‘କୃଷି ଭିତ୍ତିଭୂମି ପାଣ୍ଠି’ ଅନ୍ତର୍ଗତ ଅର୍ଥଯୋଗାଣ ସୁବିଧାର କେନ୍ଦ୍ରୀୟ କ୍ଷେତ୍ର ଯୋଜନାରେ ନିମ୍ନଲିଖିତ ପରିବର୍ତ୍ତନ ପ୍ରସ୍ତାବକୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି :

 

(କ)    ବର୍ତ୍ତମାନ ରାଜ୍ୟ ଏଜେନ୍ସି/ଏପିଏମସି, ଜାତୀୟ ଓ ରାଜ୍ୟ ସମବାୟ ସମିତିର ମହାସଂଘ, କୃଷି ଉତ୍ପାଦକ ସଂଗଠନ (ଏଫପିଓ) ଗୁଡ଼ିକର ମହାସଂଘ  ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ମହାସଂଘଗୁଡ଼ିକ ପାଇଁ ଏବେ ଯୋଗ୍ୟତାର ସମ୍ପ୍ରସାରଣ କରାଯାଇଛି।

(ଖ)    ବର୍ତ୍ତମାନ ଗୋଟିଏ ସ୍ଥାନରେ 2 କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ସହାୟତା ଦିଆଯିବାର ଯୋଗ୍ୟତା ରହିଛି। ଯଦି ଗୋଟିଏ ଯୋଗ୍ୟ ୟୁନିଟ୍ ବିଭିନ୍ନ ସ୍ଥାନରେ ପ୍ରକଳ୍ପ ସ୍ଥାପନ କରୁଛି ତା’ହେଲେ ଏପରି ସମସ୍ତ ପ୍ରକଳ୍ପ 2 କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଲାଗି ସୁଧ ସହାୟତା ପାଇବା ଲାଗି ଯୋଗ୍ୟ ହୋଇପାରିବେ। କିନ୍ତୁ ଘରୋଇ କ୍ଷେତ୍ରର ୟୁନିଟ୍ ପାଇଁ ଏପରି ପ୍ରକଳ୍ପଗୁଡ଼ିକର ସର୍ବାଧିକ ସୀମା 25 ରହିବ। 25ଟି ପ୍ରକଳ୍ପର ଏହି ସୀମା ରାଜ୍ୟଗୁଡ଼ିକର ଏଜେନ୍ସି, ଜାତୀୟ ଓ ରାଜ୍ୟ ସମବାୟ ସମିତି ମହାସଂଘ, ଏଫପିଓଗୁଡ଼ିକର ମହାସଂଘ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ମହାସଂଘ ଉପରେ ଲାଗୁ ହେବ। ସ୍ଥାନର ଅର୍ଥ ହେଉଛି ଗୋଟିଏ ଗ୍ରାମ କିମ୍ବା ସହରର ସୀମା ଯେଉଁଥିରେ ଏକ ଭିନ୍ନ ଏଲଜିଡି (ସ୍ଥାନୀୟ ସରକାରୀ ନିର୍ଦ୍ଦେଶିକା) କୋଡ୍ ରହିବ। ଏପରି ପ୍ରତ୍ୟେକ ପ୍ରକଳ୍ପ ଏକ ଭିନ୍ନ ଏଲଜିଡି କୋଡ ଥିବା ସ୍ଥାନରେ ରହିଥିବା ଆବଶ୍ୟକ।

(ଗ)    ଏପିଏମସି ଲାଗି ଗୋଟିଏ ବଜାର ୟାର୍ଡ ମଧ୍ୟରେ ବିଭିନ୍ନ ପ୍ରକାରର ମୌଳିକ ଭିତ୍ତିଭୂମି ଯଥା : ଶୀତଳ ଭଣ୍ଡାର, ସର୍ଟିଂ, ଗ୍ରେଡିଂ ଏବଂ ଯାଞ୍ଚ ୟୁନିଟ, ଭୂତଳ ଭଣ୍ଡାର ଆଦି ପ୍ରତ୍ୟେକ ପ୍ରକଳ୍ପ ଲାଗି 2 କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ସହାୟତା ଯୋଗାଇ ଦିଆଯିବ।

(ଘ)    ହିତାଧିକାରୀମାନଙ୍କୁ ଯୋଡ଼ିବା କିମ୍ବା ବାହାର କରିବା କ୍ଷେତ୍ରରେ ଆବଶ୍ୟକ ପରିବର୍ତ୍ତନ କରିବା ଲାଗି କ୍ଷମତା ମାନନୀୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କୁ ଦିଆଯାଇଛି ଯାହାଫଳରେ ଯୋଜନାର ମୂଳ ଉଦ୍ଦେଶ୍ୟରେ ପରିବର୍ତ୍ତନ ହେବ ନାହିଁ।

(ଙ)    ଆର୍ଥିକ ସୁବିଧାର ଅବଧି 2025-26 ପର୍ଯ୍ୟନ୍ତ 4 ବର୍ଷରୁ ବୃଦ୍ଧି କରାଯାଇ 6 ବର୍ଷ କରି ଦିଆଯାଇଛି ଏବଂ 2032-33 ସୁଦ୍ଧା ଏହି ଯୋଜନାର ମୋଟ ଅବଧିକୁ 10ରୁ ବଢ଼ାଇ 13 କରି ଦିଆଯାଇଛି।

ଏହି ଯୋଜନାରେ ସଂଶୋଧନ ଫଳରେ ନିବେଶ ସଂଗ୍ରହ କରିବାରେ ଗୁଣାତ୍ମକ ପ୍ରଭାବ ମିଳିବାରେ ସହାୟତା ମିଳିବ। ଏହାର ଲାଭ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଯେପରି ମିଳିପାରିବ ତାହା ସୁନିଶ୍ଚିତ କରାଯାଇପାରିବ। ବଜାର ସଂଯୋଗ ପ୍ରଦାନ କରିବା ଏବଂ ସମସ୍ତ କୃଷକମାନଙ୍କୁ ଫସଲ କାଟିବା ପରବର୍ତ୍ତୀ ସାର୍ବଜନୀନ ମୌଳିକ ଭିତ୍ତିଭୂମିକୁ ଖୋଲା ରଖିବା ପାଇଁ ଇକୋସିଷ୍ଟମ ପ୍ରସ୍ତୁତ କରିବା ଲାଗି ଏପିଏମସି ମାର୍କେଟ ପ୍ରତିଷ୍ଠା କରାଯାଇଥାଏ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership