ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୯ଟି ସମ୍ପୃକ୍ତ ମନ୍ତ୍ରଣାଳୟ ମାଧ୍ୟମରେ ୧୧ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ଧ୍ୟାନ ଦେବା ପାଇଁ ମୋଟ ୨୪,୧୦୪ କୋଟି ଟଙ୍କା (କେନ୍ଦ୍ରୀୟ ଅଂଶ: ୧୫,୩୩୬ କୋଟି ଟଙ୍କା ଏବଂ ରାଜ୍ୟ ଅଂଶ: ୮,୭୬୮ କୋଟି ଟଙ୍କା) ବ୍ୟୟ ବରାଦ ସହିତ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ୍ ଜନମନ)କୁ ଅନୁମୋଦନ ମିଳିଛି ।

 

ବଜେଟ୍ ଅଭିଭାଷଣ ୨୦୨୩-୨୪ରେ କରାଯାଇଥିବା ଘୋଷଣା ଅନୁଯାୟୀ, "ବିଶେଷ ଭାବେ ସମ୍ବେଦନଶୀଳ ଜନଜାତି ଗୋଷ୍ଠୀ (ପିଭିଟିଜି) ଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ପିଭିଟିଜି ବିକାଶ ମିଶନର ଶୁଭାରମ୍ଭ ହୋଇଥିଲା । ତଦନୁଯାୟୀ ଏହି ଯୋଜନା ପିଜିଟିଭି ପରିବାର ଏବଂ ବସ୍ତିଗୁଡ଼ିକୁ ସୁରକ୍ଷିତ ବାସଗୃହ, ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ, ସଡ଼କ ଏବଂ ଟେଲିକମ୍ ଯୋଗାଯୋଗର ଉନ୍ନତ ଉପଲବ୍ଧତା ଭଳି ମୌଳିକ ସୁବିଧା ପ୍ରଦାନ କରିବ। ସ୍ଥାୟୀ ଜୀବିକା ସୁଯୋଗ ଯୋଗାଇବା ଆଦି ମଧ୍ୟ ଏଥିରେ ଅର୍ନ୍ତଭୁକ୍ତ । ଅନୁସୂଚିତ ଜନଜାତିଙ୍କ ପାଇଁ ବିକାଶ କାର୍ଯ୍ୟ ଯୋଜନା (ଡିଏପିଏସଟି) ଅଧୀନରେ ଆଗାମୀ ତିନି ବର୍ଷ ମଧ୍ୟରେ ଏହି ମିଶନ କାର୍ଯ୍ୟକାରୀ କରିବା ପାଇଁ ୧୫,୦୦୦ କୋଟି ଟଙ୍କା ଉପଲବ୍ଧ କରାଯିବ ।

 

୨୦୧୧ ଜନଗଣନା ଅନୁଯାୟୀ ଭାରତର ଅନୁସୂଚିତ ଜନଜାତି ଜନସଂଖ୍ୟା ୧୦.୪୫ କୋଟି, ସେଥିମଧ୍ୟରୁ ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଅବସ୍ଥିତ ୭୫ଟି ସମ୍ପ୍ରଦାୟକୁ ବିଶେଷ ଭାବେ ସମ୍ବେଦନଶୀଳ ଜନଜାତି ଗୋଷ୍ଠୀ (ପିଭିଟିଜି ) ଭାବରେ ବର୍ଗୀକୃତ କରାଯାଇଛି | ଏହି ପିଭିଟିଜିଗୁଡ଼ିକ ସାମାଜିକ, ଅର୍ଥନୈତିକ ଏବଂ ଶିକ୍ଷାଗତ କ୍ଷେତ୍ରରେ ସମ୍ବେଦନଶୀଳତାର ସମ୍ମୁଖୀନ ହେଉଛନ୍ତି ।

 

ଜନଜାତି ବ୍ୟାପାର ମନ୍ତ୍ରଣାଳୟ ସମେତ ୯ଟି ମନ୍ତ୍ରଣାଳୟ ମାଧ୍ୟମରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପ ଉପରେ ଧ୍ୟାନ ଦେବା ପାଇଁ ପିଏମ-ଜନମନ (କେନ୍ଦ୍ରୀୟ କ୍ଷେତ୍ର ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକୁ ନେଇ) ନିମ୍ନଲିଖିତ ଅଟେ:

 

 

କ୍ରମିକ ନଂ

କାର୍ଯ୍ୟକଳାପ

ହିତାଧିକାରୀ / ଲକ୍ଷ୍ୟ ନଂ

ମୂଲ୍ୟ ନିୟମ

ପକ୍କା ଘରର ବ୍ୟବସ୍ଥା

୪.୯୦ ଲକ୍ଷ

୨.୩୯ ଲକ୍ଷ ଟଙ୍କା/ଘର

ସଂଯୋଗ କରୁଥିବା ରାସ୍ତା

୮୦୦୦ କିମି

୧.୦୦ କୋଟି ଟଙ୍କା/କିଲୋମିଟର

୩କ

ପାଇପ୍ ଜଳ ଯୋଗାଣ/

ମିଶନ ଅଧୀନରେ ୪.୯୦ ଲକ୍ଷ ଏଚ୍ ଏଚ୍ ଏଚ୍ ସମେତ ସମସ୍ତ ପିଭିଟିଜି ବସ୍ତି ନିର୍ମାଣ କରାଯିବ

ଯୋଜନାବଦ୍ଧ ମାନଦଣ୍ଡ ଅନୁଯାୟୀ

୩ଖ

ଗୋଷ୍ଠୀ ଜଳ ଯୋଗାଣ

୨୦ ପରିବାରରୁ କମ୍ ଜନସଂଖ୍ୟା ବିଶିଷ୍ଟ ୨୫୦୦ ଗ୍ରାମ/ ବସ୍ତି

ପ୍ରକୃତ ଖର୍ଚ୍ଚ ଅନୁଯାୟୀ

ଔଷଧ ଖର୍ଚ୍ଚ ସହ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍

୧୦୦୦ (୧୦/ଜିଲ୍ଲା)

