ଚନ୍ଦ୍ରଯାନ - ୩ ଅଭିଯାନର ଐତିହାସିକ ସଫଳତାକୁ ପାଳନ କରିବା କ୍ଷେତ୍ରରେ କେନ୍ଦ୍ର କ୍ୟାବିନେଟ ଦେଶବାସୀଙ୍କ ସହ ସାମିଲ ହୋଇଛି । କ୍ୟାବିନେଟ୍ ମଧ୍ୟ ଆମ ବୈଜ୍ଞାନିକ ମାନଙ୍କର ମହତ୍ୱପୂର୍ଣ୍ଣ ସଫଳତାକୁ ପ୍ରଶଂସା କରିଛି । ଏହା କେବଳ ଆମ ମହାକାଶ ଏଜେନ୍ସି ପାଇଁ ଏକ ବିଜୟ ନୁହେଁ , ବରଂ ବିଶ୍ୱ ସ୍ତରରେ ଭାରତର ପ୍ରଗତି ଏବଂ ବିକାଶର ଉଜ୍ଜ୍ୱଳ ପ୍ରତୀକ ଅଟେ । ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବା ବିଷୟକୁ କ୍ୟାବିନେଟ୍ ସ୍ୱାଗତ କରିଛି ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ର ପ୍ରୟାସ ପାଇଁ କ୍ୟାବିନେଟ୍ ଅଭିନନ୍ଦନ ଜଣାଇଛି । ଆମ ବୈଜ୍ଞାନିକ ମାନଙ୍କୁ ଧନ୍ୟବାଦ, ସେମାନଙ୍କ ଯୋଗୁଁ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବାରେ ଭାରତ ହେଉଛି ପ୍ରଥମ ଦେଶ । ପୂର୍ବାନୁମାନ ସଠିକତା ସହ ଚନ୍ଦ୍ରରେ ଅବତରଣ କରିବା ନିଜେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ଅନେକ କଠିନ ପରିସ୍ଥିତିକୁ ଅତିକ୍ରମ କରି ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବା ଆମ ବୈଜ୍ଞାନିକ ମାନଙ୍କ ଉତ୍ସାହର ପ୍ରମାଣ, ଯେଉଁମାନେ ଶହ ଶହ ବର୍ଷ ଧରି ମାନବ ଜ୍ଞାନର ସୀମାକୁ ବ୍ୟାପକ କରିବା ପାଇଁ ଚେଷ୍ଟା କରି ଆସୁଛନ୍ତି । ଚନ୍ଦ୍ରରୁ 'ପ୍ରଜ୍ଞାନ' ରୋଭର ଦ୍ୱାରା ପ୍ରେରଣ କରାଯାଉଥିବା ସୂଚନାର ସମ୍ପଦ ଜ୍ଞାନକୁ ଆଗକୁ ବଢ଼ାଇବ ଏବଂ ଚନ୍ଦ୍ର ଏବଂ ଏହା ବ୍ୟତୀତ ଅନ୍ୟାନ୍ୟ ରହସ୍ୟ ବିଷୟରେ ଅଭୂତପୂର୍ବ ଆବିଷ୍କାର ଏବଂ ଜ୍ଞାନ ପାଇଁ ମାର୍ଗ ପ୍ରଶସ୍ତ କରିବ ।

ଦ୍ରୁତ ବୈଷୟିକ ଉନ୍ନତି ଏବଂ ଉଦ୍ଭାବନର ଅନୁସନ୍ଧାନ ଭାବେ ପରିଚିତ ଏକ ଯୁଗରେ ଭାରତର ବୈଜ୍ଞାନିକମାନେ ଜ୍ଞାନ, ସମର୍ପଣ ଏବଂ ଦକ୍ଷତାର ଉଜ୍ଜ୍ୱଳ ଆଲୋକ ଭାବରେ ଠିଆ ହୋଇଛନ୍ତି ବୋଲି କ୍ୟାବିନେଟ୍ ଦୃଢ଼ ଭାବରେ ବିଶ୍ୱାସ କରେ । ସେମାନଙ୍କର ବିଶ୍ଳେଷଣାତ୍ମକ ଦକ୍ଷତା, ଅନୁସନ୍ଧାନ ଏବଂ ଗବେଷଣା ପ୍ରତି ଦୃଢ଼ ପ୍ରତିବଦ୍ଧତା, ଦେଶକୁ କ୍ରମାଗତ ଭାବରେ ବିଶ୍ୱ ବୈଜ୍ଞାନିକ ଉପଲବ୍ଧି କ୍ଷେତ୍ରରେ ଅଗ୍ରଣୀ କରିଛି । ଉତ୍କୃଷ୍ଟତାର ନିରନ୍ତର ଅନୁସନ୍ଧାନ, ଅଦମ୍ୟ ଉତ୍ସୁକତା ଏବଂ ଆହ୍ୱାନର ମୁକାବିଲା ପାଇଁ ଅଦମ୍ୟ ମନୋବଳ କେବଳ ଅନ୍ତର୍ଜାତୀୟ ସ୍ତରରେ ସେମାନଙ୍କର ଖ୍ୟାତିକୁ ସୁଦୃଢ଼ କରି ନାହିଁ ବରଂ ଅସଂଖ୍ୟ ବ୍ୟକ୍ତି ମାନଙ୍କୁ ମଧ୍ୟ ବଡ଼ ସ୍ୱପ୍ନ ଦେଖିବା ଏବଂ ବିଶ୍ୱ ଜ୍ଞାନର ବିଶାଳ ଆକାରରେ ଯୋଗଦାନ ଦେବାକୁ ପ୍ରେରଣା ଦେଇଛି ।

ଚନ୍ଦ୍ରଯାନ - ୩ ଅଭିଯାନ ଏବଂ ଭାରତର ମହାକାଶ କାର୍ଯ୍ୟକ୍ରମର ସଫଳତା କ୍ଷେତ୍ରରେ ବହୁ ସଂଖ୍ୟକ ମହିଳା ବୈଜ୍ଞାନିକଙ୍କ ଯୋଗଦାନ ଥିବା ଦେଖି କ୍ୟାବିନେଟ୍ ଗର୍ବ ଅନୁଭବ କରିଛି । ଏହା ଆଗାମୀ ଦିନରେ ଅନେକ ଆଶାୟୀ ମହିଳା ବୈଜ୍ଞାନିକଙ୍କୁ ପ୍ରେରଣା ଯୋଗାଇବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଏବଂ ଉଦାହରଣୀୟ ନେତୃତ୍ୱ ଏବଂ ମାନବ କଲ୍ୟାଣ ଏବଂ ବୈଜ୍ଞାନିକ ପ୍ରଗତି ପାଇଁ ଭାରତର ମହାକାଶ କାର୍ଯ୍ୟକ୍ରମ ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତା ନିମନ୍ତେ କ୍ୟାବିନେଟ୍ ଅଭିନନ୍ଦନ ଜଣାଉଛି । ଆମ ବୈଜ୍ଞାନିକ ମାଦଙ୍କର ଦକ୍ଷତା ଉପରେ ରହିଥିବା ତାଙ୍କର ଅତୁଟ ବିଶ୍ୱାସ ଏବଂ ତାଙ୍କ ନିରନ୍ତର ପ୍ରୋତ୍ସାହନ ସେମାନଙ୍କ ଉତ୍ସାହକୁ ସର୍ବଦା ମଜଭୁତ କରିଛି ।

ସରକାରର ମୁଖ୍ୟ ଭାବରେ ତାଙ୍କର ଦୀର୍ଘ ୨୨ ବର୍ଷ ମଧ୍ୟରେ , ପ୍ରଥମେ ଗୁଜରାଟ ରାଜ୍ୟରେ ଏବଂ ପରେ ପ୍ରଧାନମନ୍ତ୍ରୀ ଭାବରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ସମସ୍ତ ଚନ୍ଦ୍ରାୟନ ଅଭିଯାନ ସହିତ ଏକ ଭାବପ୍ରବଣତାପୂର୍ଣ୍ଣ ସମ୍ପର୍କ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଜୀ ଯେତେବେଳେ ଏଭଳି ମିଶନର ଘୋଷଣା କରିଥିଲେ ସେତେବେଳେ ସେ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ୨୦୦୮ରେ ଚନ୍ଦ୍ରାୟନ - ୧ ର ସଫଳ ଉତକ୍ଷେପଣ ହେବା ପରେ ସେ ଇସ୍ରୋ ଯାଇ ବ୍ୟକ୍ତିଗତ ଭାବେ ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ୨୦୧୯ରେ ଚନ୍ଦ୍ରାୟନ - ୨ କ୍ଷେତ୍ରରେ ଯେତେବେଳେ ଭାରତ ଚନ୍ଦ୍ର ପୃଷ୍ଠରୁ ମାତ୍ର ଏକ କିଛି ମିଟର ଦୂରତାରେ ଥାଇ ମଧ୍ୟ ସଫଳ ହୋଇ ପାରିନଥିଲା, ପ୍ରଧାନମନ୍ତ୍ରୀଙ୍କ ବିଚକ୍ଷଣ ନେତୃତ୍ୱ ଏବଂ ମାନବୀୟ ସ୍ପର୍ଶ ବୈଜ୍ଞାନିକ ମାନଙ୍କ ମନୋବଳକୁ ବୃଦ୍ଧି କରିଥିଲା, ସେମାନଙ୍କ ସଂକଳ୍ପକୁ ପ୍ରୋତ୍ସାହିତ କରିଥିଲା ଏବଂ ସେମାନଙ୍କୁ ଅଧିକ ଉଦ୍ଦେଶ୍ୟ ନେଇ ଏହି ଅଭିଯାନକୁ ଆଗକୁ ବଢ଼ାଇବାକୁ ପ୍ରେରଣା ଦେଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ବିଜ୍ଞାନ ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରି ଆସିଛନ୍ତି । ବିଗତ ୯ ବର୍ଷ ମଧ୍ୟରେ ଅନେକ ସଂସ୍କାର ଅଣାଯାଇଛି ଯାହା ଗବେଷଣା ଏବଂ ଉଦ୍ଭାବନକୁ ସହଜ କରିଛି । ମହାକାଶ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସୁନିଶ୍ଚିତ କରିଛନ୍ତି ଯେ ଘରୋଇ କ୍ଷେତ୍ର ଏବଂ ଆମର ଷ୍ଟାର୍ଟଅପ୍ ଗୁଡ଼ିକୁ ଭାରତରେ ଅଧିକ ସୁଯୋଗ ମିଳିବ । ମହାକାଶ ବିଭାଗ ଅଧୀନରେ ଏକ ସ୍ୱୟଂଶାସିତ ସଂସ୍ଥା ଭାବରେ ଆଇଏନ-ଏସପିଏସିଇ ପ୍ରତିଷ୍ଠା, ଶିଳ୍ପ, ଶିକ୍ଷା ଏବଂ ଷ୍ଟାର୍ଟଅପ୍ ଗୁଡିକର ଏକ ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବା ଏବଂ ବିଶ୍ୱ ମହାକାଶ ଅର୍ଥ ବ୍ୟବସ୍ଥାରେ ପ୍ରମୁଖ ଅଂଶକୁ ଆକୃଷ୍ଟ କରିବା ପାଇଁ ଜୁନ୍ ୨୦୨୦ରେ ଆରମ୍ଭ ହୋଇଥିଲା । ମହାକାଶ ଦୁନିଆରେ ଭାରତର ଅଗ୍ରଗତିକୁ ବୃଦ୍ଧି କରିବା ପାଇଁ ଏହା ଏକ ଉପକରଣ ପାଲଟିଛି । ହ୍ୟାକାଥନ୍ ଉପରେ ଗୁରୁତ୍ୱ ଦେବା ଯୁବ ଭାରତୀୟ ମାନଙ୍କ ପାଇଁ ଅନେକ ସୁଯୋଗ ଖୋଲି ଦେଇଛି ।

ଚନ୍ଦ୍ରର ଦୁଇଟି ପଏଂଟ (ସ୍ଥାନ) କୁ ତିରଙ୍ଗା ପଏଣ୍ଟ (ଚନ୍ଦ୍ରାୟନ - ୨ର ପାଦ ଚିହ୍ନ) ଏବଂ ଶିବଶକ୍ତି ପଏଣ୍ଟ (ଚନ୍ଦ୍ରାୟନ – ୩) ର ଅବତରଣ ସ୍ଥଳ) ନାମରେ ନାମିତ କରାଯିବାକୁ କ୍ୟାବିନେଟ୍ ସ୍ୱାଗତ କରିଛି । ଆଧୁନିକତାର ଭାବନାକୁ ଗ୍ରହଣ କରିବା ସହିତ ଏହି ନାମଗୁଡ଼ିକ ଆମ ଅତୀତର ସାରକଥାକୁ ସୁନ୍ଦର ଭାବରେ ଧରି ରଖିଛି । ଏହି ନାମଗୁଡ଼ିକ ଏହାର ଶୀର୍ଷକ ଠାରୁ ଢେର ଅଧିକ ଅର୍ଥପୂର୍ଣ୍ଣ । ସେଗୁଡିକ ଏକ ସୂତ୍ର ସ୍ଥାପନ କରନ୍ତି ଯାହା ଆମର ହଜାର ହଜାର ପୁରୁଣା ଐତିହ୍ୟକୁ ଆମର ବୈଜ୍ଞାନିକ ଅଭିଳାଷ ସହିତ ଜଟିଳ ଭାବରେ ଯୋଡିଥାଏ ।

ଚନ୍ଦ୍ରାୟନ-୩ର ସଫଳତା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ "ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ" ଆହ୍ୱାନର ସବୁଠାରୁ ବଡ଼ ସାକ୍ଷୀ । ମହାକାଶ କ୍ଷେତ୍ର ଏବେ ଭାରତୀୟ ଘରୋଇ ଷ୍ଟାର୍ଟଅପ୍ ଏବଂ ଏମଏସଏମଇ ପାଇଁ ଆହୁରି ଉନ୍ମୁକ୍ତ ହେବ ଏବଂ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ଏବଂ ନୂତନ ଆବିଷ୍କାର ପାଇଁ ସୁଯୋଗ ସୃଷ୍ଟି କରିବ । ଏହା ଭାରତର ଯୁବବର୍ଗ ମାନଙ୍କ ପାଇଁ ଏକ ସମ୍ଭାବନାର ବିଶ୍ୱକୁ ଉନ୍ମୁକ୍ତ କରିବ ।

ଚନ୍ଦ୍ରାୟନ - ୩ ଅଭିଯାନର ସଫଳତାରୁ ଯେଉଁ ଜ୍ଞାନ ଆସିବ ତାହା ମାନବଜାତି, ବିଶେଷ କରି ଦକ୍ଷିଣ ବିଶ୍ୱର ଦେଶ ମାନଙ୍କର ହିତ ଓ ପ୍ରଗତି ପାଇଁ ବ୍ୟବହୃତ ହେବ ବୋଲି ସ୍ପଷ୍ଟ ଭାବରେ କହି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବସୁଧୈବ କୁଟୁମ୍ବକମ୍ ଉପରେ ଆମର କାଳଜୟୀ ବିଶ୍ୱାସର ଭାବନାକୁ ପ୍ରକାଶ କରିଛନ୍ତି । ଭାରତରେ ପ୍ରଗତିର ଜ୍ୟୋତି ସର୍ବଦା ଅନ୍ୟ ସ୍ଥାନର ଲୋକଙ୍କ ଜୀବନକୁ ଆଲୋକିତ କରିବାକୁ ଚେଷ୍ଟା କରିବ ।

ମହାକାଶ କ୍ଷେତ୍ରରେ ଭାରତର ଅଗ୍ରଗତି ଏକ ବିରାଟ ବୈଜ୍ଞାନିକ ଉପଲବ୍ଧି ବୋଲି କ୍ୟାବିନେଟ୍ ବିଶ୍ୱାସ କରେ । ସେସବୁ ପ୍ରଗତି, ଆତ୍ମନିର୍ଭରଶୀଳତା ଏବଂ ବିଶ୍ୱ ନେତୃତ୍ୱର ଏକ ଦୃଷ୍ଟିକୋଣର ପ୍ରତିନିଧିତ୍ୱ କରନ୍ତି । ଏହା ମଧ୍ୟ ଉଦୀୟମାନ ନୂତନ ଭାରତର ପ୍ରତୀକ । ଉପଗ୍ରହ ଯୋଗାଯୋଗ ଏବଂ ପାଣିପାଗ ବିଜ୍ଞାନ ଠାରୁ ଆରମ୍ଭ କରି କୃଷି ଏବଂ ବିପର୍ଯ୍ୟୟ ପରିଚାଳନା ପର୍ଯ୍ୟନ୍ତ ଶିଳ୍ପ ଗୁଡିକରେ ଅଧିକ ସୁଯୋଗ ସୃଷ୍ଟି କରିବା ପାଇଁ ଆମେ ଆମର ସାଥୀ ନାଗରିକ ମାନଙ୍କୁ ଅନୁରୋଧ କରୁଛୁ । ଆମର ଉଦ୍ଭାବନ ଗୁଡ଼ିକର ସିଧାସଳଖ ପ୍ରୟୋଗ, ଆମର ଭିତ୍ତିଭୂମି ବୃଦ୍ଧି, ଆମର ଡିଜିଟାଲ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଏବଂ ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ସୁନିଶ୍ଚିତ କରିବା ପାଇଁ ଆମେ କାର୍ଯ୍ୟ କରିବା ଉଚିତ୍ ।

ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଉଦ୍ଭାବନର ଏହି ଯୁଗରେ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ବିଜ୍ଞାନ ପ୍ରତି ପ୍ରେରିତ କରିବା ପାଇଁ ଶିକ୍ଷା ଜଗତ ସହ ଜଡ଼ିତ ଲୋକମାନଙ୍କୁ କ୍ୟାବିନେଟ୍ ବିଶେଷ ଭାବେ ନିବେଦନ କରିଛି । ଚନ୍ଦ୍ରାୟନ-୩ ଅଭିଯାନର ସଫଳତା ଏହି କ୍ଷେତ୍ର ପ୍ରତି ଆଗ୍ରହ ଜାଗ୍ରତ କରିବା ସହ ଆମ ଦେଶରେ ସୁଯୋଗ ଗୁଡିକୁ ଉପଯୋଗ କରିବାର ଏକ ବିରାଟ ସୁଯୋଗ ପ୍ରଦାନ କରିଛି ।

ଏହି କ୍ୟାବିନେଟ୍ ଏହି ଐତିହାସିକ ଅଭିଯାନରେ ଯୋଗଦାନ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଶଂସା କରୁଛି ଏବଂ ପ୍ରଶଂସା କରିବା ସହ ସ୍ୱୀକାର କରିଛି ଯେ ଚନ୍ଦ୍ରାୟନ - ୩ ଅଭିଯାନ ହେଉଛି ଉତ୍ସାହ, ନିଷ୍ଠା ଏବଂ ଅତୁଟ ସମର୍ପଣ ଦ୍ୱାରା ଭାରତ କ'ଣ ହାସଲ କରି ପାରିବ ତାହାର ଏକ ଉଜ୍ଜ୍ୱଳ ପ୍ରମାଣ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଦେଶର ଜନସାଧାରଣ ଆନନ୍ଦ ଓ ଗର୍ବରେ ପରିପୂର୍ଣ୍ଣ ହୋଇ ନିଜକୁ ସମର୍ପିତ କରିବେ ବୋଲି କ୍ୟାବିନେଟ୍ ବିଶ୍ୱାସ ବ୍ୟକ୍ତ କରିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi becomes first world leader to cross 100 million Instagram followers

Media Coverage

PM Modi becomes first world leader to cross 100 million Instagram followers
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Pays Tribute to Veer Savarkar Ji on his Punya Tithi
February 26, 2026

Prime Minister Narendra Modi today paid humble tributes to the great revolutionary Veer Savarkar Ji on his Punya tithi.

In a message honoring the freedom fighter, the Prime Minister stated that he dedicated his life to free the country from the chains of slavery. He further remarked that Veer Savarkar Ji’s personality and work will continue to inspire every generation for national service.

The Prime Minister wrote on X;

महान क्रांतिकारी वीर सावरकर जी को उनकी पुण्यतिथि पर सादर नमन। देश को गुलामी की जंजीरों से मुक्त कराने के लिए उन्होंने अपना जीवन समर्पित कर दिया। उनका व्यक्तित्व और कृतित्व हर पीढ़ी को राष्ट्रसेवा के लिए प्रेरित करता रहेगा।