ଆମେ, ଭାରତୀୟ ସାଧାରଣତନ୍ତ୍ର ଏବଂ ଦକ୍ଷିଣ ଏସୀୟ ରାଷ୍ଟ୍ର ସଂଘ (ଆସିଆନ)ର ରାଷ୍ଟ୍ର/ସରକାର ମୁଖ୍ୟଗଣ “ସହଭାଗୀ ମୂଲ୍ୟବୋଧ, ସାଧାରଣ ଭାଗ୍ୟ” ବିଷୟବସ୍ତୁ ଉପରେ ଆସିଆନ-ଭାରତ ବାର୍ତ୍ତା ସମ୍ପର୍କର 25ତମ ବର୍ଷପୂର୍ତ୍ତି ଉପଲକ୍ଷେ ନୂଆଦିଲ୍ଲୀ, ଭାରତ ଠାରେ, 25 ଜାନୁଆରୀ, 2018ରେ ଏକତ୍ର ହୋଇଅଛୁ ।

ଆସିଆନ ଘୋଷଣାପତ୍ରକୁ ସମର୍ଥନ ଜଣାଇବା ସହିତ; ମିଳିତ ଜାତିସଂଘର ଘୋଷଣାପତ୍ର, ଦକ୍ଷିଣପୂର୍ବ ଏସୀୟ ସହଯୋଗ ମିତ୍ରତା ଚୁକ୍ତି (ଟ୍ୟାକ), ଆପୋସ ଲାଭ ସମ୍ପର୍କର ଆଦର୍ଶରେ ପୂର୍ବଏସିଆ ସହଯୋଗ ଘୋଷଣାନାମା, 2012 ଡିସେମ୍ବର 20 ତାରିଖରେ ଅନୁଷ୍ଠିତ ଆସିଆନ-ଭାରତ ବାର୍ତ୍ତା ସମ୍ପର୍କର 20ତମ ବର୍ଷ ପୂର୍ତ୍ତି ଅବସରରେ ପ୍ରଣୟନ କରାଯାଇଥିବା ସଂକଳ୍ପ ବିବରଣୀର ସିଦ୍ଧାନ୍ତ, ଉଦ୍ଦେଶ୍ୟ, ପାରସ୍ପରିକ ମୂଲ୍ୟବୋଧ, ସର୍ତ୍ତାବଳୀ ଆଧାରରେ ଆସିଆନ-ଭାରତ ବାର୍ତ୍ତା ସମ୍ପର୍କକୁ ଆଗେଇ ନେବା ଲାଗି ଆମେ ଆମ ପ୍ରତିବଦ୍ଧତାକୁ ଦୋହରାଉଛୁ;

ଆମେ ଏହା ଉଲ୍ଲେଖ କରୁଛୁ ଯେ ପାରସ୍ପରିକ ସାଂସ୍କୃତିକ ବିନିମୟ ଏବଂ ହଜାର ହଜାର ବର୍ଷ ଧରି ଦକ୍ଷିଣପୂର୍ବ ଏସିଆ ଏବଂ ଭାରତ ମଧ୍ୟରେ ରହିଥିବା ସଭ୍ୟତାଗତ ସମ୍ପର୍କ ଆସିଆନ ଓ ଭାରତ ଏବଂ ପରିବର୍ଦ୍ଧିତ ଆନ୍ତଃସଂଯୁକ୍ତ ବିଶ୍ୱ ମଧ୍ୟରେ ସହଯୋଗର ଏକ ଦୃଢ଼ ମୂଳଦୁଆ;

ତିନୋଟି ଆସିଆନ ଗୋଷ୍ଠୀଭିତିକ ସ୍ତମ୍ଭ, ଯଥା ରାଜନୈତିକ-ସୁରକ୍ଷା, ଅର୍ଥନୈତିକ ଏବଂ ସାମାଜିକ-ସାଂସ୍କୃତିକ କ୍ଷେତ୍ରରେ ଆସିଆନ-ଭାରତ ବାର୍ତ୍ତା ସମ୍ପର୍କ ଗତ 25 ବର୍ଷ ଧରି ହାସଲ କରିଥିବା ଉପଲବ୍ଧିକୁ ଆମେ ବିବେଚନା କରୁଛୁ;

ଶାନ୍ତିପ୍ରଗତି ଏବଂ ଆପୋସ ସମୃଦ୍ଧି ପାଇଁ ଆସିଆନ-ଭାରତ ଭାଗିଦାରୀ (2016-2020)କୁ କାର୍ଯ୍ୟକାରୀ କରିବା ଲାଗି କାର୍ଯ୍ୟ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ଆସିଆନ-ଭାରତ କାର୍ଯ୍ୟ ଯୋଜନାର କାର୍ଯ୍ୟାନ୍ୱୟନ ଲାଗି 2016-2018 ପାଇଁ ରହିଥିବା ପ୍ରାଥମିକତା ତାଲିକାର ଅଗ୍ରଗତିକୁ ଆମେ ସନ୍ତୋଷର ସହ ଉଲ୍ଲେଖ କରୁଛୁ;

ପରିବର୍ତ୍ତିତ ଆଂଚଳିକ ପରିଦୃଶ୍ୟରେ ଆସିଆନ କେନ୍ଦ୍ରୀୟତା ପାଇଁ ଭାରତର ସହଯୋଗ ଏବଂ ଆଂଚଳିକ ଶାନ୍ତି, ସୁରକ୍ଷା ଏବଂ ସମୃଦ୍ଧି ତଥା ଆସିଆନ ଏକତ୍ରୀକରଣ ପାଇଁ  ଏବଂ ଆସିଆନ ଗୋଷ୍ଠୀ ନିର୍ମାଣ ପ୍ରକ୍ରିୟାରେ ଭାରତ ନିରନ୍ତର ଯୋଗଦାନ ଦେଇଆସିଛି । ‘ଆସିଆନ 2025: ମିଳିମିଶି ଆଗକୁ ବଢ଼ିବା’ର କାର୍ଯ୍ୟାନ୍ୱୟନ ପାଇଁ ସହଯୋଗ, ଆସିଆନ ଯୋଗାଯୋଗ ପାଇଁ ମାଷ୍ଟର ପ୍ଲାନ (ଏମପିଏସି)2025, ଏବଂ ଆସିଆନ ଏକତ୍ରୀକରଣ କାର୍ଯ୍ୟକ୍ରମ (ଆଇଏଆଇ) କାର୍ଯ୍ୟ ଯୋଜନା-3 ପାଇଁ ଭାରତର ସହଯୋଗକୁ ଆମେ ପ୍ରଶଂସା କରୁଛୁ ।

2017 ବର୍ଷ ସାରା ଏବଂ 2018ର ପ୍ରାରମ୍ଭରେ ଆସିଆନ ସଦସ୍ୟ ରାଷ୍ଟ୍ର ଏବଂ ଭାରତରେ ବିଭିନ୍ନ ସ୍ମାରକ କାର୍ଯ୍ୟକ୍ରମ ହୋଇଛି । ଯାହା ଆମ ସମୁଦାୟ ନିକଟରେ ଆସିଆନ-ଭାରତ ରଣନୈତିକ ଭାଗିଦାରୀକୁ ପହଁଚାଇପାରିଛି । ଆସିଆନ-ଭାରତ ଯୁବ ଶିଖର ସମ୍ମିଳନୀ, ଆସିଆନ-ଭାରତ ଯୁବ ପୁରସ୍କାର ଏବଂ ଯୁବ ନେତୃତ୍ୱ କାର୍ଯ୍ୟକ୍ରମ ଏବଂ ଆସିଆନ-ଭାରତ ସଂଗୀତ ଉତ୍ସବ ମାଧ୍ୟମରେ ଆମେ ଯୁବଗୋଷ୍ଠୀଙ୍କୁ ଏଥିରେ ସମ୍ପୃକ୍ତ କରିପାରିଛୁ । ଏ ସମସ୍ତ ଗତିବିଧିକୁ ଆମେ ପ୍ରଶଂସା କରୁଛୁ ।

ଏଠାରେ ନିମ୍ନଲିଖିତ ସହିତ ସହମତ ହେଉଛୁ :

