ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶରେ ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ଏବଂ ତୃଣମୂଳସ୍ତରରେ ଏହାର ପହଞ୍ଚ ବଢ଼ାଇବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ ଏବଂ ମାନନୀୟ କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ସମବାୟ ମନ୍ତ୍ରଣାଳୟ ପ୍ରତ୍ୟେକ ଅପହଞ୍ଚ ପଞ୍ଚାୟତରେ ସକ୍ଷମ ପ୍ରାଥମିକ କୃଷି ଋଣ ସମିତି (ପେକ୍ସ) ପ୍ରତିଷ୍ଠା, ସବୁ ଅପହଞ୍ଚ ପଞ୍ଚାୟତ/ଗ୍ରାମରେ ସକ୍ଷମ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ପ୍ରତିଷ୍ଠା, ବଡ଼ ଜଳାଶୟ ଥିବା ପଞ୍ଚାୟତ/ଗ୍ରାମ ସମେତ ପ୍ରତ୍ୟେକ ଉପକୂଳ ପଞ୍ଚାୟତ/ଗ୍ରାମରେ ସକ୍ଷମ ମାଛ ଚାଷ ସମବାୟ ସମିତି ପ୍ରତିଷ୍ଠା ଏବଂ ବର୍ତ୍ତମାନର ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତିକୁ ସୁଦୃଢ଼ କରିବାକୁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି । ‘ସାମଗ୍ରିକ ସରକାର’ ଆଭିମୁଖ୍ୟ ନେଇ ମତ୍ସ୍ୟ ଚାଷ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ବିଭିନ୍ନ ଯୋଜନାରେ ସମନ୍ବୟ ଅଣାଯାଇ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨ ଲକ୍ଷ ବର୍ତ୍ତମାନର ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତି ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ନାବାର୍ଡ, ଜାତୀୟ ଦୁଗ୍ଧ ଉତ୍ପାଦନ ବିକାଶ ବୋର୍ଡ (ଏନଡିଡିବି) ଏବଂ ଜାତୀୟ ମାଛ ଚାଷ ବିକାଶ ବୋର୍ଡ (ଏନଏଫଡିବି) କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବେ ।

ବର୍ତ୍ତମାନର ପରିଯୋଜନା ଅଧୀନରେ ନିମ୍ନଲିଖିତ ଯୋଜନାଗୁଡ଼ିକ ମଧ୍ୟରେ ସମନ୍ବୟ ଆଣିବା ଲାଗି ଚିହ୍ନଟ କରାଯାଇଛି :

ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗ ;

ଦୁଗ୍ଧ ଉତ୍ପାଦନର ବିକାଶ ପାଇଁ ଜାତୀୟ କାର୍ଯ୍ୟକ୍ରମ (ଏନପିଡିଡି) ଏବଂ

ଦୁଗ୍ଧଜାତ ଉତ୍ପାଦର ପ୍ରକ୍ରିୟାକରଣ ଓ ଭିତ୍ତିଭୂମି ବିକାଶ ପାଣ୍ଠି (ଡିଆଇଡିଏଫ)

 

ମତ୍ସ୍ୟ ଉତ୍ପାଦନ ବିଭାଗ:

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସଓ୍ବାଇ) ଏବଂ ମାଛ ଚାଷ ଓ ଜଳଜ କୃଷି ବା ଆକ୍ବାକଲ୍ଚର ଭିତ୍ତିଭୂମି ବିକାଶ (ଏଫଆଇଡିଏଫ) 

ଏହା ସାରା ଦେଶର ଚାଷୀ ସଦସ୍ୟମାନଙ୍କୁ ଗ୍ରାମାଞ୍ଚଳ ସ୍ତରରେ ସେମାନଙ୍କର ଉତ୍ପାଦ ବିକ୍ରି କରିବା, ଆୟ ବଢ଼ାଇବା ଏବଂ ଋଣ ସୁବିଧା ହାସଲ କରିବା ସମେତ ଅନ୍ୟାନ୍ୟ ସେବା ନିମନ୍ତେ ଆବଶ୍ୟକ ଫରଓ୍ବାର୍ଡ ଓ ବ୍ୟାକଓ୍ବାର୍ଡ ଲିଙ୍କେଜ୍ ଯୋଗାଇ ଦେବ । ଯେଉଁ ପ୍ରାଥମିକ ସମବାୟ ସମିତିଗୁଡ଼ିକର ପୁନରୁଦ୍ଧାର କରାଯାଇପାରିବ ନାହିଁ ସେମାନଙ୍କୁ ଚିହ୍ନଟ କରାଯାଇ ବନ୍ଦ କରି ଦିଆଯିବ ଏବଂ ସେମାନଙ୍କ ପରିଚାଳନା କ୍ଷେତ୍ରରେ ନୂତନ ପ୍ରାଥମିକ ସମବାୟ ସମିତି ପ୍ରତିଷ୍ଠା କରାଯିବ।

ଆହୁରି ନୂଆ ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତି ପ୍ରତିଷ୍ଠା ହେବା ଫଳରେ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ଯାହାକି ଗ୍ରାମୀଣ ଅର୍ଥବ୍ୟବସ୍ଥା ଉପରେ ବହୁଗୁଣିତ ଲାଭଜନକ ପ୍ରଭାବ ପକାଇବ । ଏହି ପରିଯୋଜନା ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ନିମନ୍ତେ ଭଲ ମୂଲ୍ୟ ପ୍ରଦାନ କରିବା, ସେମାନଙ୍କର ବଜାର ଆକାର ବୃଦ୍ଧି କରିବ ତଥା ସେମାନଙ୍କୁ ଯୋଗାଣ ଶୃଙ୍ଖଳରେ ବାଧାମୁକ୍ତ ଭାବେ ସାମିଲ କରିବ ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଏକ ଆନ୍ତଃମନ୍ତ୍ରଣାଳୟ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି ମାଛ ଚାଷ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ମନ୍ତ୍ରୀ ଓ ସଚିବ; ନାବାର୍ଡ, ଏନଡିଡିବିର ଅଧ୍ୟକ୍ଷ ଓ ଏନଏଫଡିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଥିରେ ସଦସ୍ୟ ରହିଛନ୍ତି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ସମନ୍ବୟ ପାଇଁ ଚିହ୍ନଟ ହୋଇଥିବା ଯୋଜନାର ମାର୍ଗଦର୍ଶିକାରେ ଅନୁକୂଳ ପରିବର୍ତ୍ତନ, ଯୋଜନାର ସୁଗମ କାର୍ଯ୍ୟକାରିତା ନିମନ୍ତେ କମିଟିକୁ ଆବଶ୍ୟକ କ୍ଷମତା ପ୍ରଦାନ କରାଯାଇଛି । କାର୍ଯ୍ୟ ଯୋଜନାର ଲକ୍ଷ୍ୟ ଆଧାରିତ ଏବଂ ପ୍ରଭାବୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଲାଗି ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟିମାନ ଗଠନ କରାଯାଇଛି।

ପେକ୍ସଗୁଡ଼ିକର କାର୍ଯ୍ୟକ୍ଷମତା ବଢ଼ାଇବା ଏବଂ ସେମାନଙ୍କୁ ପଞ୍ଚାୟତ ସ୍ତରରେ ସକ୍ରିୟ ଆର୍ଥିକ ସଂସ୍ଥା ଭାବେ ପରିଣତ କରି ସେମାନଙ୍କ ବ୍ୟବସାୟିକ କାର୍ଯ୍ୟକଳାପର ବିବିଧକରଣ କରିବା ଉଦ୍ଦେଶ୍ୟରେ ସବୁ ଅଂଶୀଦାରମାନଙ୍କ ସହିତ ବିଚାରବିମର୍ଶ କରାଯିବା ପରେ ମନ୍ତ୍ରଣାଳୟ ଦ୍ବାରା ପେକ୍ସଗୁଡ଼ିକର ମଡେଲ ବାଇଲ’ ପ୍ରସ୍ତୁତ କରାଯାଇଛି । ପେକ୍ସର ଏହି ମଡେଲ ବାଇଲ’ ସେମାନଙ୍କୁ ୨୫ଟି ବ୍ୟବସାୟିକ କାର୍ଯ୍ୟ ପରିଚାଳନା ନିମନ୍ତେ ସକ୍ଷମ କରିବ ଯେଉଁଥିରେ ଦୁଗ୍ଧ ଉତ୍ପାଦନ, ମାଛ ଚାଷ, ଗୋଦାମ ପ୍ରତିଷ୍ଠା, ଖାଦ୍ୟ ଶସ୍ୟ କ୍ରୟ, ସାର, ବିହନ କ୍ରୟ, ଏଲପିଜି/ଏଲଏନଜି/ପେଟ୍ରୋଲ/ଡିଜେଲ ବିତରଣ, ସ୍ବଳ୍ପ ଅବଧି ଓ ଦୀର୍ଘ ଅବଧି ଋଣ, କଷ୍ଟମ ହାୟରିଂ କେନ୍ଦ୍ର, ଜନ ସେବା କେନ୍ଦ୍ର, ସରକାରୀ ସାଧାରଣ ବଣ୍ଟନ କେନ୍ଦ୍ର, ଗୋଷ୍ଠୀ ଜଳସେଚନ, ବ୍ୟବସାୟିକ ପ୍ରତିନିଧିତ୍ବ କାର୍ଯ୍ୟ ଆଦି ସାମିଲ ରହିଛି । ୫ ଜାନୁଆରୀ ୨୦୨୩ରେ ଏହି ମଡେଲ ବାଇଲ’ଗୁଡ଼ିକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ପଠାଇ ଦିଆଯାଇଛି । ସେମାନେ ନିଜର ରାଜ୍ୟ ସମବାୟ ଆଇନ ଅନୁଯାୟୀ ଅନୁକୂଳ ପରିବର୍ତ୍ତନ କରି ଏଗୁଡ଼ିକୁ ପେକ୍ସ ପାଇଁ କାର୍ଯ୍ୟକାରୀ କରିପାରିବେ ।

ସମବାୟ ମନ୍ତ୍ରଣାଳୟ ଦ୍ବାରା ଏକ ଜାତୀୟ ସମବାୟ ଡେଟାବେସ ମଧ୍ୟ ପ୍ରସ୍ତୁତ କରାଯାଉଛି ଯେଉଁଥିରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସମବାୟ ସମିତି ରେଜିଷ୍ଟ୍ରାରଙ୍କ ସହାୟତାରେ ପଞ୍ଚାୟତ ଓ ଗ୍ରାମ ସ୍ତରରେ ସମବାୟ ସମିତିଗୁଡ଼ିକର ଦେଶବ୍ୟାପୀ ମ୍ୟାପିଂ କରାଯିବ। ଜାନୁଆରୀ ୨୦୨୩ରେ ପେକ୍ସର ଏକ ବିସ୍ତୃତ ଡେଟା ବେସ ବିକଶିତ କରାଯାଇଛି । ଏଥିସହିତ ଫେବୃଆରୀ ଶେଷ ସୁଦ୍ଧା ଦୁଗ୍ଧ ଉତ୍ପାଦନ/ମାଛ ଚାଷ ପ୍ରାଥମିକ ସମବାୟ ସମିତିଗୁଡ଼ିକର ଏକ ଡେଟାବେସ ମଧ୍ୟ ପ୍ରସ୍ତୁତ କରାଯିବ । ଏହାଫଳରେ ପେକ୍ସ, ଦୁଗ୍ଧ ଉତ୍ପାଦନ ଓ ମାଛ ଚାଷ ସମବାୟ ସମିତି ନଥିବା ପଞ୍ଚାୟତ ଓ ଗ୍ରାମଗୁଡ଼ିକର ତାଲିକା ପ୍ରସ୍ତୁତ ହୋଇପାରିବ। ନୂଆ ସମବାୟ ସମିତିଗୁଡ଼ିକର ଗଠନକୁ ବାସ୍ତବ ସମୟରେ ଅନୁଧ୍ୟାନ ପାଇଁ ଜାତୀୟ ସମବାୟ ଡେଟାବେସ ଓ ଅନଲାଇନ କେନ୍ଦ୍ରୀୟ ପୋର୍ଟାଲକୁ ବିନିଯୋଗ କରାଯିବ ।

ସମ୍ପୃକ୍ତ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ସଂଘ ସହିତ ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତିଗୁଡ଼ିକୁ ଯୋଡ଼ାଯିବ । ‘ସାମଗ୍ରିକ ସରକାର’ ଦୃଷ୍ଟିକୋଣ ନେଇ ଏହି ସବୁ ସମବାୟ ସମିତିଗୁଡ଼ିକ ନିଜର ବ୍ୟବସାୟିକ କାର୍ଯ୍ୟକଳାପରେ ବିବିଧକରଣ ନିମନ୍ତେ ଜରୁରି ଭିତ୍ତିଭୂମି ପ୍ରତିଷ୍ଠା କରିପାରିବେ ଓ ଏହାର ଆଧୁନିକୀକରଣ କରିପାରିବେ । ଏହିସବୁ କାର୍ଯ୍ୟ ଭିତରେ ଦୁଗ୍ଧ ପରୀକ୍ଷାଗାର ପ୍ରତିଷ୍ଠା, ଅଧିକ ଦୁଗ୍ଧ ଶୀତଳୀକରଣ, ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ ନିର୍ମାଣ କରିବା, ବାୟୋଫ୍ଲକ ପୁଷ୍କରିଣୀ, ଫିସ କିଓସ୍କ ନିର୍ମାଣ, ହାଚେରୀ ବିକାଶ, ଗଭୀର ସାମୁଦ୍ରିକ ମାଛ ଧରା ତୋପ ବିକାଶ ଆଦି ସାମିଲ ରହିଛି ।

ଦେଶର ସ୍ବଳ୍ପ ଅବଧି ବିଶିଷ୍ଟ ସମବାୟ ଋଣ (ଏସଟିସିସି) ଢାଞ୍ଚାର ସମନିମ୍ନ ସ୍ତରକୁ ଗଠନ କରୁଥିବା ପ୍ରାୟ ୯୮,୯୯୫ ପ୍ରାଥମିକ କୃଷି ଋଣ ସମିତି (ପେକ୍ସ) ରହିଛି ଏବଂ ଏସବୁ ପେକ୍ସର ୧୩ କୋଟିରୁ ଅଧିକ ସଦସ୍ୟତା ଆଧାର ରହିଛି । ଏଗୁଡ଼ିକ ସ୍ବଳ୍ପ ଅବଧି ଏବଂ ମଧ୍ୟମ ଅବଧି ବିଶିଷ୍ଟ ଋଣ ସହିତ ବିହନ, ସାର, କୀଟନାଶକ ବିତରଣ ଆଦି ଅନ୍ୟାନ୍ୟ ଇନପୁଟ ସେବା ଯୋଗାଇ ଦେଇଥାନ୍ତି। ୩୫୨ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି) ଏବଂ ୩୪ଟି ରାଜ୍ୟ ସମବାୟ ବ୍ୟାଙ୍କ (ଏସଟିସିବି) ଜରିଆରେ ନାବାର୍ଡ ଦ୍ବାରା ଏସବୁ ପେକ୍ସଗୁଡ଼ିକୁ ପାଣ୍ଠି ଯୋଗାଇ ଦିଆଯାଇଥାଏ।

ଦେଶରେ ପ୍ରାୟ ୧,୯୯,୧୮୨ଟି ପ୍ରାଥମିକ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ରହିଛି ଏବଂ ଏହାର ପ୍ରାୟ ଦେଢ଼ କୋଟି ସଦସ୍ୟ ଅଛନ୍ତି। ଏଗୁଡ଼ିକ ନିଜ ସଦସ୍ୟମାନଙ୍କୁ ଚାଷୀଙ୍କ ଠାରୁ କ୍ଷୀର କିଣିବା, ଦୁଗ୍ଧ ପରୀକ୍ଷା ସୁବିଧା ଯୋଗାଇ ଦେବା, ଗୋଖାଦ୍ୟ ବିକ୍ରି କରିବା, ସମ୍ପ୍ରସାରିତ ସୁବିଧା ଯୋଗାଇ ଦେବା ପାଇଁ କାର୍ଯ୍ୟ କରୁଛନ୍ତି।

ଦେଶରେ ପ୍ରାୟ ୨୫ ହଜାର ୨୯୭ଟି ପ୍ରାଥମିକ ମାଛ ଚାଷ ସମବାୟ ସମିତି ରହିଛନ୍ତି ଏବଂ ଏହାର ପାଖାପାଖି ୩୮ ଲକ୍ଷ ସଦସ୍ୟ ଅଛନ୍ତି। ଏଗୁଡ଼ିକ ସମାଜର ସବୁଠୁ ବଞ୍ଚିତ ବର୍ଗଙ୍କର ଆବଶ୍ୟକତା ପୂରଣ କରିଥାନ୍ତି, ସେମାନଙ୍କୁ ବଜାର ସୁବିଧା ଯୋଗାଇ ଦେଇଥାନ୍ତି, ମାଛ ଧରା ଉପକରଣ କିଣିବାରେ ସହାୟତା କରିଥାନ୍ତି, ମାଛ ଯାଆଁଳ ଓ ଖାଦ୍ୟ କ୍ରୟ ସହିତ ଏକ ସୀମିତ ପରିମାଣରେ ନିଜର ସଦସ୍ୟମାନଙ୍କୁ ଋଣ ସୁବିଧା ଯୋଗାଇ ଦେଇଥାନ୍ତି।

ତେବେ ଦେଶରେ ଏବେ ବି ୧.୬ ଲକ୍ଷ ପଞ୍ଚାୟତରେ କୌଣସି ପେକ୍ସ ନାହିଁ ଏବଂ ୨ ଲକ୍ଷ ପଞ୍ଚାୟତରେ ଆଦୌ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ନାହିଁ । ଦେଶର ଗ୍ରାମାଞ୍ଚଳ ଅର୍ଥବ୍ୟବସ୍ଥାରେ ଏସବୁ ପ୍ରାଥମିକ ସ୍ତରର ସମବାୟ ସମିତିଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶରେ ସମବାୟ ଆନ୍ଦୋଳକୁ ସୁଦୃଢ଼ କରିବା ଲାଗି ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଆହୁରି, ସବୁ ପଞ୍ଚାୟତ/ଗ୍ରାମରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସବୁ ସମବାୟ ସମିତିର ପହଞ୍ଚକୁ ତୃଣମୂଳ ସ୍ତରରେ ବଢ଼ାଇବା ଏବଂ ସୁସମ ବିତରଣ କରିବାର ମଧ୍ୟ ପଦକ୍ଷେପ ନିଆଯିବା ଜରୁରି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi