ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୬ ଋତୁ ପାଇଁ କୋପ୍ରା (ଶୁଖିଲା ନଡ଼ିଆ)ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରିଛନ୍ତି। ଚାଷୀମାନଙ୍କୁ ଲାଭଦାୟକ ମୂଲ୍ୟ ପ୍ରଦାନ କରିବା ପାଇଁ, ସରକାର ୨୦୧୮-୧୯ କେନ୍ଦ୍ରୀୟ ବଜେଟରେ ଘୋଷଣା କରିଥିଲେ ଯେ, ସମସ୍ତ ଅତ୍ୟାବଶ୍ୟକ ଫସଲର ଏମଏସପି ସମଗ୍ର ଭାରତରେ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ସ୍ଥିର କରାଯିବ। ୨୦୨୬ ଋତୁ ପାଇଁ, ଉପଯୁକ୍ତ ହାରାହାରି ଗୁଣବତ୍ତା ବିଶିଷ୍ଟ ମିଲ୍ ହୋଇଥିବା କୋପ୍ରାର ଏମଏସପି କ୍ୱିଣ୍ଟାଲ ପିଛା ୧୨,୦୨୭ ଟଙ୍କା ଏବଂ ବଲ୍ କୋପ୍ରାର  ଏମଏସପି କ୍ବିଣ୍ଟାଲ ପିଛା ୧୨,୫୦୦ ଟଙ୍କା ସ୍ଥିର କରାଯାଇଛି।

୨୦୨୬ ଋତୁ ପାଇଁ ମିଲିଂ ହୋଇଥିବା କୋପ୍ରାର ଏମଏସପି ପୂର୍ବ ଋତୁ ତୁଳନାରେ କ୍ବିଣ୍ଟାଲ ପିଛା ୪୪୫ ଟଙ୍କା ଓ ବଲ କୋପ୍ରାର ଏମଏସପି କ୍ବିଣ୍ଟାଲ ପିଛା ୪୦୦ ଟଙ୍କା ବୃଦ୍ଧି ପାଇଛି । ୨୦୧୪ ମାର୍କେଟିଂ ଋତୁରେ ମିଲିଂ କୋପ୍ରା ଓ ବଲ କୋପ୍ରାର ଏମଏସପି ଯଥାକ୍ରମେ  କ୍ବିଣ୍ଟାଲ ପିଛା ୫,୨୫୦  ଟଙ୍କା ଓ ୫,୫୦୦ ଟଙ୍କା ଥିବାବେଳେ ସରକାର ୨୦୨୬ ମାର୍କେଟିଂ ଋତୁରେ ତାହା ଯଥାକ୍ରମେ କ୍ବିଣ୍ଟାଲ ପିଛା ୧୨,୦୨୭ ଟଙ୍କା ଓ ୧୨,୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଫଳରେ ମିଲିଂ କୋପ୍ରା ଓ ବଲ କୋପ୍ରାର ଏମଏସପି ଯଥାକ୍ରମେ ୧୨୯ ପ୍ରତିଶତ ଓ ୧୨୭ ପ୍ରତିଶତ ବୃଦ୍ଧି ପାଇଛି । 

ବର୍ଦ୍ଧିତ ଏମଏସପି କେବଳ ନଡ଼ିଆ ଚାଷୀମାନଙ୍କୁ ଭଲ ଲାଭ ପ୍ରଦାନ କରିବ ନାହିଁ ବରଂ ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ତରରେ ନଡ଼ିଆ ଉତ୍ପାଦର ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ଚାଷୀମାନଙ୍କୁ କୋପ୍ରା ଉତ୍ପାଦନ ବୃଦ୍ଧି କରିବାକୁ ପ୍ରୋତ୍ସାହିତ କରିବ।

ମୂଲ୍ୟ ସମର୍ଥନ ଯୋଜନା (ପିଏସଏସ) ଅଧୀନରେ କୋପ୍ରା କ୍ରୟ ପାଇଁ ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏନଏଏଫଇଡି ) ଏବଂ ଜାତୀୟ ସମବାୟ ଗ୍ରାହକ ଫେଡେରେସନ (ଏନସିସିଏଫ) କେନ୍ଦ୍ରୀୟ ନୋଡାଲ୍ ଏଜେନ୍ସି (ସିଏନଏ) ଭାବରେ କାର୍ଯ୍ୟ କରିବା ଜାରି ରଖିବେ। 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival