ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟ ପ୍ରକଳ୍ପର ଦୁଇଟି ନୂତନ କରିଡରକୁ ଅନୁମୋଦନ ମିଳିଛି ଯାହା ଜାତୀୟ ରାଜଧାନୀରେ ମେଟ୍ରୋ ସଂଯୋଗକୁ ଆହୁରି ଉନ୍ନତ କରିବ ବୋଲି ଆଶା କରାଯାଉଛି ।

ଦୁଇଟି କରିଡର ହେଉଛି;

  • ଇନ୍ଦ୍ରଲୋକ - ଇନ୍ଦ୍ରପ୍ରସ୍ଥ          ୧୨.୩୭୭ କି.ମି.
  • ଲାଜପତ ନଗର - ସାକେତ ଜି ବ୍ଲକ      ୮.୩୮୫ କିଲୋମିଟର

 

ପ୍ରକଳ୍ପ ମୂଲ୍ୟ ଏବଂ ପାଣ୍ଠି

ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟ ପ୍ରକଳ୍ପର ଏହି ଦୁଇଟି କରିଡରର ମୋଟ ପ୍ରକଳ୍ପ ମୂଲ୍ୟ ୮,୩୯୯ କୋଟି ଟଙ୍କା, ଯାହା ଭାରତ ସରକାର, ଦିଲ୍ଲୀ ସରକାର ଏବଂ ଅନ୍ତର୍ଜାତୀୟ ପାଣ୍ଠି ଏଜେନ୍ସିମାନଙ୍କଠାରୁ ସଂଗ୍ରହ କରାଯିବ ।

ଏହି ଦୁଇଟି ଲାଇନ୍ ୨୦.୭୬୨ କିଲୋମିଟର ବିଶିଷ୍ଟ ହେବ। ଇନ୍ଦ୍ରଲୋକ - ଇନ୍ଦ୍ରପ୍ରସ୍ଥ କରିଡର ଗ୍ରୀନ ଲାଇନର ଏକ ସମ୍ପ୍ରସାରଣ ହେବ ଏବଂ ଏହା ରେଡ୍, ୟେଲୋ, ଏୟାରପୋର୍ଟ ଲାଇନ, ମାଜେଣ୍ଟା, ଭାୟୋଲେଟ ଏବଂ ବ୍ଲୁ ଲାଇନ୍ ସହିତ ସଂଯୋଗ କରିବ ଏବଂ ଲାଜପତ ନଗର - ସାକେତ ଜି ବ୍ଲକ କରିଡର ସିଲଭର, ମାଜେଣ୍ଟା, ପିଙ୍କ ଏବଂ ଭାୟୋଲେଟ ଲାଇନକୁ ସଂଯୋଗ କରିବ ।

ଲାଜପତ ନଗର - ସାକେତ ଜି ବ୍ଲକ କରିଡର ସମ୍ପୂର୍ଣ୍ଣ ଉନ୍ନତ ହେବ ଏବଂ ଏଥିରେ ୮ଟି ଷ୍ଟେସନ ରହିବ । ଇନ୍ଦ୍ରଲୋକ- ଇନ୍ଦ୍ରପ୍ରସ୍ଥ କରିଡରରେ ୧୦ଟି ଷ୍ଟେସନକୁ ମିଶାଇ ୧୧.୩୪୯ କିଲୋମିଟର ଭୂତଳ ଲାଇନ ଓ ୧.୦୨୮ କିଲୋମିଟର ଏଲିଭେଟେଡ୍ ଲାଇନ୍ ରହିବ।

ଇନ୍ଦ୍ରଲୋକ - ଇନ୍ଦ୍ରପ୍ରସ୍ଥ ଲାଇନ୍ ହରିୟାଣାର ବାହାଦୁରଗଡ଼ ଅଞ୍ଚଳକୁ ସଂଯୋଗ ପ୍ରଦାନ କରିବ ଏବଂ ଏହି ଅଞ୍ଚଳର ଯାତ୍ରୀମାନେ ଗ୍ରୀନ୍ ଲାଇନ୍ ରେ ଯାତ୍ରା କରି ସିଧାସଳଖ ଇନ୍ଦ୍ରପ୍ରସ୍ଥ ତଥା କେନ୍ଦ୍ରୀୟ ଏବଂ ପୂର୍ବ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପହଞ୍ଚିପାରିବେ।

ଇନ୍ଦ୍ରଲୋକ, ନବୀ କରିମ, ନୂଆଦିଲ୍ଲୀ, ଦିଲ୍ଲୀ ଗେଟ୍, ଇନ୍ଦ୍ରପ୍ରସ୍ଥ, ଲାଜପତ ନଗର, ଚିରାଗ ଦିଲ୍ଲୀ ଏବଂ ସାକେତ ଜି ବ୍ଲକର ଏହି କରିଡରରେ ୮ଟି ନୂଆ ଇଣ୍ଟରଚେଞ୍ଜ ଷ୍ଟେସନ୍ ପ୍ରତିଷ୍ଠା ହେବ। ଏହି ଷ୍ଟେସନଗୁଡ଼ିକ ଦିଲ୍ଲୀ ମେଟ୍ରୋ ନେଟୱାର୍କର ସମସ୍ତ କାର୍ଯ୍ୟକ୍ଷମ ଲାଇନ ମଧ୍ୟରେ ଆନ୍ତଃସଂଯୋଗରେ ଉଲ୍ଲେଖନୀୟ ଉନ୍ନତି ଆଣିବ ।

ଚତୁର୍ଥ ପର୍ଯ୍ୟାୟ ସଂପ୍ରସାରଣର ଅଂଶ ସ୍ୱରୂପ ଦିଲ୍ଲୀ ମେଟ୍ରୋ ୬୫ କିଲୋମିଟରର ନେଟୱାର୍କ ନିର୍ମାଣ କରିସାରିଛି । ଏହି ନୂତନ କରିଡର ପର୍ଯ୍ୟାୟକ୍ରମେ ମାର୍ଚ୍ଚ ୨୦୨୬ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ବର୍ତମାନ ଡିଏମଆରସି ୨୮୬ଟି ଷ୍ଟେସନକୁ ନେଇ ୩୯୧ କିଲୋମିଟର ର ନେଟୱାର୍କ ପରିଚାଳିତ କରୁଛି। ଦିଲ୍ଲୀ ମେଟ୍ରୋ ବର୍ତ୍ତମାନ ବିଶ୍ୱର ଦ୍ରୁତ ଗତିରେ ବଢୁଥିବା ମେଟ୍ରୋ ନେଟୱାର୍କ ମଧ୍ୟରୁ ଗୋଟିଏ ।

ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ଲିମିଟେଡ (ଡିଏମଆରସି) ପ୍ରି-ବିଡ୍ କାର୍ଯ୍ୟ ଏବଂ ଟେଣ୍ଡର କାଗଜାତ ପ୍ରସ୍ତୁତି ଆରମ୍ଭ କରିସାରିଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India car sales to hit 4.7 million in FY26 despite bumps

Media Coverage

India car sales to hit 4.7 million in FY26 despite bumps
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 16, 2026
March 16, 2026

Thoughtful Strength: Balancing Security, Growth, and Autonomy Under PM Modi's Leadership