  1. 1. ଆମ ଅଂଚଳରେ ଶାନ୍ତିପୂର୍ଣ୍ଣ, ସୌହାର୍ଦ୍ଦ୍ୟପୂର୍ଣ୍ଣ, ଯତ୍ନଶୀଳ ଏବଂ ଆପୋସ ଭାଗିଦାରୀ ସମୁଦାୟ ନିର୍ମାଣ ଲାଗି ଆମେ ଆସିଆନ-ଭାରତ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବୁ । ରାଜନୈତିକ ସୁରକ୍ଷା, ଅର୍ଥନୈତିକ, ସାମାଜିକ-ସାଂସ୍କୃତିକ ଏବଂ ବିକାଶ ସହଯୋଗ ଆଦି ବ୍ୟାପକ କ୍ଷେତ୍ରକୁ ଏହା ପରିବ୍ୟାପ୍ତ ହେବ । ଆମେ ପ୍ରାସଙ୍ଗିକ ସଂସ୍ଥାଗତ ଢାଞ୍ଚାକୁ ଆହୁରି ସୁଦୃଢ଼ କରିବା ଏବଂ ସରକାରୀ ସଂସ୍ଥା, ସାଂସଦ, ବ୍ୟବସାୟୀ ଗୋଷ୍ଠୀ, ବୈଜ୍ଞାନିକ, ଶିକ୍ଷାବିତ, ଚିନ୍ତକ, ଗଣମାଧ୍ୟମ, ଯୁବସମାଜ ଏବଂ ଅନ୍ୟ ଅଂଶୀଦାରଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ବ୍ୟାପକ କରି ଏହି ଉଦ୍ଦେଶ୍ୟ ପୂରଣ ହୋଇପାରିବ ।
  2. 2. ଶାନ୍ତି, ପ୍ରଗତି ଏବଂ ଆପୋସ ସମୃଦ୍ଧି ଲାଗି ଆସିଆନ-ଭାରତ ଭାଗିଦାରୀ (2016-2020)ର କାର୍ଯ୍ୟଯୋଜନାର ପୂର୍ଣ୍ଣ, ପ୍ରଭାବୀ ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ପ୍ରୟାସ ଏବଂ ସହଯୋଗ ଜାରି ରହିବ ।
  3. 3. ଆସିଆନ-ଭାରତ ଶିଖର ସମ୍ମିଳନୀ, ପୂର୍ବ ଏସିଆ ସମ୍ମିଳନୀ (ଇଏଏସ), ଭାରତ ସହିତ ପରବର୍ତ୍ତୀ ମନ୍ତ୍ରୀସ୍ତରୀୟ ସମ୍ମିଳନୀ (ପିଏମସି ପ୍ଲସ ୱାନ), ଆସିଆନ ଆଂଚଳିକ ଫୋରମ (ଏଆରଏଫ), ଆସିଆନ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ (ଏଡିଏମଏମ) ପ୍ଲସ, ଏବଂ ଅନ୍ୟ ଆସିଆନ-ଭାରତ ମନ୍ତ୍ରୀସ୍ତରୀୟ/କ୍ଷେତ୍ରୀୟ ଢାଞ୍ଚା ଭଳି ଆସିଆନ ନେତୃତ୍ୱାଧୀନ ଢାଞ୍ଚା ଏବଂ ଆସିଆନ-ଭାରତ ବାର୍ତ୍ତା ଭାଗିଦାରୀର ପ୍ରଚଳିତ ବ୍ୟବସ୍ଥା ମଧ୍ୟରେ ସହଯୋଗ ଏବଂ ସମ୍ପୃକ୍ତିକୁ ଆହୁରି ବଢ଼ାଇବୁ ।
  4. ଆସିଆନ ଗୋଷ୍ଠୀ ସଂକଳ୍ପ 2025କୁ ସାକାର କରିବା ଦିଗରେ ଆସିଆନ ଗୋଷ୍ଠୀ ନିର୍ମାଣ ପ୍ରକ୍ରିୟା ଏବଂ ଆସିଆନ ଏକତ୍ରୀକରଣ ଦିଗରେ ସହଯୋଗ ଏବଂ ଯୋଗଦାନ ଜାରି ରଖିବୁ ।

ରାଜନୈତିକ ଏବଂ ସୁରକ୍ଷା ସହଯୋଗ

  1. ଆପୋସ ଗୁରୁତ୍ୱ ବହନ କରୁଥିବା ସାଧାରଣ ଆଂଚଳିକ ଏବଂ ଅନ୍ତର୍ଜାତୀୟ ସୁରକ୍ଷା ପ୍ରସଙ୍ଗର ସମାଧାନ ଦିଗରେ ଆମେ ଆମ ପ୍ରତିବଦ୍ଧତା ଦୋହରାଉଛୁ । ପ୍ରଚଳିତ ଆସିଆନ ନେତୃତ୍ୱାଧୀନ ବ୍ୟବସ୍ଥା ଏବଂ ଢାଞ୍ଚା ଯେପରିକି ଭାରତ ସହିତ ପିଏମସି + ୱାନ, ଏଆରଏଫ, ଇଏଏସ, ଦି ଏଡିଏମଏମ +, ଏବଂ ଅନ୍ତର୍ଜାତୀୟ ଅପରାଧ (ଏସଓଏମଟିସି) + ଭାରତ ପରାମର୍ଶ ଉପରେ ଆସିଆନ ବରିଷ୍ଠ ଅଧିକାରୀଙ୍କ ବୈଠକ ଆଦି ଜରିଆରେ ଏକ ମୁକ୍ତ, ପାରଦର୍ଶୀ, ସାମଗ୍ରୀକ ଏବଂ ଆଇନ ଆଧାରିତ ଆଂଚଳିକ ବ୍ୟବସ୍ଥା ସୁନିଶ୍ଚିତ କରିବୁ ।
  2. ଶାନ୍ତି, ସ୍ଥିରତା, ସାମୁଦ୍ରିକ ସୁରକ୍ଷା ଏବଂ ନିରାପତ୍ତା, କ୍ଷେତ୍ରୀୟ ଅତିପ୍ରବାହ ଏବଂ ଦିଗ ନିର୍ଣ୍ଣୟରେ ସ୍ୱାଧୀନତା ପ୍ରୋତ୍ସାହନ ଦେବା ପ୍ରତି ଗୁରୁତ୍ୱକୁ ଦୋହରାଉଛୁ । ସାମୁଦ୍ରିକ କ୍ଷେତ୍ର ଅନ୍ୟ ଆଇନଗତ ବ୍ୟବହାର ଏବଂ ବାଧାମୁକ୍ତ ସାମୁଦ୍ରିକ ବାଣିଜ୍ୟକୁ ପ୍ରତି ଆମେ ସହଯୋଗ କରିବୁ । ଏହାଛଡ଼ା ସାମୁଦ୍ରିକ ଆଇନ ଉପରେ ମିଳିତ ଜାତିସଂଘ ସମ୍ମେଳନ (ୟୁଏନକ୍ଲଜ), ଏବଂ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂସ୍ଥା (ଆଇସିଏଓ) ଦ୍ୱାରା ପ୍ରାସଙ୍ଗିକ ମାନକ ଏବଂ ଅନୁମୋଦିତ ପ୍ରକ୍ରିୟା ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ (ଆଇଏମଓ) ଆଦି ଦ୍ୱାରା ଧାର୍ଯ୍ୟ ଅନ୍ତର୍ଜାତୀୟ ଆଇନ ଏବଂ ସମସ୍ତଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ନୀତି ଆଧାରରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନକୁ ପ୍ରୋତ୍ସାହନ ଦେବୁ । ଏହି ପରିପ୍ରେକ୍ଷୀରେ, ଦକ୍ଷିଣ ଚୀନ ସାଗରରେ ପକ୍ଷଗୁଡ଼ିକର ଆଚାର ସଂହିତା ଘୋଷଣାନାମା (ଡିଓସି)ର ପୂର୍ଣ୍ଣ ତଥା ପ୍ରଭାବୀ କାର୍ଯ୍ୟାନ୍ୱୟନକୁ ଆମେ ସମର୍ଥନ କରୁଛୁ ଏବଂ ଦକ୍ଷିଣ ଚୀନ ସାଗରରେ ଆଚାର ସଂହିତାର ପ୍ରାରମ୍ଭିକ କାର୍ଯ୍ୟ ସମ୍ପାଦନ ଲାଗି ତତ୍ପର ଅଛୁ ।
  3. ସାମୁଦ୍ରିକ ପ୍ରସଙ୍ଗରେ ସାଧାରଣ ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ସମ୍ପ୍ରସାରିତ ଆସିଆନ ସାମୁଦ୍ରିକ ଫୋରମ (ଇଏଏମଏଫ) ଭଳି ପ୍ରଚଳିତ ପ୍ରାସଙ୍ଗିକ ବ୍ୟବସ୍ଥା ଜରିଆରେ ସାମୁଦ୍ରିକ ସହଯୋଗକୁ ସୁଦୃଢ଼ କରିବୁ ।
  4. ସାମୁଦ୍ରିକ ଦୁର୍ଘଟଣା ଓ ଘଟଣାବଳୀର ନିରାକରଣ ଓ ପରିଚଳନା ତଥା ଆଇସିଏଓ ଏବଂ ଆଇଏମଓର ପ୍ରଚଳିତ ପ୍ରକ୍ରିୟା ଏବଂ ଅଭ୍ୟାସ ଅନୁଯାୟୀ ଭାରତ ଏବଂ ଆସିଆନ ମଧ୍ୟରେ ସାମୁଦ୍ରିକ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ସହଯୋଗକୁ ପ୍ରୋତ୍ସାହନ ଦେବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବୁ । ସାମୁଦ୍ରିକ ପ୍ରସଙ୍ଗରେ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ପରିବର୍ଦ୍ଧିତ ସମ୍ପୃକ୍ତି ଏବଂ ସାମୁଦ୍ରିକ ଶିକ୍ଷା, ଗବେଷଣା, ବିକାଶ ଏବଂ ନବସୃଜନ କ୍ଷେତ୍ରରେ ସହଭାଗୀତାକୁ ପ୍ରୋତ୍ସାହନ ଦେବୁ ।
  5. ଆତଙ୍କବାଦର ସମସ୍ତ ସ୍ୱରୂପର ନିରାକରଣ, ହିଂସାତ୍ମକ ଉଗ୍ରବାଦ ଏବଂ କଠୋରପନ୍ଥୀ ଶକ୍ତିର ମୁକାବିଲା ଲାଗି ସୂଚନା ଆଦାନପ୍ରଦାନ ମାଧ୍ୟମରେ ସହଯୋଗକୁ ସୁଦୃଢ଼ କରିବୁ । ଆସିଆନ ଏସଓଏମଟିସି ଯୁକ୍ତ ଭାରତ ପରାମର୍ଶ ଏବଂ ଏଡିଏମଏମ ଯୁକ୍ତ ଆତଙ୍କବାଦ ମୁକାବିଲା ଲାଗି ବିଶେଷଜ୍ଞ କାର୍ଯ୍ୟକାରୀ ଗୋଷ୍ଠୀ ଭଳି ଆସିଆନ ନେତୃତ୍ୱାଧୀନ ଢାଞ୍ଚା ଏବଂ ଅନ୍ତର୍ଜାତୀୟ ଆତଙ୍କବାଦର ମୁକାବିଲା ପାଇଁ 2003 ଆସିଆନ-ଭାରତ ମିଳିତ ସହଯୋଗ ଘୋଷଣାନାମା, ହିଂସାତ୍ମକ ଉଗ୍ରବାଦର ମୁକାବିଲା ପାଇଁ ଇଏଏସ ଷ୍ଟେଟମେଣ୍ଟ 2015, ଆତଙ୍କବାଦ ବିଚାରଧାରାଜନିତ ଆହ୍ୱାନ ଓ ଆତଙ୍କବାଦୀ ଆଖ୍ୟାନର ମୁକାବିଲା ପାଇଁ ଇଏଏସ ବିବୃତି, ବେଆଇନ ଅର୍ଥ କାରବାର ନିରୋଧୀ ଇଏଏସ ନେତୃବୃନ୍ଦଙ୍କ ଘୋଷଣାନାମା  ଓ ଆତଙ୍କବାଦକୁ ପାଣ୍ଠିଯୋଗାଣର ମୁକାବିଲା ଏବଂ  ଆତଙ୍କବାଦ ଓ ଅନ୍ତର୍ଜାତୀୟ ଅପରାଧ ମୁକାବିଲା ପାଇଁ ଏଆରଏଫ କାର୍ଯ୍ୟ ଯୋଜନା ଭଳି  ଫ୍ରେମୱାର୍କ ଅଧୀନରେ ଆଇନ ଲାଗୁ ସହଯୋଗ ଏବଂ ଦକ୍ଷତାବୃଦ୍ଧି ଜାରି ରଖିବୁ । ଏହାସହିତ, ମାନବ ଚାଲାଣ, ବେଆଇନ ନିଶାଦ୍ରବ୍ୟ କାରବାର, ସାଇବର ଅପରାଧ ଏବଂ ଜାହାଜରୁ ଚୋରି ଏବଂ ସଶସ୍ତ୍ର ଲୁଟ ଭଳି ଅନ୍ତର୍ଜାତୀୟ ଅପରାଧ ମୁକାବିଲା ପାଇଁ ସହଯୋଗ ଏବଂ ସହଭାଗୀତାକୁ ଆହୁରି ସୁଦୃଢ଼ କରିବୁ ।
  6. ଶାନ୍ତି, ସୁରକ୍ଷା, ଆଇନର ଶାସନ ଲାଗୁ, ସ୍ଥିର ଏବଂ ସାମଗ୍ରୀକ ବିକାଶ, ନ୍ୟାୟସଂଗତ ବିକାଶ ଏବଂ ସାମାଜିକ ସାମଞ୍ଜସ୍ୟକୁ ପ୍ରୋତ୍ସାହନ ଦେବା ଲାଗି ଉଦାରବାଦୀଙ୍କ ଜାଗତିକ ଆନ୍ଦୋଳନ ସଂକ୍ରାନ୍ତ ଲଙ୍ଗକାୱିଙ୍କ ଘୋଷଣାନାମର କାର୍ଯ୍ୟାନ୍ୱୟନକୁ ଆମେ ସମର୍ଥନ କରିବୁ ।
  7. ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ବିଦେଶୀ ଆତଙ୍କବାଦୀଙ୍କ ଗତିବିଧି ସମେତ ଆତଙ୍କବାଦୀ, ଆତଙ୍କବାଦୀ ଗୋଷ୍ଠୀ ଓ ନେଟୱାର୍କର ଗତିରୋଧ ଏବଂ ମୁକାବିଲା କ୍ଷେତ୍ରରେ ନିବିଡ଼ ସହଯୋଗ ଜରିଆରେ ଆତଙ୍କବାଦର ମୁକାବିଲା ପାଇଁ ଏକ ବିସ୍ତୃତ ଆଭିମୁଖ୍ୟକୁ ପ୍ରୋତ୍ସାହନ ଦେବା ଲାଗି ଆମେ ଆମ ପ୍ରତିବଦ୍ଧତାକୁ ଦୋହରାଉଛୁ । ଆତଙ୍କବାଦୀଙ୍କ ଦ୍ୱାରା ସୋସିଆଲ ମିଡିଆର ଅପବ୍ୟବହାର ରୋକିବା; ଆତଙ୍କବାଦକୁ ପାଣ୍ଠିଯୋଗାଣ ବନ୍ଦ ପାଇଁ ସହଯୋଗ ସୁଦୃଢ଼ କରିବା; ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକ ଦ୍ୱାରା ନୂଆ ଆତଙ୍କବାଦୀଙ୍କ ନିଯୁକ୍ତି ବନ୍ଦ କରିବା; ଆତଙ୍କବାଦୀ ସଂଗଠନ ଏବଂ ଚରାଭୂଇଁକୁ ଟାର୍ଗେଟ କରିବା ପ୍ରୟାସ ପ୍ରତି ସମର୍ଥନ ଏବଂ ଆତଙ୍କବାଦ ପ୍ରସାରର ମୁକାବିଲା ପାଇଁ ଜରୁରିକାଳୀନ ପଦକ୍ଷେପ ନେବା ଲାଗି ଉଭୟ ପକ୍ଷ ସହମତ ହୋଇଛୁ । ଏଥିସହିତ କୌଣସି ଦୃଷ୍ଟିରୁ ଆତଙ୍କବାଦର ଔଚିତ୍ୟକୁ ବରଦାସ୍ତ ନକରିବା ଉପରେ ଗୁରୁତ୍ୱ ଦିଆଯିବ ।
  8. ଆତଙ୍କବାଦ ମୁକାବିଲା ପାଇଁ ପ୍ରାସଙ୍ଗିକ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ ସହିତ ଅନୁପାଳନ ସୁନିଶ୍ଚିତ କରିବା ଏବଂ ମିଳିତ ଜାତିସଂଘରେ ଅନ୍ତର୍ଜାତୀୟ ଆତଙ୍କବାଦ ଉପରେ ବିସ୍ତୃତ ସମ୍ମେଳନର ଆଲୋଚନା ପାଇଁ ପ୍ରୟାସର ଉଲ୍ଲେଖ କରିବା ଲାଗି ଅନ୍ତର୍ଜାତୀୟ ସମୁଦାୟ ସହିତ ମିଳିତ ଭାବେ କାର୍ଯ୍ୟ କରିବୁ ।
  9. ସାଇବର ନିରାପତ୍ତା ଦକ୍ଷତା ବୃଦ୍ଧି ଏବଂ ଆସିଆନ ସାଇବର ନିରାପତ୍ତା ସହଯୋଗ ରଣନୀତିର କାର୍ଯ୍ୟାନ୍ୱୟନ, ସୁରକ୍ଷା ଏବଂ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି (ଆଇସିଟି)ର ବ୍ୟବହାର କ୍ଷେତ୍ରରେ ଏଆରଏଫ କାର୍ଯ୍ୟ ଯୋଜନା, ସୁରକ୍ଷା ଏବଂ ଆଇସିଟିର ବ୍ୟବହାର ଲାଗି ଏଆରଏଫ ଆନ୍ତଃ ଅଧିବେଶନ ବୈଠକର କାର୍ଯ୍ୟଖସଡ଼ାକୁ କାର୍ଯ୍ୟକାରୀ କରିବା ଆଦି ନୀତିଗତ ସହଭାଗୀତା ଲାଗି ଭାରତ ଓ ଆସିଆନ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବୁ । ଅନ୍ୟ ଆସିଆନ କ୍ଷେତ୍ରୀୟ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସାଇବର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବୁ । 2018 ରେ ପ୍ରସ୍ତାବିତ ପ୍ରଥମ ଆସିଆନ-ଭାରତ ସାଇବର ବାର୍ତ୍ତା ଅବସରରେ ଆସିଆନ-ଭାରତ ସାଇବର ନିରାପତ୍ତା ସମ୍ମିଳନୀ 2015ରେ ହୋଇଥିବା ଆଲୋଚନାକୁ ଆଗେଇ ନେବୁ ।

