ଆସାମରେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ(ଆଇଏଆରଆଇ) ସ୍ଥାପନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୀତିକ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ଅନୁମୋଦନ ମିଳିଛି । ଏହି ପ୍ରତିଷ୍ଠାନ ପାଇଁ ଆସାମ ସରକାର 587 ଏକର ଜମି ଯୋଗାଇ ଦେବେ ବୋଲି ଆଗ୍ରହ ବ୍ୟକ୍ତ କରିଛନ୍ତି । କୃଷି ଶିକ୍ଷା କ୍ଷେତ୍ରରେ ଆଇଆରଆଇ-ଆସାମରେ ସ୍ନାତକୋତର ଶିକ୍ଷା ଉପଲବ୍ଧ ହେବ । ଏଠାରେ ସବୁକ୍ଷେତ୍ରର କୃଷି ଯଥା କ୍ଷେତ୍ର ଫସଲ, ଉଦ୍ୟାନକୃଷି ଫସଲ, କୃଷିଭିତ୍ତିକ ଜଙ୍ଗଲ, ପଶୁସମ୍ପଦ, ମତ୍ସ୍ୟ, କୁକୁଡ଼ା ପାଳନ, ଘୁଷୁରି ପାଳନ, ମହୁ ଉତ୍ପାଦନ ଆଦି ନିମନ୍ତେ ବ୍ୟବସ୍ଥା ରହିବ । ଏହା ନୂଆଦିଲ୍ଲୀସ୍ଥିତ ଆରଏଆରଆଇର ଅଫ୍ କ୍ୟାମ୍ପସ ଭାବେ ପରିଚିତ ହେବ । କୃଷି ଗବେଷଣା ଓ ଶିକ୍ଷା(ଡିଏଆରଆଇ)ର ପ୍ରସ୍ତାବ ଆଧାରରେ କୃଷି ଗବେଷଣା ପ୍ରତିଷ୍ଠାନ ଯୋଜନାରେ ସ୍ଥାପିତ ହେବ ।
Cabinet approves setting up of Indian Agricultural Research Institute in Assam
IARI-Assam would be a Post-Graduate Institution of higher learning in Agricultural Education
IARI-Assam would work on the agrarian challenges and complexities of North Eastern India


