ଏହା ବହୁରାଜ୍ୟ ସମବାୟ ସମିତି (ଏମ୍‌ଏସ୍‌ସିଏସ୍‌) ଆଇନ, ୨୦୦୨ ଅନୁସାରେ ଗଠିତ ହେବପ୍ରାଥମିକ କୃଷି ଋଣ ସୋସାଇଟି ବା ପାକ୍ସରୁ ଆପେକ୍ସ (ଶୀର୍ଷ): ଏହି ଜାତୀୟସ୍ତରର ବିହନ ସମବାୟ ସମିତିରେ ପ୍ରାଥମିକରୁ ଜାତୀୟ ସ୍ତରର ସମବାୟ ସମିତିମାନ ସଦସ୍ୟ ହୋଇପାରିବେପ୍ରାଥମିକ ସୋସାଇଟି, ଜିଲ୍ଳା, ରାଜ୍ୟ ଓ ଜାତୀୟସ୍ତରର ମହାସଂଘ ତଥା ବହୁ ରାଜ୍ୟ ସମବାୟ ସମିତିମାନ ମଧ୍ୟ ଏହାର ସଦସ୍ୟ ହେବାକୁ ଯୋଗ୍ୟ
ଏହି ସମସ୍ତ ସମବାୟ ସମିତିର ନିର୍ବାଚିତ ପ୍ରତିନିଧିମାନେ ସୋସାଇଟିର ବୋର୍ଡରେ ପ୍ରତିନିଧିତ୍ୱ ସୁଯୋଗ ନିୟମ ଅନୁସାରେ ପାଇବେଏହା ଉତ୍କୃଷ୍ଟ ଓ ଉନ୍ନତମାନର ବିହନ ଉତ୍ପାଦନ, ସଂଗ୍ରହ, ପ୍ରକ୍ରିୟାକରଣ, ବ୍ରାଣ୍ଡିଂ, ଲେବଲିଂ, ପ୍ୟାକେଜିଂ, ଭଣ୍ଡାରଣ, ବିପଣନ ଓ ବଣ୍ଟନ କ୍ଷେତ୍ରରେ ଶୀର୍ଷ ସଂଗଠନ ଭାବେ କାର୍ଯ୍ୟ କରିବ; ଏହା ମଧ୍ୟ ରଣକୌଶଳାତ୍ମକ ଗବେଷଣା ତଥା ଉନ୍ନୟନ ଓ ପ୍ରାକୃତିକ ତଥା ଦେଶୀ ବିହନର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦିଗରେ ଅନେକ ଆବଶ୍ୟକ ପଦକ୍ଷେପ ନେବ
ଏହା ମଧ୍ୟ “ସହକାର-ସେ ସମୃଦ୍ଧି’ ଲକ୍ଷ୍ୟ ପୂରଣ ପାଇଁ ସମବାୟ ଭିତ୍ତିକ ସମାବେଶୀ ଅଭିବୃଦ୍ଧି ମଡେଲକୁ କାମରେ ଲଗାଇବ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ଜାତୀୟ ସ୍ତରର ବହୁ ରାଜ୍ୟ ସମବାୟ ବିହନ ସୋସାଇଟି ଗଠନ କରିବା ସଂକ୍ରାନ୍ତ ଏକ ଐତିହାସିକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ଜାତୀୟ ସ୍ତରର ବହୁ ରାଜ୍ୟ ସମବାୟ ବିହନ ସୋସାଇଟି ଗଠନ କରିବା ସଂକ୍ରାନ୍ତ ଏକ ଐତିହାସିକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ସୋସାଇଟି ବହୁ ରାଜ୍ୟ ସମବାୟ ସମିତି ଆଇନ (ଏମ୍‌ଏସ୍‌ସିଏସ୍‌) -୨୦୦୨ ଅନୁସାରେ ଗଠିତ ହେବ ଏବଂ କେନ୍ଦ୍ର ସରକାର ଏହାକୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇଦେବେ । ଏହି ସୋସାଇଟି ଉନ୍ନତମାନର ବିହନ ଉତ୍ପାଦନ, ସଂଗ୍ରହ, ପ୍ରକ୍ରିୟାକରଣ,ବ୍ରାଣ୍ଡିଂ, ଲେବଲିଂ, ପ୍ୟାକେଜିଂ, ଭଣ୍ଡାରଣ, ଉତ୍ପାଦନ ପାଇଁ ଗବେଷଣା ଓ ଉନ୍ନୟନ କାମ କରିବା ସହିତ ଦେଶୀ ପ୍ରାକୃତିକ ବିହନର ସଂରକ୍ଷଣ ତଥା ପ୍ରୋତ୍ସାହନ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବ । ଏହି କାମରେ ଦେଶର ବିଭିନ୍ନ ସ୍ତରର ସମବାୟ ସମିତିଗୁଡିକୁ ଏହି ଶୀଷ ର୍ସଂଗଠନରେ ନିୟୋଜିତ କରିବ ଏବଂ କୃଷି ମନ୍ତ୍ରଣାଳୟ ସହିତ ଭାରତୀୟ କୃଷି ଗବେଷଣା ପରିଷଦ, ଜାତୀୟ ବିହନ ନିଗମ ଓ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥା ଓ ସଂଗଠନ ନିଜ ନିଜର ଯୋଜନା ମାଧ୍ୟମରେ ଏଥିପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇବେ । ଏହି ସମସ୍ତ କାର୍ଯ୍ୟ ସାମଗ୍ରିକ ସରକାର ଆଭିମୁଖ୍ୟରେ କାର୍ଯ୍ୟକାରୀ ହେବ ।

 ପ୍ରଧାନମନ୍ତ୍ରୀ ଏହି ବୈଠକରେ ମତ ଦେଇଛନ୍ତି ଯେ ଦେଶର ଚାଷୀଙ୍କୁ ଓ ଦେଶକୁ ବିଭିନ୍ନ ପ୍ରକାର ଉତ୍କୃଷ୍ଟ ବିହନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ “ସହକାର ସେ ସମୃଦ୍ଧି” ଆଭିମୁଖ୍ୟରେ କାମ ହେବା ଉଚିତ । ଦେଶର ସମବାୟ ବ୍ୟବସ୍ଥାକୁ  ଏକ ସଫଳ ବ୍ୟାବସାୟିକ ଢାଞ୍ଚାରେ ପକାଇ କାମ କଲେ କୃଷି ଓ ତତ୍‌ସଂକ୍ରାନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବ ଏବଂ ଗ୍ରାମ୍ୟ ଅର୍ଥନୀତି ସମୃଦ୍ଧ ହେବ ।

ପ୍ୟାକ୍ସରୁ ଆପେକ୍ସ - ଏହା ପ୍ରାଥମିକ କୃଷିଋଣ ସୋସାଇଟି ବା ପାକ୍ସରୁ  ଆପେକ୍ସ ସଂସ୍ଥା /ଶୀର୍ଷ ସଂସ୍ଥା ସଂଗଠନ ଭାବେ କାର୍ଯ୍ୟ କରିବ । ଏଥିରେ ପ୍ରାଥମିକ  ସୋସାଇଟି, ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତର ମହାସଂଘ ତଥା ବହୁ ରାଜ୍ୟ ସମବାୟ ସମିତି ମାନ ମଧ୍ୟ ଏହାର ସଦସ୍ୟ ହେବାକୁ ଯୋଗ୍ୟ ହେବେ । ଏହି ସମସ୍ତ ସମବାୟ ସମିତିର ନିର୍ବାଚିତ ପ୍ରତିନିଧିମାନେ ସୋସାଇଟିର ବୋର୍ଡରେ ପ୍ରତିନିଧିତ୍ୱ ସୁଯୋଗ ବାଏ-ଲ (ନିୟମ) ଅନୁସାରେ ପାଇବେ ।

ଏହି ଜାତୀୟ ବହୁରାଜ୍ୟ ସମବାୟ ବିହନ ନିଗମ ସିଡ୍ ରିପ୍ଲେସମେଣ୍ଟ ରେଟ୍‌(ବିହନ ପରିବର୍ତ୍ତନ ହାର) ଓ ଭେରାଇଟି ରିପ୍ଲେସମେଣ୍ଟ ରେଟ(ବିବିଧତା ପରିବର୍ତ୍ତନ ହାର)କୁ ପ୍ରୋତ୍ସାହିତ କରି ଉତ୍ପାଦନରେ ଥିବା ତାରତମ୍ୟ ଦୂର କରି ଉତ୍ପାଦକତା ବୃଦ୍ଧି ଦିଗରେ କାମ କରିବ । ଏହା ମଧ୍ୟ ସହକାର-ସେ-ସମୃଦ୍ଧି” ଲକ୍ଷ୍ୟ ପୂରଣ ପାଇଁ ସମବାୟ ଭିତ୍ତିକ ସମାବେଶୀ ଅଭିବୃଦ୍ଧି ମଡେଲକୁ କାମରେ ଲଗାଇବ । ଏହା ମଧ୍ୟ ସହଳ କିସମର ଅଧିକ ଅମଳକ୍ଷମ ବିହନ ଉତ୍ପାଦନ, ସଂଗ୍ରହ,  ବିକ୍ରିବଟା ଓ ଯୋଗାଣ କାମ ଦେଖିବା ସହିତ ଏହାର ମାନ ଉପରେ ନଜର ରଖି ଚାଷୀ ଯେପରି ଠିକ୍ ସମୟରେ ଆବଶ୍ୟକ ପରିମାଣର ଉତ୍କୃଷ୍ଟମାନର ବିହନ ଉଚିତ ମୂଲ୍ୟରେ ପାଆନ୍ତି ସେ କାର୍ଯ୍ୟ ମଧ୍ୟ  ଦେଖିବ ।  ବିହନ  ବ୍ୟାବସାୟରୁ ଯେଉଁ ଲାଭ ମିଳିବ ତାହାକୁ ସବୁ ସଦସ୍ୟ ସମିତି ମଧ୍ୟରେ ବଣ୍ଟାଯିବ ।

ଏହାଫଳରେ ସମବାୟ ଓ କୃଷି କ୍ଷେତ୍ରରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବିହନରେ ଭାରତ ଆତ୍ମନିର୍ଭର ହେବା ସହିତ ବିଦେଶୀ ବଜାର ଉପରୁ ନିର୍ଭରଶୀଳତା କମିବ । ଏହି ପ୍ରୟାସ ଦ୍ୱାରା ଅର୍ଥନୀତିର ଉନ୍ନତି ଆସିବା ସହିତ “ମେକ୍ ଇନ୍ ଇଣ୍ଡିଆ” ଓ ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟପୂରଣ ହୋଇପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Domestic manufacturers outpace global firms in India’s factory space race

Media Coverage

Domestic manufacturers outpace global firms in India’s factory space race
NM on the go

Nm on the go

Always be the first to hear from the PM. Get the App Now!
...
Prime Minister offers prayers to Bhagwan Shri Ganesh during Ganpati Darshan at Union Minister Piyush Goyal’s residence
September 14, 2026

The Prime Minister, Shri Narendra Modi has visited the residence of Union Minister Shri Piyush Goyal for Ganpati Darshan.

The Prime Minister prayed for the blessings of Bhagwan Shri Ganesh for everyone.

The Prime Minister wrote on X;

“Went for Ganpati Darshan at the residence of Union Minister Shri Piyush Goyal Ji.

May Bhagwan Shri Ganesh bless everyone!

@PiyushGoyal”