ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଖୁସି ଜାହିର କରିଛନ୍ତି । ଭଗବାନ ବୁଦ୍ଧଙ୍କ ବାଣୀରେ ବିଶ୍ୱାସ ରଖୁଥିବା ଲୋକଙ୍କ ମନରେ ଏହା ଖୁସିର ଭାବନା ପ୍ରଜ୍ୱଳିତ କରିଛି ବୋଲି ସେ କହିଛନ୍ତି । କଲମ୍ବୋ ଠାରେ ଆଇସିସିଆର ଦ୍ୱାରା ଆୟୋଜିତ ‘ପାଲି ଏକ ଶାସ୍ତ୍ରୀୟ ଭାଷା’ ଶୀର୍ଷକ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ଦେଶର ବିଦ୍ୱାନ ଏବଂ ଭିକ୍ଷୁ ମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଧନ୍ୟବାଦ ଅର୍ପଣ କିଛନ୍ତି ।

ଶ୍ରୀଲଙ୍କା ହ୍ୟାଣ୍ଡଲରେ ଭାରତ ପକ୍ଷରୁ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:

“ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତି ଭଗବାନ ବୁଦ୍ଧଙ୍କ ବାଣୀରେ ବିଶ୍ୱାସ କରୁଥିବା ଲୋକଙ୍କ ମନରେ ଖୁସିର ଭାବନା ପ୍ରଜ୍ୱଳିତ କରିଥିବା ଜାଣି ଖୁସି ହେଲି । କଲମ୍ବୋରେ ହୋଇଥିବା କାର୍ଯ୍ୟକ୍ରମରେ ଭାଗ ନେଇଥିବା ବିଭିନ୍ନ ଦେଶର ବିଦ୍ୱାନ ଓ ବୌଦ୍ଧ ଭିକ୍ଷୁଙ୍କ ନିକଟରେ କୃତଜ୍ଞ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 27, 2026
June 27, 2026

Appreciation for PM Modi's Development-Focused and People-Centric Governance