପ ନେଇଛି”
“ବିଶ୍ୱରେ ଭାରତକୁ ସର୍ବାଧିକ ପ୍ରତିଯୋଗିତା ସମ୍ପନ୍ନ ଲଜିଷ୍ଟିକ ବଜାର କରି ଗଢିତୋଳିବା ନିମନ୍ତେ ଲକ୍ଷ୍ୟ ନେଇ ଆମେ ଆମର ଜାତୀୟ ଲଜିଷ୍ଟିକ୍ ନୀତି ତ୍ୱରାନ୍ୱିତ କରିଛୁ”
“ ମଧ୍ୟପ୍ରଦେଶକୁ ଆସୁଥିବା ବିନିଯୋଗ କାରୀଙ୍କୁ ପିଏଲଆଇ ଯୋଜନାର ସର୍ବାଧିକ ଲାଭ ଉଠାଇବାକୁ ମୁଁ ନିବେଦନ କରୁଛି”
“ ସରକାର କିଛିଦିନ ପୂର୍ବରୁ ଅନୁମୋଦନ କରିଥିବା ସବୁଜ ଉଦ୍‌ଯାନ ମିଶନ ଆଠଲକ୍ଷ କୋଟି ବିନିଯୋଗ ସମ୍ଭାବନା ସୃଷ୍ଟି କରିବ”

ନମସ୍କାର!

ମଧ୍ୟପ୍ରଦେଶ ନିବେଶକ ସମ୍ମିଳନୀ ପାଇଁ ଆପଣ ସମସ୍ତ ନିବେଶକ, ଉଦ୍ୟୋଗୀଙ୍କୁ ବହୁତ ବହୁତ ସ୍ୱାଗତ । ଏକ ବିକଶିତ ଭାରତର ନିର୍ମାଣରେ ମଧ୍ୟପ୍ରଦେଶର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ବିଶ୍ୱାସ, ଆଧ୍ୟାତ୍ମିକତା ଠାରୁ ନେଇ ପର୍ଯ୍ୟଟନ ପର୍ଯ୍ୟନ୍ତ, କୃଷି ଠାରୁ ନେଇ ଶିକ୍ଷା ଏବଂ ଦକ୍ଷତା ବିକାଶ ପର୍ଯ୍ୟନ୍ତ, ମଧ୍ୟପ୍ରଦେଶ ଅଦ୍ଭୁତ, ଚମକ୍ରାର ଏବଂ ସତର୍କ ମଧ୍ୟ ଅଟେ ।

ସାଥୀମାନେ,

ମଧ୍ୟପ୍ରଦେଶରେ ଏହି ସମ୍ମିଳନୀ ଏମିତି ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ଭାରତରେ ସ୍ୱାଧୀନତାର ଅମୃତ କାଳ ଆରମ୍ଭ ହୋଇସାରିଛି । ଆମେ ସମସ୍ତେ ମିଳିମିଶି ବିକଶିତ ଭାରତର ନିର୍ମାଣ ପାଇଁ ଲାଗିପଡ଼ିଛନ୍ତି । ଏବଂ ଯେତେବେଳେ ଆମେ ବିକଶିତ ଭାରତର କଥା କହିଥାଉ, ସେତେବେଳେ ଏହା କେବଳ ଆମର ଆକାଂକ୍ଷା ନୁହେଁ, ବରଂ ଏହା ସମସ୍ତ ଭାରତୀୟଙ୍କର ସକଳ୍ପ ଅଟେ । ମୋତେ ଖୁସି ଲାଗୁଛି ଯେ ଆମେ କେବଳ ଭାରତୀୟ ନୁହେଁ, ବରଂ ଦୁନିଆର ପ୍ରତ୍ୟେକ ସଂସ୍ଥା, ପ୍ରତ୍ୟେକ ବିଶେଷଜ୍ଞମାନେ ଏହାକୁ ନେଇ ଆତ୍ମବିଶ୍ୱାସୀ ଦେଖାଯାଉଛନ୍ତି ।

ସାଥୀମାନେ,

ଆଇଏମଏଫ ବିଶ୍ୱ ଅର୍ଥନୀତିରେ ଭାରତକୁ ଏକ ଉଜ୍ଜ୍ୱଳ ସ୍ଥାନ ଭାବରେ ଦେଖୁଛି । ବିଶ୍ୱ ବ୍ୟାଙ୍କ କହିଛି ଯେ ଅନ୍ୟ ଦେଶ ତୁଳନାରେ ବିଶ୍ବ ହେଡୱିଣ୍ଡସ ସହ ମୁକାବିଲା କରିବା ପାଇଁ ଭାରତ ଏକ ଭଲ ସ୍ଥିତିରେ ଅଛି । ଏହାର କାରଣ ହେଉଛି ଭାରତର ଶକ୍ତିଶାଳୀ ମାଇକ୍ରୋ ଇକୋନମିକ ମୌଳିକତା । ଓଇସିଡି କହିଛି ଯେ ଚଳିତ ବର୍ଷ ଜି-୨ଠ ଗୋଷ୍ଠୀର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରେ ଭାରତ ରହିବ । ମୋର୍ଗାନ ଷ୍ଟାନଲିଙ୍କ ଅନୁଯାୟୀ ଭାରତ ଆସନ୍ତା ୪-୫ ବର୍ଷ ମଧ୍ୟରେ ବିଶ୍ୱର ତୃତୀୟ ବୃହତମ ଅର୍ଥନୀତି ହେବାକୁ ଯାଉଛି । ମ୍ୟାକକିନସେ ସିଇଓ କହିଛନ୍ତି ଯେ ଏହା କେବଳ ଭାରତର ଦଶନ୍ଧି ନୁହେଁ ଭାରତର ଶତାବ୍ଦୀ । ବିଶ୍ୱ ଅର୍ଥବ୍ୟବସ୍ଥାକୁ ଅନୁଧ୍ୟାନ କରୁଥିବା ଅନୁଷ୍ଠାନ ଏବଂ ବିଶ୍ୱସନୀୟ ସ୍ୱର ଭାରତ ଉପରେ ଅଦୃଶ୍ୟ ଅତ୍ମବିଶ୍ୱାସ ରହିଛି । ସମାନ ଆଶାବାଦୀ ବିଶ୍ୱ ନିବେଶକମାନଙ୍କ ଦ୍ୱାରା ମଧ୍ୟ ଅଂଶୀଦାର ହୋଇଛି । ନିକଟରେ ଏକ ପ୍ରତିଷ୍ଠିତ ଆନ୍ତର୍ଜାତିକ ବ୍ୟାଙ୍କ ଏକ ସର୍ଭେ କରିଥିଲେ । ସେମାନେ ଜାଣିବାକୁ ପାଇଲେ ଯେ ଅଧିକାଂଶ ନିବେଶକ ଭାରତକୁ ପସନ୍ଦ କରନ୍ତି । ଆଜି ଭାରତ ରେକର୍ଡ ଭାଙ୍ଗୁଥିବା ଏଫଡିଆଇ ଗ୍ରହଣ କରୁଛି । ଆମ ମଧ୍ୟରେ ଆପଣଙ୍କର ଉପସ୍ଥିତି ମଧ୍ୟ ଏହି ଭାବନାକୁ ପ୍ରତିଫଳିତ କରୁଛି ।

ସାଥୀମାନେ,

ଭାରତ ପାଇଁ ଏହି ଆଶାବାଦୀ ଦୃଢ଼ ଗଣତନ୍ତ୍ର, ଯୁବ ଜନସଂଖ୍ୟା ଏବଂ ରାଜନୈତିକ ସ୍ଥିରତା ଦ୍ୱାରା ପରିଚାଳିତ । ଏହି କାରଣରୁ, ଭାରତ ଏପରି ନିଷ୍ପତ୍ତିନେଉଛି ଯାହା ଜୀବନରେ ସହଜତା ଏବଂ ବ୍ୟବସାୟ କରିବାରେ ସହଜତା ବଢ଼ାଇଥାଏ । ଶତାବ୍ଦୀରେ ଥରେ ସଙ୍କଟ ସମୟରେ ମଧ୍ୟ ଆମେ ସଂସ୍କାରର ପଥ ବାଛିଥିଲୁ । ୨୦୧୪ ମସିହାରୁ ଭାରତ ‘ସଂସ୍କାର, ରୂପାନ୍ତର ଏବଂ ପ୍ରଦର୍ଶନ’ ପଥରେ ଚାଲିଛି । ଆତ୍ମନିର୍ଭର ଭାରତ ଅଭିଯାନ ଏହା ପାଇଁ ଅଧିକ ଗତି କରିଛି । ଫଳସ୍ୱରୂପ, ଭାରତ ପୁଞ୍ଜି ବିନିଯୋଗ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ପାଲଟିଛି ।

ସାଥୀମାନେ,

ଗୋଟିଏ ସ୍ଥିର ସରକାର, ଗୋଟିଏ ନିର୍ଣ୍ଣାୟକ ସରକାର, ଉତ୍ତମ ମାନସିକତା ନେଇ ଚାଲୁଥିବା ସରକାର, ବିକାଶ ଅଦ୍ଭୁତପୂର୍ବ ଗତି ଦେଇ ପ୍ରଦର୍ଶନ କରିଛନ୍ତି । ଦେଶ ପାଇଁ ପ୍ରତ୍ୟେକଟି ଜରୁରୀ ନିଷ୍ପତ୍ତି, ସେତିକି ହିଁ ଦ୍ରୁତ ଗତିରେ ନିଆଯାଇଥାଏ । ଆପଣମାନେ ଦେଖିଛନ୍ତି ଯେ କେମିତି ଗତ ୮ ବର୍ଷରେ ଆମେ ସଂସ୍କାରର ବେଗ ଏବଂ ମାପକୁ କ୍ରମାଗତ ଭାବରେ ବୃଦ୍ଧି କରିଛୁ । ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପୁନଃ ପୁଞ୍ଜିକରଣ ଏବଂ ଶାସନ ସହିତ ଜଡ଼ିତ ସଂସ୍କାର ହେଉ, ଆଇବିସି ଭଳି ଆଧୁନିକ ରିଜୋଲୁସନ ଢାଞ୍ଚା ସୃଷ୍ଟି କରିବା ହେଉ, ଜିଏସଟି ଭାବରେ ୱାନ ନେଶନ ୱାନ ଟ୍ୟାକ୍ସ ଭଳି ସିଷ୍ଟମ ତିଆରି କରିବା ହେଉ, କର୍ପୋରେଟ ଟ୍ୟାକ୍ସକୁ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗୀ କରାଇବା, ସର୍ବୋତ୍ତମ ସମ୍ପତ୍ତି ପାଣ୍ଠି ଏବଂ ପେନସନ ଫଣ୍ଡସକୁ ଟ୍ୟାକ୍ସ ଛାଡ଼ ହେଉ, ସେମାନଙ୍କ କ୍ଷେତ୍ରରେ ସ୍ୱୟଂଚାଳିତ ମାର୍ଗ ମାଧ୍ୟମରେ ପ୍ରତିଶତ ଏଫଡିଆଇକୁ ଅନୁମତି ଦେବା, ସାମାନ୍ୟ ଅର୍ଥନୈତିକ ତ୍ରୁଟିକୁ ଅପରାଧିକରଣ କରିବା, ଏମିତି ଅନେକ ସଂସ୍କାର ମାଧ୍ୟମରେ ଆମେ ନିବେଶକମାନଙ୍କ ରାସ୍ତାରୁ ଅନେକ ବାଧା ରିଫର୍ମ୍ସ କରିଛୁ । ଆଜିର ନୂତନ ଭାରତ, ନିଜର ବେସରକାରୀ କ୍ଷେତ୍ରର ଶକ୍ତି ଉପରେ ମଧ୍ୟ ସେତିକି ଆଗକୁ ବଢୁଛି । ଆମେ ପ୍ରତିରକ୍ଷା, କ୍ଷଣି ଏବଂ ସ୍ଥାନ ଭଳି ଅନେକ ରଣନୀତିକ କ୍ଷେତ୍ରକୁ ମଧ୍ୟ ବେସରକାରୀ କ୍ଷେତ୍ର ପାଇଁ ଉନ୍ମୁକ୍ତ କରିଦେଇଛୁ । ୪ଟି କୋଡରେ ଦଶ ହଜାର ଶ୍ରମ ଆଇନ ଅନ୍ତର୍ଭୁକ୍ତ କରିବା ମଧ୍ୟ ନିଜ ପାଇଁ ଏକ ବଡ଼ ପଦକ୍ଷେପ ।

ସାଥୀମାନେ,

ସମ୍ବିଧାନ ଭାରତ କମ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ, ଉଭୟଙ୍କ ସ୍ତରରେ ଅଦ୍ଭୁତପୂର୍ବ ପ୍ରୟାସ ଚାଲିଛି । ଗତ କିଛି ସମୟରେ ପାଖାପାଖି ୪ଠ ହଜାର ନିୟମକୁ ହଟାଇ ଦିଆଯାଇଛି । ନିକଟରେ ଆମେ ଜାତୀୟ ଏକକ ୱିଣ୍ଡୋ ସିଷ୍ଟମ ଆରମ୍ଭ କରିଛୁ, ଯେଉଁଥିରେ ମଧ୍ୟପ୍ରଦେଶ ମଧ୍ୟ ଯୋଡ଼ି ହୋଇଯାଇଛି । ଏହି ସିଷ୍ଟମ ଅଧିନରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟତଃ ୫ଠ ହଜାର ସ୍ୱୀକୃତି ଦିଆଯାଇଛି ।

ସାଥୀମାନେ,

ଭାରତର ଆଧୁନିକ ଭିତ୍ତିଭୂମି, ମଲ୍ଟିମୋଡାଲ ଭିତ୍ତିଭୂମି ମଧ୍ୟ ପୁଞ୍ଜି ବିନିଯୋଗର ସମ୍ଭାବନା ସୃଷ୍ଟି କରୁଛି । ୮ ବର୍ଷରେ, ଆମେ ଜାତୀୟ ରାଜପଥ ନିର୍ମାଣର ଗତିକୁ ଦ୍ୱିଗୁଣିତ କରିଛୁ । ଏହି ସମୟ ମଧ୍ୟରେ ଭାରତରେ କାର୍ଯ୍ୟକ୍ଷମ ବିମାନବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି । ଭାରତର ବନ୍ଦର ପରିଚାଳନା କ୍ଷମତା ଏବଂ ବନ୍ଦର ଟର୍ଣ୍ଣଏରାଉଣ୍ଡ ଏକ ଅଦ୍ୱିତୀୟ ଉନ୍ନତି ଘଟିଛି । ଉତ୍ସର୍ଗୀକୃତ ମାଲ ପରିବହନ କରିଡ଼ରଳ ଶିଳ୍ପ କରିଡର, ଏକ୍ସପ୍ରେସ ୱେ, ଲଜିଷ୍ଟିକ ପାର୍କ, ଏଗୁଡ଼ିକ ନୂଆ ଭାରତର ପରିଚୟ ପରିଣତ ହେଉଛି । ପ୍ରଧାନମନ୍ତ୍ରୀ ଗତିଶକ୍ତି ନାସନାଲ ମାଷ୍ଟର ପ୍ଲାନ ଆକାରରେ ପ୍ରଥମ ଥର ଭାରତରେ ଭିତ୍ତିଭୂମି ନିର୍ମାଣ ପାଇଁ ଏକ ଜାତୀୟ ପ୍ଲାଟଫର୍ମ ଅଟେ । ଏହି ପ୍ଲାଟଫର୍ମରେ, ଦେଶର ସରକାର, ଏଜେନ୍ସି, ନିବେଶକଙ୍କ ସହ ଜଡ଼ିତ ତଥ୍ୟ ଅପଡେଟ ହୋଇଛି । ଭାରତ ହେଉଛି ବିଶ୍ୱର ସର୍ବାଧିକ ଏକ ପ୍ରତିଯୋଗିତାମୂଳକ ଲଜିଷ୍ଟିକ ବଜାର ଭାବରେ ଏହାର ଚିହ୍ନ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହି ଲକ୍ଷ୍ୟ ସହିତ ଆମେ ଆମର ଜାତୀୟ ଲଜିଷ୍ଟିକ୍ ନୀତିକୁ କାର୍ଯ୍ୟକାରୀ କରିଛି ।

ସାଥୀମାନେ,

ସ୍ମାର୍ଟଫୋନ ଡାଟା ବ୍ୟବହାରରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି, ଗ୍ଲୋବାଲ ଫିନଟେକରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି । ଆଇଟିବିପିଏନ ଆଉଟସୋର୍ସିଂ ବଣ୍ଟନରେ ଭାରତ ଏକ ନମ୍ବର ଅଟେ । ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ବିମାନ ବଜାର ଏବଂ ତୃତୀୟ ବୃହତ୍ତମ ଅଟୋ ବଜାର । ଆଜି ଭାରତର ଉକ୍ରୃଷ୍ଟ ଡିଜିଟାଲ ଭିତ୍ତିଭୂମି ବିଷୟରେ ସମସ୍ତ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ । ବିଶ୍ୱର ଅଭିବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆପଣମାନେ ଭଲ ଭାବରେ ଜାଣିଛନ୍ତି । ଗୋଟିଏ ପଟେ ଭାରତ ପ୍ରତ୍ୟେକ ଗାଁକୁ ଅପ୍ଟିକାଲ ଫାଇବର ନେଟୱର୍କ ଯୋଗାଉଥିବା ବେଳେ ଅନ୍ୟପଟେ ଏହା ୫ଜି ନେଟୱର୍କକୁ ଦ୍ରୁତ ଗତିରେ ବିସ୍ତାର କରୁଛି । ଉପଭୋକ୍ତା ହୁଅନ୍ତୁ ଏବଂ ଉଦ୍ୟୋଗୀମାନେ ହୁଅନ୍ତୁ, ୫ଜି ହେଉ କିମ୍ବା ଇଣ୍ଟରନେଟ ଅଫ୍ ଥିଙ୍ଗସ କିମ୍ବା ଏଆଇ, ସୃଷ୍ଟି ହେଉଥିବା ପ୍ରତ୍ୟେକ ନୂତନ ସୁଯୋଗ ଦ୍ୱାରା ଭାରତ ବିକାଶର ଗତିକୁ ତ୍ୱରାନ୍ୱିତ କରିବ ।

ସାଥୀମାନେ,

ଏହି ସମସ୍ତ ପ୍ରୟାସ ଯୋଗୁ ଆଜି ମେକ ଇନ ଇଣ୍ଡିଆ ନୂତନ ଶକ୍ତି ହାସଲ କରୁଛି । ଉତ୍ପାଦନ ଜଗତରେ ଭାରତ ଦ୍ରୁତ ଗତିରେ ବିସ୍ତାର କରୁଛି । ପ୍ରଡକ୍ସନ ଲିଙ୍କ ଇନସେଣ୍ଟିଭ ସ୍କିମ ଅଧିନରେ ଅଢ଼େଇ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । ଏହି ଯୋଜନା ସାରା ବିଶ୍ୱରେ ଉତ୍ପାଦନରେ ଲୋକପ୍ରିୟ ହେଉଛି । ଏହି ଯୋଜନା ଅଧିନରେ ଏ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ଉତ୍ପାଦନ କରାଯାଇଛି । ଏହି ଯୋଜନା ଯୋଗୁ ମଧ୍ୟପ୍ରଦେଶରେ ଶହ ଶହ କୋଟି ଟଙ୍କା ବିନିଯୋଗ ହୋଇଛି । ମଧ୍ୟପ୍ରଦେଶକୁ ବଡ଼ ଫାର୍ମ ହବ୍ ତିଆରି କରିବାରେ, ଏକ ବଡ଼ ଟେକ୍ସଟାଇଲ ହବ୍ କରିବା ପାଇଁ ଏହି ଯୋଜନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ମଧ୍ୟପ୍ରଦେଶକୁ ଆସୁଥିବା ନିବେଶକମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ପିଏଲଆଇ ଯୋଜନାର ସର୍ବାଧିକ ଲାଭ ଉଠାନ୍ତୁ ।

