ସରକାର ଆୟକର ଅଧିନିୟମ 1961 ଏବଂ ଅର୍ଥ (ସଂଖ୍ୟା 2) ଅଧିନିୟମ 2019 ରେ କିଛି ସଂଶୋଧନ କରିବା ପାଇଁ କରଧାର୍ଯ୍ୟ ଆଇନ (ସଂଶୋଧନ) ଅଧ୍ୟାଦେଶ 2019 ନେଇ ଆସିଛନ୍ତି । କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳ ସୀତାରମଣ ଆଜି ଗୋଆଠାରେ ଏକ ପ୍ରେସ ବାର୍ତ୍ତା ଅବସରରେ ଏହି ବିଷୟ କହିଛନ୍ତି । ଅର୍ଥମନ୍ତ୍ରୀ ଏହି ସଂଶୋଧନର ବିଶେଷତା ବିଷୟରେ ଯାହା କହିଛନ୍ତି ,ତାହା ନିମ୍ନଲିଖିତ ଅଛି  :-

ବିକାଶ ଏବଂ ନିବେଶକୁ ପ୍ରୋତ୍ସାହନ ଦେବା ପାଇଁ ଆୟକର ଅଧିନିୟମରେ ଏକ ନୂଆ ପ୍ରାବଧାନ ଅଣାଯାଇଛି ,ଯାହା ଆର୍ଥିକ ବର୍ଷ  2019-20 ରୁ ପ୍ରଭାବୀ ହେବ । ଏହା କୌଣସି ମଧ୍ୟ ଘରୋଇ କମ୍ପାନୀକୁ 22% ଦରରେ ଆୟକର ପେମେଣ୍ଟ କରିବାର ବିକଳ୍ପ ଦେବ । ଏଥିପାଇଁ ସର୍ତ୍ତ ଏହା ଯେ ,ଯେଉଁ କମ୍ପାନୀଗୁଡ଼ିକ କୌଣସି ପ୍ରକାରର ରିହାତି /ପ୍ରୋତ୍ସାହନର ଲାଭ ଉଠାଉନାହାନ୍ତି  । ସରଚାର୍ଜ ଏବଂ ସେସକୁ ମିଶାଇ କମ୍ପାନୀଗୁଡ଼ିକ ପାଇଁ ପ୍ରଭାବୀ ଟିକସ ଦର 25.17% ହେବ । ଏଭଳି କମ୍ପାନୀଗୁଡ଼ିକୁ ସର୍ବନିମ୍ନ ବିକଳ୍ପ ଟିକସ ପ୍ରଦାନ କରିବା ଆବଶ୍ୟକତା ମଧ୍ୟ ପଡିବ ନାହିଁ  ।

ବୀନିର୍ମାଣ କ୍ଷେତ୍ରରେ ତାଜା ନିବେଶକୁ ଆକର୍ଷିତ କରିବା ଏବଂ ସରକାରଙ୍କ 'ମେକ ଇନ ଇଣ୍ଡିଆ' କୁ ପ୍ରୋତ୍ସାହନ ଦେବା ପାଇଁ ଆୟକର ଅଧିନିୟମରେ ଏକ ନୂତନ ପ୍ରାବଧାନକୁ ସାମିଲ କରାଯାଇଛି ।  ଏହା ଆର୍ଥିକ ବର୍ଷ 2019-20 ରୁ ପ୍ରଭାବୀ ହେବ । ଏଭଳି କୌଣସି ମଧ୍ୟ ନୂଆ ଘରୋଇ କମ୍ପାନୀ ଯାହା 1 ଅକ୍ଟୋବର 2019 ଅବା ତା'ପରେ ସ୍ଥାପିତ ହୋଇଛି ,ତାହାକୁ ନୂଆ ନିବେଶକୁ ସାମିଲ କରିବାର ଅନୁମତି ହେବ । ତାହା ପାଖରେ 15% ହାରରେ ଟିକସ ପୈଠର ବିକଳ୍ପ ହେବ । ଏହି ଲାଭ ସେହି କମ୍ପାନୀଗୁଡ଼ିକ ପାଇଁ ଉପଲବ୍ଧ ଅଛି ,ଯିଏ କୌଣସି ପ୍ରକାର ରିହାତି /ପ୍ରୋତ୍ସାହନର ଲାଭ ଉଠାଉନାହିଁ ଏବଂ ଯାହାର ଉତ୍ପାଦନ 31 ମାର୍ଚ୍ଚ ,2023 ଅବା ତା'ପୂର୍ବରୁ ଆରମ୍ଭ ହୋଇଯିବ । ସରଚାର୍ଜ ଏବଂ ସେସ ମିଶିକରି ଏହି କମ୍ପାନୀଗୁଡ଼ିକ ପାଇଁ ପ୍ରଭାବୀ ଟିକସ ଦର 17.01% ହେବ । ଏଭଳି କମ୍ପାନୀଗୁଡ଼ିକୁ ନ୍ୟୁନତମ ବିକଳ୍ପ ଟିକସର ପେମେଣ୍ଟ କରିବାର ଆବଶ୍ୟକତା ମଧ୍ୟ ପଡ଼ିବ ନାହିଁ  ।

ଗୋଟିଏ କମ୍ପାନୀ ଯିଏ ରିହାତି ଟିକସ ବ୍ୟବସ୍ଥାର ବିକଳ୍ପ ଚୟନ କରୁନାହିଁ ଏବଂ ଟିକସ ରିହାତି/ପ୍ରୋତ୍ସାହନର ଲାଭ ଉଠାଉଛି ,ତେବେ ତାହା ପୂର୍ବ-ସଂଶୋଧିତ ଦରରେ ହିଁ ଟିକସ ପ୍ରଦାନ କରିଚାଲିବ । କାରଣ  ,ଏହି କମ୍ପାନୀଗୁଡ଼ିକ ନିଜର ଟିକସ ରିହାତିର ଅବଧି ସମାପ୍ତ ହେବା ପରେ ରିହାତି ଟିକସ ବ୍ୟବସ୍ଥାର ବିକଳ୍ପ ଚୟନ କରିପାରିବେ । ବିକଳ୍ପ ଚୟନ କରିବା ପରେ କମ୍ପାନୀ 22% ଦରରେ ଟିକସ ପେମେଣ୍ଟ କରିବା ପାଇଁ ଉତ୍ତରଦାୟୀ ହେବ ଏବଂ ପୁଣିଥରେ ବ୍ୟବହାର କରିବା ପରେ ଏହି ବିକଳ୍ପକୁ ଫେରସ୍ତ ନିଆଯାଇପାରିବ ନାହିଁ । ଏଭଳି କମ୍ପାନୀଗୁଡ଼ିକ ଯିଏ ରିହାତି/ପ୍ରୋତ୍ସାହନର ଲାଭ ଉଠାଇବା ଜାରି ରଖୁଛନ୍ତି ,ସେଗୁଡ଼ିକୁ ରିହାତି ପ୍ରଦାନ କରିବା ପାଇଁ ସର୍ବନିମ୍ନ ବିକଳ୍ପ ଟିକସ ଦର 18.5% ରୁ ହ୍ରାସ କରି 15% କରିଦିଆଯାଇଛି ।

ପୁଞ୍ଜି ବଜାରରେ ଫଣ୍ଡର ପ୍ରଭାବକୁ ସ୍ଥିର ବଜାୟୀ ରଖିବା ପାଇଁ ବିତ୍ତ (ସଂଖ୍ୟା 2) ଅଧିନିୟମ ,2019 ଦ୍ୱାରା ,ବଢ଼ାଯାଇଥିବା ସରଚାର୍ଜ କମ୍ପାନୀରେ ଶେୟାରର ବିକ୍ରି ଅଥବା ଇକ୍ୟୁଟି ଫଣ୍ଡ ୟୁନିଟର ବିକ୍ରି ଅବା ପ୍ରତିଭୂତି ଦେଣନେଣ ଟିକସ ପାଇଁ ଉତ୍ତରଦାୟୀ ବ୍ୟବସାୟିକ ଟ୍ରଷ୍ଟର ଏକ ୟୁନିଟକୁ ଜଣେ ବ୍ୟକ୍ତି ,ଏଚୟୁଏଫ ,ଏଓପି,ବିଓଆଇ ଏବଂ ଏଜେପି ଦ୍ୱାରା ହେଉଥିବା ପୁଞ୍ଜିଗତ ଲାଭ ଉପରେ ପ୍ରଭାବୀ ହେବ ନାହିଁ ।

ବୃଦ୍ଧି କରାଯାଇଥିବା ସରଚାର୍ଜ ବିଦେଶୀ ପୋର୍ଟଫୋଲିଓ ନିବେଶକାରୀ (ଏଫପିଆଇ) ଦ୍ୱାରା ଡେରିଭେଟିଭ ସମେତ କୌଣସି ମଧ୍ୟ ପ୍ରତିଭୂତିର ବିକ୍ରିରୁ ହେଉଥିବା ପୁଞ୍ଜିଗତ ଲାଭ ଉପରେ ମଧ୍ୟ ଲାଗୁ ହେବ ନାହିଁ  ।
5 ଜୁଲାଇ 2019 ପୂର୍ବରୁ ଶେୟାର ବାଏ-ବ୍ୟାକର ଘୋଷଣା କରିବାକୁ ଥିବା ତାଲିକାଭୁକ୍ତ କମ୍ପାନୀଗୁଡ଼ିକୁ ରିହାତି ପହଂଚାଇବାର କ୍ରମରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଯେ ,ସେଗୁଡ଼ିକୁ ଶେୟାରର ବାଏ-ବ୍ୟାକ ଉପରେ ଲାଗୁଥିବା ଟିକସ ଦେବାକୁ ପଡିବ ନାହିଁ ।

ସରକାର ସିଏସଆର  ଅଧୀନରେ ହେବାକୁ ଥିବା 2% ର ଖର୍ଚ୍ଚକୁ ବିସ୍ତାର କରିବାକୁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏବେ 2% ସିଏସଆର ରାଶି କେନ୍ଦ୍ର ଅଥବା ରାଜ୍ୟ ସରକାର ଅଥବା କୌଣସି ଏଜେନ୍ସି ଅଥବା କେନ୍ଦ୍ର ଓ ରାଜ୍ୟର ସାର୍ବଜନିକ କ୍ଷେତ୍ରର ଉପକ୍ରମ ଦ୍ୱାରା ବିତ୍ତପୋଷିତ ଇନକ୍ୟୁବେଟର୍ସ ଉପରେ ମଧ୍ୟ ଖର୍ଚ୍ଚ କରାଯାଇପାରିବ । ଏହା ସହିତ ହିଁ ଏସଡିଜିକୁ ପ୍ରୋତ୍ସାହନ କରିବାର ଉଦ୍ଦେଶ୍ୟରେ ବିଜ୍ଞାନ ,ପ୍ରଯୁକ୍ତିବିଦ୍ୟା ,ଇଞ୍ଜିନିୟରିଙ୍ଗ ଏବଂ ମେଡିସିନ କ୍ଷେତ୍ରରେ ଅନୁସନ୍ଧାନ କରୁଥିବା ସରକାରୀ ବିଶ୍ୱବିଦ୍ୟାଳୟ ,ଆଇଆଇଟି ,ରାଷ୍ଟ୍ରୀୟ ପ୍ରୟୋଗଶାଳା ଏବଂ ସ୍ୱାୟତ୍ତ ସଂସ୍ଥାନ (ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଆଇସିଏଆର ,ଆଇସିଏମଆର ,ସିଏସଆଇଆର ,ଡିଏଇ ,ଡିଆରଡିଓ,ଡିଏସଟିର ସଂରକ୍ଷଣରେ ସ୍ଥାପିତ) ପାଇଁ ମଧ୍ୟ ଯୋଗଦାନ ଦିଆଯାଇପାରିବ  ।

କର୍ପୋରେଟ ଟିକସ ଦରରେ ହ୍ରାସ ଏବଂ ଅନ୍ୟ ରିହାତିର ଘୋଷଣାରୁ ରାଜସ୍ୱରେ 1,45,000 କୋଟି ଟଙ୍କାରର ରାଜସ୍ଵ ହାନୀ ହେବ

 
 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival