ସିଙ୍ଗାପୁରର ବରିଷ୍ଠ ସାମାଜିକ ନୀତି ସମନ୍ଵୟ ମନ୍ତ୍ରୀ ଶ୍ରୀ ଥରମନ ଶନମୁଗରତ୍ନମ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ଭାରତରେ ଶ୍ରୀ ଶନମୁଗରତ୍ନମଙ୍କୁ ପ୍ରଧାନମନ୍ତ୍ରୀ ସ୍ଵାଗତ କରିବା ସହିତ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ । ଏହା ସହିତ ତାଙ୍କ ଜରିଆରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଶ୍ରୀ ଲି ହେସିଏନ ଲୁଙ୍ଗଙ୍କୁ ନୂତନ ବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।

ଦ୍ଵିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ଉଭୟ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ ଶନମୁଗରତ୍ନମ ସନ୍ତୋଷ ବ୍ୟକ୍ତ କରିଥିଲେ । ଭିତ୍ତିଭୂମି, ଦକ୍ଷତା ବିକାଶ, ଭାରତ-ସିଙ୍ଗାପୁର ମଧ୍ୟରେ ବ୍ୟାପକ ଆର୍ଥିକ ସହଯୋଗ ରାଜିନାମା (ସିଇସିଏ) ଏବଂ ଡିଜିଟାଲ ଅର୍ଥବ୍ୟବସ୍ଥା ଭଳି ବିଭିନ୍ନ ଦିଗରେ ଉଭୟ ନେତା ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତର ସାମାଜିକ ରୂପାନ୍ତରଣ ଏବଂ ଡିଜିଟାଲ ଅର୍ଥବ୍ୟବସ୍ଥାରେ ଆଶାଜନକ ବୃଦ୍ଧିକୁ ପ୍ରଶଂସା କରିଥିଲେ ।

ଭିତ୍ତିଭୂମି, ପର୍ଯ୍ୟଟନ, ଡିଜିଟାଲ ପେମେଣ୍ଟ, ନବସୃଜନ ଏବଂ ପ୍ରଶାସନ କ୍ଷେତ୍ରରେ ଭାରତ-ସିଙ୍ଗାପୁର ମଧ୍ୟରେ ସହଯୋଗକୁ ଆହୁରି ମଜବୁତ କରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କ ଇଚ୍ଛା ବ୍ୟକ୍ତ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 28, 2026
July 28, 2026

From Factories to Space & High-Speed Rail: How PM Modi’s Vision is Rewiring India’s Future