ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମୋଟ ୧୨୪୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ଜଳ ବିଦ୍ୟୁତ ପ୍ରକଳ୍ପ (ଏଚଇପି) ପାଇଁ ସକ୍ଷମ ଭିତ୍ତିଭୂମି (ଏଚଇପି)ର ଖର୍ଚ୍ଚ ପାଇଁ ବଜେଟ୍ ସହାୟତା ଯୋଜନାରେ ସଂଶୋଧନ ପାଇଁ ଶକ୍ତି ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ଯୋଜନା ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୩୧-୩୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

 

ଜଳ ବିଦ୍ୟୁତ୍ ବିକାଶରେ ବାଧା ସୃଷ୍ଟି କରୁଥିବା ସମସ୍ୟା ଯଥା ଦୁର୍ଗମ ସ୍ଥାନ, ପାହାଡ଼ିଆ ଅଞ୍ଚଳ, ଭିତ୍ତିଭୂମିର ଅଭାବ ଇତ୍ୟାଦିର ସମାଧାନ ପାଇଁ ଭାରତ ସରକାର ଅନେକ ନୀତିଗତ ପଦକ୍ଷେପ ନେଉଛନ୍ତି। ଜଳ ବିଦ୍ୟୁତ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଏବଂ ଏହାକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ କ୍ୟାବିନେଟ୍ ମାର୍ଚ୍ଚ, ୨୦୧୯ରେ ବୃହତ୍ ଜଳ ବିଦ୍ୟୁତ ପ୍ରକଳ୍ପଗୁଡ଼ିକୁ ଅକ୍ଷୟ ଶକ୍ତି ଉତ୍ସ ଭାବରେ ଘୋଷଣା କରିବା, ଜଳ ବିଦ୍ୟୁତ କ୍ରୟ ବାଧ୍ୟତାମୂଳକତା (ଏଚପିଓ), ଶୁଳ୍କ ବୃଦ୍ଧି ମାଧ୍ୟମରେ ଶୁଳ୍କ ଯୁକ୍ତିଯୁକ୍ତ ପଦକ୍ଷେପ, ଷ୍ଟୋରେଜ୍ ଏଚ୍ଇପିରେ ବନ୍ୟା ପରିଚାଳନା ପାଇଁ ବଜେଟ୍ ସହାୟତା ଏବଂ ରାସ୍ତା ଓ ପୋଲ ନିର୍ମାଣ ଭଳି ସକ୍ଷମ ଭିତ୍ତିଭୂମି ର ଖର୍ଚ୍ଚ ପାଇଁ ବଜେଟ୍ ସହାୟତା ଆଦି ପଦକ୍ଷେପଗୁଡ଼ିକୁ ଅନୁମୋଦନ କରିଥିଲା ।

 

ଜଳ ବିଦ୍ୟୁତ ପ୍ରକଳ୍ପର ଦ୍ରୁତ ବିକାଶ ଏବଂ ଦୁର୍ଗମ ପ୍ରକଳ୍ପ ସ୍ଥାନରେ ଭିତ୍ତିଭୂମିର ଉନ୍ନତି ପାଇଁ, ପୂର୍ବ ଯୋଜନାରେ ନିମ୍ନଲିଖିତ ସଂଶୋଧନ କରାଯାଇଛି:

 

  • ସଡ଼କ ଓ ସେତୁ ନିର୍ମାଣ ବ୍ୟତୀତ ଆଉ ୪ଟି ଜିନିଷକୁ ଅନ୍ତର୍ଭୁକ୍ତ କରି ଭିତ୍ତିଭୂମିର ବ୍ୟୟ ବରାଦ ନିମନ୍ତେ ବଜେଟ୍ ସହାୟତାର ପରିସରକୁ ବ୍ୟାପକ କରିବା ଅର୍ଥାତ୍ ନିର୍ମାଣ ପାଇଁ ବ୍ୟୟ ବରାଦ: (୧) ରାଜ୍ୟ/କେନ୍ଦ୍ରୀୟ ଟ୍ରାନ୍ସମିସନ ୟୁଟିଲିଟିର ପୁଲିଂ ସବଷ୍ଟେସନର ଉନ୍ନତିକରଣ ସମେତ ପାୱାର ହାଉସରୁ ନିକଟସ୍ଥ ପୁଲିଂ ପଏଣ୍ଟକୁ ଟ୍ରାନ୍ସମିସନ ଲାଇନ (୨) ରୋପ୍ ୱେ (୩) ରେଳ ସାଇଡିଂ, ଏବଂ (୪) ଯୋଗାଯୋଗ ଭିତ୍ତିଭୂମି। ଏହି ପ୍ରକଳ୍ପକୁ ଆଗେଇ ନେଉଥିବା ବର୍ତ୍ତମାନର ରାସ୍ତା/ପୋଲଗୁଡ଼ିକର ସୁଦୃଢ଼ୀକରଣ ମଧ୍ୟ ଏହି ଯୋଜନା ଅଧୀନରେ କେନ୍ଦ୍ରୀୟ ସହାୟତା ପାଇବାକୁ ଯୋଗ୍ୟ ହେବ ।
  • ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୩୧-୩୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ପ୍ରାୟ ୩୧୩୫୦ ମେଗାଓ୍ଵାଟ୍ ର ସମୁଦାୟ ଉତ୍ପାଦନ କ୍ଷମତା ପାଇଁ ଏହି ଯୋଜନାରେ ମୋଟ ୧୨,୪୬୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

 

  • ସ୍ୱଚ୍ଛ ଭିତ୍ତିରେ ଆବଣ୍ଟନ କରାଯାଇଥିବା ଘରୋଇ କ୍ଷେତ୍ର ପ୍ରକଳ୍ପ ସମେତ ୨୫ ମେଗାୱାଟରୁ ଅଧିକ କ୍ଷମତା ବିଶିଷ୍ଟ ସମସ୍ତ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଏହି ଯୋଜନା ଲାଗୁ ହେବ । ଏହି ଯୋଜନା କ୍ୟାପ୍ଟିଭ୍ /ମର୍ଚେଣ୍ଟ ପିଏସପି ସମେତ ସମସ୍ତ ପମ୍ପେଡ୍ ଷ୍ଟୋରେଜ୍ ପ୍ରୋଜେକ୍ଟ (ପିଏସପି) ପାଇଁ ମଧ୍ୟ ଲାଗୁ ହେବ, ଯଦି ପ୍ରକଳ୍ପକୁ ସ୍ୱଚ୍ଛ ଭିତ୍ତିରେ ଆବଣ୍ଟନ କରାଯାଇଥିବ । ଏହି ଯୋଜନା ଅଧୀନରେ ପ୍ରାୟ ୧୫,୦୦୦ ମେଗାୱାଟ୍ ର ସମୁଦାୟ ପିଏସପି କ୍ଷମତାକୁ ସହାୟତା ଯୋଗାଇ ଦିଆଯିବ ।

 

  • ଯେଉଁ ପ୍ରକଳ୍ପଗୁଡ଼ିକର ପ୍ରଥମ ବୃହତ୍ ପ୍ୟାକେଜ୍ ଲେଟର ଅଫ୍ ଆୱାର୍ଡ ୩୦.୦୬.୨୦୨୮ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବ, ସେମାନଙ୍କୁ ଏହି ଯୋଜନା ଅଧୀନରେ ବିବେଚନା କରାଯିବ।

 

  • ୨୦୦ ମେଗାୱାଟ ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ମେଗାଓ୍ବାଟ ପିଛା ୧.୦ କୋଟି ଟଙ୍କା ଏବଂ ୨୦୦ ମେଗାୱାଟରୁ ଅଧିକ ପ୍ରକଳ୍ପ ପାଇଁ ବଜେଟ୍ ସହାୟତାର ସୀମାକୁ ୨୦୦ କୋଟି ଟଙ୍କା ସହିତ ମେଗାଓ୍ବାଟ ପିଛା ୦.୭୫ କୋଟି ଟଙ୍କାକୁ ଯୁକ୍ତିଯୁକ୍ତ କରାଯାଇଛି । ଯଦି ଯଥେଷ୍ଟ ଯଥାର୍ଥତା ରହିଥାଏ ତେବେ କ୍ଷେତ୍ର ବିଶେଷରେ ବଜେଟ୍ ସହାୟତାର ସୀମା ୧.୫ କୋଟି ଟଙ୍କା/ମେଗାୱାଟ୍ ପର୍ଯ୍ୟନ୍ତ ଯାଇପାରେ ।

 

  • ଡିଆଇବି/ପିଆଇବି ଦ୍ୱାରା ସକ୍ଷମ ଭିତ୍ତିଭୂମିର ମୂଲ୍ୟର ମୂଲ୍ୟାଙ୍କନ ଏବଂ ପ୍ରଚଳିତ ନିର୍ଦ୍ଦେଶାବଳୀ ଅନୁଯାୟୀ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ସକ୍ଷମ ଭିତ୍ତିଭୂମିର ଖର୍ଚ୍ଚ ପାଇଁ ବଜେଟ୍ ସହାୟତା ପ୍ରଦାନ କରାଯିବ ।

 

ଲାଭ:

ଏହି ସଂଶୋଧିତ ଯୋଜନା ଜଳ ବିଦ୍ୟୁତ ପ୍ରକଳ୍ପର ଦ୍ରୁତ ବିକାଶ, ଦୁର୍ଗମ ଏବଂ ପାହାଡ଼ିଆ ପ୍ରକଳ୍ପ ସ୍ଥାନରେ ଭିତ୍ତିଭୂମିରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ପରିବହନ, ପର୍ଯ୍ୟଟନ, କ୍ଷୁଦ୍ର ବ୍ୟବସାୟ ମାଧ୍ୟମରେ ପରୋକ୍ଷ ନିଯୁକ୍ତି/ ଉଦ୍ୟୋଗୀ ସୁଯୋଗ ସହିତ ସ୍ଥାନୀୟ ଲୋକଙ୍କୁ ବିପୁଳ ସଂଖ୍ୟାରେ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିବ । ଏହା ଜଳ ବିଦ୍ୟୁତ କ୍ଷେତ୍ରରେ ନୂତନ ପୁଞ୍ଜିନିବେଶକୁ ଉତ୍ସାହିତ କରିବ ଏବଂ ନୂତନ ପ୍ରକଳ୍ପଗୁଡିକୁ ଠିକ୍ ସମୟରେ ଶେଷ କରିବାକୁ ପ୍ରୋତ୍ସାହିତ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auto industry contributes over ₹22.75 lakh crore to Indian economy: SIAM

Media Coverage

Auto industry contributes over ₹22.75 lakh crore to Indian economy: SIAM
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"