୩୩.୮୮.୦୦ ଲକ୍ଷ ଟଙ୍କା/ଏମଏମୟୁ

୫କ

ହଷ୍ଟେଲ ନିର୍ମାଣ

୫୦୦

୨.୭୫ କୋଟି/ହଷ୍ଟେଲ

୫ଖ

ଧନ୍ଦାମୂଳକ ଶିକ୍ଷା ଓ ଦକ୍ଷତା

୬୦ଟି ଆକାଂକ୍ଷୀ ପିଭିଟିଜି ବ୍ଲକ

୫୦ ଲକ୍ଷ/ବ୍ଲକ

ଅଙ୍ଗନବାଡି କେନ୍ଦ୍ର ନିର୍ମାଣ

୨୫୦୦

୧୨ ଲକ୍ଷ/ଏଡବ୍ଲୁସି

ବହୁମୁଖୀ କେନ୍ଦ୍ର (ଏମପିସି) ନିର୍ମାଣ

୧୦୦୦

ପ୍ରତି ଏମପିସିରେ ଏଏନଏମ ଓ ଅଙ୍ଗନୱାଡି କର୍ମୀଙ୍କ ପାଇଁ ୬୦ ଲକ୍ଷ/ଏମପିସି ବ୍ୟବସ୍ଥା

୮କ

ଏଚଏଚ ଗୁଡିକର ଶକ୍ତିକରଣ (ଶେଷ ମାଇଲ୍ ସଂଯୋଗ)

୫୭୦୦ ଏଚଏଚଏସ୍‍

୨୨,୫୦୦/ଏଚଏଚ

୮ଖ

୦.୩ କିଲୋୱାଟ୍ ସୌର ଅଫ୍ ଗ୍ରିଡ୍ ବ୍ୟବସ୍ଥା

୧୦୦୦୦୦ ଏଚଏଚଏସ୍‍

ଏଚ୍ଏଚ୍ ପିଛା ୫୦,୦୦୦ ଟଙ୍କା କିମ୍ବା ବାସ୍ତବ ଖର୍ଚ୍ଚ ଅନୁଯାୟୀ

ରାସ୍ତା ଘାଟ ଓ ଏମପିସିରେ ସୌର ଆଲୋକ

୧୫୦୦ ୟୁନିଟ୍

ୟୁନିଟ୍ ପିଛା ୧,୦୦,୦୦୦ ଟଙ୍କା

୧୦

ଭିଡିଭିକେ ପ୍ରତିଷ୍ଠା

୫୦୦

୧୫ ଲକ୍ଷ ଟଙ୍କା/ଭିଡିଭିକେ

୧୧

ମୋବାଇଲ ଟାୱାର ଲଗାଇବା

୩୦୦୦ ଗାଁ

ଯୋଜନାବଦ୍ଧ ମାନଦଣ୍ଡ ଅନୁଯାୟୀ ଖର୍ଚ୍ଚ

 

ଉପରୋକ୍ତ କାର୍ଯ୍ୟ ବ୍ୟତୀତ, ଅନ୍ୟ ମନ୍ତ୍ରଣାଳୟଗୁଡ଼ିକର ନିମ୍ନଲିଖିତ କାର୍ଯ୍ୟ ମିଶନର ଏକ ଅଂଶ ହେବ:

୧.  ଆୟୁଷ ମନ୍ତ୍ରଣାଳୟ ପ୍ରଚଳିତ ନିୟମ ଅନୁଯାୟୀ ଆୟୁଷ କଲ୍ୟାଣ କେନ୍ଦ୍ର ସ୍ଥାପନ କରିବା ଏବଂ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ମାଧ୍ୟମରେ ପିଭିଟିଜି ବସ୍ତିରେ ଆୟୁଷ ସୁବିଧା ପ୍ରଦାନ କରାଯିବ ।

୨.        ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଏହି ସମ୍ପ୍ରଦାୟର ଉପଯୁକ୍ତ ଦକ୍ଷତା ଅନୁଯାୟୀ ପିଭିଟିଜି ବସ୍ତି, ବହୁମୁଖୀ କେନ୍ଦ୍ର ଏବଂ ହଷ୍ଟେଲରେ ଦକ୍ଷତା ଏବଂ ଧନ୍ଦାମୂଳକ ତାଲିମ ପ୍ରଦାନ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
MSME exports touch Rs 9.52 lakh crore in April–September FY26: Govt tells Parliament

Media Coverage

MSME exports touch Rs 9.52 lakh crore in April–September FY26: Govt tells Parliament
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 20, 2025
December 20, 2025

Empowering Roots, Elevating Horizons: PM Modi's Leadership in Diplomacy, Economy, and Ecology