ପ୍ରଧାନମନ୍ତ୍ରୀ ୧୫ ଅଗଷ୍ଟ, ୨୦୨୨ରେ ଲାଲକିଲ୍ଲା ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଇଥିବା ଅଭିଭାଷଣରେ ଅମୃତ କାଳରେ ଆମ ଦେଶରେ ଗବେଷଣା ଓ ବିକାଶର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ସେ ‘ଜୟ ଅନୁସନ୍ଧାନ’ର ଆହ୍ୱାନ ଦେଇଥିଲେ
ଏନଇପି ୨୦୨୦ ମଧ୍ୟ ଆମ ଦେଶରେ ଅସାଧାରଣ ଶିକ୍ଷା ଏବଂ ବିକାଶ ପାଇଁ ଗବେଷଣାକୁ ଏକ ସହଆବଶ୍ୟକତା ଭାବରେ ଚିହ୍ନଟ କରିଛି
ଭାରତ ସରକାରଙ୍କ ଦ୍ୱାରା ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ୍ ପ୍ରତିଷ୍ଠା ଏହି ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଥିଲା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗବେଷଣାଭିତ୍ତିକ ପ୍ରବନ୍ଧ ଏବଂ ପତ୍ରିକା ପ୍ରକାଶନୀଗୁଡ଼ିକୁ ଦେଶବ୍ୟାପୀ ଉପଲବ୍ଧ କରାଇବା ପାଇଁ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘ୱାନ ନେସନ୍ ୱାନ୍ ସବସ୍କ୍ରିପ୍ସନ୍’କୁ ଅନୁମୋଦନ ମିଳିଛି । ଏହି ଯୋଜନା ଏକ ସରଳ, ଉପଭୋକ୍ତା ଅନୁକୂଳ ଏବଂ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ପରିଚାଳିତ ହେବ । ସରକାରୀ ଉଚ୍ଚଶିକ୍ଷା ନୁଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ ଗବେଷଣା ଓ ବିକାଶ ପରୀକ୍ଷାଗାର ପାଇଁ ଏହା 'ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ୍’ ସୁବିଧା ହେବ।

ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବରେ ୩ କ୍ୟାଲେଣ୍ଡର ବର୍ଷ, ୨୦୨୫, ୨୦୨୬ ଏବଂ ୨୦୨୭ ପାଇଁ ଏକ ଦେଶ ଏକ ସବସ୍କ୍ରିପ୍ସନ ପାଇଁ ସମୁଦାୟ ପ୍ରାୟ ୬,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଭାରତର ଯୁବବର୍ଗଙ୍କ ପାଇଁ ଗୁଣାତ୍ମକ ଉଚ୍ଚଶିକ୍ଷାର ସର୍ବାଧିକ ଉପଲବ୍ଧତା ନିମନ୍ତେ ଶିକ୍ଷା କ୍ଷେତ୍ରରେ ଗତ ଦଶନ୍ଧି ମଧ୍ୟରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପରିସର ଏବଂ ପହଞ୍ଚକୁ ଆହୁରି ବୃଦ୍ଧି କରିବ ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ । ଏହା ଗବେଷଣା ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସରକାରୀ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ ଏବଂ ଗବେଷଣା ଓ ବିକାଶ ପରୀକ୍ଷାଗାରଗୁଡିକରେ ଗବେଷଣା ଏବଂ ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏଏନଆରଏଫ୍ ପଦକ୍ଷେପକୁ ସମର୍ଥନ କରିବ ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ସ୍ୱୟଂଶାସିତ ଆନ୍ତଃବିଶ୍ୱବିଦ୍ୟାଳୟ କେନ୍ଦ୍ର ସୂଚନା ଓ ପାଠାଗାର ନେଟୱାର୍କ (ଆଇଏନଏଫଏଲଆଇବିଇଟି) ନାମକ ଏକ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ସମନ୍ୱିତ ଜାତୀୟ ସବସ୍କ୍ରିପ୍ସନ ମାଧ୍ୟମରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଗବେଷଣା ଓ ବିକାଶ ଅନୁଷ୍ଠାନର ପରିଚାଳନା ଅଧୀନରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ ଯୋଜନାର ଲାଭ ପ୍ରଦାନ କରାଯିବ। ଏହି ତାଲିକାରେ ପ୍ରାୟ ୧.୮ କୋଟି ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗବେଷକଙ୍କୁ ମିଶାଇ ୬,୩୦୦ରୁ ଅଧିକ ଅନୁଷ୍ଠାନ କୁ ସାମିଲ କରାଯାଇଛି, ଯେଉଁମାନେ ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନର ଲାଭ ଉଠାଇବାରେ ସକ୍ଷମ ହେବେ।

ଏହା ୨୦୪୭ ସୁଦ୍ଧା ବିକଶିତ ଭାରତ, ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଏବଂ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ (ଏଏନଆରଏଫ)ର ଲକ୍ଷ୍ୟ ଅନୁରୂପ ଅଟେ । ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ସହର ସମେତ ସମସ୍ତ ବିଭାଗର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଓ ବୈଜ୍ଞାନିକମାନଙ୍କ ନିକଟରେ ଗବେଷଣାଧର୍ମୀ ପତ୍ରିକା ଉପଲବ୍ଧ ହେବ, ଯାହା ଦ୍ୱାରା ଦେଶରେ ମୌଳିକ ତଥା ଆନ୍ତଃବିଭାଗୀୟ ଗବେଷଣାକୁ ପ୍ରୋତ୍ସାହିତ କରାଯିବ। ଏଏନଆରଏଫ ଏହି ଅନୁଷ୍ଠାନଗୁଡ଼ିକର ଭାରତୀୟ ଲେଖକମାନଙ୍କର ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନର ବ୍ୟବହାର ଏବଂ ପ୍ରକାଶନଗୁଡ଼ିକର ସମୟକ୍ରମେ ସମୀକ୍ଷା କରିବ।

 

ଉଚ୍ଚଶିକ୍ଷା ବିଭାଗର ଏକ ସମନ୍ୱିତ ପୋର୍ଟାଲ ‘‘ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନ’’ ରହିବ, ଯାହା ମାଧ୍ୟମରେ ଅନୁଷ୍ଠାନଗୁଡ଼ିକ ପତ୍ରିକାଗୁଡ଼ିକୁ ଆକସେସ୍ କରିବାରେ ସକ୍ଷମ ହେବେ। ଏଏନଆରଏଫ ଏହି ଅନୁଷ୍ଠାନଗୁଡ଼ିକର ଭାରତୀୟ ଲେଖକମାନଙ୍କର ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନର ବ୍ୟବହାର ଏବଂ ପ୍ରକାଶନଗୁଡ଼ିକର ସମୟକ୍ରମେ ସମୀକ୍ଷା କରିବ। ଉଚ୍ଚ ଶିକ୍ଷା ବିଭାଗ ଏବଂ ଅନ୍ୟମନ୍ତ୍ରଣାଳୟଗୁଡ଼ିକ ସେମାନଙ୍କ ପରିଚାଳନା ଅଧୀନରେ ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ଗବେଷଣା ଓ ବିକାଶ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଗବେଷକମାନଙ୍କ ମଧ୍ୟରେ ଏକ ରାଷ୍ଟ୍ର ଏକ ସବସ୍କ୍ରିପସନର ଉପଲବ୍ଧତା ଏବଂ ଯୋଗାଣ ପଦ୍ଧତି ବିଷୟରେ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ଅଭିଯାନ ସକ୍ରିୟ ଭାବରେ ପରିଚାଳନା କରିବେ, ଯାହାଫଳରେ ସମଗ୍ର ଦେଶରେ ଏହି ସୁବିଧାର ଉନ୍ନତ ବ୍ୟବହାର ହେବ । ସମସ୍ତ ସରକାରୀ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗବେଷକଙ୍କ ଦ୍ୱାରା ଏହି ଅନନ୍ୟ ସୁବିଧାର ଅଧିକରୁ ଅଧିକ ଉପଯୋଗ ପାଇଁ ନିଜ ନିଜ ସ୍ତରରେ ଅଭିଯାନ ଚଳାଇବାକୁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 27, 2026
June 27, 2026

Appreciation for PM Modi's Development-Focused and People-Centric Governance