ଶୁଭେଚ୍ଛା ପାଇଁ ମହାମାନ୍ୟଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
ଆଦର୍ଶ ଭାରତ-ଭୁଟାନ ସମ୍ପର୍କ ପ୍ରତି ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତା ନିଶ୍ଚିତ କଲେ

ଭୁଟାନର ରାଜା ମହାମାନ୍ୟ ଜିଗ୍‌ମେ ଖେସର୍ ନାମଗିଲ୍ ୱାଙ୍ଗଚକ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୮ତମ ଲୋକସଭା ନିର୍ବାଚନରେ ଏନ୍‌ଡିଏର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଜନସାଧାରଣଙ୍କର ନିରନ୍ତର ଉନ୍ନତି ଓ ସମୃଦ୍ଧି ପାଇଁ ଭୁଟାନର ରାଜା ହାର୍ଦ୍ଦିକ ବଧେଇ ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ଭୁଟାନର ରାଜାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତ ଓ ଭୁଟାନ ମଧ୍ୟରେ ବନ୍ଧୁତ୍ୱର ଆଦର୍ଶ ସମ୍ପର୍କକୁ ଦୋହରାଇ ପ୍ରଧାନମନ୍ତ୍ରୀ ଭୁଟାନର ରାଜକୀୟ ସରକାରଙ୍କ ସହ କାମ କରିବା ଏବଂ ଅନନ୍ୟ ଦ୍ୱିପାକ୍ଷିକ ଭାଗିଦାରୀକୁ ଅଧିକ ଉଚ୍ଚକୁ ନେବା ଦିଗରେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି ।

ଭାରତ-ଭୁଟାନ ସହଭାଗିତା ସବୁ ସ୍ତରରେ ଅଧିକ ବିଶ୍ୱାସ, ଶୁଭେଚ୍ଛା ଓ ପାରସ୍ପରିକ ବୁଝାମଣା ଦ୍ୱାରା ବର୍ଣ୍ଣିତ ଯାହା ଲୋକମାନଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ଏବଂ ଅର୍ଥନୈତିକ ଓ ବିକାଶ ସହଭାଗିତା ଦ୍ୱାରା ଅଧିକ ସୁଦୃଢ଼ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From welfare to opportunity: How DPI 2.0 and AI will unlock India’s productivity

Media Coverage

From welfare to opportunity: How DPI 2.0 and AI will unlock India’s productivity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to former PM Shri PV Narasimha Rao Ji on his birth anniversary
June 28, 2026

The Prime Minister, Shri Narendra Modi, today, paid tributes to former Prime Minister Shri PV Narasimha Rao Ji on his birth anniversary. Shri Modi remarked that Shri PV Narasimha Rao Ji made enduring contributions to India’s progress during a critical phase of our nation’s history.

The Prime Minister posted on X:

Tributes to former Prime Minister Shri PV Narasimha Rao Ji on his birth anniversary. He made enduring contributions to India’s progress during a critical phase of our nation’s history. He made a mark as an able administrator. He was also a distinguished scholar, blessed with immense knowledge and understanding of India’s diverse culture.