ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ପ୍ରାଣୀସମ୍ପଦ କ୍ଷେତ୍ରରେ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ସଂଶୋଧିତ ରାଷ୍ଟ୍ରୀୟ ଗୋକୁଲ ମିଶନ (ଆରଜିଏମ)କୁ ମଞ୍ଜୁର କରାଯାଇଛି । ବିକାଶମୂଳକ କାର୍ଯ୍ୟକ୍ରମ ଯୋଜନାର କେନ୍ଦ୍ରୀୟ କ୍ଷେତ୍ରର ଉପାଦାନ ଭାବେ ସଂଶୋଧିତ ଆରଜିଏମକୁ କାର୍ଯ୍ୟକାରୀ କରିବା ପାଇଁ ୨୦୨୪-୨୫ ଏବଂ ୨୦୨୫-୨୬ ବର୍ଷ ନିମନ୍ତେ ଅତିରିକ୍ତ ୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପଞ୍ଚଦଶ ଅର୍ଥ ଆୟୋଗ ଚକ୍ରରେ ଏହି ଯୋଜନା ପାଇଁ ମୋଟ ୩ ହଜାର ୪୦୦ କୋଟି ଟଙ୍କା ବ୍ୟୟ କରାଯିବ ।

ଦୁଇଟି ନୂତନ କାର୍ଯ୍ୟକଳାପକୁ ଏଥିରେ ଯୋଡ଼ାଯାଇଛି, ସେଗୁଡ଼ିକ ହେଲା: (୧) ମୋଟ ୧୫ ହଜାର ହାଇଫର ବିଶିଷ୍ଟ ୩୦ଟି ଆବାସ ସୁବିଧା ସୃଷ୍ଟି ପାଇଁ କାର୍ଯ୍ୟାନ୍ୱୟନକାରୀ ସଂସ୍ଥାଗୁଡ଼ିକ ପାଇଁ ହାଇଫର ରିୟରିଂ ସେଣ୍ଟର ପ୍ରତିଷ୍ଠା ନିମନ୍ତେ ପୁଞ୍ଜି ଖର୍ଚ୍ଚର ୩୫ ପ୍ରତିଶତ ଏକକାଳୀନ ସହାୟତା ଏବଂ (୨) କୃଷକମାନଙ୍କୁ ହାଇ ଜେନେଟିକ୍ ମେରିଟ୍ (ଏଚଜିଏମ) ଆଇଭିଏଫ ହାଇଫର୍ କିଣିବା ପାଇଁ ପ୍ରୋତ୍ସାହିତ କରିବା ଏବଂ ଏପରି କ୍ରୟ ପାଇଁ କୃଷକମାନଙ୍କ ଦ୍ୱାରା ଦୁଗ୍ଧ ସଂଘ/ଆର୍ଥିକ ସଂସ୍ଥା/ବ୍ୟାଙ୍କରୁ ନିଆଯାଇଥିବା ଋଣ ଉପରେ ୩ ପ୍ରତିଶତ ସୁଧ ରିହାତି ପ୍ରଦାନ କରିବା। ଏହା ଅଧିକ ଉତ୍ପାଦନକ୍ଷମ ପ୍ରଜାତିର ପ୍ରଣାଳୀଗତ ପ୍ରବର୍ତ୍ତନରେ ସହାୟକ ହେବ।

ପଞ୍ଚଦଶ ଅର୍ଥ ଆୟୋଗ ଚକ୍ର (୨୦୨୧-୨୨ ରୁ ୨୦୨୫-୨୬) ସମୟରେ ସଂଶୋଧିତ ରାଷ୍ଟ୍ରୀୟ ଗୋକୁଲ ମିଶନ ପାଇଁ ୩ ହଜାର ୪୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ବର୍ତ୍ତମାନ ରାଷ୍ଟ୍ରୀୟ ଗୋକୁଳ ମିଶନରେ ଜାରି ରହିଥିବା କାର୍ଯ୍ୟକଳାପ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ। ଏବେ ମିଶନ ଅଧୀନରେ ସିମେନ ଷ୍ଟେସନ ଗୁଡ଼ିକର ସୁଦୃଢ଼ୀକରଣ, କୃତ୍ରିମ ଗର୍ଭାଧାରଣ ନେଟୱାର୍କ ଏବଂ ଷଣ୍ଢ ଉତ୍ପାଦନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଉଛି । ଏହାଛଡ଼ା ସେକ୍ସ ସର୍ଟେଡ୍‌ ସିମେନ ବ୍ୟବହାର କରି ସଘନ ପ୍ରଜାତିର ସୁଧାର କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ସେହିପରି ଦକ୍ଷତା ବିକାଶ, ଚାଷୀ ସଚେତନତା, ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ସମେତ ନୂତନ କାର୍ଯ୍ୟକଳାପ ପାଇଁ ସମର୍ଥନ, କେନ୍ଦ୍ରୀୟ ଗୃହପାଳିତ ପ୍ରାଣୀ ପ୍ରଜନନ ଫାର୍ମକୁ ମଜୁବତ କରିବା ଭଳି କାର୍ଯ୍ୟକ୍ରମ ଚାଲୁ ରହିଛି । ଏଥିମଧ୍ୟରୁ ଯେକୌଣସି କାର୍ଯ୍ୟକ୍ରମର ସହାୟତା ଢାଞ୍ଚାରେ କୌଣସି ପରିବର୍ତ୍ତନ ନକରି କେନ୍ଦ୍ରୀୟ ଗୃହପାଳିତ ପ୍ରାଣୀ ପ୍ରଜନନ ଫାର୍ମଗୁଡ଼ିକୁ ସୁଦୃଢ଼ କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯାଉଛି ।

ରାଷ୍ଟ୍ରୀୟ ଗୋକୁଲ୍ ମିଶନର କାର୍ଯ୍ୟକାରିତା ଏବଂ ସରକାରଙ୍କ ଅନ୍ୟାନ୍ୟ ପ୍ରୟାସ ଦ୍ୱାରା, ଗତ ଦଶ ବର୍ଷ ମଧ୍ୟରେ ଦୁଗ୍ଧ ଉତ୍ପାଦନ ୬୩.୫୫ ପ୍ରତିଶତ ବୃଦ୍ଧି ପାଇଛି । ମୁଣ୍ଡ ପିଛା ଦୁଗ୍ଧ ଉପଲବ୍ଧତା ୨୦୧୩-୧୪ରେ ଦୈନିକ ୩୦୭ ଗ୍ରାମ ଥିବା ବେଳେ ୨୦୨୩-୨୪ରେ ଦୈନିକ ୪୭୧ ଗ୍ରାମକୁ ବୃଦ୍ଧି ପାଇଛି। ଗତ ଦଶ ବର୍ଷ ମଧ୍ୟରେ ଉତ୍ପାଦକତା ମଧ୍ୟ ୨୬.୩୪ ପ୍ରତିଶତ ବୃଦ୍ଧି ପାଇଛି।

ରାଷ୍ଟ୍ରୀୟ ଗୋକୁଲ୍ ମିଶନ ଅଧୀନରେ ଦେଶବ୍ୟାପୀ କୃତ୍ରିମ ଗର୍ଭାଧାରଣ କାର୍ଯ୍ୟକ୍ରମ (ଏନଏଆଇପି) ଦେଶର ସେହି ୬୦୫ଟି ଜିଲ୍ଲାରେ କୃଷକମାନଙ୍କ ଦ୍ୱାରଦେଶରେ ମାଗଣା କୃତ୍ରିମ ଗର୍ଭାଧାରଣ (ଏଆଇ) ପ୍ରଦାନ କରିଥାଏ,ଯେଉଁଠାରେ ମୌଳିକ ଏଆଇ କଭରେଜ୍ ୫୦ ପ୍ରତିଶତରୁ କମ୍ ରହିଛି। ବର୍ତ୍ତମାନ ସୁଦ୍ଧା ୮କୋଟି ୩୯ ଲକ୍ଷରୁ ଅଧିକ ପ୍ରାଣୀମାନଙ୍କୁ ମିଶନରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏଥିରେ ୫ କୋଟି ୨୧ ଲକ୍ଷରୁ ଅଧିକ କୃଷକ ଉପକୃତ ହୋଇଛନ୍ତି। କୃଷକମାନଙ୍କ ଦ୍ୱାରଦେଶରେ ପ୍ରଜନନ କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ପ୍ରଗତି ଆଣିବାରେ ମଧ୍ୟ ରାଷ୍ଟ୍ରୀୟ ଗୋକୁଲ୍ ମିଶନ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ସାରା ଦେଶରେ ରାଜ୍ୟ ପ୍ରାଣୀସମ୍ପଦ ବୋର୍ଡ (ଏସଏଲବି) କିମ୍ବା ବିଶ୍ୱବିଦ୍ୟାଳୟଗୁଡ଼ିକ ଅଧୀନରେ ମୋଟ ୨୨ଟି ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ) ପରୀକ୍ଷାଗାର ପ୍ରତିଷ୍ଠା କରାଯାଇଛି ଏବଂ ୨୫୪୧ରୁ ଅଧିକ ଏଚଜିଏମ ବାଛୁରୀ ଜନ୍ମ ନେଇଛନ୍ତି। ଆତ୍ମନିର୍ଭରଶୀଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦୁଇଟି ଅଗ୍ରଣୀ ପଦକ୍ଷେପ ହେଉଛି-ଗୋ ଚିପ୍ ଏବଂ ମହିଷ ଚିପ୍। ସେହିପରି ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନଡିଡିବି) ଏବଂ ଆଇସିଏଆରର ଜାତୀୟ ପ୍ରାଣୀ ଆନୁବଂଶିକ ସମ୍ବଳ ବ୍ୟୁରୋ (ଏନବିଏଜିଆର୍) ଦ୍ୱାରା ସ୍ୱଦେଶୀ ଗୋଜାତୀୟ ପ୍ରାଣୀଙ୍କ ଲାଗି ଜିନୋମିକ ଚିପ୍ସ ଓ ଏନଡିଡିବି ଦ୍ୱାରା ଗୋ ସର୍ଟ ଲିଙ୍ଗ ବର୍ଗୀକୃତ ବୀର୍ଯ୍ୟ ଉତ୍ପାଦନ ପ୍ରଯୁକ୍ତି ମଧ୍ୟ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବିକାଶ କ୍ଷେତ୍ରରେ ଏକ ସଫଳତା।

ଏହି ଯୋଜନା ଦ୍ୱାରା ଦୁଗ୍ଧ ଉତ୍ପାଦନ ଏବଂ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ, ଯାହା ଶେଷରେ କୃଷକଙ୍କ ଆୟ ବୃଦ୍ଧି କରିବ। ଏହା ଷଣ୍ଢ ଉତ୍ପାଦନରେ ବ୍ୟବସ୍ଥିତ ଓ ବୈଜ୍ଞାନିକ ପ୍ରୟାସ ତଥା ସ୍ୱଦେଶୀ ଗୋଜାତୀୟ ଜିନୋମିକ ଚିପ୍ସର ବିକାଶ ମାଧ୍ୟମରେ ଭାରତର ସ୍ୱଦେଶୀ ଗୋଜାତୀୟ ପ୍ରଜାତିର ସଂରକ୍ଷଣ ଓ ପରୀକ୍ଷଣ ଉପରେ କେନ୍ଦ୍ରିତ। ଏହା ବ୍ୟତୀତ ଯୋଜନା ଅଧୀନରେ କରାଯାଇଥିବା ପ୍ରୟାସ କାରଣରୁ ଇନ ଭିଟ୍ରୋ ଫର୍ଟିଲାଇଜେସନ୍‌(ଆଇଭିଏଫ) ଏକ ପ୍ରତିଷ୍ଠିତ ପ୍ରଯୁକ୍ତିରେ ପରିଣତ ହୋଇଛି। ଏହି ପ୍ରୟାସ ଦ୍ୱାରା କେବଳ ଉତ୍ପାଦକତା ବୃଦ୍ଧି ପାଇବ ନାହିଁ ବରଂ ଦୁଗ୍ଧ ଉତ୍ପାଦନ ଉଦ୍ୟୋଗରେ ନିୟୋଜିତ ୮ କୋଟି ୫୦ ଲକ୍ଷରୁ ଅଧିକ ଚାଷୀଙ୍କ ଜୀବିକାରେ ମଧ୍ୟ ସୁଧାର ଆସିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi