ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ପାଇଁ ସଂଶୋଧିତ ଜାତୀୟ କାର୍ଯ୍ୟକ୍ରମ (ଏନପିଡିଡି)କୁ ମଞ୍ଜୁରି ମିଳିଛି।

ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବେ ସଂଶୋଧିତ ଏନପିଡିଡିରେ ଅତିରିକ୍ତ ୧ହଜାର କୋଟି ଟଙ୍କାର ପୁଞ୍ଜି ମିଶାଇ ଏହାର ମୋଟ୍‌ ବଜେଟ୍‌ ପରିମାଣ ୨ହଜାର ୭୯୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ପଞ୍ଚଦଶ ଅର୍ଥ ଆୟୋଗ ଚକ୍ର ଅର୍ଥାତ୍‌ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ଏହି ଅର୍ଥ ବିନିଯୋଗ କରାଯିବ। ଏହି ପଦକ୍ଷେପ ଦୁଗ୍ଧ ଉତ୍ପାଦନ ଭିତ୍ତିଭୂମିର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ଉପରେ ଧ୍ୟାନ ଦେଇଥାଏ, ଯାହା ଏହି କ୍ଷେତ୍ରର ନିରନ୍ତର ଅଭିବୃଦ୍ଧି ଏବଂ ଉତ୍ପାଦକତା ସୁନିଶ୍ଚିତ କରିଥାଏ।

ସଂଶୋଧିତ ଏନପିଡିଡି ଦୁଗ୍ଧ କ୍ରୟ, ପ୍ରକ୍ରିୟାକରଣ କ୍ଷମତା ଏବଂ ଉନ୍ନତ ମାନ ନିୟନ୍ତ୍ରଣ ପାଇଁ ଭିତ୍ତିଭୂମି ସୃଷ୍ଟି କରି ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବ। ଏହାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ବଜାର ପର୍ଯ୍ୟନ୍ତ ଉନ୍ନତ ପହଞ୍ଚ ହାସଲ କରିବାରେ ସାହାଯ୍ୟ କରିବା, ମୂଲ୍ୟ ସଂଯୋଜନ ମାଧ୍ୟମରେ ଉନ୍ନତ ମୂଲ୍ୟ ନିର୍ଦ୍ଧାରଣ ସୁନିଶ୍ଚିତ କରିବା ଏବଂ ଯୋଗାଣ ଶୃଙ୍ଖଳାର ଦକ୍ଷତାରେ ଉନ୍ନତି ଆଣିବା, ଯାହାଦ୍ୱାରା ଅଧିକ ଆୟ ଓ ଗ୍ରାମୀଣ ବିକାଶ ହୋଇପାରିବ।

ଯୋଜନାରେ ଦୁଇଟି ପ୍ରମୁଖ ଉପାଦାନ ରହିଛି:

୧. ଉପାଦାନ କ : ଏହି ଉପାଦାନ ଦୁଗ୍ଧ ଶୀତଳୀକରଣ କାରଖାନା, ଉନ୍ନତ ଦୁଗ୍ଧ ପରୀକ୍ଷଣ ପରୀକ୍ଷାଗାର ଏବଂ ପ୍ରମାଣିକରଣ ବ୍ୟବସ୍ଥା ପରି ଅତ୍ୟାବଶ୍ୟକ ଦୁଗ୍ଧ ଭିତ୍ତିଭୂମିର ଉନ୍ନତି ପାଇଁ ଉତ୍ସର୍ଗୀକୃତ। ଏହା ନୂତନ ଗ୍ରାମ ଦୁଗ୍ଧ ସମବାୟ ସମିତି ଗଠନକୁ ମଧ୍ୟ ସମର୍ଥନ କରେ ଏବଂ ଉତ୍ତର-ପୂର୍ବ ଅଞ୍ଚଳ (ଏନଇଆର), ପାର୍ବତ୍ୟାଞ୍ଚଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (ୟୁଟି), ବିଶେଷ କରି ଦୁର୍ଗମ ଏବଂ ପଛୁଆ ଅଞ୍ଚଳରେ ଦୁଗ୍ଧ କ୍ରୟ ଏବଂ ପ୍ରକ୍ରିୟାକରଣକୁ ମଜବୁତ କରିଥାଏ। ଏହାବ୍ୟତୀତ ଉତ୍ସର୍ଗୀକୃତ ଅନୁଦାନ ସହାୟତାରେ ୨ଟି ଦୁଗ୍ଧ ଉତ୍ପାଦକ କମ୍ପାନୀ (ଏମପିସି) ଗଠନ କରେ।

୨. ଉପାଦାନ ଖ: ‘‘ସମବାୟ ମାଧ୍ୟମରେ ଦୁଗ୍ଧ ଉତ୍ପାଦନ (ଡିଟିସି)’’ ନାମରେ ପରିଚିତ ଏହି ଉପାଦାନରେ ସ୍ୱାକ୍ଷରିତ ରାଜିନାମା ଅନୁଯାୟୀ ଜାପାନ ସରକାର ଏବଂ ଜାପାନ ଅନ୍ତର୍ଜାତୀୟ ସହଯୋଗ ଏଜେନ୍ସି (ଜାଇକା) ସହିତ ସହଯୋଗ ମାଧ୍ୟମରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶକୁ ପ୍ରୋତ୍ସାହନ ଜାରି ରଖିବ। ଏହି ଉପାଦାନ ଦୁଗ୍ଧ ସମବାୟ ସମିତିର ନିରନ୍ତର ବିକାଶ, ନଅଟି ରାଜ୍ୟ (ଆନ୍ଧ୍ର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ତେଲଙ୍ଗାନା, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ) ରେ ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବିପଣନ ଭିତ୍ତିଭୂମିରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେଇଥାଏ।

ଏନପିଡିଡିର କାର୍ଯ୍ୟକାରିତା ପୂର୍ବରୁ ଆରମ୍ଭ ହୋଇସାରିଛି । ଏହା ୧୮ ଲକ୍ଷ ୭୪ ହଜାର ଚାଷୀଙ୍କୁ ଲାଭ ପହଞ୍ଚାଉଛି । ଏହା ୩୦ ହଜାରରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିଛି ଏବଂ ଦୈନିକ ଅତିରିକ୍ତ ୧୦୦.୯୫ ଲକ୍ଷ ଲିଟର ଦୁଗ୍ଧ କ୍ରୟ କ୍ଷମତା ବୃଦ୍ଧି କରିଛି। ଉନ୍ନତ ଦୁଗ୍ଧ ପରୀକ୍ଷଣ ଏବଂ ଗୁଣବତ୍ତା ନିୟନ୍ତ୍ରଣ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବାରେ ମଧ୍ୟ ଏନପିଡିଡି ସହାୟତା କରିଛି । ୫୧ ହଜାର ୭୭୭ରୁ ଅଧିକ ଗ୍ରାମ ସ୍ତରୀୟ ଦୁଗ୍ଧ ପରୀକ୍ଷଣ ପରୀକ୍ଷାଗାରକୁ ସୁଦୃଢ଼ କରାଯାଇଛି । ଅନ୍ୟପକ୍ଷରେ ୧୨୩.୩୩ ଲକ୍ଷ ଲିଟରର ମିଳିତ କ୍ଷମତା ସହିତ ୫,୧୨୩ ବଡ଼ ଦୁଗ୍ଧ କୁଲର୍ ସ୍ଥାପନ କରାଯାଇଛି। ଏହାବ୍ୟତୀତ, ୧୬୯ଟି ପରୀକ୍ଷାଗାରକୁ ଫୁରିୟର ଟ୍ରାନ୍ସଫର୍ମ ଇନ୍ଫ୍ରାରେଡ (ଏଫଟିଆଇଆର) ଦୁଗ୍ଧ ବିଶ୍ଳେଷକ ଦ୍ୱାରା ଉନ୍ନତ କରାଯାଇଛି ଏବଂ ୨୩୨ଟି ଦୁଗ୍ଧ କାରଖାନାରେ ଏବେ ଅପମିଶ୍ରଣ ଚିହ୍ନଟ କରିବା ପାଇଁ ଉନ୍ନତ ବ୍ୟବସ୍ଥା ରହିଛି।

ସଂଶୋଧିତ ଏନପିଡିଡି ଦ୍ୱାରା ଦେଶର ଉତ୍ତର-ପୂର୍ବାଞ୍ଚଳରେ ୧୦ ହଜାର ନୂତନ ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା ହୋଇଛି । ଏହାସହିତ ଏନପିଡିଡିର କାର୍ଯ୍ୟକ୍ଷମ ପ୍ରକଳ୍ପଗୁଡ଼ିକ ବ୍ୟତୀତ ଉତ୍ସର୍ଗୀକୃତ ଅନୁଦାନ ସହାୟତା ସହିତ ୨ଟି ଦୁଗ୍ଧ ଉତ୍ପାଦକ କମ୍ପାନୀ (ଏମପିସି) ଗଠନ ହେବାର ଆଶା କରାଯାଉଛି, ଯାହାଦ୍ୱାରା ଅତିରିକ୍ତ ୩.୨ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବିଶେଷ କରି ଏହା ମହିଳାମାନଙ୍କୁ ଉପକୃତ କରିବ, ଯେଉଁମାନେ ଦୁଗ୍ଧ କାର୍ଯ୍ୟବଳର ୭୦ ପ୍ରତିଶତ ଗଠନ କରିଥାନ୍ତି।

ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ପାଇଁ ସଂଶୋଧିତ ଜାତୀୟ କାର୍ଯ୍ୟକ୍ରମ ଦ୍ୱିତୀୟ ପର୍ଯ୍ୟାୟ ଶ୍ୱେତ ବିପ୍ଳବ ସହିତ ତାଳ ଦେଇ ଭାରତର ଆଧୁନିକ ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ଓ ଗୁଣାତ୍ମକ ପରୀକ୍ଷଣ ପରୀକ୍ଷାଗାର ପ୍ରଦାନ କରି ନବଗଠିତ ସମବାୟ ସମିତିକୁ ଅଧିକ ସହାୟତା କରିବ। ଏହି କାର୍ଯ୍ୟକ୍ରମ ଗ୍ରାମୀଣ ଜୀବିକା ନିର୍ବାହରେ ଉନ୍ନତି ଆଣିବ, ନିଯୁକ୍ତି ସୃଷ୍ଟି କରିବ ଏବଂ ଏକ ଶକ୍ତିଶାଳୀ, ଅଧିକ ନମନୀୟ ଦୁଗ୍ଧ ଶିଳ୍ପ ନିର୍ମାଣ କରିବାରେ ସାହାଯ୍ୟ କରିବ ଯାହା ସାରା ଦେଶର ଲକ୍ଷ ଲକ୍ଷ କୃଷକ ଓ ଏହି କ୍ଷେତ୍ରର ଅଂଶୀଦାରମାନଙ୍କୁ ଉପକୃତ କରିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM SVANidhi Yojana: How UP became India's top state for street vendor loans

Media Coverage

PM SVANidhi Yojana: How UP became India's top state for street vendor loans
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses sadness over the passing of Shri Jaspal Rana Ji
June 12, 2026

Prime Minister Shri Narendra Modi today expressed deep sadness over the passing of Shri Jaspal Rana Ji. The Prime Minister noted that his passing is a profound loss to the world of Indian sports.

Shri Modi stated that he brought immense glory to the nation through his extraordinary achievements in shooting. The Prime Minister pointed out that his contribution as a mentor, shaping and guiding young athletes with great dedication, was equally remarkable. He observed that his unwavering commitment to excellence, discipline, and service to the sporting world earned him immense admiration.

The Prime Minister affirmed that his thoughts are with his family, friends, and the entire sporting fraternity in this hour of grief.

The Prime Minister posted on X:

"Deeply saddened by the passing of Shri Jaspal Rana Ji. His passing is a profound loss to the world of Indian sports.

He brought immense glory to the nation through his extraordinary achievements in shooting. Equally remarkable was his contribution as a mentor, shaping and guiding young athletes with great dedication. His unwavering commitment to excellence, discipline and service to the sporting world earned him immense admiration.

My thoughts are with his family, friends and the entire sporting fraternity in this hour of grief. Om Shanti."