“…ପ୍ରବଳ ଦୁର୍ନୀତିଗ୍ରସ୍ତ ଓ ଆହ୍ଲାବାଦ ହାଇକୋର୍ଟଙ୍କ ଶୁଣାଣି ପରେ ଶ୍ରୀମତି ଇନ୍ଦିରା ଗାନ୍ଧି ନୈତିକତା ଦାୟରେ ଇସ୍ତଫା ପ୍ରଦାନ କରିଥିଲେ । ରାଷ୍ଟ୍ରପତି ତାଙ୍କ ଇସ୍ତଫା ଗ୍ରହଣ କଲେ ଏବଂ...” 1975 ଜୁନ 25ରେ ଏପରି ଏକ ଖବର ଆସିବାର ଥିଲା । ମାତ୍ର ଏପରି କିଛି ଘଟିଲା ନାହିଁ । ବରଂ ଏହାର ବୀପରିତ ଘଟଣାକ୍ରମରେ ଶ୍ରୀମତି ଗାନ୍ଧି ଆଇନକୁ ଅବଜ୍ଞା କରି ନିଜ ଇଚ୍ଛା ଅନୁସାରେ ପରିବର୍ତ୍ତିତ କରିବାକୁ ଚାହିଁଲେ । ଜରୁରିକାଳୀନ ପରିସ୍ଥିତି ଲାଗୁ କରାଗଲା ଏବଂ ଦୁର୍ଭାଗ୍ୟଜନକ ଭାବେ ଭାରତ 21 ମାସର ସ୍ୱକୃତ ଅନ୍ଧାରୀ ଯୁଗରେ ପ୍ରବେଶ କରିଥିଲା । ମୋ ସମୟର ଅଧିକାଂଶ ଲୋକଙ୍କର ଜରୁରିକାଳୀନ ପରିସ୍ଥିତିକୁ ନେଇ ଝାପ୍ସା ଧାରଣା ରହିଛି । ଇଲେକ୍ଟ୍ରୋନିକ ଗଣମାଧ୍ୟମ ସୌଜନ୍ୟରୁ ଏ ସମ୍ବନ୍ଧରେ କିଛିଟା ଜାଣି ହେଉଥିଲା । କିନ୍ତୁ ଏମାନେ ଜରୁରିକାଳୀନ ପରିସ୍ଥିତିର ବର୍ଷ ପୁରାଣିରେ ଦର୍ଶକମାନଙ୍କୁ ସେ ସମୟରେ କ୍ଷମତାଲୋଭୀ କଂଗ୍ରେସ କ୍ଷମତାର କିପରି ଭାବେ ଅପବ୍ୟବହାର କରିଥିଲା ସେ ସମ୍ବନ୍ଧରେ ନଜଣାଇ କୌଣସି ଆନ୍ଦୋଳନକାରୀ ଚଳଚ୍ଚିତ୍ର ଅଭିନେତାଙ୍କ ସାକ୍ଷାତକାର ଦେଖାଇଥାଏ ।

ଏଠାରେ ଦର୍ଶାଇ ଦିଆଯାଉ ଯେ ଅନେକ ବ୍ୟକ୍ତି ଏବଂ ସଙ୍ଗଠନ ଶ୍ରୀମତି ଇନ୍ଦିରା ଗାନ୍ଧିଙ୍କ ସ୍ୱେଚ୍ଛାଚାରୀ ଶାସନ ବିରୋଧରେ ଲଢ଼େଇ କରି ସେମାନଙ୍କର ସମଗ୍ର ଜୀବନକୁ ଗଣତନ୍ତ୍ରର ପୁନପ୍ରତିଷ୍ଠା ପାଇଁ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । ମାତ୍ର ସେମାନଙ୍କ ନାମ ଇତିହାସ ପୃଷ୍ଠାରୁ ନିଶ୍ଚିହ୍ନ ହୋଇଯାଇଥିଲା । ଗାନ୍ଧି ମଧ୍ୟ ଇତିହାସ ପୃଷ୍ଠାରୁ ହଜିଯାଇଛନ୍ତି । ପ୍ରକୃତରେ ସ୍ୱାଧୀନତା ଆନ୍ଦୋଳନ ପରେ କ୍ଷମତାଲୋଭୀ କଂଗ୍ରେସକୁ ହଟେଇବା ପାଇଁ ଏହାହିଁ ସବୁଠାରୁ ବଡ ସଂଗ୍ରାମ ଥିଲା ଯେଉଁଥିରେ କି ଉଭୟ ରାଜନୈତିକ ଓ ଅଣରାଜନୈତିକ ବ୍ୟକ୍ତିମାନେ ଏକାଠି ହୋଇଥିଲେ । ସେତବେଳେ ଜନମତକୁ ପ୍ରଭାବିତ ଓ ସଙ୍ଗଠିତ କରୁଥିବା ବ୍ୟକ୍ତି ଯଥା ନାନାଜୀ ଦେଶମୁଖ, ଜୟପ୍ରକାଶ ନାରାୟଣ, ନାଥଲାଲ ଜଗତ, ବସନ୍ତ ଗଜେନ୍ଦ୍ରଗଡକର, ପ୍ରଭୁଦାସ ପଟୱାରୀ (ଏହା ଏକ ଲମ୍ବା ତାଲିକା) ପ୍ରମୁଖ ସମୟକ୍ରମେ ଜନସାଧାରଣଙ୍କ ମନରୁ ହଜିବାକୁ ବସିଲେଣି । ଏମାନେ ହେଉଛନ୍ତି ଜରୁରୀକାଳିନ ପରିସ୍ଥିତିର ଅଜଣା ଅଶୁଣା ନାୟକ । ଆଉଥରେ “ଧର୍ମନିରପେକ୍ଷ” ଗଣମାଧ୍ୟମମାନଙ୍କୁ “ଧନ୍ୟବାଦ” । 

ଗୁଜୁରାଟ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଓ ଏପରିକି ଯେଉଁମାନେ ଜରୁରୀକାଳିନ ପରିସ୍ଥିତି ବିରୋଧରେ ସଂଗ୍ରାମ କରୁଥିଲେ ସେମାନଙ୍କ ପାଇଁ ରୋଲମଡେଲ ସାଜିଥିଲା । ଗୁଜୁରାଟରେ ସଙ୍ଗଠିତ ନବନିର୍ମାଣ ଆନ୍ଦୋଳନ ଦ୍ୱାରା କଂଗ୍ରେସ ହୃଦୟଙ୍ଗମ କରିଥିଲା ଯେ ଅତିକମରେ ଗୁଜୁରାଟରେ ସେମାନଙ୍କ କ୍ଷମତା ଲୋଭ ବେଶି ଦିନ ଚାଲିବ ନାହିଁ ।

ମୋର ବି କଲେଜର ଅଳ୍ପ କେତେକ ପିଲା କିପରି ଭାବେ ହଷ୍ଟେଲ ଖାଦ୍ୟ ବିଲ ବୃଦ୍ଧିର ପ୍ରତିବାଦ କଲେ ଓ ଏହା କିପରି ନବନିର୍ମାଣ ଆନ୍ଦୋଳନ ନାମରେ ରାଜ୍ୟବ୍ୟାପୀ ଏକ ଆନ୍ଦୋଳନରେ ପରିଣତ ହେଲା ତାହା ଏକ ଶିକ୍ଷାର ବିଷୟ । ବିହାରର ଏହିପରି ଏକ ଆନ୍ଦୋଳନ ଆରମ୍ଭ କରିଥିବା ଜୟପ୍ରକାଶ ନାରାୟଣଙ୍କୁ ମଧ୍ୟ ଗୁଜରାଟ ଘଟଣା ଅନୁପ୍ରାଣିତ କରିଥିଲା । ସେ ସମୟରେ ବିହାରରେ ‘ଗୁଜରାଟର ଅନୁକରଣ’ ଏକ ପ୍ରସିଦ୍ଧ ଖଣ୍ଡବାକ୍ୟ ଥିଲା । ଗୁଜୁରାଟ ବିଧାନସଭାକୁ ଭଙ୍ଗକରିବା ପାଇଁ ଅଣକଂଗ୍ରେସ ଶକ୍ତିଗୁଡ଼ିକର ଦାବି ବିହାରର ଅଣକଂଗ୍ରେସ ଦଳମାନଙ୍କୁ ମଧ୍ୟ ଉତ୍ସାହ ଦେଇଥିଲା । ଏଥିପାଇଁ ଏପରିକି ଇନ୍ଦିରା ଗାନ୍ଧି ସେତବେଳେ ଥରେ କହିଥିଲେ ଯେ, ଗୁଜୁରାଟ ବିଧାନସଭା ଭଙ୍ଗକରିବା ତାଙ୍କ ପାଇଁ ମହଙ୍ଗା ପଡିଲା । ଚିମନଭାଇ ପଟେଲଙ୍କ କଂଗ୍ରେସ ସରକାରର ପତନ ପରେ ଗୁଜରାଟରେ ନିର୍ବାଚନ ହେଲା । (ନିର୍ବାଚନ କରିବା ପାଇଁ କଂଗ୍ରେସ ଆଦୌ ଚାହୁଁନଥିଲା । ମୋରାରଜୀ ଦେଶାଇଙ୍କ ପ୍ରଚେଷ୍ଟା ଫଳରେ କଂଗ୍ରେସ ଶେଷରେ ହାର ମାନି ରାଜ୍ୟରେ ନିର୍ବାଚନ କରାଇଥିଲା)

ଗୁଜରାଟରେ ପ୍ରଥମଥର ପାଇଁ ବାବୁଭାଇ ଜେ ପଟେଲଙ୍କ ନେତୃତ୍ୱରେ ଏକ ଅଣକଂଗ୍ରେସ ଦଳ ଶପଥ ଗ୍ରହଣ କଲା । ଗୁଜରାଟ ସରକାର ଜନମୋର୍ଚ୍ଚା ସରକାର ଭାବେ ଜଣାଶୁଣା ଥିଲା । ଏଠାରେ ଦର୍ଶାଯିବା ଠିକ ହେବଯେ ସେ ସମୟରେ ଗୁଜରାଟ ଜନସାଧାରଣଙ୍କୁ ଭଣ୍ଡେଇବା ପାଇଁ ଇନ୍ଦିରା ଗାନ୍ଧି ଭରପୁର ପ୍ରୟାସ କରିଥିଲେ । ‘ମୁଁ ଗୁଜୁରାଟର ବୋହୁ’ ବୋଲି ଲୋକମାନଙ୍କର ମନ ଜିତିଲା ପରି ଛଳନାପୂର୍ଣ୍ଣ କଥା କହି ଇନ୍ଦିରା ଗାନ୍ଧି ଭୋଟ ମାଗିଥିଲେ । ମାତ୍ର ଶ୍ରୀମତି ଗାନ୍ଧିଙ୍କୁ ଜଣାନଥିଲା ଯେ ତାଙ୍କ ଛଳନାପୂର୍ଣ୍ଣ ରାଜନୀତି ଦ୍ୱାରା ଗୁଜୁରାଟ ବାସୀ ଆଦୌ ଭଳିଯିବେ ନାହିଁ ।

