ସରକାରଙ୍କ କୃଷକ ସହଯୋଗୀ ପଦକ୍ଷେପକୁ ଏକ ବୃହତ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଅନ୍ନଦାତା (କୃଷକ ସମାଜ)ଙ୍କ ପ୍ରତି ରହିଥିବା ସରକାରଙ୍କ ପ୍ରତିବଦ୍ଧତାକୁ ପୂରଣ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ନୂତନ ପ୍ରମୁଖ ଯୋଜନା“ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (ପିଏମ-ଆଶା)’’କୁ ଅନୁମୋଦନ କରିଛନ୍ତି । ଏହି ଯୋଜନା 2018 କେନ୍ଦ୍ର ବଜେଟରେ କରାଯାଇଥିବା ଘୋଷଣା ପ୍ରକାରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭକାରୀ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବ ।

କୃଷକମାନଙ୍କ ଆୟକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ଅଭୂତପୂର୍ବ ପଦକ୍ଷେପ ଯାହା କୃଷକମାନଙ୍କ କଲ୍ୟାଣ ଦିଗରେ ଦୀର୍ଘସ୍ଥାୟୀ ଫଳାଫଳ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଉତ୍ପାଦନର ଦେଢ଼ଗୁଣ ମୂଲ୍ୟବୃଦ୍ଧି ନୀତି ଅବଲମ୍ବନ କରି କେନ୍ଦ୍ର ସରକାର ଖରିଫ ଫସଲର ଏମଏସପି ପୂର୍ବରୁ ବୃଦ୍ଧି କରିସାରିଛନ୍ତି । ରାଜ୍ୟ ସରକାରଗୁଡ଼ିକର ସହଯୋଗରେ ମଜଭୁତ କ୍ରୟ ବ୍ୟବସ୍ଥା ଜରିଆରେ କୃଷକଙ୍କ ଆୟ ବୃଦ୍ଧିରେ ଏହି ବର୍ଦ୍ଧିତ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) ସହାୟକ ହେବ ବୋଲି ଆଶା କରାଯାଉଛି ।

ପିଏମ-ଆଶାର ଉପାଦାନ :

ନୂତନ ପ୍ରମୁଖ ଯୋଜନାରେ କୃଷକମାନଙ୍କ ପାଇଁ ଲାଭକାରୀ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ରହିଛି ଏବଂ ଏଥିରେ ରହିଛି :

ମୂଲ୍ୟ ସହାୟକ ଯୋଜନା (ପିଏସଏସ)

ମୂଲ୍ୟ ନିଅଂଟ ପରିଶୋଧ ଯୋଜନା (ପିଡିପିଏସ)

ଘରୋଇ କ୍ରୟ ପରିଚାଳନା ଏବଂ ଷ୍ଟକିଷ୍ଟ ଯୋଜନା (ପିପିପିଏସ)

ଧାନ, ଗହମ ଏବଂ ପୁଷ୍ଟିସାରଯୁକ୍ତ ଶସ୍ୟ/ମୋଟା ଶସ୍ୟ କ୍ରୟ ପାଇଁ ଖାଦ୍ୟ ଏବଂ ସାଧାରଣ ବଂଟନ ବିଭାଗ (ଡିଏଫପିଡି)ର ପ୍ରଚଳିତ ଯୋଜନା ଏବଂ ତୁଳା ଏବଂ ଝୋଟ କ୍ରୟ ପାଇଁ ବୟନଶିଳ୍ପ ମନ୍ତ୍ରଣାଳୟର ଯୋଜନା କୃଷକମାନଙ୍କୁ ଏହି ଫସଲର ଏମଏସପି ପ୍ରଦାନ ଦିଗରେ ଜାରି ରହିବ ।

କ୍ୟାବିନେଟ ଆହୁରି ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ କ୍ରୟ କାର୍ଯ୍ୟରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । ଏଥିରେ ହାସଲ ହେଉଥିବା ଅଭିଜ୍ଞତାରୁ କ୍ରୟ କ୍ଷେତ୍ରରେ ଘରୋଇ କ୍ଷେତ୍ରର ସମ୍ପୃକ୍ତ/ପ୍ରବେଶ ପରିଧିକୁ ବୃଦ୍ଧି କରାଯାଇପାରିବ । ତେଣୁ ଏହା ପିଡିପିଏସ ସହ ଯୋଡ଼ିହୋଇପାରିବ ।

ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ ତୈଳବୀଜଗୁଡ଼ିକ ପାଇଁ, ରାଜ୍ୟଗୁଡ଼ିକ ନିକଟରେ ଘରୋଇ କ୍ରୟ ଷ୍ଟକିଷ୍ଟ ଯୋଜନା (ପିପିଏସଏସ)କୁ ପାଇଲଟ ଆଧାରରେ ଘରୋଇ ଷ୍ଟକିଷ୍ଟ ଅଂଶଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ ବଛା ବଛା ଜିଲ୍ଲା/ଏପିଏମସିଗୁଡ଼ିକରେ କାର୍ଯ୍ୟକାରୀ କରିବାର ବିକଳ୍ପ ରହିବ । ଜିଲ୍ଲାଗୁଡ଼ିକ ମଧ୍ୟରୁ ପାଇଲଟ ଜିଲ୍ଲା/ଚୟନ ହୋଇଥିବା ଏପିଏମସିଗୁଡ଼ିକ ଗୋଟିଏ କିମ୍ବା ତତୋଧିକ ତୈଳବୀଜ ଜାତୀୟ ଫସଲ ଚୟନ କରିବେ ଯାହାର ଏମଏସପି ବିଜ୍ଞପିତ କରାଯାଇଥିଲା । ଏହା ପିଏସଏସ ଭଳି ହୋଇଥିବାରୁ, ଏଥିରେ ବିଜ୍ଞପିତ ବସ୍ତୁର ଭୌତିକ କ୍ରୟ ସାମିଲ ରହିଛି, ତେଣୁ ଏହା ପାଇଲଟ ଜିଲ୍ଲାରେ ପିଏସଏସ/ପିଡିପିଏସର ବିକଳ୍ପ ହୋଇପାରିବ ।

ଚୟନ ହୋଇଥିବା ଘରୋଇ ସଂସ୍ଥା ଏମଏସପି ଅନୁଯାୟୀ ବିଜ୍ଞପିତ ବଜାରରୁ ଅଧିସୂଚିତ ଅବଧି ମଧ୍ୟରେ ପଞ୍ଜିକୃତ କୃଷକମାନଙ୍କଠାରୁ ପିପିଏସଏସର ଗାଇଡଲାଇନ ଅନୁଯାୟୀ ଉତ୍ପାଦ କ୍ରୟ କରିବେ,ଯେତେବେଳେ ବଜାର ମୂଲ୍ୟ ବିଜ୍ଞପିତ ଏମଏସପି ଠାରୁ ହ୍ରାସ ପାଇଥିବ ଏବଂ ଯେତେବେଳେ ରାଜ୍ୟ/କେନ୍ଦ୍ର ଶାସିତ ସରକାରଙ୍କ ଦ୍ୱାରା ବଜାରକୁ ପ୍ରବେଶ ପାଇଁ ଅନୁମତି ମିଳିବ ଏବଂ  ସର୍ବାଧିକ ସେବା ଶୁଳ୍କ ଅଧିସୂଚିତ ଏମଏସପିର 15% ପର୍ଯ୍ୟନ୍ତ ଦେୟ ହେବ ।

ବ୍ୟୟ :

ନୂତନ ଯୋଜନା ପାଇଁ 16,550 କୋଟି ଟଙ୍କାର ଅତିରିକ୍ତ ସରକାରୀ ଗ୍ୟାରେଂଟି ସହିତ ମୋଟ 45,550 କୋଟି ଟଙ୍କା ବ୍ୟୟ କରିବା ଲାଗି କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି ।

 

ଏଥିସହିତ ଫସଲ ସଂଗ୍ରହ ବ୍ୟବସ୍ଥା ପାଇଁ ବଜେଟ ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି ଏବଂ ପିଏମ-ଆଶାର କାର୍ଯ୍ୟାନ୍ୱୟନ ପାଇଁ 15,053 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଭବିଷ୍ୟତରେ ଏହି ଯୋଜନା ‘ଅନ୍ନଦାତା’ଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଏବଂ ସମର୍ପଣ ଭାବର ପ୍ରତିଫଳନ ହେବ ।

ବିଗତ ବର୍ଷଗୁଡ଼ିକରେ ଫସଲ ସଂଗ୍ରହ

2010-14 ଆର୍ଥିକ ବର୍ଷ ସମୟରେ ମୋଟ ମାତ୍ର 3500 କୋଟି ଟଙ୍କାର ଫସଲ ସଂଗ୍ରହ କରାଯାଇଥିବା ବେଳେ କେବଳ 2014-18 ଆର୍ଥିକ ବର୍ଷରେ ଏହା 10 ଗୁଣା ବୃଦ୍ଧି ପାଇ 34,000 କୋଟି ଟଙ୍କାରେ ପହଁଚିଯାଇଥିଲା । 2010-14 ଆର୍ଥିକ ବର୍ଷରେ କୃଷି ଉତ୍ପାଦ କ୍ରୟ ପାଇଁ ମାତ୍ର 2500 କୋଟି ଟଙ୍କାର ସରକାରୀ ଗ୍ୟାରେଂଟି ସହିତ ମାତ୍ର 300 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା;ଯେତେବେଳେ କି 2014-18 ଆର୍ଥିକ ବର୍ଷରେ ଗ୍ୟାରେଂଟି ପରିମାଣ 29,000 କୋଟି ଟଙ୍କା ଏବଂ ବ୍ୟୟ ପରିମାଣ 1,000 କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ବିବରଣୀ  :

