ପ୍ରଧାନମନ୍ତ୍ରୀ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ନିମନ୍ତ୍ରଣ କ୍ରମେ, ମୁଁ ଆଜି ଷଷ୍ଠ ବିମ୍‌ଷ୍ଟେକ୍ ସମ୍ମିଳନୀରେ ଯୋଗଦେବା ପାଇଁ ଥାଇଲ୍ୟାଣ୍ଡକୁ ସରକାରୀ ଗସ୍ତରେ ଯାଉଛି ।

ଗତ ଦଶନ୍ଧି ଧରି, ବଙ୍ଗୋପସାଗର କ୍ଷେତ୍ରରେ ଆଞ୍ଚଳିକ ବିକାଶ, ଯୋଗାଯୋଗ ଏବଂ ଆର୍ଥିକ ପ୍ରଗତିକୁ ପ୍ରୋତ୍ସାହିତ କରିବା ପାଇଁ ବିମ୍‌ଷ୍ଟେକ୍ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ ଉଭା ହୋଇଛି । ଏହାର ଭୌଗଳିକ ସ୍ଥିତି ସହିତ, ଭାରତର ଉତ୍ତର-ପୂର୍ବ କ୍ଷେତ୍ର ବିମ୍‌ଷ୍ଟେକର କେନ୍ଦ୍ରରେ ରହିଛି । ମୁଁ ବିମଷ୍ଟେକ ଦେଶଗୁଡିକର ନେତାମାନଙ୍କୁ ଭେଟିବାକୁ ଏବଂ ଆମ ଲୋକଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖି ଆମର ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଉତ୍ପାଦକ ଭାବରେ ଯୋଗଦାନ କରିବାକୁ ଆଗ୍ରହି ରହିଛି ।

ମୋର ସରକାରୀ ଗସ୍ତ ସମୟରେ, ଆମର ଐତିହାସିକ ସମ୍ପର୍କକୁ ଉନ୍ନତ କରିବାର ଏକ ସାଧାରଣ ଇଚ୍ଛା ସହିତ ମୁଁ ପ୍ରଧାନମନ୍ତ୍ରୀ ସିନାୱାତ୍ରା ଏବଂ ଥା ନେତୃତ୍ୱଙ୍କ ସହ ଯୋଗାଯୋଗ କରିବାର ସୁଯୋଗ ପାଇବି । ଏହା  ସହଭାଗୀ ସଂସ୍କୃତି, ଦର୍ଶନ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାର ଦୃଢ଼ ମୂଳଦୁଆ ଉପରେ ଆଧାରିତ ।

ଥାଇଲ୍ୟାଣ୍ଡରୁ ମୁଁ ଅପ୍ରେଲ୍ ୪ରୁ ୬ ତାରିଖ ଯାଏଁ ଶ୍ରୀଲଙ୍କାକୁ ଦୁଇ ଦିନିଆ ଗସ୍ତରେ ଯିବି। ଗତ ଡିସେମ୍ବରରେ ରାଷ୍ଟ୍ରପତି ଦିସାନାୟକଙ୍କ ସଫଳ ଭାରତ ଗସ୍ତ ପରେ ମୁଁ ଏହି ଗସ୍ତରେ ଯିବି । ଆମକୁ “ଏକ ଅଂଶୀଦାର ଭବିଷ୍ୟତ ପାଇଁ ସହଭାଗୀତାକୁ ପ୍ରୋତ୍ସାହିତ କରିବା”ର ମିଳିତ ଦୃଷ୍ଟିକୋଣରେ ହୋଇଥିବା ପ୍ରଗତିକୁ ସମୀକ୍ଷା କରିବା ଏବଂ ଆମର ଅଂଶୀଦାର ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଅଧିକ ମାର୍ଗଦର୍ଶନ ପ୍ରଦାନ କରିବାର ସୁଯୋଗ ମିଳିବ ।

ମୁଁ ନିଶ୍ଚିତ ଯେ ଏହି ଗସ୍ତଗୁଡିକ ଅତୀତର ମୂଳଦୁଆକୁ ଆଧାର କରିବ ଏବଂ ଆମ ଲୋକମାନଙ୍କର ତଥା ବ୍ୟାପକ କ୍ଷେତ୍ରର ଲାଭ ପାଇଁ ଆମର ଘନିଷ୍ଠ ସମ୍ପର୍କକୁ ସୁଦୃଢ଼ କରିବାରେ ଯୋଗଦାନ ଦେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Republic Day sales see fastest growth in five years on GST cuts, wedding demand

Media Coverage

Republic Day sales see fastest growth in five years on GST cuts, wedding demand
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 27, 2026
January 27, 2026

India Rising: Historic EU Ties, Modern Infrastructure, and Empowered Citizens Mark PM Modi's Vision