ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ସୀମାରେ ଶାନ୍ତି ଏବଂ ସ୍ଥିରତା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ
ଗତ ବର୍ଷ କାଜାନରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ଥିର ଏବଂ ସକାରାତ୍ମକ ଅଗ୍ରଗତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ
ଏସସିଓ ସମ୍ମିଳନୀରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଜିନପିଙ୍ଗଙ୍କ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ
ସ୍ଥିର ଏବଂ ଗଠନମୂଳକ ଦ୍ୱିପାକ୍ଷିକ ସମ୍ପର୍କ ଆଞ୍ଚଳିକ ଏବଂ ବିଶ୍ୱ ଶାନ୍ତି ଓ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି କହିଲେ ପ୍ରଧାନମନ୍ତ୍ରୀ

ଚୀନ କମ୍ୟୁନିଷ୍ଟ ପାର୍ଟିର ପଲିଟବ୍ୟୁରୋ ସଦସ୍ୟ ଏବଂ ବିଦେଶ ମନ୍ତ୍ରୀ ଶ୍ରୀ ୱାଙ୍ଗ ୟି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।

ଶ୍ରୀ ୱାଙ୍ଗ ୟି ତିଆନଜିନରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବାର୍ତ୍ତା ଏବଂ ନିମନ୍ତ୍ରଣ ଜଣାଇଛନ୍ତି । ଚୀନ ବିଦେଶ ମନ୍ତ୍ରୀ ତାଙ୍କ ଭାରତ ଗସ୍ତ ସମୟରେ ବିଦେଶ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ବୈଠକ ଏବଂ ଏନଏସଏ ଶ୍ରୀ ଅଜିତ ଡୋଭାଲଙ୍କ ସହ-ଅଧ୍ୟକ୍ଷତାରେ ଆୟୋଜିତ ଚତୁର୍ବିଂଶତମ ସ୍ୱତନ୍ତ୍ର ପ୍ରତିନିଧି ବୈଠକର ସକାରାତ୍ମକ ଫଳାଫଳ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

ପ୍ରଧାନମନ୍ତ୍ରୀ ସୀମାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାର ଗୁରୁତ୍ୱ ଉପରେ ଜୋର ଦେବା ସହିତ ସୀମା ବିବାଦର ଏକ ନିରପେକ୍ଷ, ଯୁକ୍ତିସଂଗତ ଏବଂ ଆପୋସ ଭାବରେ ଗ୍ରହଣୀୟ ସମାଧାନ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

ଗତ ବର୍ଷ କାଜାନରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ଥିର ଏବଂ ସକାରାତ୍ମକ ପ୍ରଗତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି । ଏହା ପାରସ୍ପରିକ ସମ୍ମାନ, ଆପୋସ ହିତ ଏବଂ ପାରସ୍ପରିକ ସମ୍ବେଦନଶୀଳତା ଦ୍ୱାରା ପରିଚାଳିତ, ଯେଉଁଥିରେ କୈଳାସ ମାନସରୋବର ଯାତ୍ରା ପୁନରାରମ୍ଭ ମଧ୍ୟ ସାମିଲ ରହିଛି ।

ପ୍ରଧାନମନ୍ତ୍ରୀ ଏସସିଓ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ ପାଇଁ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଧନ୍ୟବାଦ ଜଣାଇବା ସହ ଏହାକୁ ସ୍ୱୀକାର କରିଥିଲେ। ସେ ଏସସିଓ ଶିଖର ସମ୍ମିଳନୀରେ ଚୀନର ଅଧ୍ୟକ୍ଷତାକୁ ସମର୍ଥନ ଜଣାଇଥିଲେ ଏବଂ କହିଥିଲେ ଯେ, ସେ ତିଆନଜିନରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବା ଲାଗି ଆଗ୍ରହୀ ଅଛନ୍ତି। ଭାରତ ଏବଂ ଚୀନ୍ ମଧ୍ୟରେ ସ୍ଥିର, ଆକଳନଯୋଗ୍ୟ ଏବଂ ଗଠନମୂଳକ ସମ୍ପର୍କ ଆଞ୍ଚଳିକ ଏବଂ ବିଶ୍ୱ ଶାନ୍ତି ଓ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's crude supply secure, LPG production increased: Hardeep Puri

Media Coverage

India's crude supply secure, LPG production increased: Hardeep Puri
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 13, 2026
March 13, 2026

Resilient India Under PM Modi: Diplomatic Mastery, Youth Power, and Unstoppable Progress