ଅର୍ଥନୈତିକ ସହଯୋଗ

  1. ଆସିଆନ-ଭାରତ ମୁକ୍ତ ବାଣିଜ୍ୟ କ୍ଷେତ୍ରର ପୂର୍ଣ୍ଣ ଉପଯୋଗ ଏବଂ ପ୍ରଭାବୀ କାର୍ଯ୍ୟାନ୍ୱୟନ ଜରିଆରେ ଆସିଆନ-ଭାରତ ଅର୍ଥନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବୁ । 2018 ରେ ଆଧୁନିକ, ବିସ୍ତୃତ, ଉଚ୍ଚଗୁଣବତା ସମ୍ପନ୍ନ, ଏବଂ ଆପୋସ ଲାଭପ୍ରଦାନକାରୀ ଆଂଚଳିକ ବିସ୍ତୃତ ଅର୍ଥନୈତିକ ଭାଗିଦାରୀ (ଆରସିଇପି) ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବୁ ।
  2. ଅନ୍ତର୍ଜାତୀୟ ଆଇନ, ବିଶେଷ କରି ସାମୁଦ୍ରିକ ଆଇନ ଉପରେ ମିଳିତ ଜାତିସଂଘର ସମ୍ମେଳନ ଆଧାରରେ ଭାରତ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସାମୁଦ୍ରିକ ସମ୍ବଳର ସଂରକ୍ଷଣ ଏବଂ ସ୍ଥିର ଉପଯୋଗ କ୍ଷେତ୍ରରେ ସହଯୋଗ କରିବୁ । ବେଆଇନ, ଅନିୟମିତ ମାଛମରା, ସାମୁଦ୍ରିକ ଜୈବ ମଣ୍ଡଳର କ୍ଷୟ, ପ୍ରଦୂଷଣର ବିପଜ୍ଜନକ ପ୍ରଭାବ, ସମୁଦ୍ର ଅମ୍ଳୀକରଣ, ସାମୁଦ୍ରିକ ବର୍ଜ୍ୟ, ସାମୁଦ୍ରିକ ପରିବେଶ ଉପରେ ଆକ୍ରମଣାତ୍ମକ ପ୍ରଜାତିର ପ୍ରଭାବ ଆଦି ବିପଦରୁ ସାମୁଦ୍ରିକ ସମ୍ବଳର ସୁରକ୍ଷା ଦିଗରେ ସହଯୋଗ ବୃଦ୍ଧି କରିବୁ । ଏହି ପରିପ୍ରେକ୍ଷୀରେ, ନୀଳ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ସହଯୋଗ ସମ୍ଭାବନାର ସନ୍ଧାନ, ଏବଂ ଏହି କ୍ଷେତ୍ରରେ ସହଯୋଗ ଫ୍ରେମୱାର୍କ ପାଇଁ ଭାରତର ପ୍ରସ୍ତାବ ପ୍ରତି ବିଚାର କରାଯିବ ।
  3. ଆଂଚଳିକ ବିମାନ ସେବା ବ୍ୟବସ୍ଥା ଉପରେ ଆସିଆନ-ଭାରତ କାର୍ଯ୍ୟକାରୀ ଗୋଷ୍ଠୀ ବିମାନ ସେବା ପରାମର୍ଶ ଆୟୋଜନ କରିବା ଏବଂ ବୈଷୟିକ, ଅର୍ଥନୈତିକ ଏବଂ ନିୟାମକ ପ୍ରସଙ୍ଗରେ ଆସିଆନ ଓ ଭାରତ ମଧ୍ୟରେ ବିମାନ ପରିବହନ ସହଯୋଗ ମାଧ୍ୟମରେ, 6 ନଭେମ୍ବର 2008ରେ ମାନିଲାଠାରେ ଅନୁଷ୍ଠିତ 14ତମ ଆସିଆନ ପରିବହନ ମନ୍ତ୍ରୀଙ୍କ ବୈଠକରେ ପ୍ରଣୟନ ହୋଇଥିବା ଆସିଆନ-ଭାରତ ବିମାନ ଚଳାଚଳ ସହଯୋଗ ଫ୍ରେମୱାର୍କ ଅନୁଯାୟୀ ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗକୁ ଆହୁରି ସୁଦୃଢ଼ କରାଯିବ । ପର୍ଯ୍ୟଟନ, ବାଣିଜ୍ୟକୁ ପ୍ରୋତ୍ସାହନ ଏବଂ ଆସିଆନ ଓ ଭାରତ ମଧ୍ୟରେ ବିମାନ ଯୋଗାଯୋଗକୁ ଆହୁରି ସମ୍ପ୍ରସାରିତ କରିବା ଲାଗି ଆସିଆନ-ଭାରତ ବିମାନ ଯୋଗାଯୋଗ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ ।
  4. ଆସିଆନ ଏବଂ ଭାରତ ମଧ୍ୟରେ ସାମୁଦ୍ରିକ ପରିବହନ ସହଯୋଗକୁ ପ୍ରୋତ୍ସାହନ ଦିଆଯିବ । ସାମୁଦ୍ରିକ ବନ୍ଦର ବିକାଶ, ସାମୁଦ୍ରିକ ଲଜିଷ୍ଟିକ୍ସ ନେଟୱାର୍କ ଏବଂ ସାମୁଦ୍ରିକ ସେବା କ୍ଷେତ୍ରରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ପ୍ରୋତ୍ସାହନ ଦିଆଯିବ ଯାହାଦ୍ୱାରା ବ୍ୟାପକ ଦକ୍ଷ ଯୋଗାଯୋଗ ସୃଷ୍ଟି ହୋଇପାରିବ । ଏହିସବୁ ପ୍ରାଥମିକ କ୍ଷେତ୍ରରେ ଆଲୋଚନା ଜାରି ରଖିବା ପାଇଁ ଆସିଆନ ଏବଂ ଭାରତକୁ ଉତ୍ସାହିତ କରାଯିବ ।
  5. ସାମୁଦ୍ରିକ ପରିବହନ ଏବଂ ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରାଯିବ । ଆସିଆନ-ଭାରତ ବିମାନ ପରିବହନ ଚୁକ୍ତି (ଏଆଇ-ଏଟିଏ) ଏବଂ ଆସିଆନ-ଭାରତ ସାମୁଦ୍ରିକ ପରିବହନ ଚୁକ୍ତି (ଏଆଇ-ଏମଟିଏ) ତ୍ୱରିତ ସମ୍ପାଦନ ପ୍ରତି ଦୃଷ୍ଟି ଦିଆଯିବ ।
  6. ଆଇସିଟି ନୀତିର ସମ୍ପ୍ରସାରଣ, ସାମର୍ଥ୍ୟ ନିର୍ମାଣ, ଡିଜିଟାଲ ଯୋଗାଯୋଗ, ଭିତ୍ତିଭୂମି ଏବଂ ସେବାରେ ଉନ୍ନତି, କେତେକ ଆସିଆନ ସଦସ୍ୟ ରାଷ୍ଟ୍ରରେ ସଫ୍ଟୱେର ବିକାଶ ଏବଂ ତାଲିମ ପାଇଁ ଉତ୍କର୍ଷ କେନ୍ଦ୍ର (ସିଇଏସଡିଟି) ପ୍ରତିଷ୍ଠା ମାଧ୍ୟମରେ ଆଇସିଟି ମାନବ ସମ୍ବଳ ବିକାଶ, ଆଇସିଟି ଷ୍ଟାର୍ଟଅପକୁ ପ୍ରୋତ୍ସାହନ, ଏବଂ ଗ୍ରହଣ କରିବା ଲାଗି ଉଦୀୟମାନ ପ୍ରଯୁକ୍ତିର ଅନୁସନ୍ଧାନ ଆଦି ପାଇଁ ଆଇସିଟି କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରାଯିବ । ଆସିଆନ କନେକ୍ଟିଭିଟି ମାଷ୍ଟର ପ୍ଲାନ 2015ଏବଂ ଆସିଆନ ଆଇସିଟି ମାଷ୍ଟର ପ୍ଲାନ 2020 ପ୍ରତି ଦୃଷ୍ଟି ଦିଆଯାଇ ଏହା କରାଯିବ ।
  7. ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ସ୍ଥିର ଏବଂ ନିରନ୍ତର ବିକାଶକୁ ଆହୁରି ପ୍ରୋତ୍ସାହିତ କରାଯିବ । ପ୍ରଯୁକ୍ତି ହସ୍ତାନ୍ତର, ପ୍ରସାର, ଗ୍ରହଣ ଏବଂ ରୂପାନ୍ତରଣ ସହିତ ଦକ୍ଷତା ବିକାଶର ସମ୍ପ୍ରସାରଣ, ବୈଷୟିକ ସହଯୋଗ, ଚାନେଲ ଆବଂଟନ, ଆର୍ଥିକ ସହଯୋଗ, ନବସୃଜନର ଗ୍ରହଣୀୟତା ଏବଂ ବିଶ୍ୱ ଓ ଆଂଚଳିକ ମୂଲ୍ୟ ଶୃଙ୍ଖଳା ସହ ଏକୀକରଣ ସୁଯୋଗ ତଥା ପ୍ରକଳ୍ପ ବିକାଶ ପାଣ୍ଠି ଏବଂ ତ୍ୱରିତ ପ୍ରଭାବ ପ୍ରକଳ୍ପ ପାଣ୍ଠି, ଯେଉଁଠି ଉପଯୋଗୀ ହୋଇଥିବ, ଜରିଆରେ ଏହା କରାଯିବ ।
  8. କୃଷି ଏବଂ ଶକ୍ତି କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ଜରିଆରେ ଆମ ଅଂଚଳରେ ଦୀର୍ଘସ୍ଥାୟୀ ଖାଦ୍ୟ ଏବଂ ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ଲାଗି ସହଯୋଗ ବୃଦ୍ଧି ଜାରି ରହିବ । ଅନ୍ତର୍ଜାତୀୟ ସୌର ମେଂଟ (ଆଇଏସଏ) ସମେତ ଅନ୍ତର୍ଜାତୀୟ ମଂଚ ଜରିଆରେ ଅକ୍ଷୟ ଶକ୍ତି ପ୍ରଯୁକ୍ତି ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ମିଳିତ ହୋଇ କାର୍ଯ୍ୟ କରିବୁ ।
  9. ଆସିଆନ-ଭାରତ ନବସୃଜନ ପ୍ଲାଟଫର୍ମ, ଆସିଆନ-ଭାରତ ଗବେଷଣା ଏବଂ ତାଲିମ ଫେଲୋଶିପ ଯୋଜନା ଏବଂ ଆସିଆନ-ଭାରତ ସହଭାଗୀ ଗବେଷଣା ଏବଂ ବିକାଶ କାର୍ଯ୍ୟକ୍ରମ ଜରିଆରେ ବିଜ୍ଞାନ ଏବଂ ପ୍ରଯୁକ୍ତି (ଏସଏଣ୍ଡଟି) କ୍ଷେତ୍ରରେ କ୍ଷେତ୍ରୀୟ ସମ୍ପର୍କକୁ ଆହୁରି ଗଭୀର କରାଯିବ । ବିଜ୍ଞାନ ଉପରେ ଆସିଆନ କାର୍ଯ୍ୟଯୋଜନା, ପ୍ରଯୁକ୍ତି ଏବଂ ନବସୃଜନ (ଏପିଏଏସଟିଆଇ) 2016-2025 ଏବଂ ଅନ୍ୟଗୁଡ଼ିକ ମଧ୍ୟରେ ନାନୋ ଟେକ୍ନୋଲଜି, ପଦାର୍ଥ ବିଜ୍ଞାନ ଏବଂ ବାୟୋଟେକ୍ନୋଲଜି ଆଦି କ୍ଷେତ୍ରରେ ଏହି ସହଯୋଗ ଜାରି ରହିବ ଏବଂ ଏସଏଣ୍ଡଟି କ୍ଷେତ୍ରରେ ସାମର୍ଥ ନିର୍ମାଣକୁ ପ୍ରୋତ୍ସାହିତ କରାଯିବ ।
  10. ଆସିଆନ-ଭାରତ ମହାକାଶ ସହଯୋଗ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବା ଦ୍ୱାରା ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଅନୁସନ୍ଧାନ ଜାରି ରହିବ । ଉପଗ୍ରହ ପ୍ରକ୍ଷେପଣ, ଟେଲିମାଟ୍ରୀ ନିରୀକ୍ଷଣ ଏବଂ କମାଣ୍ଡ ଷ୍ଟେସନ ଜରିଆରେ ସେଗୁଡ଼ିକର ଅନୁଧ୍ୟାନ, ଏବଂ ଭୂମି, ସମୁଦ୍ର ଏବଂ ବାୟୁମଣ୍ଡଳର ସ୍ଥିର ଉପଯୋଗ ପାଇଁ ଉପଗ୍ରହ ଛବିର ଉପଯୋଗ, ଉଦୀୟମାନ ମହାକାଶ ପ୍ରଯୁକ୍ତି ଯେପରିକି ଉପଗ୍ରହ, ଆନ୍ତଃ-ଉପଗ୍ରହ ଯୋଗାଯୋଗ, ଉପଗ୍ରହ ସଂଚାଳକ ଶକ୍ତି ଏବଂ ମହାକାଶ ଡାଟାର ପର୍ଯ୍ୟାଲୋଚନା ଆଦି କ୍ଷେତ୍ରରେ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ସହଯୋଗ ଜାରି ରହିବ ।
  11. ଘରୋଇ କ୍ଷେତ୍ରର ସମ୍ପୃକ୍ତିକୁ ପ୍ରୋତ୍ସାହନ ଜାରି ରହିବ ଏବଂ ବ୍ୟବସାୟରୁ ବ୍ୟବସାୟ ସମ୍ପର୍କକୁ ସୁଦୃଢ଼ କରାଯିବ । ଅର୍ଥନୈତିକ ସମ୍ପର୍କକୁ ଆହୁରି ସମ୍ପ୍ରସାରଣ ଏବଂ ଗଭୀର କରିବା ଲାଗି ଆସିଆନ ଏବଂ ଭାରତ ଉତ୍ପାଦ ଏବଂ ସେବାର ବ୍ରାଣ୍ଡ ସଚେତନତାକୁ ପ୍ରୋତ୍ସାହନ ଦିଆଯାଇ ବାଣିଜ୍ୟିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରାଯିବ । ଆସିଆନ-ଭାରତ ବାଣିଜ୍ୟ ଏବଂ ନିବେଶ କେନ୍ଦ୍ର ପ୍ରତିଷ୍ଠା ଲାଗି ମଧ୍ୟ ଆମେ ଆଗ୍ରହୀ ଅଛୁ ।

