ନୂଆ ରେଳ ପ୍ରକଳ୍ପ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ସହ ଯାତ୍ରାକୁ ସହଜ କରିବ; ଲଜିଷ୍ଟିକ୍ ଖର୍ଚ୍ଚ ଓ ତୈଳ ଆମଦାନୀ ହ୍ରାସ କରିବା ସହିତ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ କମାଇବ
୬,୪୫୬ କୋଟି ଟଙ୍କା (ପ୍ରାୟ) ବ୍ୟୟ ଅଟକଳ ସହିତ ଏସବୁ ପ୍ରକଳ୍ପ ୨୦୨୮-୨୯ ସୁଦ୍ଧା ସମ୍ପୂର୍ଣ୍ଣ ହେବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ମୋଟ ୬,୪୫୬ କୋଟି ଟଙ୍କା (ପ୍ରାୟ) ବ୍ୟୟ ଅଟକଳ ସହିତ ରେଳ ମନ୍ତ୍ରଣାଳୟର ତିନୋଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।

ଅନୁମୋଦିତ ପ୍ରକଳ୍ପଗୁଡ଼ିକ ରେଳ ସଂଯୋଗ ବିହୀନ ଅଞ୍ଚଳକୁ ରେଳ ସେବା ପ୍ରଦାନ କରି ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବ, ବର୍ତ୍ତମାନର ରେଳ ଲାଇନ୍ କ୍ଷମତା ବୃଦ୍ଧି କରିବ ଏବଂ ପରିବହନ ନେଟୱର୍କ ବିସ୍ତାର କରିବ, ଯାହାଫଳରେ ଯୋଗାଣ ଶୃଙ୍ଖଳା ସୁବ୍ୟବସ୍ଥିତ ହେବ ଓ ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ।

ନୂତନ ଲାଇନ୍ ପ୍ରସ୍ତାବଗୁଡ଼ିକ ସିଧାସଳଖ ଯୋଗାଯୋଗ ପ୍ରଦାନ କରିବ ଏବଂ ଗତିଶୀଳତାକୁ ଉନ୍ନତ କରିବ । ଏଥିସହିତ ଭାରତୀୟ ରେଳବାଇ ପାଇଁ ଦକ୍ଷତା ଏବଂ ସେବା କ୍ଷେତ୍ରରେ ବିଶ୍ୱସନୀୟତା ଆଣିବ । ରେଳ ଲାଇନ ମଲ୍ଟି ଟ୍ରାକିଂ ବା ଏକାଧିକ ଟ୍ରାକ୍‌ ନିର୍ମାଣ ପ୍ରସ୍ତାବ ଦ୍ୱାରା ଭାରତୀୟ ରେଳବାଇର ବ୍ୟସ୍ତବହୁଳ ସେକ୍ସନଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ବିକାଶ ସହିତ ଟ୍ରେନ ଚଳାଚଳକୁ ସହଜ କରାଯିବା ଦ୍ୱାରା ଭିଡ଼ ହ୍ରାସ ପାଇବ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଏକ ନୂତନ ଭାରତର ସଂକଳ୍ପ ଅନୁରୂପ ଯାହା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ବିକାଶ ମାଧ୍ୟମରେ ଏସବୁ ଅଞ୍ଚଳର ଲୋକମାନଙ୍କୁ ‘‘ଆତ୍ମନିର୍ଭରଶୀଳ’’ କରିବ, ଫଳରେ ସେମାନଙ୍କ ନିଯୁକ୍ତି / ସ୍ୱରୋଜଗାର ସୁଯୋଗ ବୃଦ୍ଧି ହେବ ।

ଏହି ପ୍ରକଳ୍ପଗୁଡ଼ିକ ବହୁମୁଖି ଯୋଗାଯୋଗ ପାଇଁ ପିଏମ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ପରିଣାମ ଅଟେ ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି । ଏଗୁଡ଼ିକ ସାଧାରଣ ଯାତ୍ରୀ, ଦ୍ରବ୍ୟ ଏବଂ ସେବାଗୁଡିକର ପରିବହନ ପାଇଁ ନିରବଚ୍ଛିନ୍ନ ଯୋଗାଯୋଗ ପ୍ରଦାନ କରିବେ ।

୪ଟି ରାଜ୍ୟ ଯଥା ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ୭ଟି ଜିଲ୍ଲାକୁ ସାମିଲ କରି ୩ଟି ରେଳ ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱର୍କକୁ ପ୍ରାୟ ୩୦୦ କିଲୋମିଟର ଅଧିକ ବୃଦ୍ଧି କରିବ।

ଏହି ପ୍ରକଳ୍ପଗୁଡ଼ିକ ସହିତ ୧୪ଟି ନୂତନ ଷ୍ଟେସନ ନିର୍ମାଣ କରାଯିବ, ଯାହା ୨ଟି ଆକାଂକ୍ଷୀ ଜିଲ୍ଲା (ନୂଆପଡ଼ା ଓ ପୂର୍ବ ସିଂହଭୂମ୍)କୁ ଯୋଗାଯୋଗରେ ସୁଧାର ଆଣିବ। ନୂଆ ଲାଇନ୍ ପ୍ରକଳ୍ପ ଦ୍ୱାରା ପ୍ରାୟ ୧୩୦୦ ଗାଁ ଓ ପ୍ରାୟ ୧୧ ଲକ୍ଷ ଜନସଂଖ୍ୟାକୁ ରେଳ ସଂଯୋଗ ଯୋଗାଇ ଦିଆଯିବ। ସେହିପରି ଟ୍ରାକ୍‌ ସଂଖ୍ୟା ବୃଦ୍ଧି ପ୍ରକଳ୍ପ ଦ୍ୱାରା ପ୍ରାୟ ୧୩୦୦ ଗାଁ ଓ ପ୍ରାୟ ୧୯ ଲକ୍ଷ ଜନସଂଖ୍ୟାକୁ ଉନ୍ନତ ରେଳ ଯୋଗାଯୋଗ ସେବା ମିଳିପାରିବ ।

କୃଷିଜାତ ଦ୍ରବ୍ୟ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ଚୂନପଥର ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏଗୁଡ଼ିକ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଫଳରେ ବାର୍ଷିକ ୪୫ ନିୟୁତ ଟନ୍ (ଏମଟିପିଏ) ପରିମାଣର ଅତିରିକ୍ତ ମାଲ ପରିବହନ ସହଜ ହେବ। ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ଦକ୍ଷ ପରିବହନ ମାଧ୍ୟମ ହୋଇଥିବାରୁ ଉଭୟ ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚ କୁ ହ୍ରାସ କରିବା, ତୈଳ ଆମଦାନୀ (୧୦ କୋଟି ଲିଟର) କମାଇବା ଏବଂ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ (୨୪୦ କୋଟି କିଲୋଗ୍ରାମ) ହ୍ରାସ କରିବାରେ ସାହାଯ୍ୟ କରିବ ଯାହା କି ୯.୭ କୋଟି ବୃକ୍ଷରୋପଣ ସହିତ ସମାନ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 52,000 Indians return safely from Gulf amid Iran war: MEA

Media Coverage

Over 52,000 Indians return safely from Gulf amid Iran war: MEA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 10, 2026
March 10, 2026

Citizens Appreciate India’s Digital Leap and Green Triumphs Under the Leadership of PM Modi