Cabinet approves Pan-India implementation of Maternity Benefit Programme
Maternity Benefit Program which now has been extended to all districts of the country

• ଦେଶର ପ୍ରତ୍ୟେକ ଜିଲାରେ 01.01.2017ରୁ ପିଛିଲା ଭାବେ ଲାଗୁ କରାଯିବ

ଶ୍ରମ ହାନି ପାଇଁ କ୍ଷତିପୂରଣ ବାବଦରେ ପ୍ରଦାନ କରାଯିବ ନଗଦ ଅର୍ଥ


ମାତୃତ୍ୱ ଲାଭ ସୁବିଧା କାର୍ଯ୍ୟକ୍ରମକୁ ଦେଶସାରା ଲାଗୁ କରିବା ପାଇଁ ଥିବା ପୂର୍ବ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପିଛିଲା ଭାବେ ମଂଜୁରୀ ପ୍ରଦାନ କରାଯାଇଛି । ଏହା ବର୍ତ୍ତମାନ ଦେଶର ପ୍ରତ୍ୟେକ ଜିଲାରେ 01.01.2017ରୁ ପିଛିଲା ଭାବେ ଲାଗୁ କରାଯିବ । 31.12.2016ରେ ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମାତୃତ୍ୱ ଲାଭ ସୁବିଧା କାର୍ଯ୍ୟକ୍ରମକୁ ଦେଶସାରା ଲାଗୁ କରିବାର ଘୋଷଣା କରିଥିଲେ ।

ମାତୃତ୍ୱ ଲାଭ କାର୍ଯ୍ୟକ୍ରମରେ ଶ୍ରମ ହାନି ପାଇଁ କ୍ଷତିପୂରଣ ବାଦରେ ନଗଦ ଅର୍ଥ ପ୍ରଦାନ କରାଯିବ ଯାହାଦ୍ୱାରା ଜଣେ ଗର୍ଭବତୀ ମହିଳା ପ୍ରସବ ପୂର୍ବରୁ ଏବଂ ପରେ ପର୍ଯ୍ୟାପ୍ତ ବିଶ୍ରାମ ମିଳିବା ସହିତ ଉଚିତ ପୋଷଣରୁ ବଂଚିତ ହେବେ ନାହିଁ ।

01.01.2017 ରୁ 31.03.2020 ପର୍ଯ୍ୟନ୍ତ ଦିଆଯାଇଥିବା ଏହି ପ୍ରସ୍ତାବରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଂଶ ମିଶି ମୋଟ 12,661 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ସମୟ ମଧ୍ୟରେ 7932 କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଅଂଶ ବାବଦକୁ ଦିଆଯିବ ।

ଶ୍ରମ ହାନି କ୍ଷେତ୍ରରେ ନଗଦ ଅର୍ଥ ପ୍ରଦାନ କରାଗଲେ ଜଣେ ଗର୍ଭବତୀ ମହିଳା ନିଜର ପ୍ରଥମ ଶିଶୁର ପ୍ରସବ ପୂର୍ବରୁ ଏବଂ ପରେ ନିଜର ଯତ୍ନ ନେଇପାରିବେ ଏବଂ ଆବଶ୍ୟକୀୟ ବିଶ୍ରାମ କରିପାରିବେ । ପ୍ରଦାନ କରାଯାଉଥିବା ନଗଦ ଅର୍ଥ ପ୍ରୋତ୍ସାହନ ଦ୍ୱାରା ଗର୍ଭବତୀ ମହିଳା ଏବଂ ସ୍ତନପାନ କରାଉଥିବା ମା’ (ପିଡବ୍ଲୁ ଏବଂ ଏଲଏମ) ମଧ୍ୟରେ ଉତମ ସ୍ୱାସ୍ଥ୍ୟ ପାଇଁ ବ୍ୟବହାରିକ ପରିବର୍ତ୍ତନ ଆଣିବ ଯାହା କୁପୋଷଣ ପ୍ରଭାବ ହ୍ରାସ କରିବ ।

ଏହି ଯୋଜନାରେ ଗର୍ଭବତୀ ମହିଳା ଏବଂ ସ୍ତନପାନ କରାଉଥିବା ମା’ ଯେଉଁମାନେ କେନ୍ଦ୍ର ଏବଂ ରାଜ୍ୟ ସରକାର, ସାର୍ବଜନୀନ କ୍ଷେତ୍ରରେ ନିୟମିତ ରୋଜଗାର କରୁଥିବେ କିମ୍ବା ଆଇନଗତ ଭାବେ ସମାନ ସୁବିଧା ପ୍ରାପ୍ତ କରୁଥିବେ, ସେମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଗର୍ଭବତୀ ମହିଳା ଏବଂ ସ୍ତନପାନ କରାଉଥିବା ମା’ଙ୍କୁ ଉପରୋକ୍ତ ସୁବିଧା ପ୍ରଦାନ କରାଯିବ । ଯୋଜନା ଅନୁଯାୟୀ ଗର୍ଭବତୀ ମହିଳା ଏବଂ ସ୍ତନପାନ କରାଉଥିବା ମା’ଙ୍କୁ ତାଙ୍କ ପ୍ରଥମ ଜୀବନ୍ତ ସନ୍ତାନ ପାଇଁ ତିନୋଟି ପର୍ଯ୍ୟାୟରେ ଏମଡବ୍ଲୁସିଡି ଦ୍ୱାରା 5 ହଜାର ଟଙ୍କା ପ୍ରଦାନ କରାଯିବ । ଏହା ବ୍ୟତୀତ ମାତୃତ୍ୱ ଲାଭ ସୁବିଧା ଅଧିନରେ ବର୍ତମାନର ଅନୁମୋଦନ ଅନୁସାରେ ସଂସ୍ଥାଗତ ପ୍ରସବ ପାଇଁ ଥିବା ଆର୍ଥିକ ସୁବିଧା ପ୍ରଦାନ କରାଯିବ ଯାହାଦ୍ୱାରା ଜଣେ ମହିଳା 6 ହଜାର ଟଙ୍କା ପ୍ରାପ୍ତ କରିବେ ।

ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ଯୋଗ୍ୟ ବିବେଚିତ ମା’ଙ୍କୁ ତିନୋଟି ପର୍ଯ୍ୟାୟରେ 5 ହଜାର ଟଙ୍କା ପ୍ରଦାନ କରାଯିବ । ଗର୍ଭାବସ୍ଥାର ପ୍ରାରମ୍ଭିକ ପଂଜୀକରଣ କରିବା ପରେ ପ୍ରଥମ ପର୍ଯ୍ୟାୟରେ 1 ହଜାର ଟଙ୍କା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଗର୍ଭଧାରଣର 6 ମାସ ପରେ ପରୀକ୍ଷଣ କଲେ 2 ହଜାର ଟଙ୍କା ପ୍ରଦାନ କରାଯିବ । ଶିଶୁ ଜନ୍ମର ପଞ୍ଜିକରଣ, ଶିଶୁ ଜନ୍ମ ପରେ ବିସିଜି, ଓପିଭି, ଡିପିଟି ଏବଂ ହେପାଟାଇଟିସ-ବି ଏବଂ ବିକଳ୍ପ ବା ସମାନ ଟୀକା ପ୍ରଦାନ କରାଯାଇଥିଲେ ଆଉ 2 ହଜାର ଟଙ୍କା ତୃତୀୟ ପର୍ଯ୍ୟାୟରେ ପ୍ରଦାନ କରାଯିବ । ଏହାବ୍ୟତୀତ ସଂସ୍ଥାଗତ ପ୍ରସବ ପାଇଁ ପ୍ରଚଳିତ ମାତୃତ୍ୱ ଲାଭ ସୁବିଧା ଅଧିନରେ ଥିବା ଆର୍ଥିକ ସହାୟତା ମଧ୍ୟ ପ୍ରାପ୍ତ କରିପାରିବେ ।

ଏହିସବୁ ଅର୍ଥ ଡିବିଟି ମୋଡରେ ଟ୍ରାନ୍ସଫର କରାଯିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Budget 2026-27 lays blueprint for a future-ready digital ecosystem

Media Coverage

Budget 2026-27 lays blueprint for a future-ready digital ecosystem
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Haryana meets Prime Minister
February 02, 2026

Chief Minister of Haryana, Shri Nayab Saini met the Prime Minister, Shri Narendra Modi, at New Delhi, today.

The Prime Minister posted on X:

"Chief Minister of Haryana, Shri @NayabSainiBJP met Prime Minister @narendramodi."

@cmohry