ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ତ୍ରିପୁରା ରାଜ୍ୟରେ ମୋଟ ୧୩୪.୯୧୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଜାତୀୟ ରାଜପଥ-୨୦୮ର କିଲୋମିଟର ୧୦୧.୩୦୦ (ଖୋୱାଇ) ରୁ କିଲୋମିଟର ୨୩୬.୨୧୩ (ହରିନା) ପର୍ଯ୍ୟନ୍ତ ରାସ୍ତାର ଉନ୍ନତି ଏବଂ ପ୍ରଶସ୍ତୀକରଣ ପାଇଁ ଅନୁମୋଦନ ଦେଇଛି ।

ଏହି ପ୍ରକଳ୍ପରେ ୨,୪୮୬.୭୮ କୋଟି ଟଙ୍କାର ପୁଞ୍ଜିନିବେଶ ଅନ୍ତର୍ଭୁକ୍ତ, ଯେଉଁଥିରେ ୧,୫୧୧.୭୦ କୋଟି ଟଙ୍କା (ଜେପିୱାଇ ୨୩,୧୨୯ ନିୟୁତ ଟଙ୍କା) ଋଣ ଉପାଦାନ ଅନ୍ତର୍ଭୁକ୍ତ । ଅଫିସିଆଲ୍ ଡେଭଲପମେଣ୍ଟ ଆସିଷ୍ଟାନ୍‌ସ (ଓଡିଏ) ଯୋଜନା ଅଧୀନରେ ଜାପାନ ଇଣ୍ଟରନ୍ୟାସନାଲ କୋଅପରେସନ ଏଜେନ୍ସି (ଜାଇକା)ରୁ ଏହି ଋଣ ସହାୟକ ମିଳିବ। ତ୍ରିପୁରାର ବିଭିନ୍ନ ଅଞ୍ଚଳ ମଧ୍ୟରେ ଉନ୍ନତ ସଡ଼କ ଯୋଗାଯୋଗ କୁ ସୁଗମ କରିବା ଏବଂ ବର୍ତ୍ତମାନର ଜାତୀୟ ରାଜପଥ -୮ ବ୍ୟତୀତ ତ୍ରିପୁରାରୁ ଆସାମ ଏବଂ ମେଘାଳୟକୁ ବିକଳ୍ପ ପ୍ରବେଶ ସୁବିଧା ପ୍ରଦାନ କରିବା ପାଇଁ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଛି ।

 

ସୁବିଧା :

ଏହି ଅଞ୍ଚଳର ସାମାଜିକ ଅର୍ଥନୈତିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁରୁଖୁରୁରେ ଓ ଯାତାୟତ ଯୋଗ୍ୟ ରାସ୍ତା ଯୋଗାଇଦେବାର ଆବଶ୍ୟକତାକୁ ଆଧାର କରି ଏହି ପ୍ରକଳ୍ପ ଚୟନ କରାଯାଇଛି। ଜାତୀୟ ରାଜପଥ-୨୦୮ର ପ୍ରକଳ୍ପ ଅଂଶର ବିକାଶ କେବଳ ଜାତୀୟ ରାଜପଥ-୨୦୮ଏ ମାଧ୍ୟମରେ ଆସାମ ଏବଂ ତ୍ରିପୁରା ମଧ୍ୟରେ ଆନ୍ତଃରାଜ୍ୟ ଯୋଗାଯୋଗରେ ଉନ୍ନତି ଆଣିବ ନାହିଁ ବରଂ ପରିବହନ ସମୟକୁ ମଧ୍ୟ ହ୍ରାସ କରିବ ଏବଂ ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ ଯୋଗାଯୋଗ ପ୍ରଦାନ କରିବ । ଏହି ପ୍ରକଳ୍ପ ବାଂଲାଦେଶ ସୀମାର ଅତି ନିକଟଦେଇ ଗତି କରୁଛି ଏବଂ ଏହା କୈଳାସହାର, କମଲପୁର ଏବଂ ଖୋୱାଇ ବର୍ଡର ଚେକ୍ ପୋଷ୍ଟ ଦେଇ ବାଂଲାଦେଶକୁ ଯୋଗାଯୋଗରେ ଉନ୍ନତି ଆଣିବ । ପ୍ରକଳ୍ପ ସଡ଼କର ବିକାଶ ମାଧ୍ୟମରେ ଏହି ଅଞ୍ଚଳରେ ରୋଡ୍ ନେଟୱାର୍କର ଉନ୍ନତି ସହିତ ସ୍ଥଳ ସୀମା ବାଣିଜ୍ୟ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ରାଜ୍ୟର କୃଷି କ୍ଷେତ୍ର, ପର୍ଯ୍ୟଟନସ୍ଥଳୀ, ଧାର୍ମିକ ସ୍ଥଳ ଏବଂ ଆଦିବାସୀ ଜିଲ୍ଲାଗୁଡ଼ିକୁ ଉନ୍ନତ ଯୋଗାଯୋଗ ଯୋଗାଇ ଦିଆଯାଉଛି, ଯାହା ଅଭିବୃଦ୍ଧି ଓ ଆୟ ଦୃଷ୍ଟିରୁ ପଛୁଆ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଯୋଗାଯୋଗରେ ଉନ୍ନତି ଆସିବ ଯାହା ରାଜ୍ୟକୁ ଅଧିକ ରାଜସ୍ୱ ଏବଂ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଆୟ ସୃଷ୍ଟି କରିବାରେ ସହାୟକ ହେବ ।

ପ୍ରକଳ୍ପ ର ନିର୍ମାଣ ଅବଧି ୨ ବର୍ଷ ହେବ ଯେଉଁଥିରେ ନିର୍ମାଣ ଶେଷ ହେବା ପରେ ୫ ବର୍ଷ (ନମନୀୟ ଫୁଟପାଥ୍ କ୍ଷେତ୍ରରେ) / ୧୦ ବର୍ଷ (କଠୋର ଫୁଟପାଥ କ୍ଷେତ୍ରରେ) ଏହି ଜାତୀୟ ରାଜପଥଗୁଡ଼ିକର ରକ୍ଷଣାବେକ୍ଷଣ ଅନ୍ତର୍ଭୁକ୍ତ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's high-flying ambitions: How policy overhaul doubled nation's MRO footprint from 96 to 166

Media Coverage

India's high-flying ambitions: How policy overhaul doubled nation's MRO footprint from 96 to 166
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 16, 2026
May 16, 2026

Petroleum Reserves Secured, Dollars Pouring In, AI Supercluster Rising — Welcome to PM Modi’s New India