ସାମାଜିକ-ସାଂସ୍କୃତିକ ସହଯୋଗ

  1. ଭାରତ ଏବଂ ଆସିଆନ ମଧ୍ୟରେ ଥିବା ସଭ୍ୟତାଗତ ଏବଂ ଐତିହାସିକ ସମ୍ପର୍କକୁ ପ୍ରୋତ୍ସାହନ ଲାଗି ସହଯୋଗ କରାଯିବ । ନୀତିନିର୍ମାତା, ପରିଚାଳକ ଏବଂ ସ୍ପଷ୍ଟ ଏବଂ ଅସ୍ପଷ୍ଟ ସାଂସ୍କୃତିକ ଐତିହ୍ୟ ସହିତ ସମ୍ପୃକ୍ତ ଶିକ୍ଷାବିତଙ୍କ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ; ଆସିଆନ-ଭାରତ ସାଂସ୍କୃତିକ ଏବଂ ଐତିହାସିକ ସଂଯୋଗକୁ ପ୍ରତିଫଳିତ କରୁଥିବା ଆପୋସ ସ୍ୱର୍ଥ ଜଡ଼ିତ ସାଂସ୍କୃତିକ ଏବଂ ଐତିହାସିକ ସ୍ମାରକୀ ଏବଂ କିର୍ତ୍ତୀରାଜିର ସଂରକ୍ଷଣ, ସୁରକ୍ଷା ଏବଂ ପୁନରୁଦ୍ଧାର, ମେକଙ୍ଗ ନଦୀର ମାନଚିତ୍ରଣ ପାଇଁ ଭାରତର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଏବଂ ଆସିଆନ-ଭାରତ ସାଂସ୍କୃତିକ ଏବଂ ସଭ୍ୟତାଗତ ସମ୍ପର୍କ ଉପରେ ସମ୍ମିଳନୀ ଏବଂ କାର୍ଯ୍ୟକ୍ରମମାନ ଆୟୋଜନ କରିବା ଜରିଆରେ ଏହି ସହଯୋଗ ଜାରି ରହିବ ।
  2. ଆସିଆନ 2015 ପରବର୍ତ୍ତୀ ସ୍ୱାସ୍ଥ୍ୟ ବିକାଶ ଏଜେଣ୍ଡାର ପ୍ରାସଙ୍ଗିକ କ୍ଷେତ୍ର, ବିଶେଷ କରି ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଚିକିତ୍ସାର ଉପଲବ୍ଧତା, ଏହାସହିତ ନିରାପଦ ଏବଂ ଉନ୍ନତ ମାନର ଚିକିତ୍ସା ଉପକରଣ ଏବଂ ସୁଲଭ ମାନର ଔଷଧ, ପାରମ୍ପରିକ ଏବଂ ଅନୁପୂରକ ଔଷଧ ଆଦି କ୍ଷେତ୍ରରେ ସ୍ୱାସ୍ଥ୍ୟ ସହଯୋଗକୁ ପ୍ରୋତ୍ସାହିତ କରାଯିବ ।
  3. ଦିଲ୍ଲୀ ବାର୍ତ୍ତା, ଆସିଆନ-ଭାରତ ଚିନ୍ତନମଣ୍ଡଳୀ ନେଟୱାର୍କ (ଏଆଇଏନଟିଟି), ଆସିଆନ-ଭାରତ ପ୍ରମୁଖ ବ୍ୟକ୍ତିତ୍ୱ ବ୍ୟାଖ୍ୟାନ ଶୃଙ୍ଖଳା (ଏଆଇଇପିଏଲଏସ), ରାଷ୍ଟ୍ରଦୂତ ତାଲିମ ପାଠ୍ୟକ୍ରମ ଏବଂ ଛାତ୍ରଛାତ୍ରୀ, ସାଂସଦ, କୃଷକ, ଗଣମାଧ୍ୟମ ଏବଂ ଅନ୍ୟ ଯୁବ କାର୍ଯ୍ୟକ୍ରମ ଜରିଆରେ ଜନ-ଜନ ଯୋଗାଯୋଗକୁ ଆହୁରି ପ୍ରସାରିତ କରିବା ଏବଂ ସାଂସ୍କୃତିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ମାଧ୍ୟମରେ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରାଯିବ ।
  4. ଇଂରାଜୀ ଭାଷା ତାଲିମ ପ୍ରତିଷ୍ଠା, ଉଦ୍ୟୋଗଶୀଳତା ବିକାଶ ଏବଂ ଧନ୍ଦାମୂଳକ ତାଲିମ କେନ୍ଦ୍ର ଏବଂ ଭାରତୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ (ଆଇଟିଇସି) ବୃତ୍ତି, ଆସିଆନ-ଭାରତ ଶୁଭେଚ୍ଛା ବୃତ୍ତି, ନାଳନ୍ଦା ବୃତ୍ତି ଭଳି ବାର୍ଷିକ ବୃତ୍ତି (Scholarship) ପ୍ରଦାନ; ଆସିଆନ-ଭାରତ ବିଶ୍ୱବିଦ୍ୟାଳୟ ନେଟୱାର୍କ ପ୍ରତିଷ୍ଠା କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ଉଜାଗର କରିବା ଏବଂ ଆସିଆନ ବିଶ୍ୱବିଦ୍ୟାଳୟ ନେଟୱାର୍କ ଭଳି ବିଭିନ୍ନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଜ୍ଞାନ ବିନିମୟକୁ ପ୍ରୋତ୍ସାହନ ଜରିଆରେ ଶିକ୍ଷା ଏବଂ ଯୁବ ବ୍ୟାପାର କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରାଯିବ ।
  5. ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମାନବୀୟ ସହାୟତା ଲାଗି ଆସିଆନ ସଂଯୋଜନ କେନ୍ଦ୍ର (ଏଏଚଏ କେନ୍ଦ୍ର)କୁ ‘ଏକ ଆସିଆନ, ଏକ ପ୍ରତିକ୍ରିୟା : ଆସିଆନ ଅଂଚଳ ବାହାରେ ଏବଂ ଭିତରେ ମିଳିତ ଭାବେ ବିପର୍ଯ୍ୟୟର ମୁକାବିଲା କରିବା ଲାଗି ଆସିଆନ ଘୋଷଣାନାମା’କୁ ବାସ୍ତବ ରୂପ ଦେବାରେ ସହଯୋଗ କରାଯିବ । ଆଂଚଳିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ଲାଗି ଏଏଚଏ କେନ୍ଦ୍ର ଏବଂ ଏହାର ଭାରତୀୟ ପ୍ରତିପକ୍ଷ ମଧ୍ୟରେ ନିବିଡ଼ ଭାଗିଦାରୀ ପ୍ରତିଷ୍ଠା କରାଯାଇ ବିପର୍ଯ୍ୟୟ ପରିଚାଳନା ଏବଂ ମାନବୀୟ ସହାୟତା କ୍ଷେତ୍ରରେ ଆସିଆନ-ଭାରତ ସହଯୋଗକୁ ସୁଦୃଢ଼ କରାଯିବ ।
  6. ମହିଳା ସଶକ୍ତିକରଣ, ନାରୀ ଓ ଶିଶୁ ଅଧିକାର ସୁରକ୍ଷା ଏବଂ ପ୍ରୋତ୍ସାହନ, ସେମାନଙ୍କ ବିରୋଧରେ ହିଂସାର ପ୍ରତ୍ୟେକ ସ୍ୱରୂପର ଉନ୍ମୁଳନ ଏବଂ ଆସିଆନ-ଭାରତ କାର୍ଯ୍ୟ ଯୋଜନା (ପିଓଏ) 2016-2020 ଅନୁଯାୟୀ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଲାଗି ଆସିଆନ ଏବଂ ଭାରତର ସରକାରୀ ଅଧିକାରୀ ଏବଂ ସମ୍ପୃକ୍ତ ଅଂଶୀଦାରଙ୍କ ମଧ୍ୟରେ ବାର୍ତ୍ତାଳାପକୁ ପ୍ରୋତ୍ସାହିତ କରାଯିବ । ଏଥିସହିତ ଏସବୁ ବିଷୟରେ ପ୍ରାସଙ୍ଗିକ ଆସିଆନ ଫ୍ରେମୱାର୍କ ଏବଂ ଢାଞ୍ଚାକୁ ସମର୍ଥନ କରାଯିବ ।
  7. ଏଏସସିସି ନୀଳନକ୍ସା 2025, ପରିବେଶ ଉପରେ ଆସିଆନ ବରିଷ୍ଠ ଅଧିକାରୀମାନଙ୍କ ପ୍ରାଥମିକତା (ଏଏସଓଇଏନ) ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଆସିଆନ କାର୍ଯ୍ୟକାରୀ ଗୋଷ୍ଠୀ କାର୍ଯ୍ୟଯୋଜନା 2016-2025ରେ ରେଖାଙ୍କିତ କରାଯାଇଥିବା ପ୍ରାସଙ୍ଗିକ ରଣନୈତିକ ପଦକ୍ଷେପର କାର୍ଯ୍ୟାନ୍ୱୟନରେ ସହଯୋଗ ସହିତ ପରିବେଶ ପରିଚାଳନା ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦିଆଯିବ ।
  8. ଜ୍ଞାନ ଏବଂ ଅଭିଜ୍ଞତାର ଆଦାନପ୍ରଦାନ, ଜୈବ ବିବିଧତା ଏବଂ ପରିବେଶ ଶୃଙ୍ଖଳା କ୍ଷୟକୁ ରୋକିବା ଲାଗି ମିଳିତ ଗବେଷଣା ଜାରି ରଖିବା ସହିତ ଆସିଆନ ଜୈବବିବିଧତା କେନ୍ଦ୍ର(ଏସିବି)ର କାର୍ଯ୍ୟରେ ସହଯୋଗ ଜରିଆରେ ଜୈବ ବିବିଧତା ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ସହଯୋଗ ବୃଦ୍ଧି କରାଯିବ ।
  9. ଆସିଆନ ଏବଂ ଭାରତର ପ୍ରଶାସନିକ ସେବା ପ୍ରସଙ୍ଗରେ ସହଭାଗୀତା ମେଂଟ ନିର୍ମାଣ ଏବଂ ନେଟୱାର୍କିଂ କ୍ଷେତ୍ରରେ ସହଯୋଗର ସମ୍ଭାବନାକୁ ଉଜାଗର କରାଯିବ । ଅନ୍ୟମାନଙ୍କ ମଧ୍ୟରେ ଆସିଆନ ସମୁଦାୟର ଆହୁରି ଏକତ୍ରୀକରଣ ନିମନ୍ତେ ଆସିଆନ ରାଷ୍ଟ୍ରଗୁଡ଼ିକର ପ୍ରଶାସନିକ ସେବା ଅଧିକାରୀଙ୍କୁ ତାଲିମ ଏବଂ ଆସିଆନ ସମୁଦାୟ ସଂକଳ୍ପ 2025ର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରାଯିବ ।

ଯୋଗାଯୋଗ

  1. ଏମପିଏସି 2025 ଏବଂ ଏଆଇଏମ 2020 ଆଧାରରେ ଭୌତିକ ଏବଂ ଡିଜିଟାଲ ଯୋଗାଯୋଗର ପ୍ରସାର ପାଇଁ ଆମର ପ୍ରତିବଦ୍ଧତା ଦୋହରାଉଛୁ । ଏଥିସହିତ, ଅନ୍ୟାନ୍ୟ ମଧ୍ୟରେ, ଭୌତିକ ଭିତ୍ତିଭୂମି ଏବଂ ଡିଜିଟାଲ ଯୋଗାଯୋଗକୁ ପ୍ରୋତ୍ସାହନ ପାଇଁ ଭାରତ ପକ୍ଷରୁ ଘୋଷଣା କରାଯାଇଥିବା 1 ବିଲିୟନ ଆମେରିକୀୟ ଡଲାରର ଋଣ ସହାୟତାର ଲାଭ ଜରିଆରେ ଏହା ସମ୍ପାଦନ କରାଯିବ ।
  2. ଭାରତ-ମଁୟାମାର-ଥାଇଲାଣ୍ଡ ତ୍ରିପାକ୍ଷୀକ ରାଜପଥ ପ୍ରକଳ୍ପକୁ ଆଗୁଆ ସାରିବା ଏବଂ ଏହି ତ୍ରିପକ୍ଷୀୟ ରାଜପଥ ପ୍ରକଳ୍ପକୁ କାମ୍ବୋଡିଆ, ଲାଓସ ଏବଂ ଭିଏତନାମକୁ ସମ୍ପ୍ରସାରଣ କରିବା ଲାଗି ଉତ୍ସାହିତ କରାଯିବ ।

ବିକାଶ ଶୂନ୍ୟସ୍ଥାନ ହ୍ରାସ କରିବା କ୍ଷେତ୍ରରେ ସହଯୋଗ

  1. ଆଇଏଆଇ କାର୍ଯ୍ୟ ଯୋଜନା 3କୁ କାର୍ଯ୍ୟକାରୀ କରିବା ଜରିଆରେ ଆସିଆନ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ରହିଥିବା ବିକାଶ ଶୂନ୍ୟସ୍ଥାନ ହ୍ରାସ କରିବା ଲାଗି ଆସିଆନର ପ୍ରୟାସ ପ୍ରତି ଭାରତର ନିରନ୍ତର ସହଯୋଗକୁ ସ୍ୱାଗତ ଏବଂ ପ୍ରଶଂସା କରୁଛୁ ।

 

 

ନୂଆଦିଲ୍ଲୀ, ଭାରତ ଠାରେ, ଜାନୁଆରୀ 25ତାରିଖ 2018ରେ ଗୃହିତ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
Text of Prime Minister addresses the Indian Community in Paris
June 18, 2026

नमस्ते!

बों जू!

ऐसा लग रहा है, आप सब छुट्टी के मूड में हैं।

साथियों,

ये पेरिस शहर, Lights का शहर है, रंगों का शहर है, यहां Art है, Ideas हैं, और innovation की प्रेरणा भी है। इस शहर को भारत के अलग-अलग राज्यों से आए आप सभी लोग और भी खूबसूरत बना देते हैं। नए नए रंगों से भर देते हैं।

कोई तमिल है, कोई पंजाबी है, कोई गुजराती है, तो कोई मराठी है, और कोई बंगाली है। भारत के हर कोने का प्रतिनिधित्व यहां दिखाई देता है।

साथियों,

मैं जब 14 जून को नीस पहुंचा था तो सबसे पहले भारत इनोवेट्स कार्यक्रम में शामिल हुआ था। आज जब मैं फ्रांस से वापसी की तैयारी में हूं तो लग रहा है जैसे भारत कनेक्ट्स कार्यक्रम में आ गया हूं।

फ्रांस में रहने वाले आप लोगों ने 21वीं सदी के भारत-फ्रांस रिश्तों को जिस तरह कनेक्ट किया है, वो हमारी Strategic Partnership की बहुत बड़ी ताकत बन रही है। मैं आप सभी के लिए भारत से 140 करोड़ देशवासियों की शुभकामनाएं लेकर आया हूं। इस आत्मीय स्वागत के लिए, मैं आप सभी का हृदय से आभार व्यक्त करता हूं।

साथियों,

आज मैं ऐसे समय में फ्रांस आया हूं जब कुछ ही दिन पहले हमारी सरकार के 12 वर्ष पूरे हुए हैं। चुने हुए प्रधानमंत्री के रूप निरंतर 12 साल तक देश की सेवा करना मेरे जीवन का बहुत बड़ा सौभाग्य रहा है। यह भारत के लोकतंत्र की शक्ति है जिसने एक चायवाले को यहां तक पहुंचा दिया।

साथियों,

बीते 12 वर्ष, 140 करोड़ भारतीयों के अद्भुत सामर्थ्य के रहे हैं। 12 साल के इस कालखंड में भारत का GDP दोगुना हुआ है। Airports की संख्या दोगुनी हुई है। Universities की संख्या भी दोगुनी हो गई है। Highway Construction की स्पीड तीन गुना बढ़ गई। और Metro Network, चार गुणा बड़ा हो गया है।

मैं आपको कुछ और फैक्ट्स दूंगा, उससे आप अंदाजा लगा पाएंगे कि भारत किस स्पीड और कितने बड़े स्केल पर काम कर रहा है। पिछले 12 वर्षों में भारत का Defence Export 35 गुणा यानि Thirty Five Times बढ़ गया है।

औऱ एक फैक्ट सुनिए भारत में मोबाइल मैन्यूफैक्टरिंग यूनिट्स में, 100 गुणा की बढ़ोतरी हुई है। 100 times. भारत अब दुनिया का दूसरा सबसे बड़ा mobile phone manufacturer है। इसी गति, इसी प्रगति का नतीजा है कि आज भारत दुनिया की Fastest Growing Major Economy है।

साथियों,

आज भारत की कहानी सिर्फ Economic Progress की कहानी नहीं है। सिर्फ यहाँ अटक नहीं जाती है। ये Social Transformation की भी कहानी है।

पिछले 12 साल में देश में 25 करोड़ लोग गरीबी से बाहर निकले हैं। यानि एक ऐसी प्रगति जिसका लाभ समाज के अंतिम व्यक्ति तक पहुंच रहा है। फ्रांस में जितने घर हैं, उससे भी अधिक पक्के घर बीते 12 वर्ष में हमने जरूरतमंदों के लिए बनाए हैं।

अब हर परिवार के पास, गरीब से गरीब क्यों न हो, Bank Account है। Financial Inclusion एक सरकारी कार्यक्रम नहीं, बल्कि सामाजिक परिवर्तन का अभियान बना है।

साथियों,

इन 12 वर्षों की उपलब्धियों में, एक उपलब्धि ऐसी भी है जिसे किसी आंकड़े से, या अंकों से, नहीं मापा जा सकता। वह है 140 करोड़ भारतीयों का आत्मविश्वास।

आज का भारत और आज के भारत का युवा बहुत बड़े सपने देख रहा है। भारत का किसान नई संभावनाओं के साथ आगे बढ़ रहा है। भारत की महिलाएं नए नेतृत्व का परिचय दे रही हैं। इसलिए ये सिर्फ Achievements के 12 साल नहीं हैं, ये भारत की एस्पिरेशन्स को नई बुलंदी देने का कालखंड रहा है।

साथियों,

एक समय था जब दूर-दराज के गांवों तक आधुनिक सुविधाएं पहुंचाना वाकई बहुत मुश्किल भरा था। आज उन्हीं गांवों में बिजली भी है, इंटरनेट भी है, और डिजिटल सेवाओं की पूरी दुनिया भी है। आज एक क्लिक पर, कभी भी, कहीं भी बैंकिंग सेवाएं उपलब्ध हैं।

आज मोबाइल फोन, भारत के नागरिकों को अनेक सुविधाओं से कनेक्ट कर रहा है। हमारे किसान, हमारे मछुआरे, हमारे dairy farmers, हमारी महिलाएं, हमारे स्टूडेंट्स, सभी टेक्नोलॉजी के माध्यम से सशक्त हो रहे हैं, और अपने लिए नए अवसर बना रहे हैं।

साथियों,

आपने 125 करोड़ से अधिक Aadhaar IDs के बारे में सुना है। लेकिन आज भारत सिर्फ पहचान को डिजिटल नहीं बना रहा। आज करीब 90 करोड़ भारतीयों की Unique Digital Health IDs बनाई जा चुकी हैं। जिससे मेडिकल रिकॉर्ड सुरक्षित और accessible बन गए हैं। इससे हेल्थकेयर डिलीवरी और अधिक आसान और efficient हो रही है।

साथियों,

इन उपलब्धियों की सबसे बड़ी विशेषता यह है कि इनमें से अधिकांश चीजें कुछ वर्ष पहले तक कल्पना जैसी लगती थीं। कौन सोच सकता था कि गांव-गांव तक हाई-स्पीड इंटरनेट पहुंचेगा ? कौन सोच सकता था कि दूर-सुदूर के गांवों में भी QR code जीवन का हिस्सा बन जायेगा ? गांव में कोई बहन, ड्रोन से खेती करने में मदद करेगी, ये भी असंभव लगता था।

लेकिन आज यह सब, भारत के करोड़ों लोगों के जीवन का सामान्य हिस्सा बनता जा रहा है। और आपको गर्व होगा साथियों, यही नए भारत की पहचान है।

जो कभी सपना था, वह आज सच्चाई है। जो कभी नामुमकिन लगता था, वो आज मुमकिन हुआ है, औऱ ये करने के पीछे सबसे बड़ी ताकत क्या है? किसकी वजह से ये सब संभव हुआ है? यह मोदी के कारण नहीं, वो ताकत है- भारत का लोकतंत्र, भारत की डेमोक्रेसी। इस डेमोक्रेसी में सबका साथ है, सबका विकास है।

साथियों,

आज से 50 या 100 साल बाद जब भारत के इस कालखंड की समीक्षा होगी, तो ये बात उभरकर सामने आएगी कि इस कालखंड को भारत की Aspirations ने ड्राइव किया। यह भारत के एस्पिरेशन्स का नया युग है।

जहां बिजली पहुंची है, वहां लोग सिर्फ बिजली नहीं चाहते, वे Smart Living चाहते हैं। जहां ट्रेन पहुंची है, वहां लोग High-Speed Connectivity चाहते हैं। जहां हाईवे बने हैं, वहां लोग World-Class Expressways चाहते हैं। जहां इंटरनेट पहुंचा है, वहां लोग AI और Digital Innovation में नेतृत्व चाहते हैं।

यानि आज भारत के लोग अपने जीवन को भी Next Level पर ले जाना चाहते हैं, और भारत को भी Next Level पर ले जाना उनका मकसद है, उनका संकल्प है, उनके सपने है।

और साथियों,

यही Aspirations आज भारत की विकास यात्रा की सबसे बड़ी शक्ति हैं। मैं आपको भारत की Space Journey का उदाहरण दूंगा।

भारत ने चंद्रयान को चंद्रमा के South Pole पर उतारा। दुनिया ने इसे एक बहुत बड़ी उपलब्धि माना। लेकिन भारत इसे अपनी मंजिल मानकर रुका नहीं। आज देश गगनयान की तैयारी कर रहा है। भारत अंतरिक्ष में अपना Space Station बनाने की दिशा में आगे बढ़ रहा है।

हमारे Space Startups Global Space Economy में अपनी जगह बनाने के लिए पुरजोश काम कर रहे हैं, आगे बढ़ रहे हैं।

साथियों,

Green Energy के क्षेत्र में भी भारत की यही एस्पिरेशंस दिखाई देती है। Solar Power में भारत की उपलब्धियों की दुनिया भर में लगातार चर्चा हो रही हैं। लेकिन भारत अगली छलांग की तैयारी कर रहा है।

Green Hydrogen में बड़े निवेश हो रहे हैं। Advanced Nuclear Energy पर तेजी से काम हो रहा है। आपने भारत के Fast Breeder nuclear Reactor से जुड़ी प्रोग्रेस के बारे में भी सुना ज़रूर होगा। ये भारत के न्यूक्लियर एनर्जी लैंडस्केप में क्रांतिकारी परिवर्तन करने का बहुत बड़ा अचीवमेंट हमारे सीसेन्टिस्टों ने किया है।

साथियों,

आज का भारत भविष्य का पूरा Ecosystem बना रहा है। भारत एक साथ हर उस क्षेत्र में निवेश कर रहा है, जो आने वाले दशकों की दिशा तय करेगा।

अभी आपने कुछ दिन पहले ही देखा है नीस में भारत इनोवेट्स का एक आयोजन किया। ये इवेंट भारत के डीप टेक सामर्थ्य को दुनिया तक पहुंचाने का एक और माध्यम था। इसमें भारत के 120 Deep-Tech Startups उपस्थित थे। Bharat Innovates में करीब एक हजार चार सौ B2B Meetings हुईं है। कई Startups के लिए Investment Commitments आगे बढ़ीं, Commercial Orders के लिए रास्ते खुले। French और European Universities तथा Incubators के साथ Engagements बढ़ रही हैं।

Student Exchanges, Joint Research, और Innovation Support के नए रास्ते बने। इसलिए Bharat Innovates सिर्फ एक Summit नहीं रहा। यह Innovation Diplomacy का एक नया मॉडल बना है।

और आज ही पेरिस में VivaTech इवेंट के जरिए, इस यात्रा को हमने और आगे बढ़ाया। नीस में हमने Ideas को Capital से जोड़ा और पेरिस में Indian Innovation को Global Scale से जोड़ा। आज दुनिया देख रही है भारत केवल भविष्य के लिए तैयार नहीं हो रहा है। भारत भविष्य को आकार दे रहा है।

साथियों,

एक समय था, जब देशों के बीच रिश्ते केवल व्यापार से तय होते थे। आज व्यापार के साथ-साथ Trust यानि भरोसा भी उतना ही महत्वपूर्ण हो गया है।

हर देश Reliable Supply Chains चाहता है। हर देश Stable Partnerships चाहता है। हर देश ऐसे साथियों की तलाश में है, जिन पर लंबे समय तक भरोसा किया जा सके। और ऐसे समय में, भारत विश्व में एक Trusted Partner के रूप में उभर रहा है।

एवियां में G7 बैठक के दौरान मैंने trust based partnerships बनाने पर ज़ोर दिया। ग्लोबल साउथ के देशों के साथ equal पार्टनर्स के रूप में आगे बढ़ने का आह्वान किया। भारत का G7 समिट में संदेश था Global Governance तभी प्रभावी होगी जब वह Inclusive होगी। Global Growth तभी Sustainable होगी जब वह शेयर्ड होगी। और Global Technology तभी मानवता के लिए उपयोगी होगी जब वह Trusted होगी।

साथियों,

भारत और दुनिया के बीच व्यापारिक रिश्तों में नई ऊर्जा नज़र आ रही है। फ्रांस के साथ भारत का ट्रेड लगतार बढ़ रहा है। पिछले कुछ वर्षों में भारत ने दुनिया के अनेक देशों के साथ Free Trade Agreements किए हैं। यूरोपियन यूनियन हो, यूनाइटेड किंगडम हो दुनिया के हर देश, हर रीजन के साथ भारत समझौते कर रहा है।

अगले महीने से भारत और UK के बीच ट्रेड एग्रीमेंट भी लागू हो जाएगा। यह एग्रीमेंट भारत के farmers, workers और innovators को अनेक नए अवसर प्रदान करेगा।

साथियों,

आज दुनिया Uncertainty और Disruption के दौर से गुजर रही है। ऐसे समय में भारत और फ्रांस की साझेदारी विश्वास, स्थिरता और सहयोग का एक मजबूत स्तंभ बन रहा है।

इस वर्ष हमने भारत और फ्रांस के संबंधों को Special Global Strategic Partnership का दर्जा दिया था। नीस में मेरे मित्र President Macron और मैंने हमारे संबंधों को force for global good बनाने पर चर्चा की। Defence से लेकर space और नुक्लियर तक AI और क्रिटीकल मिनरल्स से लेकर high speed railway तक, हर क्षेत्र में हम मिलकर आगे बढ़ेंगे।

साथियों,

Solar energy हो, या AI के क्षेत्र में सहयोग हो, भारत और फ्रांस मिलकर ऐसे समाधान विकसित कर रहे हैं जो पूरी मानवता के हित में हैं। पिछले वर्ष पेरिस में और इस वर्ष दिल्ली में हमने AI Summit को Co-chair किया।

अब हम साथ मिलकर अगले वर्ष “तृष्णा” satellite को लॉन्च करने जा रहें हैं। यह “तृष्णा” satellite जो विश्व में फूड और वाटर सिक्युरिटी सुनिश्चित करने में योगदान देगा।

और साथियों,

यह सभी गवर्नमेंट टू गवर्नमेंट पहलो में आप सभी का योगदान बहुत महत्वपूर्ण है। ये आप हैं जो भारत और यूरोप के बीच सबसे मजबूत सेतु हैं। आप दोनों समाजों को समझते हैं। दोनों बाजारों को समझते हैं। आने वाले समय में Talent, Trade, Technology, Tourism और Investment के नए अवसरों को आगे बढ़ाने में आपकी भूमिका लगातार बढ़ने वाली हैं।

साथियों,

भारत और फ्रांस के रिश्तों को साझा इतिहास, साझा मूल्यों और साझा विश्वास ने आगे बढ़ाया है। विश्व युद्धों के दौरान फ्रांस की धरती पर बलिदान देने वाले भारतीय सैनिकों की स्मृतियां आज भी हमें जोड़ती हैं।

मुझे पहले नव शापेल में श्रद्धांजलि देने का अवसर मिला, पिछले वर्ष प्रेसिडेंट मैक्रों के साथ मार्सेय के वॉर मेमोरियल जाने का अवसर भी मिला। ये हमारी साझा विरासत है।

फ्रांस, भारतीयों के योगदान को संजोता भी है और सराहता भी है। भारतीय मूल की नूर इनायत खान हों, जिन्होंने फ्रांस की Resistance के लिए अपना जीवन बलिदान किया, या महाराजा रणजीत सिंह के साथ काम करने वाले जनरल जां फ्रांस्वा अलार हों ये सभी भारत और फ्रांस की साझा विरासत के प्रतीक हैं।

भारत के राज्य पुडुचेरी में भी फ्रेंच विरासत की झलक दिखाई देती है। वहां का Architecture, वहां की कला-संस्कृति और खान-पान सभी में हमारे संबंधों की महेक है।

साथियों,

इस समय फ्रांस समेत पूरी दुनिया में International Yoga Day की तैयारी भी चल रही है। इस अवसर पर मैं, फ्रांस में योग को आगे बढ़ाने वाले श्रीमान महेश घाट्राड्याल जी को भी आदरपूर्वक श्रद्धांजलि देता हूं। मैं पद्म पुरस्कार से सम्मानित, शार्लोत शोपां जी को भी प्रणाम करता हूं। जिन्होंने सौ वर्ष की आयु में भी, योग के माध्यम से फ़्रांस को भारत की विरासत से जोड़ा है। उनका जीवन यह सिद्ध करता है: Yoga does not add years to life, it adds life to years.

साथियों,

मैं फ्रेद नेग्री जी को भी आदरपूर्वक श्रद्धापूर्वक याद करता हूं। भारतीय विरासत को संरक्षित करने में उनका योगदान अतुल्य रहा है।

साथियों,

भारत और फ्रांस को कनेक्ट करने वाली एक और चीज है, और वो है फुटबॉल। इस वक्त यहां फुटबॉल फीवर पूरे जोर पर है। फ्रांस में इसकी दीवानगी, चप्पे-चप्पे पर दिखती है। लेकिन भारत में भी फुटबॉल का क्रेज़ सिर चढ़कर बोलता है।

खासतौर पर फ्रांस की टीम के फैन्स भारत में बहुत अधिक हैं। फ़्रांस ने इस वर्ल्ड कप की शुरुआत एक जोरदार जीत से शुरू की है। मैं फ्रांस की टीम को बहुत-बहुत शुभकामनाएं देता हूं।

साथियों,

जाने से पहले, आप सभी के लिए कुछ और अच्छी खबरें भी लेकर के आया हूँ। वो आपके लिए हैं। पिछले वर्ष, मार्सेय में कॉन्सुलेट खोला गया, इससे काफी अधिक सुविधा मिल रही है। कुछ हफ्ते पहले, Indian Nationals के लिए French Airports पर Visa-free Transit की व्यवस्था शुरू हो गई है।

Students और Professionals की Mobility बढ़ाना हो, या Educational Qualifications की Mutual Recognition की बात हो, या फिर French Universities के भारत में Campus खोलना हो, इन सभी पर हम मिलकर आगे बढ़ रहें हैं।

अब फ्रांस में UPI के उपयोग का दायरा भी और बढ़ने जा रहा है। यानि भारत-फ्रांस कनेक्ट भी Instant और आपसी Payment भी Instant!

साथियों,

इन सभी पहलों से, हम भारत और फ़्रांस को और करीब ला रहें हैं। और मैं फिर कहूंगा इस साझेदारी की नींव, इस रिश्ते की असली ताकत आप सभी हैं। आप सब मेरे देशवासी हैं।

आज जब भारत तेज़ी से विकसित भारत के लक्ष्य की ओर बढ़ रहा है, तो मैं आप सभी से भारत के साथ और गहराई से जुडने का आग्रह करूंगा। इससे भारत की विकास यात्रा को नई शक्ति मिलेगी, और आपको अपनी पुरखों की धरती की सेवा करने का अवसर भी मिलेगा।

इन्हीं शब्दों के साथ आप सभी के प्रेम आपके उत्साह और इस आत्मीय स्वागत के लिए मैं एक बार फिर आप सभी का आभार व्यक्त करता हूं।

भारत माता की जय!

बहुत बहुत धन्यवाद।