Cabinet approves Interest Subvention Scheme for farmers
Farmers to get short term crop loan up to Rs. 3 lakh payable within one year at only 4% per annum
Central Government to provide approximately Rs. 20,339 crore as interest subvention for 2017-18

ବାର୍ଷିର୍କ 4% ସୁଧରେ ମିଳିବ 3ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ 2017-18 ମସିହା ପାଇଁ ଚାଷୀଙ୍କ ନିମନ୍ତେ ସୁଧ ସହାୟତା ଯୋଜନା(ଆଇଏସ୍ଏସ୍)କୁ ଅନୁମୋଦନ ମିଳିଛି । ଏହା ଦ୍ୱାରା ଚାଷୀ ବର୍ଷକ ପାଇଁ ମାତ୍ର 4 ପ୍ରତିଶତ ସୁଧରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧିର ଫସଲ ଋଣ ପାଇବାରେ ସହାୟକ ହେବ । ସରକାର ଏଥିପାଇଁ ମୋଟ 20,339 କୋଟି ଟଙ୍କାର ଅଟକଳ ନିର୍ଦ୍ଧାରିତ କରିଛନ୍ତି । ଏହି ସୁଧ ସହାୟତା ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଓ ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ(ଆରଆରବି)କୁ ନିଜସ୍ୱ ପାଣ୍ଠି ଉପଯୋଗ ତଥା ସମବାୟ ବ୍ୟାଙ୍କ ଓ ଆରଆରବିକୁ ନାବାର୍ଡର ଆର୍ଥିକ ଅନୁଦାନ ଉପରେ ଉପଲବ୍ଧ ହେବ ।

ଏହି ସୁଧ ସହାୟତା ଯୋଜନା ବର୍ଷକ ପାଇଁ ଜାରି ରହିବ ଏବଂ ନାବାର୍ଡ ତଥା ଆରବିଆଇ ଦ୍ୱାରା କାର୍ଯ୍ୟକାରୀ ହେବ ।

ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଦେଶରେ କୃଷି ଉତ୍ପାଦକତା ଓ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ତୃଣମୂଳସ୍ତରରେ ଶସ୍ତା ଦରରେ ସ୍ୱଳ୍ପ ଅବଧିର ଫସଲ ଋଣ ଉପଲବ୍ଧ କରାଇବା ।

ଏହି ଯୋଜନାର ମୁଖ୍ୟ ବିଶେଷତ୍ୱ:

କ) 2017-18 ମସିହାରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି ଫସଲ ଋଣ ନେଉଥିବା ସମସ୍ତ ସକ୍ରିୟ ଚାଷୀଙ୍କୁ କେନ୍ଦ୍ର ସରକାର 5 ପ୍ରତିଶତ ସୁଧ ସହାୟତା ଯୋଗାଇ ଦେବେ ଏବଂ ଚାଷୀଙ୍କୁ କେବଳ 4 ପ୍ରତିଶତ ସୁଧ ନିଜଆଡୁ ଦେବାକୁ ପଡ଼ିବ । ଯଦି ଚାଷୀ ଠିକ୍ ସମୟରେ ଫସଲ ଋଣ ପରିଶୋଧ କରିନପାରିବେ ତା’ହେଲେ ତାଙ୍କୁ 5 ପ୍ରତିଶତ ପରିବର୍ତ୍ତେ ମାତ୍ର 2 ପ୍ରତିଶତ ସୁଧ ସହାୟତା ମିଳିବ । ଖ) କେନ୍ଦ୍ର ସରକାର 2017-18 ମସିହାରେ ପ୍ରାୟ 20,339 କୋଟି ଟଙ୍କାର ସୁଧ ସହାୟତା ଯୋଗାଇ ଦେବେ ।

ଗ) କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେଉଁମାନେ କି ଫସଲ ଅମଳ ପରେ ତାକୁ ସଂରକ୍ଷଣ କରି ରଖିବା ପାଇଁ 9% ସୁଧରେ ଋଣ କରିଥାନ୍ତି, ସେମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର 2 ପ୍ରତିଶତ ସୁଧ ସହାୟତା ଯୋଗାଇ ଦେବେ । ସେମାନଙ୍କୁ 6 ମାସ ପାଇଁ 7% ସୁଧରେ ଋଣ ମିଳିବ ।

ଘ) ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଚାଷୀଙ୍କୁ ସହାୟତା ଦେବା ପାଇଁ ପୁନର୍ଗଠିତ ରାଶି ଉପରେ ପ୍ରଥମ ବର୍ଷ ନିମନ୍ତେ ବ୍ୟାଙ୍କଗୁଡ଼ିକୁ 2 ପ୍ରତିଶତ ସୁଧ ସହାୟତା ପ୍ରଦାନ କରାଯିବ ।

ଙ) ଯଦି କୌଣସି ଚାଷୀ ସ୍ୱଳ୍ପ ଅବଧି ଫସଲ ଋଣକୁ ଠିକ୍ ସମୟରେ ପରିଶୋଧ ନକରନ୍ତି ତା’ହେଲେ ସେ ଉପଲବ୍ଧ ଉପରୋକ୍ତ ସହାୟତା ତୁଳନାରେ କେବଳ 2% ସୁଧ ସହାୟତା ପାଇବାକୁ ଯୋଗ୍ୟ ହେବେ ।

ପ୍ରମୁଖ ପ୍ରଭାବ

କୃଷି କ୍ଷେତ୍ରରେ ଅଧିକ ଉତ୍ପାଦକତା ଓ ସାମଗ୍ରିକ ଉତ୍ପାଦନକୁ ହାସଲ କରିବାରେ ଋଣ ହେଉଛି ଏକ ମହତ୍ୱପୂର୍ଣ୍ଣ ସହାୟକ । କ୍ୟାବିନେଟ 20,339 କୋଟି ଟଙ୍କା ଅନୁମୋଦନ କରି ଚାଷୀଙ୍କୁ ସ୍ୱଳ୍ପ ଅବଧିର ଫସଲ ଋଣ ଓ ଫସଲ ଅମଳ ପରବର୍ତ୍ତୀ ସଂରକ୍ଷଣର ଆବଶ୍ୟକତାକୁ ପୂରଣ ନିମନ୍ତେ ସୁଧ ସହାୟତା ଯୋଗାଇ ଦେବାକୁ ମଞ୍ଜୁରି ଦେଇଛନ୍ତି । ଏହି ସଂସ୍ଥାଗତ ଋଣ ଦ୍ୱାରା ଅଣ ସଂସ୍ଥାଠାରୁ ଋଣ ନେଉଥିବା ଚାଷୀଙ୍କୁ ଆଶ୍ୱସ୍ତି ମିଳିବ, ଯେଉଁମାନେ କି ଅଧିକ ଚଢ଼ହାରରେ ସୁଧ ନେବାକୁ ବିରତ କରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍ଏଫବିୱାଇ) ଅଧୀନରେ ବିଭିନ୍ନ ଫସଲ ପାଇଁ ବୀମା ସୁବିଧା ରହିବା ପରଠାରୁ ଫସଲ ଋଣକୁ ଏହାସହିତ ସଂଯୋଗ କରାଯାଇଛି । ଯାହାଫଳରେ ଚାଷୀ ଫସଲ ଋଣ ନେଇ ସରକାରଙ୍କ ଉଭୟ ଚାଷୀକୈନ୍ଦ୍ରୀକ ପଦକ୍ଷେପରୁ ଉପକୃତ ହୋଇପାରିବ ।

ଚାଷୀଙ୍କୁ ବଜାରରେ ତା’ର ଉତ୍ପାଦିତ ସାମଗ୍ରୀର ପରିଶ୍ରମର ମୂଲ୍ୟ ସୁନିଶ୍ଚତ କରାଇବା ନିମନ୍ତେ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ବଜାର ସଂସ୍କାର । 2016 ଏପ୍ରିଲରେ ଉନ୍ମୋଚିତ ଇଲେକ୍ଟ୍ରୋନିକ୍ସ ଜାତୀୟ କୃଷି ବଜାର(ଇ-ଏନ୍ଏମଏମ୍)ର ଲକ୍ଷ୍ୟ ହେଉଛି ଚାଷୀଙ୍କୁ ଉପକୃତ କରିବା ପାଇଁ ଏପିଏମସିକୁ ଏକୀକୃତ କରିବା ଓ ପ୍ରତିଯୋଗିତାମୂଳକ ଦର ଖୋଜିବା ।

ସରକାର ଚାଷୀଙ୍କ ଉପାର୍ଜନରେ ସୁଧାର ପାଇଁ ଆଗ୍ରହୀ ଅଛନ୍ତି । ଯେଉଁଥିପାଇଁ ବିହନଠୁ ବଜାର ପର୍ଯ୍ୟନ୍ତ ସମସ୍ତ ଗତିବିଧି ନିମନ୍ତେ ଅନେକ ନୂଆ ପଦକ୍ଷେପ ନିଆଯାଇଛି । ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ଇନପୁଟ୍ ମ୍ୟାନେଜମେଂଟ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ପ୍ରତିଟି ବୁନ୍ଦା ଅଧିକ ଅମଳ, ପିଏମ୍ଏଫବିୱାଇ, ଇ-ନାମ ଆଦି ରହିଛି ।

ଚାଷୀଙ୍କୁ ବାର୍ଷିକ 7 ପ୍ରତିଶତ ସୁଧରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣରେ ରିହାତି ଦେବା ପାଇଁ 2006-07ରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଯେଉଁ ଚାଷୀ ବର୍ଷକ ଭିତରେ ଋଣ ପରିଶୋଧ କରୁଛନ୍ତି ସେମାନଙ୍କୁ ଅତିରିକ୍ତ 3% ସୁଧ ସହାୟତା ଦିଆଯାଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth