ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମ ଲାଇବ୍ରେରୀଗୁଡ଼ିକରେ ଭିତ୍ତିଭୂମିର ଉନ୍ନତି ତଥା ସୃଜନଶୀଳ ଲେଖା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବା ଦ୍ୱାରା ଯୁବପିଢ଼ିଙ୍କ ମଧ୍ୟରେ ପାଠପଢ଼ାର ମହତ୍ତ୍ୱ ଉପରେ ସଚେତନତା ସୃଷ୍ଟି ହେବ ।
ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରେୀପଦୀ ମୁର୍ମୁଙ୍କ ଦ୍ୱାରା ନୂଆଦିଲ୍ଲୀରେ ଆଜି ପୁସ୍ତକାଳୟ ମହୋତ୍ସବ ବା ଫେଷ୍ଟିଭାଲ ଅଫ୍ ଲାଇବ୍ରେରୀଜ୍ ୨୦୨୩ର ଉଦଘାଟନ କରିବା ଉପରେ ଶ୍ରୀ ମୋଦି ଖୁସି ବ୍ୟକ୍ତ କରିଥିଲେ ।
ରାଜା ରାମମୋହନ ରାୟ ଲାଇବ୍ରେରୀ ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଏଭଳି ପ୍ରୟାସ ଦ୍ୱାରା ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ପଢ଼ିବାର ଗୁରୁତ୍ୱ ଉପରେ ସଚେତନତା ବ୍ୟାପିବ । ଏହା ଦେଖି ଖୁସି ଲାଗିଲା ଯେ ଆମ ପୁସ୍ତକାଳୟରେ ଭିତ୍ତିଭୂମିରେ ସୁଧାର ଏବଂ ସୃଜନଶୀଳ ଲେଖାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱ ଦିଆଯାଉଛି ।’
Such efforts will spread awareness on the importance of reading, particularly among the youth. Good to see the emphasis on improving infrastructure in our libraries and boosting creative writing. https://t.co/43MXiqNmVm
— Narendra Modi (@narendramodi) August 6, 2023