ଜନତା ମୋର୍ଚ୍ଚା ସରକାର ଯୋଗୁ ଗୁଜରାଟର ଅଧିକାଂଶ ଜନସାଧାରଣ ଜରୁରିକାଳୀନ ପରିସ୍ଥିତିର ତୀବ୍ରତାକୁ ଭୋଗିନଥିଲେ । ଅନେକ ଆନ୍ଦୋଳନକାରୀ ଗୁଜରାଟରେ ଆସି ରହିଥିଲେ । ଗଣତନ୍ତ୍ର ପାଇଁ କାମ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଗୁଜରାଟ ଏକ ଆଶ୍ରୟ ସ୍ଥଳରେ ପରିଣତ ହୋଇଥିଲା । କେନ୍ଦ୍ରରେ ଥିବା କଂଗ୍ରେସ ସରକାର ତାଙ୍କୁ ଗୁଜରାଟର ଜନତା ମୋର୍ଚ୍ଚା ଅସହଯୋଗ କରୁଥିବା କହିଥିଲା । (ଅସହଯୋଗ କହିଲେ ଏଠାରେ କଂଗ୍ରେସ ସରକାର ଅଣକଂଗ୍ରେସ ଶକ୍ତିଙ୍କୁ ମୂଳପୋଛ କରିବାରେ ଗୁଜରାଟ ସରକାରଙ୍କ ସମର୍ଥନ ଚାହୁଁଥିଲା, ମାତ୍ର ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇଥିବା ଗୁଜରାଟ ସରକାର ଏଥିପାଇଁ ପ୍ରସ୍ତୁତ ନଥିଲେ) ଜରୁରିକାଳୀନ ପରିସ୍ଥିତି ସମୟରେ ଦେଶବ୍ୟାପୀ ଅନେକ ବିଷୟରେ କଡା କଟକଣା ଲାଗୁ କରାଯାଇଥିଲା ।

କଂଗ୍ରେସ କ୍ଷମତାର ଏପରି ଅପବ୍ୟବହାର କରୁଥିଲା ଯେ ଅଗଷ୍ଟ 15ରେ ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ ହେବାକୁ ଥିବା ଗୁଜୁରାଟର ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ବକ୍ତବ୍ୟରୁ କେତେକ ଅଂଶକୁ ବାଦ ଦେବାପାଇଁ ଇନ୍ଦିରା ଗାନ୍ଧି ତାଙ୍କୁ କହିଲେ । (ସେତବେଳେ ଅଗଷ୍ଟ 15ରେ ମୁଖ୍ୟମନ୍ତ୍ରୀମାନେ ସଂପୃକ୍ତ ରାଜ୍ୟକୁ ଅଲ ଇଣ୍ଡିଆ ରେଡିଓ ମାଧ୍ୟମରେ ବାର୍ତ୍ତା ଦେଉଥିଲେ । ଯେତେବେଳେ ଏହି ଆନ୍ଦୋଳନ ସବୁ ଚାଲିଥିଲା, ସେତବେଳେ ଆରଏସଏସର ଜଣେ ପ୍ରଚାରକ କଠିନ ପରିଶ୍ରମ କରି ତାଙ୍କ ଜୀବନ ବିନିମୟରେ ଦେଶରେ ଗଣତନ୍ତ୍ରର ପୁନପ୍ରତିଷ୍ଠା କରବାକୁ ସ୍ଥିର କରିଥିଲେ । ସେ ଆଉ କେହି ନୁହନ୍ତି ବରଂ ଆମ ଗୁଜରାଟର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଥିଲେ । ଅନ୍ୟ ଆରଏସଏସ ପ୍ରଚାରକଙ୍କ ଭଳି ଏହି ଆନ୍ଦୋଳନ ପାଇଁ ତାଙ୍କୁ ସଭା ସମିତିର ଆୟୋଜନ ଓ ଆନ୍ଦୋଳନକୁ ପ୍ରୋତ୍ସାହିତ କଲାଭଳି ସାହିତ୍ୟ ବାଂଟିବା ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସେ ସମୟରେ ନରେନ୍ଦ୍ରଭାଇ ନାଥଭାଇ ଜଗଦା ଓ ବସନ୍ତ ଗଜେନ୍ଦ୍ରଗଡକରଙ୍କ ସହ ସକ୍ରିୟ ଭାବେ କାମ କରୁଥିଲେ । ଜରୁରିକାଳୀନ ପରିସ୍ଥିତି ଲାଗୁହେବା ପରଠାରୁ ଆରଏସଏସର ସମସ୍ତ ପ୍ରଚାରକ କଂଗ୍ରେସର ଏହି କ୍ଷମତା ଭୋକକୁ ପ୍ରତିରୋଧ କରିବା ପାଇଁ ଲାଗିପଡିଥିଲେ । ଏହି କାର୍ଯ୍ୟପାଇଁ ମଧ୍ୟ ଆରଏସଏସର ଆବଶ୍ୟକ ସାଂଗଠନିକ ଓ କାର୍ଯ୍ୟକାରୀ କରିପାରୁଥିବା ଭଳି ବ୍ୟବସ୍ଥା ଥିଲା । ଜରୁରିକାଳୀନ ପରିସ୍ଥିତି ଲାଗୁ କରିବା ପରେ କଂଗ୍ରେସ ହୃଦୟଙ୍ଗମ କଲା ଯେ ତା’ର ଅନୈତିକ କାର୍ଯ୍ୟକୁ ବାଧା ଦେବା ପାଇଁ ଆରଏସଏସ ପାଖରେ ହିଁ ଆବଶ୍ୟକ ଚିନ୍ତାଧାରା ଓ ସାମର୍ଥ୍ୟ ରହିଛି । ତେଣୁ ଭୀରୁତାର ପରିଚୟ ଦେଇ କଂଗ୍ରେସ ସରକାର ଆରଏସଏସକୁ ନିଷେଦ୍ଧ କରିବାକୁ ସ୍ଥିରକଲା ।

ଏହି ସମୟରେ ଆରଏସଏସର ବରିଷ୍ଠ ନେତା କେଶବରାଓ ଦେଶମୁଖଙ୍କୁ ଗୁଜରାଟରୁ ଗିରଫ କରାଗଲା । ଯୋଜନା ଅନୁଯାୟୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ସହ କାମ କରିବାର ଥିଲା । ମାତ୍ର ଦେଶମୁଖ ଗିରଫ ହେବା ପରେ ଏହା ଆଉ ସମ୍ଭବ ହୋଇପାରିଲା ନାହିଁ । ଯେଉଁ ମୁହୂର୍ତ୍ତରେ ନରେନ୍ଦ୍ର ଭାଇ ହୃଦୟଙ୍ଗମ କଲେ ଯେ କେଶବରାଓଙ୍କୁ ଗିରଫ କରାଗଲା, ସେହି ମୁହୂର୍ତ୍ତରେ ସେ ଆରଏସଏସର ଆଉ ଜଣେ ବରିଷ୍ଠ ନେତା ନାଥାଲ ଜାଗଡାଙ୍କୁ ସ୍କୁଟରରେ ବସାଇ ନିରାପଦ ସ୍ଥାନକୁ ନେଇଯାଇଥିଲେ । ନରେନ୍ଦ୍ର ଭାଇ ମଧ୍ୟ ହୃଦୟଙ୍ଗମ କରିଥିଲେ ଯେ କେଶବରାଓ ଦେଶମୁଖଙ୍କ ପାଖରେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଅଛି ଯାହାର ଉଦ୍ଧାର କରାଯିବା ଭବଷ୍ୟତ କାର୍ଯ୍ୟ ଯୋଜନା ପାଇଁ ଗୁରୁତ୍ୱପୂର୍ଣ୍ଣ । ନରେନ୍ଦ୍ର ଭାଇ ଏହି ଆହ୍ୱାନକୁ ଗ୍ରହଣ କଲେ ଓ ମଣିନଗରରେ ଜଣେ ସ୍ୱୟଂସେବକ ଭଉଣୀଙ୍କ ଜରିଆରେ ଏହାକୁ ଫେରେଇ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କଲେ । ଯୋଜନା ଅନୁସାରେ ସେହି ମହିଳାଜଣକ ଦେଶମୁଖଙ୍କୁ ଭେଟିବା ଲାଗି ପୁଲିସ ଷ୍ଟେସନ ଗଲେ ଓ ଏହି ବାହାନାରେ ତାଙ୍କଠାରୁ ଉକ୍ତ ଦସ୍ତାବିଜ ଫେରାଇଆଣିଲେ । ଜରୁରିକାଳୀନ ପରିସ୍ଥିତି ସମୟରେ ମଧ୍ୟ ଶ୍ରୀମତି ଇନ୍ଦିରା ଗାନ୍ଧି ପ୍ରେସର ସ୍ୱାଧୀନତା ଉପରେ ରୋକ ଲଗାଇଦେଲେ । ଏମଆଏଏସଏ ଏବଂ ଡିଆଇଆର ଅଧୀନରେ ଅନେକ ସାମ୍ବାଦିକଙ୍କୁ ଗିରଫ କରାଗଲା । ବ୍ରିଟିଶ ସାମ୍ବାଦିକ ମାର୍କ ଟୁଲିଙ୍କ ସମେତ ଅନେକ ବିଦେଶୀ ସାମ୍ବାଦିକଙ୍କ ଭାରତ ଗସ୍ତକୁ ନିଷେଦ୍ଧ କରାଗଲା । ସତ୍ୟ ଓ ସଠିକ ସୂଚନାର ପ୍ରବାହକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଗଲା । ଏତଦବ୍ୟତୀତ ବହୁ ପ୍ରଖ୍ୟାତ ବିରୋଧି ରାଜନୈତିକ ନେତାଙ୍କୁ ଜେଲରେ ଭର୍ତ୍ତି କରାଗଲା । ସୂଚନାର ପ୍ରସାରଣ ଅସମ୍ଭବ ହୋଇପଡିଲା । ମାତ୍ର ଏହି ସମୟରେ ନରେନ୍ଦ୍ରଭାଇଙ୍କ ସମେତ ଆହୁରି ଅନେକ ଆରଏସଏସ ପ୍ରଚାରକ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ପୂରଣ କରିବାର ଦାୟିତ୍ୱ ନେଇଥିଲେ ।

ସୂଚନାର ପ୍ରସାରଣ ଓ ଆନ୍ଦୋଳନ ସାହିତ୍ୟ ବାଂଟିବା ପାଇଁ ନରେନ୍ଦ୍ରଭାଇ ଏକ ଅଭିନବ ଉପାୟ ଅବଲମ୍ବନ କରିଥିଲେ । ଏହି ସାହିତ୍ୟରେ ସମ୍ବିଧାନ ସମ୍ବନ୍ଧୀୟ ସୂଚନା, ଆଇନ ଓ କଂଗ୍ରେସ ସରକାରଙ୍କ ଅତ୍ୟାଚାର ସମ୍ବନ୍ଧରେ ଉଲ୍ଲେଖ ରହିଥିଲା । ଏଗୁଡ଼ିକ ଟ୍ରେନ ମାଧ୍ୟମରେ ଗୁଜରାଟରୁ ଅନ୍ୟ ରାଜ୍ୟକୁ ଯାଉଥିଲା । ଏହା ଅତ୍ୟନ୍ତ କଷ୍ଟକର କାର୍ଯ୍ୟଥିଲା କାରଣ ସଂଦିଗ୍ଧ ବ୍ୟକ୍ତିମାନଙ୍କୁ ଗୁଳି କରିଦେବା ଲାଗି ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ନରେନ୍ଦ୍ରଭାଇ ତଥା ଅନ୍ୟ ପ୍ରଚାରକଙ୍କ କୌଶଳ ଭଲ କାମ ଦେଇଥିଲା । ଯେହେତୁ ଆରଏସଏସକୁ ନିଷିଦ୍ଧ କରାଯାଇଥିଲା, ଆରଏସଏସ ବିଭିନ୍ନ ଜିଲ୍ଲାରେ ଓ ଜନସଂଘର୍ଷ ସମିତି ପାଇଁ ସ୍ୱୟଂସେବକ ସୃଷ୍ଟିକରିବାକୁ ସ୍ଥିର କଲା । ଯେଉଁ ସ୍ୱୟଂସେବକମାନେ ଆନ୍ଦୋଳନ ପାଇଁ ସେମାନଙ୍କର ସବୁତକ ସମୟ ଦେବାକୁ ସ୍ଥିର କରିଛନ୍ତି, ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରିବାର ଆବଶ୍ୟକତା ଅନୁଭବ କଲେ ନରେନ୍ଦ୍ର ଭାଇ । ଏହି ସ୍ୱୟଂସେବକମାନଙ୍କ ପରିବାରକୁ ସହାୟତା କରିବା ପାଇଁ ବ୍ୟକ୍ତିବିଶେଷଙ୍କ ଅନୁସନ୍ଧାନରେ ସେ ଲାଗିପଡିଲେ ।

ଯେହେତୁ ଆରଏସଏସ କାର୍ଯ୍ୟକଳାପ ଉପରେ କଡା ନଜର ରଖିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା, ନରେନ୍ଦ୍ର ମୋଦୀ ଗୁପ୍ତରେ ଆନ୍ଦୋଳନକୁ ଚାଲୁରଖିଲେ । ପୁଲିସର ଅଜାଣତରେ ମଣିନଗରରେ ଗୁପ୍ତ ବୈଠକର ଆୟୋଜନ କରି ଖୁବ ଚତୁରତାର ସହିତ ସେ ଏହି କାର୍ଯ୍ୟ ସମ୍ପାଦିତ କରୁଥିଲେ । କଂଗ୍ରେସ ସରକାରଙ୍କ ସ୍ୱେଚ୍ଛାଚାରିତା ବିରୋଧରେ ଗୁପ୍ତରେ ଆନ୍ଦୋଳନ ଚଳାଇଥିବା ନରେନ୍ଦ୍ର ମୋଦି ଏହି ସମୟରେ ପ୍ରଭୁଦାସ ପଟୱାରୀଙ୍କ ସଂସ୍ପର୍ଶରେ ଆସିଥିଲେ । ପଟୱାରୀ ନରେନ୍ଦ୍ରଙ୍କୁ ତାଙ୍କ ଘରେ ଦେଖାକରିବାକୁ କହିଥିଲେ । ପଟୱାରୀଙ୍କ ଘରେ ଜର୍ଜ ଫର୍ଣ୍ଣାଣ୍ଡିସଙ୍କ ସହିତ ନରେନ୍ଦ୍ର ଭାଇଙ୍କର ଦେଖା ହୋଇଥିଲା । ଫର୍ଣ୍ଣାଣ୍ଡିସ ମଧ୍ୟ ଏହି ସ୍ୱେଚ୍ଛାଚାରୀ ଜରୁରୀକାଳିନ ପରିସ୍ଥିତି ବିରୋଧି ଆନ୍ଦୋଳନରେ ସାମିଲ ଥିଲେ । ଜଣେ ମୁସଲମାନ ଛଦ୍ମବେଶରେ ଫର୍ଣ୍ଣାଣ୍ଡିସ ନରେନ୍ଦ୍ର ଭାଇଙ୍କୁ ଭେଟି ତାଙ୍କ ଯୋଜନା ବିଷୟରେ କହିଥିଲେ । ଏହି ସମୟରେ ନାନାଜି ଦେଶମୁଖଙ୍କୁ ଜର୍ଜ ଫର୍ଣ୍ଣାଣ୍ଡିସଙ୍କ ସହ ଭେଟ କରାଇବାରେ ନରେନ୍ଦ୍ରଭାଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଫର୍ଣ୍ଣାଣ୍ଡିସ ନାନାଜୀ ଓ ନରେନ୍ଦ୍ରଭାଇଙ୍କୁ ଭେଟିବା ସମୟରେ ଇନ୍ଦିରା ଗାନ୍ଧିଙ୍କ ସ୍ୱେଚ୍ଛାଚାରୀ ଶାସନ ବିରୋଧରେ ସଶସ୍ତ୍ର ଆନ୍ଦୋଳନ ଚଳାଇବା ପାଇଁ ତାଙ୍କ ଯୋଜନା ସମ୍ବନ୍ଧରେ କହିଥିଲେ । ମାତ୍ର ନାନାଜୀ ଓ ନରେନ୍ଦ୍ରଭାଇ ସ୍ପଷ୍ଟଭାବେ ତାଙ୍କର ଏହି ଯୋଜନାକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେମାନଙ୍କ ମତରେ ଇନ୍ଦିରା ଗାନ୍ଧିଙ୍କ ସ୍ୱେଚ୍ଛାଚାରିତା ଯେତେ ହିଂସାତ୍ମକ ହେଲେ ମଧ୍ୟ ଏହା ବିରୋଧରେ ଚାଲିଥିବା ଆନ୍ଦୋଳନ ଅହିଂସାତ୍ମକ ହେବା ଆବଶ୍ୟକ । ଜରୁରୀକାଳିନ ପରିସ୍ଥିତି ସମୟରେ ସରକାର ଅଲ ଇଣ୍ଡିଆ ରେଡିଓକୁ ପ୍ରଚାର ଯନ୍ତ୍ର ଭାବେ ଉପଯୋଗ କରୁଥିଲେ । ଆଉ ଏକ ସାପ୍ତାହିକ ପତ୍ରିକା ମଧ୍ୟ ସରକାରଙ୍କ ଜଘନ୍ୟ କାର୍ଯ୍ୟ ସତ୍ତ୍ୱେ ଏହାର ପକ୍ଷ ନେଉଥିଲା । ରେଡିଓରେ ପ୍ରସାରିତ ସୂଚନାରୁ ଅନେକ ଅଂଶକୁ ବାଦ ଦିଆଯାଇଥିବାରୁ ଜନସାଧାରଣ କ୍ଷୁବ୍ଧ ଥିଲେ । ଏହି ସମୟରେ ଆକାଶବାଣୀ ବାହାରେ ଶାନ୍ତିପୂର୍ଣ୍ଣ ଭାବେ ଜନ ଆନ୍ଦୋଳନ କରାଯାଉଥିଲା । ଜନସଂଘର୍ଷ ସମିତି ଦ୍ୱାରା ଏଠାରେ ଲୋକଙ୍କୁ ସୂଚିତ କରିବା ପାଇଁ ସମ୍ବିଧାନ, ଆଇନ ଓ ଅନ୍ୟାନ୍ୟ ସହିତ୍ୟର ପାଠ କରାଯାଉଥିଲା ।

ଆରଏସଏସର ଅନ୍ୟାନ୍ୟ ପ୍ରଚାରକଙ୍କ ଭଳି ନରେନ୍ଦ୍ରଭାଇ ସେତେବେଳେ ଜନ ସଂଘର୍ଷ ସମିତିକୁ ସମର୍ଥନ କରୁଥିଲେ ଓ ଲୋକମାନଙ୍କୁ ପ୍ରଭାବିତ କରୁଥିଲେ । ଏହାର କାରଣ ହେଲା ସେତବେଳେ ଆରଏସଏଓ ହିଁ ଏକମାତ୍ର ସଙ୍ଗଠନ ଥିଲା ଯେଉଁଥିରେ କି ଯୋଜନାବଦ୍ଧ ଭାବେ ଏକ ଆନ୍ଦୋଳନକୁ ସଂଗଠିତ କରିବାର ବ୍ୟବସ୍ଥା ଥିଲା । ଏପରିକି ଆଜିର ଦିନରେ ମଧ୍ୟ ଆମେ ଗଣମାଧ୍ୟମଗୁଡ଼ିକର କଂଗ୍ରେସ ପ୍ରତି ଥିବା ପକ୍ଷପାତି ଓ ଦାସତ୍ୱପୂର୍ଣ୍ଣ ମନୋଭାବ ଦେଖି ଆଶ୍ଚର୍ଯ୍ୟ ହୋଇଯାଉ । ଜରୁରିକାଳୀନ ପରିସ୍ଥିତି ସମୟରେ ମଧ୍ୟ କଂଗ୍ରେସ କ୍ଷମତାର ଦୂରୁପଯୋଗ କରିବା ସହ ସୂଚନା ପ୍ରସାରଣର ମାଧ୍ୟମଗୁଡ଼ିକୁ ନିଜ ସ୍ୱାର୍ଥରେ ପ୍ରଚାର କାର୍ଯ୍ୟ ପାଇଁ ବ୍ୟବହାର କରିଥିଲା ।(ଏହା ଆମକୁ ମନେପକାଇ ଦେଇଥାଏ ଯେ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପରାସ୍ତ କରିଥିବା ଏନଟି ରାମାରାଓଙ୍କ ଖବରକୁ କିପରି ଭାବେ ଅଲ ଇଣ୍ଡିଆ ରେଡିଓ ଦ୍ୱାରା ବର୍ଜନ କରାଯାଇଥିଲା । ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ତାଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରଣ କରିବା ପରେ ଦେଶ ଏନଟି ରାମରାଓ ବୋଲି ଜଣେ ବ୍ୟକ୍ତି ଅଛନ୍ତି ବୋଲି ଅନୁଭବ କରିଥିଲା) ସରକାରଙ୍କ ଦ୍ୱାରା ଜେଲରେ ବନ୍ଦୀଥିବା ନେତାମାନଙ୍କୁ ନରେନ୍ଦ୍ରଭାଇ ସୂଚନା ପ୍ରଦାନ କରୁଥିଲେ । ଛଦ୍ମବେଶ ଧାରଣରେ ସେ ଧୁରୀଣ ଥିଲେ । ଗିରଫ ହେବାର ବିପଦ ଥିଲେ ମଧ୍ୟ ସେ ଜେଲକୁ ଯାଇ ବନ୍ଦୀ ନେତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଥିଲେ । ଥରେ ବି ପୁଲିସ ନରେନ୍ଦ୍ରଭାଇଙ୍କୁ ଚିହ୍ନିପାରିନଥିଲା । ସେହି ସମୟରେ ‘ସାଧନା’ ନାମରେ ଏକ ପତ୍ରିକା ସାହାସିକତାର ପରିଚୟ ଦେଇ ଜରୁରୀକାଳିନ ପରିସ୍ଥିତି ଓ ବାକ୍ ସ୍ୱାଧୀନତା ନିୟନ୍ତ୍ରଣ ବିରୋଧରେ ସ୍ୱର ଉଠାଇବା ପାଇଁ ସ୍ଥିର କରିଥିଲା । ଏହି ପତ୍ରିକା ଲୋକମାନଙ୍କ ପାଖରେ ପହଂଚିବା ନେଇ ଆରଏସଏସର ବ୍ୟବସ୍ଥା ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ଅନ୍ୟ ପ୍ରଚାରକମାନଙ୍କ ଭଳି ନରେନ୍ଦ୍ରଭାଇ ମଧ୍ୟ ଏହି କାର୍ଯ୍ୟରେ ସାମିଲ ଥିଲେ ।

ଜରୁରୀକାଳିନ ପରିସ୍ଥିତି ସମୟରେ ନରେନ୍ଦ୍ରଭାଇଙ୍କ ସମେତ ଆରଏସଏସର ବହୁ ପ୍ରଚାରକ ଇନ୍ଦିରା ଗାନ୍ଧିଙ୍କ ସ୍ୱେଚ୍ଛାଚାର ବିରୋଧରେ ଆନ୍ଦୋଳନ କରିବା ନେଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ସମୟରେ ସଂଘର୍ଷ ସମିତି ଦ୍ୱାରା ଆୟୋଜିତ ମୁକ୍ତିଜ୍ୟୋତି ଯାତ୍ରାକୁ ଆରଏସଏସ ସମର୍ଥନ କରିଥିଲା । ଏହା ଏକ ସାଇକେଲ ଯାତ୍ରା ଥିଲା ଏବଂ ପ୍ରଚାରକମାନେ ସାଇକେଲରେ ବିଭିନ୍ନ ସ୍ଥାନକୁ ଯାଇ ଗଣତନ୍ତ୍ରର ବାର୍ତ୍ତା ପ୍ରଚାର କରିଥିଲେ । ବହୁତ କମ ଲୋକ ଜାଣନ୍ତି ଯେ ଆଉ କେହି ନୁହେଁ ବରଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଝିଅ ମଣୀବେନ ପଟେଲ ପତାକା ଦେଖାଇ ନାନିଦାଦରୁ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ ।(ଏହା ଆଶ୍ଚର୍ଯ୍ୟର କଥା ଯେ ଯେତେବେଳେ ଦେଶ ନେହେରୁ-ଗାନ୍ଧି ପରିବାରର ସମସ୍ତ ଉତ୍ତର ପିଢି ସହ ପରିଚିତ, ସେତବେଳେ ସ୍ୱାଧୀନତା ସଂଗ୍ରାମର ଭାଗନେଇଥିବା ଅନ୍ୟ ତୁଙ୍ଗ ନେତାଙ୍କ ପରିବାର ଲୋକେ ଅଜଣା ଓ ଅଶୁଣା । ଆଜି କଂଗ୍ରେସ ସ୍ୱାଧୀନତା ସଂଗ୍ରାମରେ ଭାଗନେଇଥିବା ନେତାଙ୍କ ଦଳ ବୋଲି ଗର୍ବ କରୁଛି, ମାତ୍ର ଏହି ଦଳ ମାନିବେନ ପଟେଲଙ୍କ ଭଳି ନେତାଙ୍କୁ ଭୁଲିଯାଇଛି) । କେଭି କାମାଥ ତାଙ୍କ ପୁସ୍ତକରେ ଯଥାର୍ଥରେ ଲେଖିଛନ୍ତି ଯେ ଜରୁରିକାଳୀନ ପରିସ୍ଥିତି ସମୟରେ ନରେନ୍ଦ୍ରଭାଇଙ୍କ ଚମତ୍କାର ଦକ୍ଷତା ସମ୍ବନ୍ଧରେ ଲୋକେ ଜାଣିପାରିଥିଲେ । ସେ ଜଣେ ନିସ୍ୱାର୍ଥପର ପ୍ରଚାରକ ଭାବେ କାର୍ଯ୍ୟ କରିବା ସହ ସଂଗଠନ ଓ ପ୍ରଚାରକମାନେ କିପରି ଆର୍ଥିକ ସମସ୍ୟାର ସମ୍ମୁଖୀନ ନହୁଅନ୍ତି ତାହା ନିଶ୍ଚିତ୍ତ କରିଥିଲେ ।
କାମାଥ ଯଥାର୍ଥ ଭାବେ ବର୍ଣ୍ଣନା କରିଛନ୍ତି ଯେ ନରେନ୍ଦ୍ରଭାଇ କେବଳ ସଙ୍ଗଠନ ଓ ପ୍ରଚାରକମାନଙ୍କ ପାଇଁ ଆର୍ଥିକ ବନ୍ଦବୋସ୍ତ କରିନଥିଲେ, ବରଂ ଅନ୍ୟ ଦେଶମାନଙ୍କରେ ରହୁଥିବା ଭାରତୀୟମାନେ କିପରି ଜରୁରୀକାଳିନ ପରିସ୍ଥିତି ସମ୍ବନ୍ଧୀୟ ସ୍ୱେଚ୍ଛାଚାରିତାର ସୂଚନା ପାଇବେ ତା’ର ବ୍ୟବସ୍ଥା ମଧ୍ୟ କରିଥିଲେ । ଆଜି ଆମେ ସମସ୍ତେ ନରେନ୍ଦ୍ରଭାଇଙ୍କ ଉତ୍ତମ ଶାସନର ଲାଭ ପାଉଛେ ମାତ୍ର ଜରୁରୀକାଳିନ ପରିସ୍ଥିତି ସମୟରେ ଜଣେ ନିସ୍ୱାର୍ଥପର କାର୍ଯ୍ୟକର୍ତ୍ତା ଭାବେ ତାଙ୍କ ଯୋଗଦାନ ସମ୍ବନ୍ଧରେ ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଗୁଜରାଟର ଜନମୋର୍ଚ୍ଚା ସରକାର ମଧ୍ୟ ସାଧାରଣ ଲୋକର ଅଧିକାର ବଜାୟ ରଖିବା ନେଇ ଭଲ କାର୍ଯ୍ୟ କରିଥିଲା । ଆଜି ଯେତବେଳେ ଦେଶ ଚାପରେ ରହିଛି ଓ ଜରୁରୀକାଳିନ ପରିସ୍ଥିତି ଭଳି ସମୟ ସୃଷ୍ଟି କରାଯାଉଛି, ସେତବେଳେ ଭାରତର ଜନସାଧାରଣ ଏକ ନୂତନ ‘ନବନିର୍ମାଣ’ ଆନ୍ଦୋଳନ ପାଇଁ ଗୁଜୁରାଟ ଓ ନରେନ୍ଦ୍ର ମୋଦୀଙ୍କୁ ଚାହୁଁଛନ୍ତି ଏବଂ ଏହି ଆନ୍ଦୋଳନ ଆମକୁ ଦୁର୍ନୀତିପୂର୍ଣ୍ଣ କଂଗ୍ରେସ ଶାସନରୁ ମୁକ୍ତି ଦେବ ବୋଲି ଆଶା କରୁଛନ୍ତି । ମୁଁ ଆଶାକରୁଛି ଯେ ନିକଟ ଭବିଷ୍ୟତରେ ଏକ ନୂତନ ନବନିର୍ମାଣର ଆରମ୍ଭ ହେବ... 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Big tax relief for disabled employees: Travel deduction raised under draft tax rules 2026

Media Coverage

Big tax relief for disabled employees: Travel deduction raised under draft tax rules 2026
NM on the go

Nm on the go

Always be the first to hear from the PM. Get the App Now!
...
ଏକ ସରଳ ପଦଯାତ୍ରା ଯାହା କାର୍ଯ୍ୟକର୍ତ୍ତାଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗଭୀର ସମ୍ମାନକୁ ପ୍ରକାଶ କରିଥିଲା :ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଜୀ ମନେ ପକାଇଲେ
January 21, 2026

During the National Executive meeting of the Bharatiya Janata Party in Patna, an incident left a lasting impression on the now BJP President Shri Nitin Nabin Ji and offered a quiet yet powerful lesson in leadership.

Senior leaders from across the country were arriving in Patna for a major rally. Nitin Nabin Ji was part of the team responsible for receiving leaders at the airport and escorting them according to protocol. As leaders arrived, they followed the standard process and proceeded directly to their vehicles.

When PM Modi arrived, he was welcomed and requested to move towards the car. Before doing so, he paused and asked whether the karyakartas were waiting outside. On being informed that many karyakartas were standing there, he immediately said that he would like to meet them first.

Instead of sitting in the vehicle, the PM chose to walk on foot. As the car followed behind, he personally greeted the workers, accepted garlands with his own hands, folded his hands in respect and acknowledged each karyakarta present. Only after meeting everyone did he proceed to his vehicle and depart.

Though the conference itself was brief, the gesture left a deep and lasting impact. PM Modi could have easily remained in the car and waved, but he chose to walk alongside the workers and personally honour them. This moment reflected his sensitivity and his belief that every worker, regardless of position, deserves respect.

Nitin Nabin Ji explains that this incident taught him the true meaning of leadership. For Narendra Modi Ji, leadership is rooted in humility, emotional connection and constant engagement with the grassroots. Respect for workers and open communication are not symbolic acts, but core values of all the karyakartas, leaders and the entire Party.

This ethos, where karyakartas are treated with dignity and warmth, defines the BJP’s organisational culture. It is this tradition that strengthens the Party’s roots and prepares ordinary people to shoulder national responsibilities.