Cabinet approves setting up of 'National Recruitment Agency' to conduct Common Eligibility Test
Cabinet's approval to set up National Recruitment Agency to benefit job- seeking youth of the country
Cabinet's approval of National Recruitment Agency comes as a major relief for candidates from rural areas, women; CET score to be valid for 3 years, no bar on attempts

କେନ୍ଦ୍ର ସରକାରଙ୍କ ଚାକିରି ଲାଗି ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ଗଠନ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି।

ନିଯୁକ୍ତି ପ୍ରକ୍ରିୟାରେ ସୁଧାର – ଯୁବପିଢ଼ିଙ୍କ ପାଇଁ ଏକ ବରଦାନ

ବର୍ତ୍ତମାନ, ସରକାରୀ ଚାକିରି ଲାଗି ଇଚ୍ଛୁକ ପ୍ରାର୍ଥୀଙ୍କ ଯୋଗ୍ୟତା ସର୍ତ୍ତ ସମାନ ହୋଇଥିଲେ ମଧ୍ୟ ଭିନ୍ନ ଭିନ୍ନ ପଦବୀ ନିମନ୍ତେ ପୃଥକ ନିଯୁକ୍ତି ସଂସ୍ଥାଗୁଡ଼ିକ ଦ୍ଵାରା ପରିଚାଳିତ ଭିନ୍ନ ଭିନ୍ନ ପରୀକ୍ଷା ସେମାନଙ୍କୁ ଦେବାକୁ ପଡ଼ୁଛି। ପ୍ରାର୍ଥୀମାନଙ୍କୁ ଭିନ୍ନ ଭିନ୍ନ ନିଯୁକ୍ତି ସଂସ୍ଥାଗୁଡ଼ିକୁ ଶୁଳ୍କ ପରିଶୋଧ କରିବାକୁ ପଡ଼ୁଛି ଏବଂ ଏସବୁ ପରୀକ୍ଷାରେ ଭାଗ ନେବା ନିମନ୍ତେ ବହୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ୁଛି। ଏହି ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷାରେ ପ୍ରାର୍ଥୀଙ୍କ ସହିତ ସମ୍ପୃକ୍ତ ନିଯୁକ୍ତି ଏଜେନ୍ସି ଉପରେ ମଧ୍ୟ ଚାପ ରହୁଛି। ଯେଉଁଥିରେ ଆବଶ୍ୟକ/ବାରମ୍ବାର ହେଉଥିବା ଖର୍ଚ୍ଚ, ଆଇନ ଓ ଶୃଙ୍ଖଳା/ସୁରକ୍ଷା ସଂକ୍ରାନ୍ତ ପ୍ରସଙ୍ଗ ଏବଂ ପରୀକ୍ଷା କେନ୍ଦ୍ର ସମ୍ବନ୍ଧୀୟ ସମସ୍ୟା ସାମିଲ ରହିଛି। ଏସବୁ ପରୀକ୍ଷାରେ ହାରାହାରୀ ପୃଥକ ପୃଥକ ଭାବେ 2.5 କୋଟିରୁ 3 କୋଟି ପ୍ରାର୍ଥୀ ସାମିଲ ହୋଇଥାନ୍ତି। ଏଣିକି ଏ ସମସ୍ତ ପ୍ରାର୍ଥୀଙ୍କୁ କେବଳ ଥରେ ଏକକ ଯୋଗ୍ୟତା ପରୀକ୍ଷା ଦେବାକୁ ହେବ। ଏହାପରେ ଏମାନେ ଉଚ୍ଚସ୍ତରର ପରୀକ୍ଷା ନିମନ୍ତେ ଯେକୌଣସି ନିଯୁକ୍ତି ଏଜେନ୍ସିରେ ଏମାନେ ଆବେଦନ କରିପାରିବେ।

ଜାତୀୟ ନିଯୁକ୍ତି ସଂସ୍ଥା(ଏନଆରଏ)

ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ନାମକ ଏକ ବହୁମୁଖୀ ସଂସ୍ଥା ଦ୍ଵାରା ଗ୍ରୁବ ବି ଓ ସି (ଅଣ–ବୈଷୟିକ)  ପଦବୀ ଲାଗି ପ୍ରାର୍ଥୀମାନଙ୍କ ଯାଞ୍ଚ/ଚୁଡ଼ାନ୍ତ ତାଲିକା ପ୍ରସ୍ତୁତ କରିବା ନିମନ୍ତେ ଏକକ ଯୋଗ୍ୟତା ପରୀକ୍ଷା (ସିଇଟି) ଆରମ୍ଭ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଏନଆରଏ ଏକ ବହୁମୁଖୀ ସଂସ୍ଥା ହେବ। ଏଥିରେ ରେଳ ମନ୍ତ୍ରଣାଳୟ, ଅର୍ଥମନ୍ତ୍ରଣାଳୟ/ଅର୍ଥ ସେବା ବିଭାଗ, ଏସଏସସି, ଆରଆରବି ଏବଂ ଆଇବିପିଏସର ପ୍ରତିନିଧିମାନେ ସାମିଲ ରହିବେ। ଏକ ବିଶେଷଜ୍ଞ ସଂସ୍ଥା ରୂପରେ ଏନଆରଏ କେନ୍ଦ୍ର ସରକାରଙ୍କ ନିଯୁକ୍ତି କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ଏବଂ ସର୍ବୋତ୍ତମ ପ୍ରକ୍ରିୟା ପାଳନ କରିବ।

ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚ

ଦେଶର ପ୍ରତ୍ୟେକ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ରହିବା ଫଳରେ ଦୂରବର୍ତ୍ତୀ ଅଞ୍ଚଳରେ ରହୁଥିବା ପ୍ରାର୍ଥୀ ଏବେ ସହଜରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିବେ। 117ଟି ଆକାଂକ୍ଷୀ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ଭିତ୍ତିଭୂମି ନିର୍ମାଣ ଉପରେ ବିଶେଷ ଗୁରୁତ୍ଵାରୋପ କରାଯିବ। ଯାହା ଫଳରେ ଆଗାମୀ ଦିନରେ ପ୍ରାର୍ଥୀମାନେ ନିଜ ଘର ପାଖରେ ଥିବା ପରୀକ୍ଷା କେନ୍ଦ୍ରରେ ସହଜରେ ପହଞ୍ଚିପାରିବେ। ଖର୍ଚ୍ଚ, ପ୍ରୟାସ, ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏହାର ବ୍ୟାପକ ଲାଭ ମିଳିପାରିବ। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଫଳରେ ଗ୍ରାମୀଣ ପ୍ରାର୍ଥୀମାନଙ୍କ ପାଇଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ସହଜ ହେବ ଏବଂ ଦୂରବର୍ତ୍ତୀ ଇଲାକାରେ ରହୁଥିବା ପ୍ରାର୍ଥୀମାନେ ପରୀକ୍ଷା ଦେବା ନିମନ୍ତେ ପ୍ରୋତ୍ସାହିତ ହୋଇପାରିବେ। ଯାହାଫଳରେ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ଚାକିରିରେ ସେମାନଙ୍କ ପ୍ରତିନିଧିତ୍ଵକୁ ପ୍ରୋତ୍ସାହନ ମିଳିପାରିବ। ନିଯୁକ୍ତି ସୁଯୋଗକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଏହାଦ୍ଵାରା ଯୁବପିଢ଼ିଙ୍କ ଜୀବନ ଆହୁରି ସହଜ ହେବ।

ଗରିବ ପ୍ରାର୍ଥୀଙ୍କୁ ବଡ଼ ଆଶ୍ଵସ୍ତି

ବର୍ତ୍ତମାନ ନିଯୁକ୍ତି ନିମନ୍ତେ ଭିନ୍ନ ଭିନ୍ନ ସଂସ୍ଥା ଦ୍ଵାରା ଆୟୋଜିତ ବିଭିନ୍ନ ପରୀକ୍ଷାରେ ପ୍ରାର୍ଥୀମାନଙ୍କୁ ଭାଗ ନେବାକୁ ପଡ଼ୁଛି। ପରୀକ୍ଷା ଶୁଳ୍କ ବ୍ୟତୀତ ସେମାନଙ୍କୁ ଯାତ୍ରା, ରହଣି ଓ ଅନ୍ୟାନ୍ୟ ପାଇଁ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। ସିଇଟି ଭଳି ଏକକ ପରୀକ୍ଷା ଫଳରେ ପ୍ରାର୍ଥୀମାନଙ୍କ ଉପରେ ପଡ଼ୁଥିବା ଆର୍ଥିକ ବୋଝ ବ୍ୟାପକ ମାତ୍ରାରେ ହ୍ରାସ ପାଇପାରିବ।

ମହିଳା ପ୍ରାର୍ଥୀମାନଙ୍କୁ ମିଳିବ ଯଥେଷ୍ଟ ଲାଭ

ମହିଳା ପ୍ରାର୍ଥୀ, ବିଶେଷ କରି ଗ୍ରାମାଞ୍ଚଳରୁ ଆସୁଥିବା ମହିଳା ପ୍ରାର୍ଥୀଙ୍କୁ ଭିନ୍ନ ଭିନ୍ନ ପରୀକ୍ଷାରେ ସାମିଲ ହେବା ନିମନ୍ତେ ଅନେକ କଷ୍ଟ କରିବାକୁ ପଡ଼ିଥାଏ କାରଣ ସେମାନଙ୍କୁ ଦୂରବର୍ତ୍ତୀ ଅଞ୍ଚଳକୁ ପରିବହନ ଓ ରହଣି ନିମନ୍ତେ ବ୍ୟବସ୍ଥା କରିବାକୁ ପଡ଼ିଥାଏ। ବେଳେ ବେଳେ ଏମାନଙ୍କୁ ଦୂରବର୍ତ୍ତୀ ସ୍ଥାନରେ ଥିବା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ନିମନ୍ତେ ଉପଯୁକ୍ତ ବ୍ୟକ୍ତିଙ୍କ ସହାୟତା ନେବାକୁ ପଡ଼ିଥାଏ। ପ୍ରତ୍ୟେକ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ଆୟୋଜିତ ହେବା ଫଳରେ ଗ୍ରାମାଞ୍ଚଳର ପ୍ରାର୍ଥୀ ତଥା ମହିଳାମାନଙ୍କୁ ବିଶେଷ ଲାଭ ମିଳିପାରିବ।

ଗ୍ରାମାଞ୍ଚଳ ପ୍ରାର୍ଥୀଙ୍କୁ ଲାଭ

ଆର୍ଥିକ ଓ ଅନ୍ୟାନ୍ୟ ସମସ୍ୟାକୁ ଦେଖିଗ୍ରାମୀଣ ପୃଷ୍ଠଭୂମିରୁ ଆସୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ କେଉଁ ପରୀକ୍ଷାରେ ଭାଗ ନେବେ ତାହା ଚୟନ କରିବାରେ ଦ୍ଵନ୍ଦ୍ଵ ରହିଥାଏ। ଏନଆରଏ ଅନ୍ତର୍ଗତଏକକ ପରୀକ୍ଷାରେ ସାମିଲ ହେବା ଫଳରେ ପ୍ରାର୍ଥୀମାନଙ୍କୁ ଅନେକ ପଦବୀ ନିମନ୍ତେ ପ୍ରତିଯୋଗିତା କରିବାର ସୁଯୋଗ ମିଳିପାରିବ। ଏନଆରଏ ପ୍ରଥମ ସ୍ତର (ଟିୟର-1) ପରୀକ୍ଷା ପରିଚାଳନା କରିବା ଯାହା ଅନ୍ୟ କୌଣସି ଚୟନ ନିମନ୍ତେ ପ୍ରାରମ୍ଭିକ ଯୋଗ୍ୟତା ପରୀକ୍ଷା ଭାବେ କାମ କରିବ।

ସିଇଟି ସ୍କୋର ବର୍ଷ ପାଇଁ ବୈଧ ହେବପରୀକ୍ଷା ଦେବା କ୍ଷେତ୍ରରେ କୌଣସି ସୀମା ରହିବ ନାହିଁ

ପ୍ରାର୍ଥୀମାନେ ସିଇଟିରୁ ପାଉଥିବା ସ୍କୋର ଫଳାଫଳ ପ୍ରକାଶ ପାଇବା ତାରିଖ ଠାରୁ 3 ବର୍ଷ ପର୍ଯ୍ୟନ୍ତ ବୈଧ ହେବ। ବୈଧ ଉପଲବ୍ଧ ମାର୍କ ମଧ୍ୟରୁ ସର୍ବାଧିକ ମାର୍କକୁ ପ୍ରାର୍ଥୀଙ୍କ ବର୍ତ୍ତମାନର ମାର୍କ ଭାବେ ଗ୍ରହଣ କରାଯିବ। ଏକକ ଯୋଗ୍ୟତା ପରୀକ୍ଷାର ସର୍ବାଧିକ ବୟସ ସୀମା ରହିବ। ତେବେ ପ୍ରାର୍ଥୀ ଚାହିଁଲେ ଏକାଧିକ ବାର ପରୀକ୍ଷା ଦେଇପାରିବେ। ପରୀକ୍ଷା ସଂଖ୍ୟାରେ କୌଣସି ସୀମା ରହିବ ନାହିଁ। ସରକାରଙ୍କ ବର୍ତ୍ତମାନର ନୀତି ଅନୁଯାୟୀ ଅନୁସୂଚିତ ଜାତି/ଜନଜାତି/ଅନ୍ୟାନ୍ୟ ପଛୁଆବର୍ଗ ଏବଂ ଅନ୍ୟ ବର୍ଗଙ୍କ ନିମନ୍ତେ ସର୍ବାଧିକ ବୟସ ସୀମାରେ ଛାଡ଼ ଦିଆଯିବ। ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ପରୀକ୍ଷାରେ ଭାଗ ନେବା କାରଣରୁ ସମୟଅର୍ଥ ଏବଂ ପ୍ରୟାସର ଅପଚୟ କରିବା ଜନିତ ସମସ୍ୟାରେ ପଡ଼ୁଥିବା ପ୍ରାର୍ଥୀ ଏହାଦ୍ଵାରା ବିଶେଷ ଭାବେ ଲାଭବାନ ହୋଇପାରିବେ।

ମାନକ ପରୀକ୍ଷା

ଏନଆରଏ ପକ୍ଷରୁ ଅଣ ବୈଷୟିକ ପଦବୀ ନିମନ୍ତେ ସ୍ନାତ୍ତକ, ଉଚ୍ଚ ମାଧ୍ୟମିକ (ଦ୍ଵାଦଶ ଉତ୍ତୀର୍ଣ୍ଣ) ଏବଂ ମାଟ୍ରିକ (ଦଶମ ପାସ) ପ୍ରାର୍ଥୀଙ୍କ ପାଇଁ ଭିନ୍ନ ଭିନ୍ନ ସିଇଟି ଆୟୋଜନ କରାଯିବ। ବର୍ତ୍ତମାନ ଏସଏସସି, ଆରଆରବି ଓ ଆଇବିପିଏସ ମାଧ୍ୟମରେ ଏପରି ନିଯୁକ୍ତି ଦିଆଯାଉଛି। ସିଇଟି ମାର୍କକୁ ନେଇ ପ୍ରାର୍ଥୀଙ୍କ ସ୍କ୍ରିନିଂ ଆଧାରରେ ଚୁଡ଼ାନ୍ତ ନିଯୁକ୍ତି ନିମନ୍ତେ ସମ୍ପୃକ୍ତ ନିଯୁକ୍ତିଦାତା ସଂସ୍ଥା ସ୍ଵତନ୍ତ୍ର ସ୍ତରର (ଟିୟର II, III ଆଦି) ପରୀକ୍ଷା ଆୟୋଜନ କରି ପ୍ରାର୍ଥୀ ଚୟନ କରିବେ। ଏହି ପରୀକ୍ଷାର ପାଠ୍ୟକ୍ରମ ଏକକ ଏବଂ ଏକସମାନ ହେବ। ବର୍ତ୍ତମାନ ପ୍ରତ୍ୟେକ ପରୀକ୍ଷା ନିମନ୍ତେ ଭିନ୍ନ ଭିନ୍ନ ପାଠ୍ୟକ୍ରମ ଲାଗି ପ୍ରସ୍ତୁତି କରୁଥିବା ପ୍ରାର୍ଥୀମାନେ ଏହାଦ୍ଵାରା ବିଶେଷ ଭାବେ ଲାଭବାନ ହୋଇପାରିବେ।

ପରୀକ୍ଷାର ସମୟ ସାରଣୀ ଏବଂ କେନ୍ଦ୍ର ଚୟନ

ପ୍ରାର୍ଥୀଙ୍କ ନିକଟରେ ଗୋଟିଏ ପୋର୍ଟାଲରେ ପଞ୍ଜିକୃତ ହେବା ଏବଂ ନିଜ ପସନ୍ଦ ଅନୁସାରେ ପରୀକ୍ଷା କେନ୍ଦ୍ର ଚୟନ କରିବାର ସୁବିଧା ରହିବ। ଉପଲବ୍ଧତା ଆଧାରରେ ସେମାନଙ୍କୁ ପରୀକ୍ଷା କେନ୍ଦ୍ର ଆବଣ୍ଟନ କରାଯିବ। ପ୍ରାର୍ଥୀଙ୍କୁ ନିଜ ଇଚ୍ଛା ମୁତାବକ ପରୀକ୍ଷା କେନ୍ଦ୍ର ଏବଂ ପରୀକ୍ଷାର ସମୟ ନିର୍ଦ୍ଧାରଣ କରିବାର ସୁବିଧା ଦେବା ଏହାର ଉଦ୍ଦେଶ୍ୟ।

ଏନଆରଏ ଦ୍ଵାରା ସହାୟକ ଗତିବିଧି

ଅନେକ ଭାଷା

ସିଇଟି ଅନେକ ଭାଷାରେ ଉପଲବ୍ଧ ହେବ। ଏହା ଦେଶର ବିଭିନ୍ନ ଭାଗରୁ ପ୍ରାର୍ଥୀମାନଙ୍କୁ ପରୀକ୍ଷାରେ ଅଂଶଗ୍ରହଣ କରିବା ଏବଂ ଚୟନ ହେବାର ସମାନ ସୁଯୋଗ ପ୍ରଦାନ କରିବ।

ସ୍କୋର – ଅନେକ ନିଯୁକ୍ତି ଏଜେନ୍ସି ପର୍ଯ୍ୟନ୍ତ ପହଞ୍ଚ

ପ୍ରାରମ୍ଭିକସ୍ତରରେ ସିଇଟିରୁ ପ୍ରାପ୍ତ ସ୍କୋରକୁ ତିନୋଟି ପ୍ରମୁଖ ନିଯୁକ୍ତି ଏଜେନ୍ସି ଉପଯୋଗ କରିବେ। କିଛି ସମୟ ପରେ କେନ୍ଦ୍ର ସରକାରଙ୍କ ଅନ୍ୟ ନିଯୁକ୍ତି ଏଜେନ୍ସିଗୁଡ଼ିକ ଏହାକୁ ଆପଣାଇ ନେବେ ବୋଲି ଆଶା କରାଯାଉଛି। ଏହା ବ୍ୟତୀତରାଷ୍ଟ୍ରାୟତ୍ତ ତଥା ଘରୋଇ କେନ୍ଦ୍ରର ଅନ୍ୟ ଏଜେନ୍ସିଗୁଡ଼ିକ ମଧ୍ୟ ଚାହିଁଲେ ଏହି ସ୍କୋରକୁ ଆପଣାଇପାରିବେ। ସେହିପରି ଦୀର୍ଘକାଳୀନ ଦୃଷ୍ଟିରୁସିଇଟିରୁ ମିଳିଥିବା ସ୍କୋରକୁ କେନ୍ଦ୍ର ସରକାରରାଜ୍ୟ ସରକାର/କେନ୍ଦ୍ର ଶାସିତ ପ୍ରଦେଶରାଷ୍ଟ୍ରାୟତ୍ତ କ୍ଷେତ୍ରର ଉଦ୍ୟୋଗ ଏବଂ ଘରୋଇ କ୍ଷେତ୍ରର ଅନ୍ୟ ନିଯୁକ୍ତି ଏଜେନ୍ସିଗୁଡ଼ିକୁ ଦିଆଯିବ। ଫଳରେ ଏସବୁ ସଂଗଠନଗୁଡ଼ିକର ନିଯୁକ୍ତି ନିମନ୍ତେ ହେଉଥିବା ଖର୍ଚ୍ଚ ଓ ସମୟ ସଞ୍ଚୟ ହୋଇପାରିବ।

ନିଯୁକ୍ତି ପ୍ରକ୍ରିୟା ହ୍ରାସ କରିବା

ଏକକ ଯୋଗ୍ୟତା ପରୀକ୍ଷା ନିଯୁକ୍ତି ପ୍ରକ୍ରିୟାକୁ ଗୁରୁତ୍ଵପୂର୍ଣ୍ଣ ଭାବେ ହ୍ରାସ କରିବ। କିଛି ବିଭାଗ ସିଇଟିରୁ ହାସଲ କରାଯାଇଥିବା ମାର୍କ ଆଧାରରେ ଶାରୀରିକ ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷଣ ସହିତ ନିଯୁକ୍ତି ଦେବାକୁ ସଙ୍କେତ ଦେଇଛନ୍ତି। ଏଥିପାଇଁ କୌଣସି ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷାର ଆବଶ୍ୟକତା ପଡ଼ିନପାରେ। ଏହା ବ୍ୟାପକ ଭାବେ ନିଯୁକ୍ତି ପ୍ରକ୍ରିୟାକୁ ହ୍ରାସ କରିବ ତଥା ଏହାଦ୍ବାରା ଏକ ବଡ଼ ଯୁବଗୋଷ୍ଠୀ ଲାଭବାନ ହୋଇପାରିବେ।

ଆର୍ଥିକ ବ୍ୟୟ

ସରକାର ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ଗଠନ ଲାଗି 1517.57 କୋଟି ଟଙ୍କାର ବ୍ୟୟ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ତିନି ବର୍ଷର ଅବଧି ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ। ଏନଆରଏ ଗଠନ କରାଯିବା ବ୍ୟତୀତ, 117ଟି ଆକାଂକ୍ଷୀ ଜିଲ୍ଲାରେ ପରୀକ୍ଷା ଭିତ୍ତିଭୂମି ପ୍ରତିଷ୍ଠା ଲାଗି ଏହି ଅର୍ଥ ଖର୍ଚ୍ଚ କରାଯିବ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.