ଆନ୍ଧ୍ର ପ୍ରଦେଶ (ତିରୁପତି), ଛତିଶଗଡ଼ (ଭିଲାଇ), ଜାମ୍ମୁ ଓ କାଶ୍ମୀର (ଜାମ୍ମୁ), କର୍ଣ୍ଣାଟକ (ଧରୱାଡ) ଏବଂ କେରଳ (ପଲକ୍କଡ) ଆଇଆଇଟିର ହେବ ଉନ୍ନତିକରଣ
ଏହି ପ୍ରମୁଖ ଅନୁଷ୍ଠାନଗୁଡ଼ିକର ସମ୍ପ୍ରସାରଣ ଦ୍ୱାରା ଏଠାରେ ୬ହଜାର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରିପାରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଆନ୍ଧ୍ର ପ୍ରଦେଶ (ଆଇଆଇଟି ତିରୁପତି), କେରଳ (ଆଇଆଇଟି ପଲକ୍କଡ), ଛତିଶଗଡ଼ (ଆଇଆଇଟି ଭିଲାଇ), ଜାମ୍ମୁ-କାଶ୍ମୀର (ଆଇଆଇଟି ଜାମ୍ମୁ) ଏବଂ କର୍ଣ୍ଣାଟକ (ଏଚଟି ଧରୱାଡ) ଆଦି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ପାଞ୍ଚଟି ନୂତନ ଆଇଆଇଟିର ଶିକ୍ଷା ଏବଂ ଭିତ୍ତିଭୂମି କ୍ଷମତା (ପର୍ଯ୍ୟାୟ-'ବି' ନିର୍ମାଣ) ର ସମ୍ପ୍ରସାରଣକୁ ମଞ୍ଜୁରି ଦେଇଛନ୍ତି।

ଏଥିପାଇଁ ୨୦୨୫-୨୬ରୁ ୨୦୨୮-୨୯ ଚାରି ବର୍ଷ ମଧ୍ୟରେ ମୋଟ୍‌ ୧୧ ହଜାର ୮୨୮ କୋଟି ୭୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ।

କ୍ୟାବିନେଟ ମଧ୍ୟ ଏହି ଆଇଆଇଟିଗୁଡ଼ିକରେ ୧୩୦ଟି ଅଧ୍ୟାପକ ପଦବୀ (ପ୍ରଫେସର ସ୍ତରରେ ଅର୍ଥାତ୍ ଲେଭଲ୍‌ ୧୪ ଏବଂ ତଦୁର୍ଦ୍ଧ୍ବ) ସୃଷ୍ଟି କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।

 

ଶିଳ୍ପ-ଶିକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ପାଞ୍ଚଟି ନୂତନ ଅତ୍ୟାଧୁନିକ ଗବେଷଣା ପାର୍କ ମଧ୍ୟ ନିର୍ମାଣ ହେବାକୁ ଯାଉଛି ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

ଏହି ଆଇଆଇଟିଗୁଡ଼ିକରେ ସ୍ନାତକ (ୟୁଜି), ସ୍ନାତକୋତ୍ତର (ପିଜି) ଏବଂ ପିଏଚ୍.ଡି. ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରଥମ ବର୍ଷରେ ୧୩୬୪ ଜଣ, ଦ୍ୱିତୀୟ ବର୍ଷରେ ୧୭୩୮ ଜଣ, ତୃତୀୟ ବର୍ଷରେ ୧୭୬୭ ଜଣ ଏବଂ ଚତୁର୍ଥ ବର୍ଷରେ ୧୭୦୭ଜଣ ଛାତ୍ରଛାତ୍ରୀଙ୍କ କ୍ଷମତା ସହିତ ଆଗାମୀ ଚାରି ବର୍ଷ ମଧ୍ୟରେ ମୋଟ୍‌ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬୫୦୦ରୁ ଅଧିକ ବୃଦ୍ଧି ପାଇବ।

ଲାଭାର୍ଥୀମାନେ:

ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ, ଏହି ପାଞ୍ଚଟି ଆଇଆଇଟି ୧୩,୬୮୭ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଯୋଗାଇବାରେ ସକ୍ଷମ ହେବେ । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୭,୧୧୧ ଥିବାରୁ ଅତିରିକ୍ତ ୬,୫୭୬ ଜଣ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ। ମୋଟ ଆସନ ସଂଖ୍ୟାରେ ଏହି ବୃଦ୍ଧି ସହିତ, ଅତିରିକ୍ତ ୬,୫୦୦ରୁ ଅଧିକ ଛାତ୍ରଛାତ୍ରୀ ବର୍ତ୍ତମାନ ଦେଶର ସବୁଠାରୁ ସମ୍ମାନଜନକ ଏବଂ ଚାହିଦା ଥିବା ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବାର ସେମାନଙ୍କର ଆକାଂକ୍ଷା ପୂରଣ କରିବାରେ ସକ୍ଷମ ହେବେ। ଏହା ଏକ କୁଶଳୀ ଶ୍ରମଶକ୍ତି ସୃଷ୍ଟି କରି, ନବସୃଜନକୁ ଆଗେଇ ନେଇ ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ରାଷ୍ଟ୍ର ନିର୍ମାଣକୁ ପ୍ରୋତ୍ସାହନ ଦେବ। ଏହା ସାମାଜିକ ଗତିଶୀଳତାକୁ ବୃଦ୍ଧି କରିବ, ଶିକ୍ଷାଗତ ଅସମାନତା ହ୍ରାସ କରିବ ଏବଂ ଭାରତର ବୈଶ୍ୱିକ ସ୍ଥିତିକୁ ସୁଦୃଢ଼ କରିବ।

ନିଯୁକ୍ତି ସୃଷ୍ଟି:

ବର୍ଦ୍ଧିତ ସଂଖ୍ୟକ ଛାତ୍ରଛାତ୍ରୀ ଏବଂ ସୁବିଧାଗୁଡ଼ିକର ପରିଚାଳନା ପାଇଁ ଶିକ୍ଷକ, ପ୍ରଶାସନିକ କର୍ମଚାରୀ, ଗବେଷକ ଏବଂ ସହାୟକ କର୍ମଚାରୀ ନିଯୁକ୍ତି ମାଧ୍ୟମରେ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ। ଆହୁରି ମଧ୍ୟ, ଆଇଆଇଟି କ୍ୟାମ୍ପସଗୁଡ଼ିକର ସମ୍ପ୍ରସାରଣ ଆବାସ, ପରିବହନ ଏବଂ ସେବା ପାଇଁ ଚାହିଦା ସୃଷ୍ଟି କରି ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ଉତ୍ସାହିତ କରିବ। ଆଇଆଇଟିରୁ ସ୍ନାତକ ଏବଂ ସ୍ନାତକୋତ୍ତରଙ୍କ ସଂଖ୍ୟା ବୃଦ୍ଧି ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଆହୁରି ଇନ୍ଧନ ଯୋଗାଇବ, ଯାହା ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବାରେ ଯୋଗଦାନ କରିବ।

ରାଜ୍ୟ ଏବଂ ଜିଲ୍ଲା:

 

ଏହି ପାଞ୍ଚଟି ଆଇଆଇଟି ଆନ୍ଧ୍ର ପ୍ରଦେଶ (ଆଇଆଇଟି ତିରୁପତି), କେରଳ (ଆଇଆଇଟି ପଲକ୍କଡ), ଛତିଶଗଡ଼ (ଆଇଆଇଟି ଭିଲାଇ), ଜାମ୍ମୁ ଓ କାଶ୍ମୀର (ଆଇଆଇଟି ଜାମ୍ମୁ) ଏବଂ କର୍ଣ୍ଣାଟକ (ଆଇଆଇଟି ଧରୱାଡ)ରେ ଅବସ୍ଥିତ। ତେବେ, ଆଇଆଇଟିଗୁଡ଼ିକରେ ନାମଲେଖା ସର୍ବଭାରତୀୟ ସ୍ତରରେ ହୋଇଥାଏ ଏବଂ ତେଣୁ ଏହି ସମ୍ପ୍ରସାରଣ ଦ୍ୱାରା ସାରା ଦେଶର ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଉପକୃତ ହେବେ।

୨୦୨୫-୨୬ର ବଜେଟ୍ ଘୋଷଣାରେ ଉଲ୍ଲେଖ କରାଯାଇଛି:

ଗତ ୧୦ ବର୍ଷ ମଧ୍ୟରେ ୨୩ଟି ଆଇଆଇଟିରେ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦୦ ପ୍ରତିଶତ ବୃଦ୍ଧି ପାଇ ୬୫,୦୦୦ରୁ ୧.୩୫ ଲକ୍ଷରେ ପହଞ୍ଚିଛି। ୨୦୧୪ ମସିହା ପରେ ଆରମ୍ଭ ହୋଇଥିବା ପାଞ୍ଚଟି ଆଇଆଇଟିରେ ଅତିରିକ୍ତ ଭିତ୍ତିଭୂମି ସୃଷ୍ଟି କରାଯିବ, ଯାହାଦ୍ୱାରା ଆହୁରି ୬,୫୦୦ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରିପାରିବେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Agricultural Transformation: How India’s Agri sector transformed over the last decade

Media Coverage

India’s Agricultural Transformation: How India’s Agri sector transformed over the last decade
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over the mishap at the Visakhapatnam Steel Plant
June 08, 2026
PM announces ex-gratia from PMNRF

Prime Minister Shri Narendra Modi today expressed sadness over the mishap at the Visakhapatnam Steel Plant. The Prime Minister extended his condolences to those who have lost their loved ones and prayed that the injured recover at the earliest. He noted that the local authorities are providing all possible assistance to those affected.

Shri Modi announced that an ex-gratia of Rs. 2 lakh from the Prime Minister's National Relief Fund (PMNRF) would be given to the next of kin of each deceased. The Prime Minister added that the injured would be given Rs. 50,000.

The Prime Minister posted on X:

"Saddened by the mishap at the Visakhapatnam Steel Plant. Condolences to those who have lost their loved ones. Praying that the injured recover at the earliest. The local authorities are providing all possible assistance to those affected.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi"