ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ 2018-2021ର ଚାରି ବର୍ଷୀୟ ଅବଧି କାଳରେ ଆଫ୍ରିକାରେ 18ଟି ନୂଆ ଭାରତୀୟ ମିଶନ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ଆଫ୍ରିକାରେ ବୁର୍କିନା ଫାସୋ, କାମେରୁନ, କେପ ବର୍ଡେ, ଚାଦ, କଙ୍ଗୋ ଗଣତନ୍ତ୍ର, ଜିବୁତୀ, ଇକ୍ୱେଟୋରିଆଲ ଗିନି, ଏରୀଟ୍ରିୟା, ଗିନି, ଗିନି ବିସାଉ, ଲାଇବେରିଆ, ମରିଟାନିଆ, ରୱାଣ୍ଡା, ସାଓ ଟୋମ ଏବଂ ପ୍ରିନସିପେ, ସିଏରା ଲିୟୋନ, ସୋମାଲିଆ, ସ୍ୱାଜିଲାଣ୍ଡ ଏବଂ ଟୋଗୋରେ 18ଟି ନୂଆ ଭାରତୀୟ ମିଶନ 2018-2019 ର ଚାରି ବର୍ଷୀୟ ଅବଧି କାଳରେ ଖୋଲାଯିବ । ଏହାଦ୍ୱାରା ଆଫ୍ରିକାରେ ଭାରତୀୟ ମିଶନର ସଂଖ୍ୟା 29 ରୁ ବୃଦ୍ଧି ପାଇ 47 ହୋଇଯିବ ।

ଏହି ନିଷ୍ପତ୍ତି ଦ୍ୱାରା ଆଫ୍ରିକୀୟ ମହାଦେଶରେ ଭାରତର କୂଟନୈତିକ ପ୍ରସାର ବୃଦ୍ଧି ପାଇବ ଏବଂ ଆଫ୍ରିକୀୟ ଦେଶରେ ଭାରତୀୟ ପ୍ରବାସୀଙ୍କ ସହିତ ଯୋଗାଯୋଗ କରିବାରେ ସହଜ ହେବ । ନୂଆ ମିଶନ ପ୍ରତିଷ୍ଠା ପ୍ରୟାସ ଦ୍ଵାରା ଆଫ୍ରିକା ସହିତ ସହଯୋଗ ଏବଂ ସମ୍ପର୍କର ଉଦ୍ଦେଶ୍ୟ ପୂରଣ କରିବାରେ ସହାୟତା ମିଳିପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi