Central Govt to set up National Academic Depository announced in Budget 2016-17
National Academic Depository to digitally store school learning certificates & degrees

ଦେଶରେ ପ୍ରଥମ କରି ଏକ ରାଷ୍ଟ୍ରୀୟ ଶିକ୍ଷଣ ନ୍ୟାସ ଗଠନ ଓ କାର୍ଯ୍ୟକ୍ଷମ କରାଯିବ । କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ ଅଭିଯାନ ଅଧିନରେ ଏହି କାର୍ଯ୍ୟକ୍ରମ ହାତକୁ ନେବେ । ଆଜି (୨୭.୧୦.୨୦୧୬) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଗାମୀ ତିନିମାସ ମଧ୍ୟରେ ଏହି ନ୍ୟାସ ଗଠନ କରାଯିବ ଏବଂ ୨୦୧୭-୧୮ ଶିକ୍ଷା ବର୍ଷ ସୁଦ୍ଧା ସମଗ୍ର ଦେଶରେ ଏହାକୁ କାର୍ଯ୍ୟକ୍ଷମ କରାଯିବ । ଗତ ୨୦୧୬-୧୭ ଆର୍ଥିକ ବର୍ଷର ବଜେଟ ଅଭିଭାଷଣରେ ଅର୍ଥ ମନ୍ତ୍ରୀ ଏହି ଜାତୀୟ ଡିଜିଟାଲ ଶିକ୍ଷଣ ନ୍ୟାସ ଗଠନ ବିଷୟରେ ସମ୍ୟକ ସୂଚନା ଦେଇଥିଲେ । ସ୍କୁଲ, କଲେଜ ଏବଂ ବିଭିନ୍ନ ଉଚ୍ଚ ଶିକ୍ଷା ସଂସ୍ଥାନର ସାର୍ଟିଫିକେଟ, ଡିଗ୍ରୀ ସାର୍ଟିଫିକେଟ, ଏକାଡେମିକ ପୁରସ୍କାର, ବିଭିନ୍ନ ଶିକ୍ଷଣ ଉପାଧି ଏହି ଡିଜିଟାଲ ଶିକ୍ଷଣ ନ୍ୟାସ ଜରିଆରେ ଉପଲବ୍ଧ ହେବ । ସିକ୍ୟୁରିଟି ନ୍ୟାସ ଢ଼ାଂଚାରେ ଏହି ନୂତନ ରାଷ୍ଟ୍ରୀୟ ଶିକ୍ଷଣ ନ୍ୟାସ କାର୍ଯ୍ୟ କରିବ ।

ସେବି ଆଇନ ୧୯୯୨ ଅଧିନରେ ପରିଚାଳିତ ଏନଏସଡିଏଲ ଡାଟା ବେସ ମେନେଜମେଂଟ ଲିମିଟେଡ ଏବଂ ସିଡିଏସଏଲ ଭେଂଚର୍ସ ଲିମିଟେଡ ରାଷ୍ଟ୍ରୀୟ ଶିକ୍ଷଣ ନ୍ୟାସକୁ କାର୍ଯ୍ୟକ୍ଷମ କରିବା ଦାୟୀତ୍ଵ ନେବ । ତେବେ ଏହି ବ୍ୟବସ୍ଥା ଭିତରେ ସାମିଲ ହେବାକୁ ଥିବା ଶିକ୍ଷଣ ସଂସ୍ଥାନମାନେ ଡିଜିଟାଲ ଡାଟା ଅପଲୋଡ ସତ୍ୟନିଷ୍ଠତାର ଉତରଦାୟୀତ୍ଵ ନେବେ । ରାଷ୍ଟ୍ରୀୟ ଶିକ୍ଷଣ ନ୍ୟାସରେ ସାମିଲ ହେବା ପାଇଁ ସମସ୍ତ ଯୋଗ୍ୟ ବିବେଚିତ ଶିକ୍ଷା ସଂସ୍ଥାନ, ବୋର୍ଡ, ଆନୁସଂଗିକ ସଂସ୍ଥା, ଛାତ୍ର-ଛାତ୍ରୀ, ବ୍ୟବହାରକାରୀ, ସରକାରୀ ସଂସ୍ଥାନ ଆଦି ବିଧିବଦ୍ଧ ଭାବେ ପଞ୍ଜିକୃତ ହେବାକୁ ପଡିବ । ପଞ୍ଜିକୃତ ବ୍ୟବହାରକାରୀ ଦରଖାସ୍ତ କରିବା ଦିନହିଁ ତାଙ୍କ ଅନୁରୋଧକୁ ତର୍ଜମା/ଯାଂଚ କରି ରାଷ୍ଟ୍ରୀୟ ଶିକ୍ଷଣ ନ୍ୟାସ ଆବଶ୍ୟକ ସାର୍ଟିଫିକେଟ ବା ଦସ୍ତାବିଜ ଅନଲାଇନରେ ପ୍ରଦାନ କରିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Domestic air passenger traffic to rise by 3-6 pc in this fiscal: ICRA

Media Coverage

Domestic air passenger traffic to rise by 3-6 pc in this fiscal: ICRA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 24, 2026
July 24, 2026

Aatmanirbhar in Action — Space, Missiles, EVs & Livelihoods Under PM Modi’s Watch