A delegation comprising Muslim Ulemas, intellectuals, academicians meets PM Modi
Delegation of Muslim Ulemas, intellectuals, academicians in one voice, supports Govt’s move to fight corruption & Black money
Youth in India has successfully resisted radicalization: PM Modi
The culture, traditions & social fabric of India will never the nefarious designs of terrorists, or their sponsors, to succeed: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁସଲିମ୍ ଉଲେମା, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଆଜି ସାକ୍ଷାତ ଆଲୋଚନା କରିଛନ୍ତି । ସମାଜର ସବୁ ବର୍ଗର ଲୋକ, ବିଶେଷ କରି ସଂଖ୍ୟାଲଘୁମାନଙ୍କ ସାମାଜିକ-ଅର୍ଥନୈତିକ ଏବଂ ଶିକ୍ଷା ସଶକ୍ତିକରଣ ତଥା ସାମଗ୍ରୀକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଉକ୍ତ ପ୍ରତିନିଧିଦଳ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ସାଉଦି ସରକାରଙ୍କ ଦ୍ୱାରା ଭାରତରୁ ଯାଉଥିବା ହଜ୍ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରିବା ପଦକ୍ଷେପକୁ ଏହି ପ୍ରତିନିଧି ଦଳ ପ୍ରଶଂସା କରିଥିଲେ । ଏଥିସହିତ ଏ ଦିଗରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ପଦକ୍ଷେପ ପାଇଁ ସାଧୁବାଦ ଜଣାଇଥିଲେ ।

କଳାଧନ ଏବଂ ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ଏହି ପ୍ରତିନିଧି ଦଳ ଏକ ସ୍ୱରରେ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଭ୍ରଷ୍ଟାଚାର ବିରୋଧୀ ପଦକ୍ଷେପ ଦ୍ୱାରା ସାଧାରଣ ଜନତା ତଥା ସଂଖ୍ୟାଲଘୁ ବର୍ଗର ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ଏହି ପ୍ରତିନିଧି ଦଳ ମତପ୍ରକାଶ କରିଥିଲେ ।

ବିଶ୍ୱର ବିଭିନ୍ନ ରାଷ୍ଟ୍ର ସହ ସୁସମ୍ପର୍କ ପ୍ରତିଷ୍ଠା ଲାଗି ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ଏହି ପ୍ରତିନିଧି ଦଳ ଉଚ୍ଚପ୍ରଶଂସା କରିଥିଲେ । ଏବେ ବିଶ୍ୱର ପ୍ରତିଟି କୋଣରେ ରହୁଥିବା ଭାରତୀୟମାନେ ଗର୍ବ ଅନୁଭବ କରୁଥିବା ସେମାନେ କହିଥିଲେ ।

ସ୍ୱଚ୍ଛ ଭାରତ ମିଶନ ଦିଗରେ ପ୍ରଧାନମନ୍ତ୍ରୀ ନେଉଥିବା ପଦକ୍ଷେପକୁ ମଧ୍ୟ ଏହି ପ୍ରତିନିଧି ଦଳ ପ୍ରଶଂସା କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଆଜି ବିଶ୍ୱର ପ୍ରତ୍ୟେକ ଅଞ୍ଚଳ ଉଗ୍ରବାଦ ଦ୍ୱାରା ପ୍ରଭାବିତ । ମାତ୍ର ଭାରତୀୟ ଯୁବକମାନେ ଉଗ୍ରବାଦର ନିରୋଧ କରିବାରେ ସଫଳ ହୋଇଛନ୍ତି । ଆମର ଦୀର୍ଘକାଳୀନ ସାମାଜିକ ପରମ୍ପରା ଯୋଗୁ ଏହା ସମ୍ଭବ ହୋଇପାରିଛି । ଏହି ପରମ୍ପରାକୁ ଆଗକୁ ନେବା ଆମ ସମସ୍ତଙ୍କ ଉତ୍ତରଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି କହିଲେ ଯେ ଆମର ସଂସ୍କୃତି, ପରମ୍ପରା ଏବଂ ସାମାଜିକ ଚଳଣି ଆତଙ୍କବାଦୀ ଏବଂ ସେମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଲୋକମାନଙ୍କ ଘୃଣ୍ୟ ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେବ ନାହିଁ । ଦାରିଦ୍ର୍ୟ ଦୂରୀକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଶିକ୍ଷା ଏବଂ ଦକ୍ଷତା ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଭାରତରୁ ଯାଉଥିବା ହଜ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ସାଉଦି ଆରବ ସରକାର ନେଇଥିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଦେଶରେ କରୁଥିବା ଭାରତୀୟ ମୁସଲମାନ ସମ୍ପ୍ରଦାୟର ଏକ ସ୍ୱଚ୍ଛ ଛବି ରହିଛି ।

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ପ୍ରତିନିଧି ଦଳରେ ସର୍ବଭାରତୀୟ ମସଜିଦ୍ ଇମାମ୍ ସଂଗଠନର ମୁଖ୍ୟ ଇମାମ ଉମର ଅହମ୍ମଦ ଇଲିଆସି, ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟର କୁଳପତି ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଜମିରୁଦ୍ଦିନ ଶାହ, ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଏମ୍ୱାଇ ଇକବାଲ୍, ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର କୁଳପତି ତଲତ ଅହମ୍ମଦ, ଊର୍ଦ୍ଦୁ ସାମ୍ବାଦିକ ସାହିଦ୍ ସିଦ୍ଦିକି ପ୍ରମୁଖ ସାମିଲ ଥିଲେ । କେନ୍ଦ୍ର ସଂଖ୍ୟାଲଘୁ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ମୁଖତାର ଆବାସ ନକ୍ଭୀ ଏବଂ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏମ.ଜେ. ଆକବର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
But where is India’s economic growth?

Media Coverage

But where is India’s economic growth?
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."