ସେୟାର
 
Comments

ତାମିଲନାଡୁର ଚେନ୍ନାଇ, ମାମଲ୍ଲାପୁରମଠାରେ ଅନୁଷ୍ଠିତ ଦ୍ୱିତୀୟ ଅନୌପଚାରିକ ଶିଖର ସମ୍ମିଳନୀ ଭାରତ ଓ ଚୀନ ମଧ୍ୟରେ ସହଯୋଗର ଏକ ନୂତନ ଯୁଗ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମତବ୍ୟକ୍ତ କରିଛନ୍ତି ।

ଆଜି ମାମଲ୍ଲାପୁରମଠାରେ ଅନୁଷ୍ଠିତ ଅନୌପଚାରିକ ସମ୍ମିଳନୀର ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ମିଷ୍ଟର ସି. ଜିନପିଙ୍ଗଙ୍କ ସହଅଧ୍ୟତାରେ ଅନୁଷ୍ଠିତ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନାରେ ପ୍ରଧାନମନ୍ତ୍ରୀ ତାଙ୍କ ଉଦଘାଟନୀ ବକ୍ତବ୍ୟ ଦେଉଥିଲେ ।

ଗତ ବର୍ଷ ଉହାନଠାରେ ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଅନୌପଚାରିକ ସମ୍ମିଳନୀ ସମ୍ପର୍କରେ ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଏହା ଦ୍ୱାରା ଆମ ସମ୍ପର୍କରେ ସ୍ଥିରତା ବୃଦ୍ଧି ପାଇବା ସହ ଏହାକୁ ଏକ ନୂତନ ଗତି ମିଳିଛି ।

ସେ କହିଥିଲେ, “ଦୁଇ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କ ବୃଦ୍ଧି ପାଇଛି ।”

ପ୍ରଧାନମନ୍ତ୍ରୀ ପୁନଶ୍ଚ କହିଥିଲେ, “ଆମେ ଆମର ମତାନ୍ତରକୁ ବିବାଦରେ ପରିଣତ ନକରି ବିଚାରଶୀଳତାର ସହ ଏହାର ସମାଧାନ କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ପରସ୍ପରର ଆବଶ୍ୟକତାକୁ ନେଇ ସମ୍ବେଦନଶୀଳ ଏବଂ ଆମ ସମ୍ପର୍କ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରୟାସ କରିବ ।”

ମାମଲ୍ଲାପୁରମଠାରେ ଅନୁଷ୍ଠିତ ଦ୍ୱିତୀୟ ଅନୌପଚାରିକ ଶିଖର ସମ୍ମିଳନୀ ସମ୍ପର୍କରେ ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଲେ, “ଚେନ୍ନାଇ ସମ୍ମିଳନୀରେ ଏପର୍ଯ୍ୟନ୍ତ ଆମେ ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ବ୍ୟାପକ ଭାବେ ଆଲୋଚନା କରିଛୁ । ଉହାନ ସମ୍ମିଳନୀ ଆମ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ଗତି ପ୍ରଦାନ କରିଛି । ଆଜି ‘ଚେନ୍ନାଇ ସଂଯୋଗ’ ଦ୍ୱାରା ଆମ ଦୁଇ ଦେଶର ସମ୍ପର୍କ କ୍ଷେତ୍ରରେ ଏକ ନୂତନ ଯୁଗ ଆରମ୍ଭ ହୋଇଛି ।”

“ଆମର ଦ୍ୱିତୀୟ ଅନୌପଚାରିକ ସମ୍ମିଳନୀ ପାଇଁ ଭାରତ ଆସିଥିବାରୁ ମୁଁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ‘ଚେନ୍ନାଇ ସଂଯୋଗ’ ଭାରତ-ଚୀନ ସମ୍ପର୍କକୁ ମଜଭୁତ କରିବ । ଏହା ଦ୍ୱାରା ଆମ ଦେଶର ଜନସାଧାରଣ ଓ ବିଶ୍ୱ ଉପକୃତ ହେବେ ।”

Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
All citizens will get digital health ID: PM Modi

Media Coverage

All citizens will get digital health ID: PM Modi
...

Nm on the go

Always be the first to hear from the PM. Get the App Now!
...
ଶ୍ରୀ ଏସ୍ ସେଲଭାଗଣବଥି ରାଜ୍ୟସଭାକୁ ର୍ନିବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି
September 28, 2021
ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଡୁଚେରୀରୁ ରାଜ୍ୟସଭାକୁ ର୍ନିବାଚିତ ହୋଇଥିବାରୁ ଶ୍ରୀ ଏସ୍ ସେଲଭାଗଣବଥିଙ୍କ ପାଇଁ ଖୁସି ବ୍ୟକ୍ତ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ପ୍ରତ୍ୟେକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଆମ ଦଳ ଶ୍ରୀ ଏସ୍‍ ସେଲଭାଗଣବଥି ଜୀଙ୍କୁ ପୁଡୁଚେରୀରୁ ପ୍ରଥମ ରାଜ୍ୟସଭା ସଦସ୍ୟ ଭାବେ ପାଇଛି । ପୁଡୁଚେରୀର ଲୋକମାନେ ଆମ ପ୍ରତି ଯେଉଁ ବିଶ୍ୱାସ ଦେଖାଇଛନ୍ତି ସେଥିପାଇଁ ଆମେ କୃତଜ୍ଞ । ପୁଡୁଚେରୀର ବିକାଶ ପାଇଁ ଆମେ କାମ ଜାରି ରଖିବୁ ।”