କୌଣସି ସମସ୍ୟାର ଖଣ୍ଡିତ ସମାଧାନ ବଦଳରେ ସାମୁହିକ ଆଭିମୁଖ୍ୟ ନେଇ ଏହାକୁ ସମାଧାନ କରିବା ଦିଗରେ ଭାରତ ସରକାର କାର୍ଯ୍ୟ କରୁଛନ୍ତି । ବର୍ଦ୍ଧିତ ଏମଏସପି ଯଥେଷ୍ଟ ନୁହେଁ ଏବଂ କୃଷକମାନେ ଘୋଷିତ ଏମଏସପିର ସମ୍ପୂର୍ଣ୍ଣ ଲାଭ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ, ସରକାର ଏହା ହୃଦବୋଧ କଲେ ଯେ ଯଦି କୃଷି ଉତ୍ପାଦ ବଜାରରେ ମୂଲ୍ୟ ଏମଏସପି ଠାରୁ କମ, ଏପରି କ୍ଷେତ୍ରରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏମଏସପିରେ ଫସଲ କ୍ରୟ କରିବେ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା ଜରିଆରେ କୃଷକମାନଙ୍କୁ ଏମଏସପି ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିବେ । ଏହି ଆଭିମୁଖ୍ୟ ନେଇ, କ୍ୟାବିନେଟ ପିଏମ-ଆଶା ପ୍ରମୁଖ ଯୋଜନାକୁ ତିନୋଟି ଉପ-ଯୋଜନା ସହିତ ଅନୁମୋଦନ କରିଛନ୍ତି । ଏହି ଉପଯୋଜନାଗୁଡ଼ିକ ହେଲେ – ମୂଲ୍ୟ ସହାୟକ ଯୋଜନା (ପିଏସଏସ),ମୂଲ୍ୟ ନିଅଂଟ ପରିଶୋଧ ଯୋଜନା (ପିଡିପିଏସ) ଏବଂ ଘରୋଇ କ୍ରୟ ପରିଚାଳନା ଏବଂ ଷ୍ଟକିଷ୍ଟ ଯୋଜନା (ପିଡିପିଏସ) ।

ମୂଲ୍ୟ ସହାୟକ ଯୋଜନା (ପିଏସଏସ)ରେ ଡାଲି, ତୈଳବୀଜ ଏବଂ ନଡ଼ିଆର ଭୌତିକ କ୍ରୟ  କେନ୍ଦ୍ରୀୟ ନୋଡାଲ ଏଜେନ୍ସିଗୁଡ଼ିକ ଦ୍ୱାରା ରାଜ୍ୟ ସରକାରଙ୍କ ସକ୍ରିୟ  ସହଯୋଗରେ କରାଯିବ । ଏହାମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ ନାଫେଡ ସହିତ, ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ରାଜ୍ୟ/ଜିଲ୍ଲାଗୁଡ଼ିକରେ ପିଏସଏସ ଅପରେସନକୁ କାର୍ଯ୍ୟକାରୀ କରିବ । କ୍ରୟ କାରଣରୁ ହେଉଥିବା ବ୍ୟୟ ଏବଂ କ୍ଷତି ନିୟମ ଅନୁଯାୟୀ କେନ୍ଦ୍ର ସରକାର ବହନ କରିବେ ।

ମୂଲ୍ୟ ନିଅଂଟ ପରିଶୋଧ ଯୋଜନା (ପିଡିପିଏସ) ଯୋଜନା ଅନ୍ତର୍ଗତ ସମସ୍ତ ଏମଏସପି ଅଧିସୂଚିତ ହୋଇଥିବା ତୈଳବୀଜକୁ ସାମିଲ କରିବା ଲାଗି ପ୍ରସ୍ତାବ ରହିଛି । ଏହି ସିଧାସଳଖ ପରିଶୋଧ ପ୍ରକ୍ରିୟାରେ ଏମଏସପି ଏବଂ କ୍ରୟ/ଧାର୍ଯ୍ୟ ମୂଲ୍ୟରେ ରହିଥିବା ଅସମାନତା ବାବଦ ଅର୍ଥ ପୂର୍ବରୁ ପଞ୍ଜିକୃତ କୃଷକମାନଙ୍କୁ ଏକ ପାରଦର୍ଶୀ ନିଲାମ ପ୍ରକ୍ରିୟାରେ ବିଜ୍ଞପିତ ବଜାରରେ ଦିଆଯିବ । କୃଷକମାନଙ୍କ ପଞ୍ଜିକୃତ ବ୍ୟାଙ୍କ ଜମାଖାତାରେ ସମସ୍ତ ଅର୍ଥ ପଇଠ କରାଯିବ । ବିଜ୍ଞପିତ ବଜାରରେ ବିକ୍ରୟ ପାଇଁ  ଏମଏସପି ଏବଂ କ୍ରୟ/ଧାର୍ଯ୍ୟ ମୂଲ୍ୟରେ ରହିଥିବା ଅସମାନତା ବାବଦ ଅର୍ଥ କୃଷକମାନଙ୍କୁ ଦିଆଯାଉଥିବାରୁ ଏହି ଯୋଜନାରେ ଫସଲର କୌଣସି ଭୌତିକ କ୍ରୟ ସାମିଲ ହେବନାହିଁ । ପିଡିପିଏସ ପାଇଁ କେନ୍ଦ୍ରସରକାରଙ୍କ ସହାୟତା ନିୟମ ଅନୁଯାୟୀ ଦିଆଯିବ ।

ସରକାରଙ୍କ କୃଷକ ଅନୁକୂଳ ପଦକ୍ଷେପ

2022 ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ସରକାର ପ୍ରତିବଦ୍ଧ । ଉତ୍ପାଦକତା ବୃଦ୍ଧି, ଚାଷ ବାବଦ ବ୍ୟୟ ହ୍ରାସ ଏବଂ ବଜାର ବ୍ୟବସ୍ଥା ସମେତ ଫସଲ ପରବର୍ତ୍ତୀ ପରି ପରିଚାଳନାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ବଜାର ସଂସ୍କାର କାର୍ଯ୍ୟକାରୀ କରାଯାଇଛି । ଏଥିମଧ୍ୟରେ ରହିଛି ମଡେଲ କୃଷିଜାତ ଉତ୍ପାଦ ଏବଂ ପଶୁପାଳନ ବଜାର ଆଇନ, 2017 ଏବଂ ମଡେଲ ଠିକା ଚାଷ ବ୍ୟବସ୍ଥା ଏବଂ ସେବା ଆଇନ, 2018 । ଆଇନ ପ୍ରଣୟନ ଦ୍ୱାରା କେତେଗୁଡ଼ିଏ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନେଇଛନ୍ତି ।

ନୂତନ ବଜାର ବ୍ୟବସ୍ଥା ପାଇଁ ପ୍ରୟାସ କରାଯାଉଛି, ଯଦ୍ଦ୍ୱାରା କୃଷକମାନେ ସେମାନଙ୍କ ଉତ୍ପାଦର ଲାଭକାରୀ ମୂଲ୍ୟ ସୁନିଶ୍ଚିତ ଭାବେ ପାଇପାରିବେ । ଏଥିମଧ୍ୟରେ ରହିଛି ଗ୍ରାମୀଣ କୃଷି ବଜାର ପ୍ରତିଷ୍ଠା କରିବାଦ୍ଵାରା ଚାଷ ଜମି ନିକଟରେ କୃଷକମାନଙ୍କୁ 22,000 ସଂଖ୍ୟକ ଖୁଚୁରା ବଜାରକୁ ପ୍ରୋତ୍ସାହନ ମିଳିପାରିବ; ଇ-ନାମ ଜରିଆରେ ଏପିଏମସିରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଏବଂ ପାରଦର୍ଶୀ ସାମୁହିକ ବ୍ୟବସାୟ ଏବଂ ସୁଦୃଢ଼ ଏବଂ କୃଷକ ସହଯୋଗ ରପ୍ତାନି ନୀତି ।

ଏହାଛଡ଼ା, ଅନ୍ୟ କେତେକ କୃଷକ-ସହଯୋଗୀ ପଦକ୍ଷେପ ଯେପରିକି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, ପରମ୍ପରାଗତ କୃଷି ବିକାଶ ଯୋଜନା ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଂଟନ ଭଳି ପଦକ୍ଷେପ କାର୍ଯ୍ୟକାରୀ କରାଯାଇଛି । କୃଷକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧତାର ପ୍ରତିଫଳନ ସ୍ୱରୂପ କୃଷକଙ୍କ ଆୟ ବୃଦ୍ଧି କରିବା ଲାଗି ଉତ୍ପାଦନ ମୂଲ୍ୟର ଦେଢ଼ଗୁଣ ସୂତ୍ର ଆଧାରରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ନିର୍ଦ୍ଧାରଣ କରାଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Water conservation in India: The community as custodian

Media Coverage

Water conservation in India: The community as custodian
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 21, 2026
March 21, 2026

Empowering Bharat Holistically: Health, Finance, Heritage & Export Growth Under the Leadership of PM Modi