ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସାଂସଦ ଏବଂ ନେତାମାନଙ୍କର ଏକ ପ୍ରତିନିଧି ଦଳ ସାକ୍ଷାତ କରିଥିଲେ ।

ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିଥିବାରୁ ଏହି ପ୍ରତିନିଧିଦଳ ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରତିନିଧି ଦଳର ସଦସ୍ୟମାନେ କହିଥିଲେ ଯେ ଏହି ଐତିହାସିକ ପଦକ୍ଷେପ ଓବିସି ସମୁଦାୟକୁ ସୁଦୃଢ଼ କରିବ ।

|

ସେମାନଙ୍କ ପ୍ରଶଂସାସୂଚକ ଶବ୍ଦ ଏବଂ ସମର୍ଥନ ଲାଗି ପ୍ରଧାନମନ୍ତ୍ରୀ ଏହି ପ୍ରତିନିଧି ଦଳକୁ କୃତଜ୍ଞତା ଜଣାଇଥିଲେ । ତୃଣମୂଳ ସ୍ତରରୁ ଓବିସି ସମୁଦାୟଙ୍କ କଲ୍ୟାଣ ଲାଗି କାର୍ଯ୍ୟ ଜାରି ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ଏହି ପ୍ରତିନିଧିଦଳକୁ ଉତ୍ସାହିତ କରିଥିଲେ । ଓବିସି ସମୁଦାୟକୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇବା ଲାଗି ପ୍ରଧାନମନ୍ତ୍ରୀ ଏହି ପ୍ରତିନିଧି ଦଳକୁ ଆହ୍ୱାନ କରିଥିଲେ ।

|

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସନ୍ତୋଷ ଗଙ୍ଗୱାର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
11 Years of Modi Government: Reform, Resilience, Rising India

Media Coverage

11 Years of Modi Government: Reform, Resilience, Rising India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2025
June 19, 2025

Strengthening Roots, Expanding Horizons, India’s New Era Under the Leadership of PM Modi