ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ)ର ଉପ-ଯୋଜନା ଭାବେ କମାଣ୍ଡ କ୍ଷେତ୍ର ବିକାଶ ଏବଂ ଜଳ ପରିଚାଳନା (ଏମ-ସିଏଡିଡବ୍ଲ୍ୟୁଏମ)ର ଆଧୁନିକୀକରଣକୁ ଅନୁମୋଦନ କରିଛି। ଏହି ଯୋଜନାର ମୋଟ ପ୍ରାରମ୍ଭିକ ବ୍ୟୟ ଅଟକଳ ୧୬୦୦ କୋଟି ଟଙ୍କା ରଖାଯାଇଛି।

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନ କାର୍ଯ୍ୟକ୍ଷମ କେନାଲ କିମ୍ବା ଅନ୍ୟାନ୍ୟ ଉତ୍ସରୁ ନିର୍ଦ୍ଦିଷ୍ଟ କ୍ଲଷ୍ଟରକୁ ଜଳସେଚନ ଉଦ୍ଦେଶ୍ୟରେ ଜଳ ଯୋଗାଣ ନେଟୱର୍କର ଆଧୁନିକୀକରଣ କରିବା। ଏଥିରେ ଚାପଯୁକ୍ତ ଭୂତଳ ପାଇପ ଜଳସେଚନ ଜରିଆରେ ଏକ ହେକ୍ଟର ପର୍ଯ୍ୟନ୍ତ ସ୍ଥାପିତ ଉତ୍ସରୁ ଜମି ପର୍ଯ୍ୟନ୍ତ ଚାଷୀଙ୍କ ଦ୍ୱାରା କ୍ଷୁଦ୍ର ଜଳସେଚନ ନିମନ୍ତେ ମଜବୁତ ବ୍ୟାକଏଣ୍ଡ ମୌଳିକ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ଜଳ ଆକାଉଣ୍ଟିଂ ଏବଂ ଜଳ ପରିଚାଳନା ପାଇଁ ଏସ୍.ସି.ଏ.ଡି.ଏ., ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଟେକ୍ନୋଲୋଜି ବ୍ୟବହାର କରାଯିବ। ଏହା ଜଳ ବ୍ୟବହାର ଦକ୍ଷତା ଏବଂ କୃଷି ଉତ୍ପାଦନ ସହିତ କୃଷି ସ୍ତରରେ ଉତ୍ପାଦକତା ବୃଦ୍ଧି କରିବ, ଯାହାଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ପାଇବ।

ଜଳସେଚନ ସମ୍ପତ୍ତିର ପରିଚାଳନା ପାଇଁ ଜଳ ବ୍ୟବହାରକାରୀ କମିଟିକୁ ଜଳସେଚନ ପରିଚାଳନା ହସ୍ତାନ୍ତର କରି ଏହି ପ୍ରକଳ୍ପଗୁଡ଼ିକୁ ସ୍ଥାୟୀ କରାଯିବ। ଜଳ ବ୍ୟବହାରକାରୀ ସଂସ୍ଥାଗୁଡ଼ିକୁ ପାଞ୍ଚ ବର୍ଷ ପାଇଁ ଏଫ.ପି.ଓ. କିମ୍ବା ପି.ଏ.ସି.ଏସ. ଭଳି ବର୍ତ୍ତମାନର ଆର୍ଥିକ ସଂସ୍ଥା ସହିତ ଯୋଡ଼ିବା ପାଇଁ ସହାୟତା ପ୍ରଦାନ କରାଯିବ। ଆଧୁନିକ ଜଳସେଚନ ପଦ୍ଧତି ଅବଲମ୍ବନ କରି ଯୁବବର୍ଗଙ୍କ ମଧ୍ୟରେ କୃଷି କ୍ଷେତ୍ରକୁ ଆସିବାର ଆଗ୍ରହ ମଧ୍ୟ ବଢ଼ିବ।

ରାଜ୍ୟଗୁଡ଼ିକୁ ଚାଲେଞ୍ଜ ପାଣ୍ଠି ଯୋଗାଣ ଜରିଆରେ ଦେଶର ବିଭିନ୍ନ କୃଷି ଜଳବାୟୁ ଜୋନରେ ପରୀକ୍ଷାମୂଳକ ପ୍ରକଳ୍ପ ହାତକୁ ନେବା ଲାଗି ପ୍ରାରମ୍ଭିକ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକର ପରିକଳ୍ପନା ଏବଂ ଢାଞ୍ଚାକୁ ଆଧାର କରି ଷୋଡ଼ଶ ଅର୍ଥ ଆୟୋଗଙ୍କ ଅବଧି ପାଇଁ ୨୦୨୬ ମସିହା ଏପ୍ରିଲ ମାସରୁ କମାଣ୍ଡ କ୍ଷେତ୍ର ବିକାଶ ଏବଂ ଜଳ ପରିଚାଳନା ପାଇଁ ଜାତୀୟ ଯୋଜନାର ଶୁଭାରମ୍ଭ କରାଯିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi