ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଟି ହାର୍ଡୱେର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ୨.୦କୁ ମଞ୍ଜୁରି ମିଳିଛି । ଏହି ଯୋଜନା ପାଇଁ ମୋଟ୍‌ ୧୭ ହଜାର କୋଟି ଟଙ୍କାର ବଜେଟ୍‌ ବ୍ୟୟବରାଦ କରାଯାଇଛି ।

 

ପରିଦୃଶ୍ୟ :

ବିଗତ ଆଠ ବର୍ଷ ମଧ୍ୟରେ ଭାରତରେ ବୈଦ୍ୟୁତିକ ସାମଗ୍ରୀ ବା ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୧୭% ସିଏଜିଆର ହାରରେ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଚଳିତ ବର୍ଷ ଉତ୍ପାଦନ କ୍ଷେତ୍ରରେ ଏକ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି । ଉତ୍ପାଦନ ପରିମାଣ ଚଳିତ ବର୍ଷ ୧୦୫ ବିଲିୟନ ଆମେରିକୀୟ ଡଲାର ବା ପ୍ରାୟ ୯ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି 

ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ୍‌ ନିର୍ମାତାରେ ପରିଣତ ହୋଇଛି ଚଳିତ ବର୍ଷ ହୋଇପାରିଛି । ଚଳିତ ବର୍ଷ ମୋବାଇଲ ଫୋନ୍‌ ରପ୍ତାନି ପରିମାଣ ୧୧ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୯୦ ହଜାର କୋଟି ଟଙ୍କା) ଛୁଇଁବା ସହିତ ଏକ ବୃହତ ମାଇଲଖୁଣ୍ଟ ହାସଲ କରିଛି 

ବିଶ୍ୱ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମ ଭାରତକୁ ଆସୁଛି ଏବଂ ଭାରତ ଏବେ ବିଶ୍ୱର ଏକ ପ୍ରମୁଖ ବୈଦ୍ୟୁତିକ ସାମଗ୍ରୀ ନିର୍ମାତା ଭାବେ ଉଭା ହେଉଛି 

ପୂର୍ବରୁ ମୋବାଇଲ ଫୋନ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଘୋଷଣା କରାଯାଇଥିଲା, ଏହାର ସଫଳତାକୁ ଦେଖି ଏବେ କେନ୍ଦ୍ର କ୍ୟାବିନେଟ ଆଇଟି ହାର୍ଡୱେର ପାଇଁ ପିଏଲଆଇ ଯୋଜନା ୨.୦କୁ ଅନୁମୋଦନ କରିଛନ୍ତି 

 

ପ୍ରମୁଖ ବୈଶିଷ୍ଟ୍ୟ :

 

ଆଇଟି ହାର୍ଡୱେର ପାଇଁ ଘୋଷଣା କରାଯାଇଥିବା ପିଏଲଆଇ ଯୋଜନା ୨.୦ରେ ଲାପଟପ, ଟାବଲେଟ୍‌, ଅଲ୍‌ ଇନ୍‌ ୱାନ ପିସି, ସର୍ଭର ଏବଂ ଅଲଟ୍ରା ସ୍ମଲ ଫର୍ମ ଫ୍ୟାକ୍ଟର ଡିଭାଇସଗୁଡ଼ିକୁ ସାମିଲ କରାଯାଇଛି

ଯୋଜନା ପାଇଁ ୧୭ ହଜାର କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ହୋଇଛି

ଯୋଜନାର ଅବଧି ୬ ବର୍ଷ ରଖାଯାଇଛି

ଏହାଦ୍ୱାରା ୩.୩୫ ଲକ୍ଷ କୋଟି ଟଙ୍କାର ବର୍ଦ୍ଧିତ ଉତ୍ପାଦନ ହେବ ବୋଲି ଆଶା କରାଯାଉଛି

ଯୋଜନା କାର୍ଯ୍ୟକାରୀ ହେଲେ ମୋଟ୍‌ ୨,୪୩୦ କୋଟି ଟଙ୍କାର ବର୍ଦ୍ଧିତ ପୁଞ୍ଜିନିବେଶ ହେବ

ସେହିପରି ୭୫,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି

 

ମହତ୍ୱ :

ସବୁ ପ୍ରମୁଖ ବୈଶ୍ୱିକ ସଂସ୍ଥା ପାଇଁ ଭାରତ ଏକ ବିଶ୍ୱସନୀୟ ଯୋଗାଣ ଶୃଙ୍ଖଳା ସହଯୋଗୀ ଭାବେ ଉଭା ହେଉଛି । ବଡ଼ ଆଇଟି ହାର୍ଡୱେର କମ୍ପାନୀମାନେ ଭାରତରେ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି । ଆହୁରି ଏଥିପାଇଁ ଏକ ଦୃଢ଼ ଆଇଟି ସେବା ଉଦ୍ୟୋଗର ସମର୍ଥନ ରହିଛି ଏବଂ ଦେଶ ଭିତରେ ଏହାର ଭଲ ଚାହିଦା ରହିଛି ।

ଅଧିକାଂଶ ବଡ଼ କମ୍ପାନୀ ଭାରତରେ ଥିବା କାରଖାନାରୁ ଘରୋଇ ବଜାରକୁ ସାମଗ୍ରୀ ଯୋଗାଣ କରିବା ସହିତ ଭାରତକୁ ଏକ ରପ୍ତାନି କେନ୍ଦ୍ରରେ ପରିଣତ କରିବା ଲାଗି ଆଗ୍ରହ ପ୍ରକାଶ କରିବେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 4, 2026
May 04, 2026

Green Roads, Smart Tolls, Trillion-Dollar Dreams: How PM Modi's Policies are Supercharging a Modern India