QuoteCabinet approves Pan-India implementation of Maternity Benefit Programme
QuoteMaternity Benefit Program which now has been extended to all districts of the country

• ଦେଶର ପ୍ରତ୍ୟେକ ଜିଲାରେ 01.01.2017ରୁ ପିଛିଲା ଭାବେ ଲାଗୁ କରାଯିବ

ଶ୍ରମ ହାନି ପାଇଁ କ୍ଷତିପୂରଣ ବାବଦରେ ପ୍ରଦାନ କରାଯିବ ନଗଦ ଅର୍ଥ


ମାତୃତ୍ୱ ଲାଭ ସୁବିଧା କାର୍ଯ୍ୟକ୍ରମକୁ ଦେଶସାରା ଲାଗୁ କରିବା ପାଇଁ ଥିବା ପୂର୍ବ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପିଛିଲା ଭାବେ ମଂଜୁରୀ ପ୍ରଦାନ କରାଯାଇଛି । ଏହା ବର୍ତ୍ତମାନ ଦେଶର ପ୍ରତ୍ୟେକ ଜିଲାରେ 01.01.2017ରୁ ପିଛିଲା ଭାବେ ଲାଗୁ କରାଯିବ । 31.12.2016ରେ ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମାତୃତ୍ୱ ଲାଭ ସୁବିଧା କାର୍ଯ୍ୟକ୍ରମକୁ ଦେଶସାରା ଲାଗୁ କରିବାର ଘୋଷଣା କରିଥିଲେ ।

ମାତୃତ୍ୱ ଲାଭ କାର୍ଯ୍ୟକ୍ରମରେ ଶ୍ରମ ହାନି ପାଇଁ କ୍ଷତିପୂରଣ ବାଦରେ ନଗଦ ଅର୍ଥ ପ୍ରଦାନ କରାଯିବ ଯାହାଦ୍ୱାରା ଜଣେ ଗର୍ଭବତୀ ମହିଳା ପ୍ରସବ ପୂର୍ବରୁ ଏବଂ ପରେ ପର୍ଯ୍ୟାପ୍ତ ବିଶ୍ରାମ ମିଳିବା ସହିତ ଉଚିତ ପୋଷଣରୁ ବଂଚିତ ହେବେ ନାହିଁ ।

01.01.2017 ରୁ 31.03.2020 ପର୍ଯ୍ୟନ୍ତ ଦିଆଯାଇଥିବା ଏହି ପ୍ରସ୍ତାବରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଂଶ ମିଶି ମୋଟ 12,661 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ସମୟ ମଧ୍ୟରେ 7932 କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଅଂଶ ବାବଦକୁ ଦିଆଯିବ ।

ଶ୍ରମ ହାନି କ୍ଷେତ୍ରରେ ନଗଦ ଅର୍ଥ ପ୍ରଦାନ କରାଗଲେ ଜଣେ ଗର୍ଭବତୀ ମହିଳା ନିଜର ପ୍ରଥମ ଶିଶୁର ପ୍ରସବ ପୂର୍ବରୁ ଏବଂ ପରେ ନିଜର ଯତ୍ନ ନେଇପାରିବେ ଏବଂ ଆବଶ୍ୟକୀୟ ବିଶ୍ରାମ କରିପାରିବେ । ପ୍ରଦାନ କରାଯାଉଥିବା ନଗଦ ଅର୍ଥ ପ୍ରୋତ୍ସାହନ ଦ୍ୱାରା ଗର୍ଭବତୀ ମହିଳା ଏବଂ ସ୍ତନପାନ କରାଉଥିବା ମା’ (ପିଡବ୍ଲୁ ଏବଂ ଏଲଏମ) ମଧ୍ୟରେ ଉତମ ସ୍ୱାସ୍ଥ୍ୟ ପାଇଁ ବ୍ୟବହାରିକ ପରିବର୍ତ୍ତନ ଆଣିବ ଯାହା କୁପୋଷଣ ପ୍ରଭାବ ହ୍ରାସ କରିବ ।

ଏହି ଯୋଜନାରେ ଗର୍ଭବତୀ ମହିଳା ଏବଂ ସ୍ତନପାନ କରାଉଥିବା ମା’ ଯେଉଁମାନେ କେନ୍ଦ୍ର ଏବଂ ରାଜ୍ୟ ସରକାର, ସାର୍ବଜନୀନ କ୍ଷେତ୍ରରେ ନିୟମିତ ରୋଜଗାର କରୁଥିବେ କିମ୍ବା ଆଇନଗତ ଭାବେ ସମାନ ସୁବିଧା ପ୍ରାପ୍ତ କରୁଥିବେ, ସେମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଗର୍ଭବତୀ ମହିଳା ଏବଂ ସ୍ତନପାନ କରାଉଥିବା ମା’ଙ୍କୁ ଉପରୋକ୍ତ ସୁବିଧା ପ୍ରଦାନ କରାଯିବ । ଯୋଜନା ଅନୁଯାୟୀ ଗର୍ଭବତୀ ମହିଳା ଏବଂ ସ୍ତନପାନ କରାଉଥିବା ମା’ଙ୍କୁ ତାଙ୍କ ପ୍ରଥମ ଜୀବନ୍ତ ସନ୍ତାନ ପାଇଁ ତିନୋଟି ପର୍ଯ୍ୟାୟରେ ଏମଡବ୍ଲୁସିଡି ଦ୍ୱାରା 5 ହଜାର ଟଙ୍କା ପ୍ରଦାନ କରାଯିବ । ଏହା ବ୍ୟତୀତ ମାତୃତ୍ୱ ଲାଭ ସୁବିଧା ଅଧିନରେ ବର୍ତମାନର ଅନୁମୋଦନ ଅନୁସାରେ ସଂସ୍ଥାଗତ ପ୍ରସବ ପାଇଁ ଥିବା ଆର୍ଥିକ ସୁବିଧା ପ୍ରଦାନ କରାଯିବ ଯାହାଦ୍ୱାରା ଜଣେ ମହିଳା 6 ହଜାର ଟଙ୍କା ପ୍ରାପ୍ତ କରିବେ ।

ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ଯୋଗ୍ୟ ବିବେଚିତ ମା’ଙ୍କୁ ତିନୋଟି ପର୍ଯ୍ୟାୟରେ 5 ହଜାର ଟଙ୍କା ପ୍ରଦାନ କରାଯିବ । ଗର୍ଭାବସ୍ଥାର ପ୍ରାରମ୍ଭିକ ପଂଜୀକରଣ କରିବା ପରେ ପ୍ରଥମ ପର୍ଯ୍ୟାୟରେ 1 ହଜାର ଟଙ୍କା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଗର୍ଭଧାରଣର 6 ମାସ ପରେ ପରୀକ୍ଷଣ କଲେ 2 ହଜାର ଟଙ୍କା ପ୍ରଦାନ କରାଯିବ । ଶିଶୁ ଜନ୍ମର ପଞ୍ଜିକରଣ, ଶିଶୁ ଜନ୍ମ ପରେ ବିସିଜି, ଓପିଭି, ଡିପିଟି ଏବଂ ହେପାଟାଇଟିସ-ବି ଏବଂ ବିକଳ୍ପ ବା ସମାନ ଟୀକା ପ୍ରଦାନ କରାଯାଇଥିଲେ ଆଉ 2 ହଜାର ଟଙ୍କା ତୃତୀୟ ପର୍ଯ୍ୟାୟରେ ପ୍ରଦାନ କରାଯିବ । ଏହାବ୍ୟତୀତ ସଂସ୍ଥାଗତ ପ୍ରସବ ପାଇଁ ପ୍ରଚଳିତ ମାତୃତ୍ୱ ଲାଭ ସୁବିଧା ଅଧିନରେ ଥିବା ଆର୍ଥିକ ସହାୟତା ମଧ୍ୟ ପ୍ରାପ୍ତ କରିପାରିବେ ।

ଏହିସବୁ ଅର୍ଥ ଡିବିଟି ମୋଡରେ ଟ୍ରାନ୍ସଫର କରାଯିବ ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
India’s Ascent: Poised to Become the World’s Third Largest Economy

Media Coverage

India’s Ascent: Poised to Become the World’s Third Largest Economy
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves the Prime Minister Dhan-Dhaanya Krishi Yojana
July 16, 2025
QuoteFast tracking development in agriculture and allied sectors in 100 districts

The Union Cabinet chaired by the Prime Minister Shri Narendra Modi today approved the “Prime Minister Dhan-Dhaanya Krishi Yojana” for a period of six years, beginning with 2025-26 to cover 100 districts. Prime Minister Dhan-Dhaanya Krishi Yojana draws inspiration from NITI Aayog’s Aspirational District Programme and first of its kind focusing exclusively on agriculture and allied sectors.

The Scheme aims to enhance agricultural productivity, increase adoption of crop diversification and sustainable agricultural practices, augment post-harvest storage at the panchayat and block levels, improve irrigation facilities and facilitate availability of long-term and short-term credit. It is in pursuance of Budget announcement for 2025-26 to develop 100 districts under “Prime Minister Dhan-Dhaanya Krishi Yojana”. The Scheme will be implemented through convergence of 36 existing schemes across 11 Departments, other State schemes and local partnerships with the private sector.

100 districts will be identified based on three key indicators of low productivity, low cropping intensity, and less credit disbursement. The number of districts in each state/UT will be based on the share of Net Cropped Area and operational holdings. However, a minimum of 1 district will be selected from each state.

Committees will be formed at District, State and National level for effective planning, implementation and monitoring of the Scheme. A District Agriculture and Allied Activities Plan will be finalized by the District Dhan Dhaanya Samiti, which will also have progressive farmers as members. The District Plans will be aligned to the national goals of crop diversification, conservation of water and soil health, self-sufficiency in agriculture and allied sectors as well as expansion of natural and organic farming. Progress of the Scheme in each Dhan-Dhaanya district will be monitored on 117 key Performance Indicators through a dashboard on monthly basis. NITI will also review and guide the district plans. Besides Central Nodal Officers appointed for each district will also review the scheme on a regular basis.

As the targeted outcomes in these 100 districts will improve, the overall average against key performance indicators will rise for the country. The scheme will result in higher productivity, value addition in agriculture and allied sector, local livelihood creation and hence increase domestic production and achieving self-reliance (Atmanirbhar Bharat). As the indicators of these 100 districts improve, the national indicators will automatically show an upward trajectory.