ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଆଜି ଆସାମର ନାମରୂପସ୍ଥିତ ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର କର୍ପୋରେସନ୍ ଲିମିଟେଡ୍ (ବିଭିଏଫ୍ସିଏଲ୍) ପରିସରରେ ବାର୍ଷିକ ୧.୨୭ ନିୟୁତ ମେଟ୍ରିକ ଟନ୍ (ଏଲ୍ଏମଟି) ବିଶିଷ୍ଟ ଏକ ନୂତନ ବ୍ରାଉନଫିଲଡ୍ ଆମୋନିଆ-ୟୁରିଆ କମ୍ପ୍ଲେକ୍ସ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ କରିଛି। ଆନୁମାନିକ ମୋଟ ପ୍ରକଳ୍ପ ମୂଲ୍ୟ ୧୦,୬୦୧.୪୦ କୋଟି ଟଙ୍କା ଏବଂ ଋଣ-ଇକ୍ୱିଟି ଅନୁପାତ ୭୦:୩୦ ରହିଛି। ନୂତନ ନିବେଶ ନୀତି, ୨୦୧୨ (ଅକ୍ଟୋବର ୭, ୨୦୧୪ରେ ଏହାର ସଂଶୋଧନ ସମେତ) ଅଧୀନରେ ଏକ ମିଳିତ ଉଦ୍ୟୋଗ (ଜେଭି) ମାଧ୍ୟମରେ ଏହା ପ୍ରତିଷ୍ଠା କରାଯିବ। ନାମରୂପ-୪ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ସମ୍ଭାବ୍ୟ ସମୟସୀମା ହେଉଛି ୪୮ ମାସ।

ଏହାବ୍ୟତୀତ କ୍ୟାବିନେଟ୍ ନ୍ୟାସନାଲ ଫର୍ଟିଲାଇଜର୍ସ ଲିମିଟେଡ୍ (ଏନଏଫଏଲ୍)ର ୧୮ ପ୍ରତିଶତ ଇକ୍ୱିଟି ଅଂଶଗ୍ରହଣକୁ ଅନୁମୋଦନ କରିଛି, ଯେଉଁଥିରେ ସାଧାରଣ ଉଦ୍ୟୋଗ ବିଭାଗ (ଡିପିଇ)ର ନିର୍ଦ୍ଦେଶାବଳୀରେ ଧାର୍ଯ୍ୟ ସୀମାରୁ ରିହାତି ପ୍ରଦାନ କରାଯାଇଛି। ଏହାସହିତ ନାମରୂପ-୪ ସାର କାରଖାନା ପ୍ରତିଷ୍ଠା ପ୍ରକ୍ରିୟାର ତଦାରଖ ପାଇଁ ଏକ ଆନ୍ତଃ-ମନ୍ତ୍ରଣାଳୟ କମିଟି (ଆଇଏମସି) ଗଠନକୁ ଅନୁମୋଦନ ଦିଆଯାଇଛି ।

ପ୍ରସ୍ତାବିତ ଯୁଗ୍ମ ଉଦ୍ୟୋଗରେ ଇକ୍ୱିଟି ଢାଞ୍ଚା ନିମ୍ନଲିଖିତ ହେବ:

(କ) ଆସାମ ସରକାର: ୪୦%

 

(ଖ) ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର କର୍ପୋରେସନ୍ ଲିମିଟେଡ୍ (ବିଭିଏଫସିଏଲ୍): ୧୧%

 

(ଗ) ହିନ୍ଦୁସ୍ତାନ ଫର୍ଟିଲାଇଜର ଆଣ୍ଡ କେମିକାଲ୍ସ ଲିମିଟେଡ (ଏଚୟୁଆରଏଲ): ୧୩%

 

(ଘ) ନ୍ୟାସନାଲ ଫର୍ଟିଲାଇଜର୍ସ ଲିମିଟେଡ୍ (ଏନଏଫଏଲ୍ ): ୧୮%

 

(ଙ) ଅଏଲ ଇଣ୍ଡିଆ ଲିମିଟେଡ୍ (ଓଆଇଏଲ୍): ୧୮%

 

ବିଭିଏଫସିଏଲର ଇକ୍ୱିଟି ଅଂଶଧନ ସ୍ଥାୟୀ ସମ୍ପତ୍ତି ବଦଳରେ ହେବ। ଏହି ପ୍ରକଳ୍ପ ଦ୍ୱାରା ଦେଶରେ ବିଶେଷ କରି ଉତ୍ତର ପୂର୍ବାଞ୍ଚଳରେ ଘରୋଇ ୟୁରିଆ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ। ଏହା ଉତ୍ତର-ପୂର୍ବ, ବିହାର, ପଶ୍ଚିମବଙ୍ଗ, ପୂର୍ବ ଉତ୍ତରପ୍ରଦେଶ ଏବଂ ଝାଡ଼ଖଣ୍ଡରେ ୟୁରିଆ ସାରର ବଢୁଥିବା ଚାହିଦାକୁ ପୂରଣ କରିବ । ନାମରୂପ-୪ ୟୁନିଟ୍ ପ୍ରତିଷ୍ଠା ଅଧିକ ଶକ୍ତି ଦକ୍ଷ ହେବ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ଅତିରିକ୍ତ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏହା ଦ୍ୱାରା ଦେଶରେ ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଲକ୍ଷ୍ୟ ହାସଲରେ ସହାୟକ ହେବ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Sanand 2.0's swift semicon wave accelerates India's chip ambitions

Media Coverage

Sanand 2.0's swift semicon wave accelerates India's chip ambitions
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 6, 2026
March 06, 2026

New India's Rise: Record Enterprise Growth, Women's Financial Leap, and Rural Revival Under PM Modi