ସାଥୀମାନେ,

ଆପଣ ସମସ୍ତେ ସବୁଜ ଶକ୍ତି ସମ୍ବନ୍ଧରେ ଭାରତର ଆକାଂକ୍ଷା ସହିତ ଯୋଗଦେବା ଉଚିତ । କିଛି ଦିନ ପୂର୍ବରୁ, ଆମେ ମିଶନ ଗ୍ରୀନ ହାଇଡ୍ରୋଜେନକୁ ଅନୁମୋଦନ କରିଛୁ । ଏହା ପ୍ରାୟ ୮ ଲକ୍ଷ କୋଟି ଟଙ୍କା ବିନିଯୋଗର ସମ୍ଭାବନା ଆଣିଛି । ଏହା କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱର ଚାହିଦା ମେଣ୍ଟାଇବା ପାଇଁ ମଧ୍ୟ ଏକ ସୁଯୋଗ । ଏହି ଅଭିଯାନ ଅଧିନରେ ହଜାର ହଜାର କୋଟି ଟଙ୍କା ମୂଲ୍ୟର ପ୍ରୋତ୍ସାହନ କରାଯାଇଛି । ଏହି ଉଚ୍ଚଭିଳାଷୀ ମିଶନରେ ଆମେ ଆପଣଙ୍କର ଭୂମିକାକୁ ମଧ୍ୟ ଅନୁସନ୍ଧାନ କରିବା ଜରୁରୀ ।

 

ସାଥୀମାନେ,

ସ୍ୱାସ୍ଥ୍ୟ ହେଉ, କୃଷି ହେଉ, ପୁଷ୍ଟିକର ଖାଦ୍ୟ, ଦକ୍ଷତା, ନବସୃଜନ, ନୂତନ ସମ୍ଭାବନାଗୁଡ଼ିକ ଭାରତର ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଅପେକ୍ଷା କରିଛି । ଭାରତ ସହିତ ଏକ ନୂତନ ବିଶ୍ୱ ଯୋଗାଣ ଶୃଙ୍ଖଳା ନିର୍ମାଣ କରିବାର ସମୟ ଆସିଛି । ତେଣୁ, ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ ସ୍ୱାଗତ କରୁଛି । ଏହି ସମ୍ମିଳନୀ ପାଇଁ ମୁଁ ମୋର ଶୁଭେଚ୍ଛା ଜଣାଉଛି, ମୁଁ ଆପଣଙ୍କୁ ଆତ୍ମବିଶ୍ୱାସ ସହିତ କହୁଛି ଯେ ମଧ୍ୟପ୍ରଦେଶର ଶକ୍ତି ଏବଂ ମଧ୍ୟପ୍ରଦେଶର ସଂକଳ୍ପ ଆପଣଙ୍କ ପ୍ରଗତିରେ ଆପଣଙ୍କୁ ଦୁଇପାଦ ଆଗକୁ ନେବ, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Two defence industrial corridors have attracted investment commitments of about Rs 70,000 crore: Defence secretary

Media Coverage

Two defence industrial corridors have attracted investment commitments of about Rs 70,000 crore: Defence secretary
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the role of teachers on Guru Purnima
July 29, 2026

The Prime Minister, Shri Narendra Modi, extended his heartfelt greetings to the people of the country on the occasion of Guru Purnima. He said that, along with imparting knowledge, teachers infuse their students with positive energy and shape them through noble thoughts and values. The Prime Minister called upon everyone to make the ideals of their gurus a guiding force in their lives.

The Prime Minister shared a Sanskrit Subhashitam-

“प्रेरकः सूचकश्चैव वाचको दर्शकस्तथा।

शिक्षकः बोधकश्चैव षडेते गुरवः स्मृताः॥”

The Subhashitam conveys that one who provides the right direction, imparts knowledge and truth, shows the righteous path, offers education and awakens an understanding of truth in life, paving the way for self-development. These are regarded as the six forms of a Guru.

The Prime Minister wrote on X;

“गुरु पूर्णिमा की सभी देशवासियों को बहुत-बहुत बधाई। गुरु ज्ञान के साथ ही अपने शिष्यों में सकारात्मक ऊर्जा का संचार कर उन्हें सुविचार और सुसंस्कारों से सुशिक्षित करते हैं। आइए, उनके आदर्शों को अपने जीवन का संबल बनाएं।

प्रेरकः सूचकश्चैव वाचको दर्शकस्तथा।

शिक्षकः बोधकश्चैव षडेते गुरवः स्मृताः॥”