ବିଶ୍ୱ ବାଣିଜ୍ୟ ସଙ୍ଗଠନ(WTO)ର ମନ୍ତ୍ରୀମାନଙ୍କର ଏକ ଅଣଆନୁଷ୍ଠାନିକ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଆସିଥିବା ଡବ୍ଲୁଟିଓର ମହାନିର୍ଦ୍ଦେଶକ ଶ୍ରୀ ରୋବେର୍ଟୋ ଆଜେଭେଡୋ ଆଜି ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ।
ବହୁପାକ୍ଷିକ ବାଣିଜ୍ୟିକ ପ୍ରକ୍ରିୟାକୁ ପୁନର୍ଜୀବିତ କରିବା ପାଇଁ ପଥ ଅନ୍ୱେଷଣ ଲାଗି ଆଲୋଚନା ଜାରି ରଖିବା ନେଇ ପଦକ୍ଷେପ ଗ୍ରହଣ କରିଥିବାରୁ ମହାନିର୍ଦ୍ଦେଶକ ଭାରତ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଭାରତ ବହୁପାକ୍ଷିକ ବାଣିଜ୍ୟିକ ପ୍ରକ୍ରିୟାର ଏକ ଦୃଢ଼ ସମର୍ଥକ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସେ କହିଥିଲେ ଯେ ବିଶ୍ୱ ବାଣିଜ୍ୟ ସଙ୍ଗଠନର କାର୍ଯ୍ୟଧାରାକୁ ଗୁରୁତ୍ୱ ପ୍ରଦାନ କରିବା ଜରୁରୀ କାରଣ ଏହା ବିକାଶଶୀଳ ରାଷ୍ଟ୍ରମାନଙ୍କର ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିଥାଏ । ମୁକ୍ତ ବାଣିଜ୍ୟ ଏବଂ ଜଗତୀକରଣର ଲାଭ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଅଧିକ ଦୃଶ୍ୟମାନ ହେବା ନେଇ ସ୍ୱତନ୍ତ୍ର ପ୍ରୟାସ କରାଯିବାକୁ ପ୍ରଧାନମନ୍ତ୍ରୀ ଡବ୍ଲୁଟିଓର ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିବା ସହ, ଡବ୍ଲୁଟିଓର ମନ୍ତ୍ରୀମାନଙ୍କର ଅଣଆନୁଷ୍ଠାନିକ ବୈଠକର ସଫଳତା ଲାଗି ଶୁଭେଚ୍ଛା ଜଣାଇଥିଲେ ।
Had a wonderful meeting with Mr. Roberto Azevêdo, Director-General of the @wto. @WTODGAZEVEDO pic.twitter.com/nhX2UaTkeO
— Narendra Modi (@narendramodi) March 19, 2018


