Dr. Werner Hoyer, President, European Investment Bank meets Prime Minister Modi
European Investment Bank appreciates India’s strong and proactive measures in the field of climate change

ୟୁରୋପୀୟ ନିବେଶ ବ୍ୟାଙ୍କର ସଭାପତି ଡଃ ୱାର୍ନର ହୋୟର ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ୟୁରୋପୀୟ ନିବେଶ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ରଧାନମନ୍ତ୍ରୀ ବର୍ଷକ ପୂର୍ବେ ତାଙ୍କର ୟୁରୋପୀୟ ଯୁନିଅନ – ଭାରତ ଶିଖର ବୈଠକରେ ୟୁରୋପୀୟ ନିବେଶ ବ୍ୟାଙ୍କର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳକୁ ଭେଟିଥିଲେ ଏବଂ ଦିଲ୍ଲୀରେ ବ୍ୟାଙ୍କର ଏକ ଆଞ୍ଚଳିକ କାର୍ଯ୍ୟ।ଳୟ ଖୋଲିବା ଲାଗି ପ୍ରତିଶ୍ରୁତି ଦେଇଥିଲେ । ଆଜି ଦିଲ୍ଲୀରେ ଏହି ବ୍ୟାଙ୍କର କାର୍ଯ୍ୟ।ଳୟ ଉଦ୍ଘାଟିତ ହୋଇଛି ।

ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଏବଂ ଦୀର୍ଘସ୍ଥାୟୀ ପରିବେଶ ସୁରକ୍ଷା ସମ୍ପର୍କରେ ଭାରତର ନୀତିଗତ ଦିଗଗୁଡିକ ବର୍ଣ୍ଣନା କରିଥିଲେ । ଇତିମଧ୍ୟରେ ୟୁରୋପୀୟ ନିବେଶ ବ୍ୟାଙ୍କ ଲକ୍ଷ୍ନୌ ମେଟ୍ରୋ ସମେତ ଭାରତର ଅନେକ ପରିବେଶଧର୍ମୀ ପ୍ରକଳ୍ପ ପାଇଁ 100 କୋଟି ୟୁରୋରୁ ଅଧିକ ମୂଲ୍ୟର ଋଣ ସହାୟତା ପ୍ରଦାନ କରିଛି ।

ଡଃ ହୋୟର କଥାବାର୍ତ୍ତା ବେଳେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ଦିଗରେ ଭାରତର ଦୃଢ, ସକ୍ରିୟ ଓ ସକାରାତ୍ମକ ପଦକ୍ଷେପଗୁଡିକୁ ବେଶ ପସନ୍ଦ କରିବା ସହ ଭବିଷ୍ୟତରେ ଏ ଦିଗରେ ୟୁରୋପୀୟ ନିବେଶ ବ୍ୟାଙ୍କର ସହାୟତା ଜାରି ରହିବ ବୋଲି ସୂଚନା ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 5, 2026
September 05, 2026

The New Indian Equation: Policy + People = Tangible Progress Under PM Modi