ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ସବୁଜ ହାଇଡ୍ରୋଜେନ ମିଶନକୁ ମଞ୍ଜୁରି ମିଳିଛି। ମିଶନ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୯ ହଜାର ୭୪୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ ସାଇଟ୍‌ କାର୍ଯ୍ୟକ୍ରମ ନିମନ୍ତେ ୧୭ ହଜାର ୪୯୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ପାଇଲଟ ପ୍ରକଳ୍ପ ପାଇଁ  ୧୪୯୯ କୋଟି ଟଙ୍କା, ଗବେଷଣା ଓ ଓ ବିକାଶ ପାଇଁ  ୪୦୦ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ମିଶନ ଉପାଦାନ ନିମନ୍ତେ ୩୮୮ କୋଟି ଟଙ୍କା ଖର୍ଚ୍ଚ ସାମିଲ ରହିଛି । ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ସମ୍ପୃକ୍ତ ଉପାଦାନଗୁଡ଼ିକର କାର୍ଯ୍ୟକାରିତା ପାଇଁ ଯୋଜନା ମାର୍ଗଦର୍ଶିକା ପ୍ରସ୍ତୁତ କରିବ।

ମିଶନରୁ ୨୦୩୦ ସୁଦ୍ଧା ନିମ୍ନଲିଖିତ ସାମ୍ଭାବ୍ୟ ପରିଣାମ ପ୍ରାପ୍ତ ହେବ :

  • ଦେଶରେ ପାଖାପାଖି ୧୨୫ ଜିଡବ୍ଲୁର ଅକ୍ଷୟ ଶକ୍ତି କ୍ଷମତା ବୃଦ୍ଧି ସହିତ ବାର୍ଷିକ ଅତିକମରେ ୫ ଏମଏମଟି (ମିଲିୟନ ମେଟ୍ରିକ ଟନ) ସବୁଜ ହାଇଡ୍ରୋଜେନ ଉତ୍ପାଦନ କ୍ଷମତା ବିକାଶ;
  • ଆଠ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମୋଟ୍‌ ନିବେଶ,
  • ଛଅ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି,
  • ମୋଟ୍‌ ଉପରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜୀବାଶ୍ମ ଇନ୍ଧନ ଆମଦାନୀ ହ୍ରାସ,
  • ବାର୍ଷିକ ଗ୍ରୀନ ହାଉସ ଗ୍ୟାସ ନିର୍ଗମନରେ ପାଖାପାଖି ୫୦ ଏମଏମଟି ହ୍ରାସ।

 

ମିଶନରୁ ବିଭିନ୍ନ ପ୍ରକାରର ଲାଭ ମିଳିବ, ଯଥା – ସବୁଜ ହାଇଡ୍ରୋଜେନ ଏବଂ ଏହାର ସହାୟକ ଉତ୍ପାଦଗୁଡ଼ିକ ନିମନ୍ତେ ରପ୍ତାନି ସୁଯୋଗ ସୃଷ୍ଟି; ଶିଳ୍ପ, ଯାତାୟାତ ଓ ଇନ୍ଧନ କ୍ଷେତ୍ରରେ କାର୍ବନ ନିର୍ଗମନର ହ୍ରାସ; ଆମଦାନୀ କରାଯାଉଥିବା ଜୀବାଶ୍ମ ଇନ୍ଧନ ଓ ଫିଡଷ୍ଟକ ଉପରେ ନିର୍ଭରଶୀଳତାରେ ହ୍ରାସ; ସ୍ବଦେଶୀ ଉତ୍ପାଦନ କ୍ଷମତାର ବିକାଶ; ରୋଜଗାର ସୁଯୋଗ ସୃଷ୍ଟି; ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ। ଭାରତର ସବୁଜ ହାଇଡ୍ରୋଜେନ ଉତ୍ପାଦନ କ୍ଷମତା ଅତିକମରେ ବାର୍ଷିକ ୫ ଏମଏମଟି  ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି, ଏଥିରୁ ପାଖାପାଖି ୧୨୫ ଜିଡବ୍ଲୁର ଅକ୍ଷୟ ଶକ୍ତି କ୍ଷମତା ସାମିଲ ରହିଛି। ୨୦୩୦ ସୁଦ୍ଧା ଏହି କ୍ଷେତ୍ରରେ ୮ ଲକ୍ଷ କୋଟି ଟଙ୍କାର ନିବେଶ ହେବାର ସମ୍ଭାବନା ରହିଛି ଏବଂ ୬ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ଏହି କ୍ଷେତ୍ରରେ ସୃଷ୍ଟି ହେବ। ୨୦୩୦ ସୁଦ୍ଧା କାର୍ବନ ଡାଇଅକ୍ସାଇଡ୍‌ ନିର୍ଗମନରେ ବାର୍ଷିକ ପାଖାପାଖି 50 ଏମଏମଟି ହ୍ରାସ ହେବାର ସମ୍ଭାବନା ରହିଛି।

ଏହି ମିଶନ ଫଳରେ ସବୁଜ ହାଇଡ୍ରୋଜେନର ଚାହିଦା, ଉତ୍ପାଦନ, ଉପଯୋଗ ଓ ରପ୍ତାନି ନିମନ୍ତେ ସୁବିଧା ମିଳିବ। ସବୁଜ ହାଇଡ୍ରୋଜେନ ଟ୍ରାଞ୍ଜିସନ ପ୍ରୋଗ୍ରାମ (ଏସଆଇଜିଏଚଟି) ନିମନ୍ତେ ରଣନୈତିକ କାର୍ଯ୍ୟକଳାପକୁ ନେଇ, ମିଶନ ଅଧୀନରେ ଦୁଇଟି ଭିନ୍ନ ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା-ଇଲେକ୍ଟ୍ରୋଲାଇଜରର ଘରୋଇ ନିର୍ମାଣ ଏବଂ ସବୁଜ ହାଇଡ୍ରୋଜେନର ଉତ୍ପାଦନ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରାଯିବ। ଏହା ସମ୍ଭାବନାମୟ ଅନ୍ତିମ ଉପଯୋଗ ବିଶିଷ୍ଟ କ୍ଷେତ୍ର ଏବଂ ଉତ୍ପାଦନ ମାର୍ଗରେ ପାଇଲଟ ପ୍ରକଳ୍ପର ମଧ୍ୟ ସମର୍ଥନ କରିବ। ଅଧିକ ପରିମାଣରେ ଉତ୍ପାଦନ ଏବଂ/କିମ୍ବା ହାଇଡ୍ରୋଜେନର ବ୍ୟବହାରକୁ ସମର୍ଥନ କରିବାରେ ସକ୍ଷମ କ୍ଷେତ୍ରକୁ ଚିହ୍ନଟ କରାଯିବ ଏବଂ ଏଗୁଡ଼ିକୁ ସବୁଜ ହାଇଡ୍ରୋଜେନ କେନ୍ଦ୍ର ଭାବେ ବିକଶିତ କରାଯିବ।

ସବୁଜ ହାଇଡ୍ରୋଜେନ ଇକୋସିଷ୍ଟମର ପ୍ରତିଷ୍ଠାକୁ ସମର୍ଥନ କରିବା ଲାଗି ଏକ ସକ୍ଷମ ନୀତିଗତ କାର୍ଯ୍ୟକ୍ରମ ବିକଶିତ କରାଯିବ। ଏକ ମଜବୁତ ମାନକ ଓ ନିୟମ ନିର୍ଦ୍ଧାରଣ ବ୍ୟବସ୍ଥା ମଧ୍ୟ ବିକଶିତ କରାଯିବ। ଏହାବ୍ୟତୀତ, ମିଶନ ଅଧୀନରେ ଗବେଷଣା ଓ ବିକାଶ (ରଣନୈତିକ ହାଇଡ୍ରୋଜେନ ନବସୃଜନ ଭାଗିଦାରୀ-ଏସଏଚଆଇପି) ପାଇଁ ଏକ ସରକାରୀ-ଘରୋଇ ଭାଗିଦାରୀ ସୁବିଧା ପ୍ରଦାନ କରାଯିବ; ଗବେଷଣା ଓ ବିକାଶ ପ୍ରକଳ୍ପର ଲକ୍ଷ୍ୟ- ଉନ୍ମୁଖ, ପର୍ଯ୍ୟାୟ ଆଧାରିତ ଓ ବିଶ୍ବସ୍ତରରେ ପ୍ରତିଦ୍ବନ୍ଦ୍ବୀ ପ୍ରଯୁକ୍ତି ବିକଶିତ କରିବା ଲାଗି ଉପଯୁକ୍ତ ଭାବେ ପ୍ରୋତ୍ସାହନ ଦିଆଯିବ। ମିଶନ ଅଧୀନରେ ଏକ ସମନ୍ବିତ କୌଶଳ ବିକାଶ କାର୍ଯ୍ୟକ୍ରମ ପ୍ରଚଳନ କରାଯିବ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ମନ୍ତ୍ରଣାଳୟ, ବିଭାଗ, ଏଜେନ୍ସି ଓ ସଂସ୍ଥାନ ମିଶନ ଉଦ୍ଦେଶ୍ୟର ସଫଳ ଉପଲବ୍ଧି ସୁନିଶ୍ଚିତ କରିବା ଲାଗି କେନ୍ଦ୍ରିତ ଓ ସମନ୍ବିତ ପଦକ୍ଷେପ ଗ୍ରହଣ କରିବେ। ମିଶନର ସାମଗ୍ରିକ ସମନ୍ବୟ ଓ କାର୍ଯ୍ୟକାରିତା ନିମନ୍ତେ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଉତ୍ତରଦାୟୀ ରହିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win