ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ମି. ହେଙ୍ଗ ସ୍ୱି କେଟ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ଉପ ପ୍ରଧାନମନ୍ତ୍ରୀ କେଟ ଶ୍ରୀ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଲି ହିସିଏନ ଲୁଙ୍ଗ ଓ ମନ୍ତ୍ରୀ ଏମେରିଟସ ଗୋହ ଚୋକ ଟଙ୍ଗଙ୍କ ସମ୍ମାନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ସହିତ ତାଙ୍କ ଫଳପ୍ରଦ ବୈଠକ ସମ୍ବନ୍ଧରେ ସ୍ମରଣ କରିଥିଲେ ଓ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଉପ ପ୍ରଧାନମନ୍ତ୍ରୀ କେଟଙ୍କୁ ଅନୁରୋଧ କରିଥିଲେ ।

ଗତ ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କଠାରେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଲି ହିସିଏନ ଲୁଙ୍ଗଙ୍କ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପ୍ରଶଂସା କରିଥିଲେ ।

ଭାରତ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ରୂପାନ୍ତରଣକାରୀ ପଦକ୍ଷେପ ସମ୍ବନ୍ଧରେ ଉପ ପ୍ରଧାନମନ୍ତ୍ରୀ କେଟ ସୂଚାଇଥିଲେ ଏବଂ ଏହା ଫଳରେ ବିଶେଷ କରି ଭାରତର ଭିତ୍ତିଭୂମି କ୍ଷେତ୍ରରେ ନିବେଶ ସୁଯୋଗରେ ବୃଦ୍ଧି ହୋଇଥିବାର ପ୍ରକାଶ କରିଥିଲେ । ଫିନଟେକ ସମେତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ସହଯୋଗ ବୃଦ୍ଧି ପାଉଥିବା ସେ ଗୁରୁତ୍ୱାରୋପ କରିଥିଲେ ।

ଉଭୟ ଦେଶ ମଧ୍ୟରେ ନିବେଶ ଓ ବାଣିଜ୍ୟ ସମ୍ପର୍କରେ ବୃଦ୍ଧି ଘଟୁଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଖୁସି ପ୍ରକାଶ କରିଥିଲେ । ସେ କହିଥିଲେ ଯେ ସିଙ୍ଗାପୁରରେ ରୁପେ କାର୍ଡ ଓ ଭିମ ଆପର ଶୁଭାରମ୍ଭ ହେବା ପରେ ଆର୍ଥିକ କାରବାର ବୃଦ୍ଧି ପାଇଛି । ସେ ମଧ୍ୟ ଚେନ୍ନାଇଠାରେ ସଫଳ ଭାବେ ଆୟୋଜିତ ଯୁଗ୍ମ ହେକାଥଲନ ସମ୍ବନ୍ଧରେ ପ୍ରକାଶ କରିଥିଲେ ଯେଉଁଥିରେ ସିଙ୍ଗାପୁରର ଛାତ୍ରମାନେ ଭାଗ ନେଇଥିଲେ । ଏହିସବୁ ବିକାଶ ହେଉଛି ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ନିବିଡ ସମ୍ପର୍କ ଏବଂ ବ୍ୟବସାୟ ଓ ଅଭିନବ ଭାଗିଦାରୀତା କ୍ଷେତ୍ରରେ ଉନ୍ନତିର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026