PM Modi approves constitution of two committees for the commemoration of the birth centenary of Pandit Deendayal Upadhyay
PM Modi to chair a 149 member National Committee for commemoration of the birth centenary of Pandit Deendayal Upadhyay

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଶତବାର୍ଷିକ ସମାରୋହ ପାଳନ ପାଇଁ ଦୁଇଟି କମିଟି ଗଠନ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନୁମୋଦନ କରିଛନ୍ତି ।

ପ୍ରଧାନମନ୍ତ୍ରୀ 149 ସଦସ୍ୟ ବିଶିଷ୍ଟ ଜାତୀୟ କମିଟିରେ ଅଧ୍ୟକ୍ଷତା କରିବାକୁ ଥିବା ବେଳେ 23 ଜଣିଆ କାର୍ଯ୍ୟକାରୀ କମିଟିରେ ପୌରହିତ୍ୟ କରିବେ ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ।

ଜାତୀୟ କମିଟିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ.ଡି.ଦେବେଗୌଡା, କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଶ୍ରୀମତୀ ସୁଷମା ସ୍ଵରାଜ, ଶ୍ରୀ ଅରୁଣ ଜେଟଲୀ, ଶ୍ରୀ ମନୋହର ପାରିକର, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଶ୍ରୀ ଏଲ.କେ.ଆଡଭାନୀ ଏବଂ ବିଜେପି ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ପ୍ରମୁଖ ସ୍ଥାନ ପାଇଛନ୍ତି ।

ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନିତୀଶ କୁମାର, ପୂର୍ବତନ କୃଷି ମନ୍ତ୍ରୀ ଶ୍ରୀ ଶରଦ ପାୱାର, ରାଜ୍ୟସଭା ସାଂସଦ ଶ୍ରୀ ଶରଦ ଯାଦବ, ଯୋଗ ଗୁରୁ ବାବା ରାମଦେବ, ଗୀତିକାର ପ୍ରସୂନ ଯୋଶୀ, ଚଳଚିତ୍ର ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ରପ୍ରକାଶ ଦ୍ଵିବେଦୀ, ପୂର୍ବତନ ହକି ଖେଳାଳି ଧନରାଜ ପିଲ୍ଲାଇ, ପୂର୍ବତନ ବେଡମିଣ୍ଟନ ଖେଳାଳି ତଥା ପ୍ରଶିକ୍ଷକ ଶ୍ରୀ ପୁଲ୍ଲେଲା ଗୋପୀଚାନ୍ଦ ଏବଂ ସୁଲଭ ଇଣ୍ଟରନେସନାଲର ପ୍ରତିଷ୍ଠାତା ଶ୍ରୀ ବିନ୍ଦେଶ୍ଵର ପାଠକଙ୍କୁ ଜାତୀୟ କମିଟିରେ ସାମିଲ କରାଯାଇଛି । ସେହିପରି ପୂର୍ବତନ ପ୍ରଧାନ ବିଚାରପତି ଶ୍ରୀ ଆର.ସି.ଲାହୋଟି, ଅବସରପ୍ରାପ୍ତ ବାୟୁସେନା ଅଧ୍ୟକ୍ଷ ଶ୍ରୀ ଏସ.କୃଷ୍ଣସ୍ଵାମୀ, ସମ୍ବିଧାନ ବିଶାରଦ ଶ୍ରୀ ସୁବାଷ କାଶ୍ୟପ ଏବଂ ପରିବେଶବିତ ଶ୍ରୀ ସି.ପି.ଭଟ୍ଟଙ୍କୁ ମଧ୍ୟ ଜାତୀୟ କମିଟିରେ ନିଆଯାଇଛି । ଏହାଛଡା ଏହି କମିଟିରେ ଅନେକ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବୈଜ୍ଞାନିକ, ସାମ୍ବାଦିକ, ଶିକ୍ଷାବିତ, ସାମାଜିକ କର୍ମୀ ଏବଂ ଆଧ୍ୟାତ୍ମିକ ଗୁରୁଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।

କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି (ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ ଡଃ ମହେଶ ଶର୍ମା ଏହି କମିଟିରେ ଆବାହକ ରହିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Media Coverage

"Overwhelmed By The Warmth": PM Modi Receives Grand Welcome In Uzbekistan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi