ଆଜି, ମୁଁ ତିନୋଟି ରାଷ୍ଟ୍ର ସାଇପ୍ରସ ଗଣରାଜ୍ୟ, କାନାଡା ଏବଂ କ୍ରୋଏସିଆ ଗସ୍ତରେ ଯିବି।
ଜୁନ ୧୫ - ୧୬ ତାରିଖରେ, ମୁଁ ରାଷ୍ଟ୍ରପତି ମହାମହିମ ନିକୋସ କ୍ରିଷ୍ଟୋଡୁଲାଇଡସଙ୍କ ନିମନ୍ତ୍ରଣରେ ସାଇପ୍ରସ ଗଣରାଜ୍ୟ ଗସ୍ତ କରିବି। ସାଇପ୍ରସ ହେଉଛି ଭୂମଧ୍ୟସାଗରୀୟ କ୍ଷେତ୍ର ଏବଂ ୟୁରୋପୀୟ ସଂଘରେ ଏକ ଘନିଷ୍ଠ ବନ୍ଧୁ ଓ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ଏହି ଗସ୍ତ ଐତିହାସିକ ସମ୍ଵନ୍ଧକୁ ମଜଭୁତ କରିବ ଏବଂ ବାଣିଜ୍ୟ, ନିବେଶ, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମର ସମ୍ପର୍କକୁ ବିସ୍ତାର କରିବ ଏବଂ ଲୋକମାନଙ୍କ ମଧ୍ୟରେ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବାର ସୁଯୋଗ ପ୍ରଦାନ କରୁଛି।
ସାଇପ୍ରସରୁ, ମୁଁ ପ୍ରଧାନମନ୍ତ୍ରୀ ମହାମହିମ ମାର୍କ କାର୍ନିଙ୍କ ନିମନ୍ତ୍ରଣରେ ଜି - ୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ କାନାନାସକିସ୍ ଯାତ୍ରା କରିବି। ଏହି ଶିଖର ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗ ଏବଂ ଦକ୍ଷିଣ ବିଶ୍ୱର ପ୍ରାଥମିକତା ଉପରେ ମତ ବିନିମୟ ପାଇଁ ଅବସର ପ୍ରଦାନ କରିବ। ମୁଁ ମଧ୍ୟ ଅଂଶୀଦାର ଦେଶଗୁଡ଼ିକର ନେତାମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ଆଗ୍ରହର ସହିତ ଅପେକ୍ଷା କରିଛି।
ଜୁନ୍ ୧୮ ତାରିଖରେ, ମୁଁ କ୍ରୋଏସିଆ ଗଣରାଜ୍ୟକୁ ଗସ୍ତ କରିବା ସହିତ ରାଷ୍ଟ୍ରପତି ଜୋରାନ୍ ମିଲାନୋଭିକ୍ ଏବଂ ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ୍ ପ୍ଲେଙ୍କୋଭିକଙ୍କ ସହ ସାକ୍ଷାତ ପାଇଁ ଅପେକ୍ଷା କରିଛି। ଆମ ଦୁଇ ଦେଶ ମଧ୍ୟରେ ଶହ ଶହ ବର୍ଷର ପୁରୁଣା ଘନିଷ୍ଠ ସାଂସ୍କୃତିକ ସମ୍ପର୍କ ରହିଛି। ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର କ୍ରୋଏସିଆକୁ ପ୍ରଥମ ଗସ୍ତ ଭାବରେ ଏହା ପାରସ୍ପରିକ ସ୍ୱାର୍ଥ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ନୂତନ ରାସ୍ତା ଖୋଲିବ।
ସୀମାପାର ଆତଙ୍କବାଦ ବିରୁଦ୍ଧରେ ଆମର ଲଢ଼େଇରେ ଭାରତକୁ ସେମାନଙ୍କର ଦୃଢ଼ ସମର୍ଥନ ପାଇଁ ଅଂଶୀଦାର ଦେଶମାନଙ୍କୁ ଧନ୍ୟବାଦ ଦେବା ସହିତ ସମସ୍ତ ରୂପରେ ଏବଂ ଅବସ୍ଥାରେ ଆତଙ୍କବାଦକୁ ମୁକାବିଲା କରିବା ପାଇଁ ବିଶ୍ୱ ବୁଝାମଣାକୁ ବୃଦ୍ଧି କରିବା ନିମିତ୍ତ ମଧ୍ୟ ଏହା ଏକ ଅପୂର୍ବ ସୁଯୋଗ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India