States given flexibility to reallocate funds from one component to another based on their specific requirement

କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସମସ୍ତ କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବେ ଦୁଇଟି ପ୍ରମୁଖ ଯୋଜନା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ପିଏମ-ଆରକେଭିୱାଇ) ଏବଂ କୃଷୋନ୍ନତି ଯୋଜନା (କେୱାଇ) ଅଧୀନରେ କାର୍ଯ୍ୟକାରୀ ହେବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଏକାଧିକ ବିକଳ୍ପ ଆଧାରିତ ପିଏମ-ଆରକେଭିୱାଇ ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବ, ଅନ୍ୟପକ୍ଷରେ କେୱାଇ ଖାଦ୍ୟ ସୁରକ୍ଷା ଏବଂ କୃଷିଭିତ୍ତିକ ଆତ୍ମନିର୍ଭରଶୀଳତା ହାସଲ କରିବାରେ ସହାୟକ ହେବ। ବିଭିନ୍ନ ଉପାଦାନର ଦକ୍ଷ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ସମସ୍ତ ଉପାଦାନରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରାଯିବ ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ପିଏମ-ଆରକେଭିୱାଇ) ଏବଂ କୃଷୋନ୍ନତି ଯୋଜନା (କେୱାଇ) ମୋଟ ୧,୦୧,୩୨୧.୬୧ କୋଟି ଟଙ୍କାର ପ୍ରସ୍ତାବିତ ବ୍ୟୟ ସହିତ କାର୍ଯ୍ୟକାରୀ କରାଯିବ । ଏହି ଯୋଜନାଗୁଡିକ ରାଜ୍ୟ ସରକାରଙ୍କ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଥାଏ ।

ଏହି ପଦକ୍ଷେପ ଦ୍ୱାରା ବର୍ତ୍ତମାନର ସମସ୍ତ ଯୋଜନାଗୁଡ଼ିକୁ ଜାରି ରଖାଯାଇପାରିବ । କୃଷକ କଲ୍ୟାଣ ପାଇଁ ଯେକୌଣସି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଆବଶ୍ୟକ ବୋଲି ବିବେଚନା କରାଗଲେ, ମିଶନ ମୋଡରେ ସରକାରଙ୍କ ପକ୍ଷରୁ ସେହି ଯୋଜନା ହାତକୁ ନିଆଯାଇଛି। ଉଦାହରଣ ସ୍ୱରୂପ ଜାତୀୟ ଖାଇବା ତେଲ -ତୈଳ ପାମ ମିଶନ [ଏନଏମଇଓ-ଓପି], ସ୍ୱଚ୍ଛ ଉଦ୍ଭିଦ କାର୍ଯ୍ୟକ୍ରମ, ଡିଜିଟାଲ କୃଷି ଏବଂ ଜାତୀୟ ଖାଇବା ତେଲ-ତୈଳ ବୀଜ ମିଶନ [ଏନଏମଇଓ-ଓଏସ]।

କେୱାଇ ଅଧୀନରେ ଥିବା ଏକ ଉପାଦାନ ମିଶନ ଜୈବିକ ମୂଲ୍ୟ ଶୃଙ୍ଖଳା ବିକାଶ (ଏମଓଭିସିଡିଏନଏର) ଯୋଜନାରେ ସଂଶୋଧନ କରାଯାଇ ଏକ ଅତିରିକ୍ତ ଉପାଦାନ ଯଥା ଏମ୍ଓଭିସିଡିଏନର- ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଏମ୍ଓଭିସିଡିଏନଆର-ଡିପିଆର) ଯୋଡାଯାଇଛି, ଯାହା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା ପାଇଁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ନମନୀୟତା ପ୍ରଦାନ କରିବ ।

ଯୋଜନାଗୁଡ଼ିକର ଯୁକ୍ତିସଂଗତ କରିବା ଦ୍ୱାରା, ରାଜ୍ୟମାନଙ୍କୁ ସାମଗ୍ରିକ ଢଙ୍ଗରେ ରାଜ୍ୟର କୃଷି କ୍ଷେତ୍ର ଉପରେ ଏକ ବିସ୍ତୃତ ରଣନୀତିକ ଦସ୍ତାବିଜ ପ୍ରସ୍ତୁତ କରିବାର ସୁଯୋଗ ଦିଆଯାଏ । ରଣନୀତିକ ଦସ୍ତାବିଜରେ କେବଳ ଫସଲର ଉତ୍ପାଦନ ଓ ଉତ୍ପାଦକତା ଉପରେ ଗୁରୁତ୍ୱ ଦିଆଯାଇନାହିଁ ବରଂ ଜଳବାୟୁ ସହନଶୀଳ କୃଷି ଏବଂ କୃଷି ଜାତ ଦ୍ରବ୍ୟ ପାଇଁ ମୂଲ୍ୟ ଶୃଙ୍ଖଳା ଆଭିମୁଖ୍ୟର ବିକାଶର ଉଦୀୟମାନ ସମସ୍ୟାଗୁଡିକର ମୁକାବିଲା ମଧ୍ୟ କରାଯାଇଛି । ଏହି ଯୋଜନାଗୁଡ଼ିକ ସାମଗ୍ରିକ ରଣନୀତି ଏବଂ ଯୋଜନା/କାର୍ଯ୍ୟକ୍ରମଗୁଡ଼ିକୁ ସ୍ପଷ୍ଟ କରିବା ପାଇଁ ପରିକଳ୍ପନା କରାଯାଇଛି, ଯାହା ରଣନୀତିକ ଢାଞ୍ଚାରୁ ଆସିଥିବା ଉଦ୍ଦେଶ୍ୟ ସହ ଜଡିତ ।

ନିମ୍ନ କାରଣଗୁଡ଼ିକ ପାଇଁ ବିଭିନ୍ନ ଯୋଜନାଗୁଡ଼ିକୁ ଯୁକ୍ତିସଂଗତ କରାଯାଇଛି:

 

  • ପୁନରାବୃତ୍ତିକୁ ଏଡ଼ାଇବା ପାଇଁ ସମନ୍ୱୟ ସୁନିଶ୍ଚିତ କରିବା ଏବଂ ରାଜ୍ୟଗୁଡ଼ିକୁ ନମନୀୟତା ପ୍ରଦାନ କରିବା।
  • କୃଷିର ପରିବର୍ତ୍ତିତ ଆହ୍ୱାନ - ପୋଷଣ ନିରାପତ୍ତା, ଦୀର୍ଘସ୍ଥାୟିତ୍ୱ, ଜଳବାୟୁ ସ୍ଥିରତା, ମୂଲ୍ୟ ଶୃଙ୍ଖଳା ବିକାଶ ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଉପରେ ଧ୍ୟାନ ଦେବା ।
  • ରାଜ୍ୟ ସରକାରମାନଙ୍କୁ କୃଷି କ୍ଷେତ୍ର ପାଇଁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଏକ ବ୍ୟାପକ ରଣନୀତିକ ଯୋଜନା ପ୍ରସ୍ତୁତ କରିବାକୁ ସକ୍ଷମ କରିବା ।
  • ପୃଥକ ପୃଥକ ଯୋଜନା ଭିତ୍ତିକ ବାର୍ଷିକ କାର୍ଯ୍ୟ ଯୋଜନା (ଏଏପି)କୁ ଅନୁମୋଦନ କରିବା ପରିବର୍ତ୍ତେ ରାଜ୍ୟଗୁଡ଼ିକର ଏଏପିକୁ ଏକାଥରକେ ଅନୁମୋଦନ କରାଯାଇପାରିବ ।

ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି, ପିଏମ-ଆରକେଭିୱାଇରେ ରାଜ୍ୟ ସରକାରମାନଙ୍କୁ ସେମାନଙ୍କ ରାଜ୍ୟ ପାଇଁ ନିର୍ଦ୍ଦିଷ୍ଟ ଆବଶ୍ୟକତା ଆଧାରରେ ଗୋଟିଏ ଉପାଦାନରୁ ଅନ୍ୟ ଉପାଦାନକୁ ପୁନଃ ପାଣ୍ଠି ଆବଣ୍ଟନ କରିବାକୁ ନମନୀୟତା ପ୍ରଦାନ କରିବା ।

ମୋଟ ୧,୦୧,୩୨୧.୬୧ କୋଟି ଟଙ୍କାର ପ୍ରସ୍ତାବିତ ବ୍ୟୟ ମଧ୍ୟରୁ କୃଷି ଓ କୃଷକ କଲ୍ୟାଣ ବିଭାଗର କେନ୍ଦ୍ରୀୟ ଅଂଶ ବାବଦରେ ୬୯,୦୮୮.୯୮ କୋଟି ଟଙ୍କା ଏବଂ ରାଜ୍ୟ ଅଂଶ ୩୨,୨୩୨.୬୩ କୋଟି ଟଙ୍କା ରହିଛି। ଏଥିରେ ଆରକେଭିୱାଇ ପାଇଁ ୫୭,୦୭୪.୭୨ କୋଟି ଟଙ୍କା ଏବଂ କେୱାଇ ପାଇଁ ୪୪,୨୪୬.୮୯ କୋଟି ଟଙ୍କା ଅନ୍ତର୍ଭୁକ୍ତ ।

  1. ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା
  2. ବର୍ଷା ଜଳସେଚିତ ଅଞ୍ଚଳ ବିକାଶ
  3. କୃଷି ବନୀକରଣ
  4. ପରମ୍ପରାଗତ କୃଷି ବିକାଶ ଯୋଜନା
  5. ଫସଲ ଅପଶିଷ୍ଟ ପରିଚାଳନା ସମେତ କୃଷି ଯାନ୍ତ୍ରିକୀକରଣ
  6. ପ୍ରତି ବୁନ୍ଦା ପିଛା ଅଧିକ ଫସଲ
  7. ଫସଲ ବିବିଧତା କାର୍ଯ୍ୟକ୍ରମ
  8. ଆରକେଭିୱାଇ ଡିପିଆର ଉପାଦାନ
  9. କୃଷି ଷ୍ଟାର୍ଟଅପ୍ ପାଇଁ ଆକ୍ସେଲେରେଟର ପାଣ୍ଠି

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Media Coverage

"Overwhelmed By The Warmth": PM Modi Receives Grand Welcome In Uzbekistan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi