ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଉଚ୍ଚଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲରେ ଗିଗାୱାଟ ଆଧାରିତ ଉତ୍ପାଦନ କ୍ଷମତା ହାସଲ କରିବା ଲକ୍ଷ୍ୟ ନେଇ ୧୯ହଜାର ୫୦୦ କୋଟି ଟଙ୍କାର ବ୍ୟୟବରାଦ ସହିତ ‘ଉଚ୍ଚ ଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲର ଜାତୀୟ କାର୍ଯ୍ୟକ୍ରମ’ ପାଇଁ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କରାଯାଇଛି । ଏଥିପାଇଁ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ଉଚ୍ଚ ଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲ ପାଇଁ ଜାତୀୟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତରେ ଉଚ୍ଚ ଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲ ପ୍ରସ୍ତୁତି ପାଇଁ ଏକ ଇକୋସିଷ୍ଟମ ନିର୍ମାଣ କରିବା। ଏହା ମାଧ୍ୟମରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆମଦାନୀ ଉପରେ ନିର୍ଭରଶୀଳତାକୁ ମଧ୍ୟ କମ କରାଯାଇ ପାରିବ । ଏହି ପଦକ୍ଷେପ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ମଜବୁତ କରିବା ସହିତ ରୋଜଗାର ମଧ୍ୟ ବୃଦ୍ଧି କରିବ।

ଏକ ପାରଦର୍ଶୀ ଚୟନ ପ୍ରକ୍ରିୟା ମାଧ୍ୟମରେ ସୋଲାର ପିଭି ନିର୍ମାତାଙ୍କ ଚୟନ କରାଯିବ । ସୌର ପିଭି ଉତ୍ପାଦନ ପ୍ଲାଣ୍ଟ ଆରମ୍ଭ ହେବାର ପରବର୍ତ୍ତୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ)ର ବିତରଣ କରାଯିବ । ଘରୋଇ ବଜାରରେ ଉଚ୍ଚଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲର ବିକ୍ରି ଉପରେ ଏହି ପ୍ରୋତ୍ସାହନ ଦିଆଯିବ ।

ଏହି ଯୋଜନାର ଆଶାନୁରୂପ ପରିଣାମ/ଲାଭଗୁଡ଼ିକ ହେଲା:

  1. ଏହା ଅନୁମାନ କରାଯାଉଛି ଯେ ସମ୍ପୂର୍ଣ୍ଣ ଏବଂ ଆଂଶିକ ରୂପରେ ଏକୀକୃତ, ସୌର ପିଭି ମଡ୍ୟୁଲର ପାଖାପାଖି ୬୫,୦୦୦ ମେଗାୱାଟ୍‌ ବାର୍ଷିକ ଉତ୍ପାଦନ କ୍ଷମତା ପ୍ରତିଷ୍ଠା କରାଯିବ ।
  2. ଏହି ଯୋଜନାରେ ପାଖାପାଖି ୯୪ ହଜାର କୋଟି ଟଙ୍କାର ପ୍ରତ୍ୟକ୍ଷ ନିବେଶ ଆସିବ।
  3. ଇଭିଏ, ସୋଲାର ଗ୍ଲାସ, ବ୍ୟାକସିଟ୍‌ ଆଦି ଭଳି ଅନ୍ୟାନ୍ୟ ସାମଗ୍ରୀ ପାଇଁ ଉତ୍ପାଦନ କ୍ଷମତା ନିର୍ମାଣ କରାଯିବ।
  4. ପାଖାପାଖି ୧,୯୫,୦୦୦ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଓ ପାଖାପାଖି ୭,୮୦,୦୦ ଲୋକଙ୍କୁ ପରୋକ୍ଷ ନିଯୁକ୍ତି ମିଳି ପାରିବ।
  5. ପାଖାପାଖି ୧.୩୭ ଲକ୍ଷ କୋଟି ଟଙ୍କାର ଆମଦାନୀ ହ୍ରାସ ପାଇବ ।
  6. ସୌର ପିଭି ମଡ୍ୟୁଲରେ ଉଚ୍ଚ ଦକ୍ଷତା ହାସଲ କରିବା ପାଇଁ ଗବେଷଣା ଓ ବିକାଶକୁ ପ୍ରୋତ୍ସାହନ ମିଳିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's crude supply secure, LPG production increased: Hardeep Puri

Media Coverage

India's crude supply secure, LPG production increased: Hardeep Puri
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 13, 2026
March 13, 2026

Resilient India Under PM Modi: Diplomatic Mastery, Youth Power, and Unstoppable Progress