ରେଳ ସଂଯୋଗ ବଢ଼ିବା ସହିତ ଗମନାଗମନରେ ଆସିବ ସୁଧାର
ଅମ୍ବାଜି ପର୍ଯ୍ୟନ୍ତ ରେଳ ଯାତ୍ରାର ସୁବିଧା ଦେବା ଲାଗି ବହୁଦିନରୁ ଦାବି କରି ଆସୁଥିଲେ ସ୍ଥାନୀୟ ଅଞ୍ଚଳବାସୀ
ପ୍ରସ୍ତାବିତ ପ୍ରକଳ୍ପ ଅମ୍ବାଜୀ ପର୍ଯ୍ୟନ୍ତ ରେଳ ଯୋଗାଯୋଗ ପ୍ରଦାନ କରିବା ସହିତ ସ୍ଥାନୀୟ ଲୋକଙ୍କ ଗମନାଗମନରେ ସୁଧାର ଆଣିବ
ପ୍ରକଳ୍ପ ନିର୍ମାଣ ଫଳରେ ପାଖାପାଖି ୪୦ ଲକ୍ଷ ମାନବ ଦିବସର ପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି ହେବ
ଏହି ପ୍ରକଳ୍ପର ଆନୁମାନିକ ବ୍ୟୟ ଅଟକଳ ୨୭୯୮.୧୬ କୋଟି ଟଙ୍କା ନିର୍ଦ୍ଧାରଣ କରାଯାଇଛି ଏବଂ ୨୦୨୬-୨୭ ସୁଦ୍ଧା ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବ

୨୭୯୮.୧୫ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ ସହିତ ରେଳ ମନ୍ତ୍ରଣାଳୟ ଦ୍ବାରା ତରଙ୍ଗା ହିଲ-ଅମ୍ବାଜୀ-ଆବୁ ରୋଡ୍‌ ନୂଆ ରେଳଲାଇନ ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ଏହି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।

ନୂଆ ରେଳ ଲାଇନର ଲମ୍ବ ମୋଟ ୧୧୬.୬୫ କିଲୋମିଟର ହେବ । ଏହି ପ୍ରକଳ୍ପ ୨୦୨୬-୨୭ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ଏ ପ୍ରକଳ୍ପ ନିର୍ମାଣ ସମୟରେ ପାଖାପାଖି ୪୦ ଲକ୍ଷ ମାନବ ଦିବସ ଲାଗି ପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି ହେବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତ ସଂକଳ୍ପ ଅନୁରୂପ, ଏ ପ୍ରକଳ୍ପ ରେଳ ଯୋଗାଯୋଗ ବଢ଼ାଇବା ଏବଂ ଗମନାଗମନରେ ସୁଧାର ଆଣିବାକୁ ଯାଉଛି । ଏହାଦ୍ବାରା ସ୍ଥାନୀୟ ଅଞ୍ଚଳରେ ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶ ହେବ ।

ଅମ୍ବାଜୀ ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ ହୋଇଥିବା ବେଳେ ଏହା ଭାରତର ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ । ପ୍ରତ୍ୟେକ ବର୍ଷ ଗୁଜରାଟ ସହିତ ଦେଶର ବିଭିନ୍ନ ଭାଗ ଏବଂ ବିଦେଶରୁ ଲକ୍ଷାଧିକ ଭକ୍ତ ଏଠାକୁ ଆସିଥାନ୍ତି । ଏଠାରେ ରେଳ ଲାଇନ ନିର୍ମାଣ ଫଳରେ ଲକ୍ଷାଧିକ ଯାତ୍ରୀଙ୍କୁ ସୁବିଧା ମିଳିପାରିବ । ଏହାବ୍ୟତୀତ, ତରଙ୍ଗା ହିଲରେ ଥିବା ଅଜୀତନାଥ ଜୈନ ମନ୍ଦିର (୨୪ଟି ପବିତ୍ର ଜୈନ ତୀର୍ଥଙ୍କର ମଧ୍ୟରୁ ଗୋଟିଏ) ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କୁ ମଧ୍ୟ ଏହି ରେଳ ସଂଯୋଗ ଦ୍ବାରା ଅଧିକ ଲାଭ ମିଳିପାରିବ । ତରଙ୍ଗା ହିଲ-ଅମ୍ବାଜୀ-ଆବୁ ରୋଡ ମଧ୍ୟରେ ଏହି ନୂଆ ରେଳଲାଇନ ଦୁଇଟି ଗୁରୁତ୍ବପୂର୍ଣ୍ଣ ଧାର୍ମିକ ସ୍ଥଳକୁ ରେଳବାଇର ମୁଖ୍ୟ ନେଟୱର୍କ ସହ ଯୋଡ଼ିବ ।

ଏହି ଲାଇନ କୃଷି ଏବଂ ସ୍ଥାନୀୟ ଉତ୍ପାଦକୁ ସହଜରେ ନେବା ଆଣିବା କରିବା ଲାଗି ସୁବିଧା ପ୍ରଦାନ କରିବ ଏବଂ ଗୁଜରାଟ ଓ ରାଜସ୍ଥାନ ମଧ୍ୟରେ ତଥା ଦେଶର ଅନ୍ୟ ଭାଗରେ ମଧ୍ୟ ଲୋକମାନଙ୍କୁ ଉନ୍ନତ ଗମନାଗମନ ସୁବିଧା ପ୍ରଦାନ କରିବ । ଏହି ପ୍ରକଳ୍ପ ବର୍ତ୍ତମାନର ଅହମ୍ମଦାବାଦ-ଆବୁ ରୋଡ ରେଳ ଲାଇନ ପାଇଁ ବିକଳ୍ପ ମାର୍ଗ ମଧ୍ୟ ପ୍ରଦାନ କରିବ ।

ପ୍ରସ୍ତାବିତ ଦୋହରୀକରଣ ସହ ଯୋଡ଼ି ହେବା ଫଳରେ ରାଜସ୍ଥାନର ସିରୋହୀ ଜିଲ୍ଲା ଏବଂ ଗୁଜରାଟର ବନାସକାଣ୍ଠା ଓ ମେହସାଣା ଜିଲ୍ଲା ଦେଇ ଅତିକ୍ରମ କରିବ । ନୂଆ ରେଳ ଲାଇନ ନିର୍ମାଣ ଫଳରେ ପୁଞ୍ଜିନିବେଶ ଆକୃଷ୍ଟ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶ ହୋଇପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Govt sets up six sector groups to fast-track ‘Make in India 2.0’ push

Media Coverage

Govt sets up six sector groups to fast-track ‘Make in India 2.0’ push
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
June 05, 2026

Prime Minister Narendra Modi will share 'Mann Ki Baat' on Sunday, June 28th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.